#ବ୍ରହ୍ମପୁର ସହରର ଉତ୍ପତ୍ତି ଓ କ୍ରମବିକାଶ ସଂପର୍କରେ ବ୍ରିଟିଶ
ଶାସନରେ ଗଞ୍ଜାମର ତତ୍କାଳୀନ ଉପ-ଜିଲ୍ଲାପାଳ ଆର.ବାୟାର୍ଡଙ୍କ ୧୮୨୩ରେ ବର୍ଣ୍ଣିତ ବିବରଣୀ
ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ରେକର୍ଡସ, ଭାଗ ୩୮୯୭ ପୃ. ୪୧୧ରେ ଉପଲବ୍ଧ । ଡବ୍ଳ୍ୟୁ. ଡବ୍ଳ୍ୟୁ.
ହଣ୍ଟର ୧୮୮୫ରେ ଲଣ୍ଡନରୁ ପ୍ରକାଶିତ ‘ଇମ୍ପରିଆଲ ଗେଜେଟିୟର ଅଫ ଇଣ୍ଡିଆ’, ପଞ୍ଚମ ଭାଗ, ପୃଷ୍ଠା ୧୯୯ ଏବଂ ଟି.ଜେ. ମାଲଟବୀ ୧୯୧୮ରେ ମାଡ୍ରାସରୁ ପ୍ରକାଶିତ ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁଆଲ’ରେ ତଥ୍ୟ ରହିଛି । ସେହିପରି ୧୯୩୨ରେ ବ୍ରହ୍ମପୁରରୁ
ପ୍ରକାଶିତ ଏମ.ଭି.ଆପ୍ପାରାଓଙ୍କ ‘ହିଷ୍ଟରି ଅଫ
ହରିଡ଼ାଖଣ୍ଡି : ମଠ ଏଣ୍ଡ
ମହନ୍ତସ’ ପୁସ୍ତକରେ
ମଧ୍ୟ ବର୍ଣ୍ଣିତ । ବ୍ରହ୍ମପୁରରୁ ୧୯୯୪ରେ ପ୍ରକାଶିତ ‘ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି’ ସଂକଳନରେ ଡ଼କ୍ଟର ଦଣ୍ଡପାଣି ବେହେରା ‘ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି’ ଶୀର୍ଷକ ରଚନାରେ ଉପରୋକ୍ତ ଗ୍ରନ୍ଥ ତାଲିକା ଉଲ୍ଲେଖ
କରିଥିଲେ । ଡ଼କ୍ଟର ବେହେରା ଜଣେ ଇତିହାସ ଅଧ୍ୟାପକ । ସେ ଭଞ୍ଜନଗର, ବଡ଼ଖେମୁଣ୍ଡି ଇତ୍ୟାଦି
ମହାବିଦ୍ୟାଳୟରେ ଅଧ୍ୟାପନା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଶାସକ ଭାବେ ଅବସର ଗ୍ରହଣ
କରିଥିଲେ । ଗଞ୍ଜାମର ଆଞ୍ଚଳିକ ଇତିହାସ ସଂକଳନରେ ଆଗ୍ରହ ପ୍ରକାଶ କରୁଥିଲେ । ସେ ଲେଖିଥିଲେ :
“ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଅନୁମତିକ୍ରମେ ଜଣେ ସ୍ଥାନୀୟ ମୁଖିଆ ପଞ୍ଚଦଶ ଶତାଦ୍ଦୀରେ ମହୁରି ରାଜ୍ୟ ସ୍ଥାପନ କରିଥିଲେ । ଗଞ୍ଜାମ ସବକଲେକ୍ଟର ବାୟାର୍ଡ ସାହେବଙ୍କ ଦ୍ୱାରା ନଭେମ୍ୱର ୧୦ ତାରିଖ ୧୮୨୩ ଖ୍ରୀଷ୍ଟାଦ୍ଦରେ ଲିପିବଦ୍ଧ ଗଞ୍ଜାମ ଜିଲ୍ଲା ରେକର୍ଡସ ବିବରଣୀ ଅନୁକ୍ରମେ ମହୁରି ରାଜ୍ୟ ୧୪୬୮ରୁ ୧୪୯୭ ଖ୍ରୀଷ୍ଟାଦ୍ଧର ମଧ୍ୟରେ ସ୍ଥାପିତ ହେଲା । ପରେ ପରେ ଷଷ୍ଠଦଶ ଶତାଦ୍ଦୀ ପ୍ରାରମ୍ଭରେ ହିଁ ମହୁରି ରାଜବାଟୀର ଚ଼ତୁଃପାର୍ଶ୍ୱରେ ଜନବସତି ପ୍ରତିଷ୍ଠା ଆରମ୍ଭ ହେଲା ।“ (ପୃ. ୨୪୭)
“ମହୁରି ଥିଲା ଏକ ପୁରାତନ ରାଜ୍ୟ । ପାରଳାଖେମୁଣ୍ଡି ଓ ଘୁମୁସର ସହ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜମିଦାରୀ ରାଜ୍ୟ ଥିଲା । ଆକାରରେ ଏହା ଥିଲା ୩୦୦ ବର୍ଗ ମାଇଲ । ଏହାର ମଧ୍ୟଭାଗରେ ଠିଆ ହୋଇଥିବା ମହୁରି ଅବା କେରାଣ୍ଡିମାଳ ପର୍ବତର ବିସ୍ତୃତି ଥିଲା ୨୦ ବର୍ଗ ମାଇଲ । ... ଏହାର ପ୍ରଥମ ରାଜ୍ୟ ମହକୁମା ଥିଲା କେରାଣ୍ଡିମାଳ ପାଦ ଦେଶସ୍ଥ ମହୁରି ଗଡ଼ ଅବା ଅଧୁନା ମହୁଡ଼ା ଗ୍ରାମ । ସେଠାରେ ଏକ ପ୍ରସ୍ତର ଦୁର୍ଗ ଥିଲା । ସେଠାରେ ରାଜପରିବାର ଅବସ୍ଥାନ କରୁଥିଲେ । ତା’ର ସମୀପରେ ଶିରକୁଟ ଦୁର୍ଗ ଥାଏ । ସେଠାରେ ରାଜା ବେଳେବେଳେ ଆଶ୍ରୟ ନେଉଥାନ୍ତି । ପରେ ରାଜ୍ୟ ମହକୁମା ସେଠାରୁ ଆଠ ମାଇଲ ଦୂରରେ ସମତଳ ଭାଗରେ ନୂତନ ନିର୍ମିତ ହୋଇଥିବା ବ୍ରହ୍ମପୁରକୁ ୧୬୬୨ରୁ ୧୬୭୨ ସାଲ ମଧ୍ୟରେ ଘୁଞ୍ଚାଇ ଅଣାଗଲା । ତତ୍ ପରେ ବ୍ରହ୍ମପୁର ଏହାର ରାଜଧାନୀ ଭାବେ କାର୍ଯ୍ୟକଲା ।” (ପୃ. ୨୫୦-୨୫୧)
