#ବ୍ରହ୍ମପୁର ସହରରେ ସଂଭବତଃ ପଞ୍ଚମ ଥର ପାଇଁ ଟାଉନବସ
ସେବା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ‘ମୋ ବସ’ ଯୋଜନାରେ
କ୍ୟାପିଟାଲ ରିଜନ ଆର୍ବାନ ଟ୍ରାନ୍ସପୋର୍ଟ ‘କ୍ରୁଟ’ ପରିଚାଳନାରେ
ପ୍ରାଥମିକ ପର୍ଯ୍ୟାୟରେ ସହରରେ ଚାରିଗୋଟି ରୁଟରେ ନିୟମିତ ବ୍ୟବଧାନରେ ଟାଉନବସ ସେବା ଉପଲବ୍ଧ
ହେବ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବ୍ରହ୍ମପୁରରେ ୨୦୧୪ରୁ ସିଟିବସ ସେବା ଗଞ୍ଜାମ ଆର୍ବାନ
ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ‘ଗଟସଲ’ ପକ୍ଷରୁ ବଳବତ୍ତର ରହିଛି । ତେବେ ଏହି ଯୋଜନାରେ
ବ୍ୟବହୃତ ବସଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ପରେ ଅଳ୍ପ କିଛି ବସ ଚଳାଚଳ
କରୁଛି । ପ୍ରଚଳିତ ଢ଼ାଞ୍ଚାରେ କେବଳ ସହର ମଧ୍ୟରେ ବସ ଚଳାଚଳ ବ୍ୟବସ୍ଥା ନାହିଁ । ମୁଖ୍ୟତଃ
ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଅଞ୍ଚଳକୁ ସଂଯୋଗ ‘ସବ-ଆର୍ବାନ ଟ୍