“ରାଜନୈତିକ ଦୃଷ୍ଟିରୁ ବ୍ରହ୍ମପୁର ବହୁ ଶାସନାଧୀନ ଥିଲା । ଏହି ସହର ତଥା ସମଗ୍ର ଦକ୍ଷିଣ ଓଡ଼ିଶା ୧୫୭୧ରୁ ୧୬୬୭ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ଗୋଲକୋଣ୍ଡି ମୁସଲମାନ ଶାସନାଧୀନରେ, ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ ଅବା ହାଇଦରାବାଦ ନିଜାମଙ୍କର ଶାସନ ଅଧୀନରେ, ୧୭୫୩ରୁ ସ୍ୱଳ୍ପ ସମୟ ନିମନ୍ତେ ଫରାସୀ ଶାସନ ଅଧୀନରେ ଏବଂ ୧୭୭୬ରୁ ୧୯୩୬ ପର୍ଯ୍ୟନ୍ତ ବ୍ରିଟିଶ ଶାସନାଧୀନ ମାନ୍ଦ୍ରାଜ ପ୍ରେସିଡ଼େନ୍ସି ଅଧୀନରେ ରହିଆସିଥିଲା ।” (ପୃ. ୨୪୮)
ଅତଏବ, ମହୁରି ରାଜ୍ୟ ପଞ୍ଚଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ପ୍ରତିଷ୍ଠିତ ହେବା ଦୁଇ ଶହ ବର୍ଷ ପରେ ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ବ୍ରହ୍ମପୁରକୁ ମହୁରି ରାଜବାଟୀ ସ୍ଥାନାନ୍ତରିତ ହୋଇଥିଲା । ନୂତନ ରାଜବାଟୀ ପ୍ରତିଷ୍ଠାର ଶହେ ବର୍ଷ ପରେ ହରିହର ନରେନ୍ଦ୍ର ଦେବ ୧୭୭୦ ମସିହାରେ ମାତ୍ର ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କରିଥିଲେ ଏବଂ ୧୭୮୨ ଡ଼ିସେମ୍ୱର ୧୦ ତାରିଖରେ ହତ୍ୟାର ଶୀକାର ହୋଇଥିଲେ । ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ସେ ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିବା ଏବଂ ରାଜକୃପା ଲାଭ କରି ସେଠାକାର ପାଟ ବୁଣାକାରମାନେ ବ୍ରହ୍ମପୁର ପହଞ୍ଚି ମହୁରି ରାଜବାଟୀ ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିଥିବା କିମ୍ୱଦନ୍ତୀ ପ୍ରଚଳିତ । ବ୍ରହ୍ମପୁରରେ ବୁଣାକାର ‘ଦେବାଙ୍ଗ’ ସମ୍ପ୍ରଦାୟର ବହୁ ସଂଖ୍ୟକ ପରିବାର ବସବାସ କରି ୧୮ ଗୋଟି ସାହିକୁ ସଂପ୍ରସାରିତ ହୋଇଥିଲେ । ସେମାନଙ୍କ ଦ୍ୱାରା ଉତ୍ପାଦିତ ପାଟବସ୍ତ୍ର କ୍ରମଶଃ ବ୍ରହ୍ମପୁରର ପରିଚିତି ହାସଲ କରିଥିଲା । ମହୁରି ରାଜବାଟୀ ସଂଲଗ୍ନ ଅଞ୍ଚଳରେ ବଜାର ଗଢ଼ି ଉଠିଥିଲା ଏବଂ ପାଟବସ୍ତ୍ର ଉତ୍ପାଦନ ଓ ବିକ୍ରୀର କେନ୍ଦ୍ରସ୍ଥଳ ବିବେଚିତ ହୋଇଥିଲା । ଏହିକ୍ରମରେ ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ‘ଦେବାଙ୍ଗ’ ସମ୍ପ୍ରଦାୟର ଆଗମନ ପରେ ସେମାନଙ୍କ ଦ୍ୱାରା ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଧାର୍ମିକ ନୀତି ପ୍ରଚଳିତ ହୋଇଥିବା ଅନୁମାନ କରାଯାଏ ।

Photo by Saj Shafique on Unsplash
No comments:
Post a Comment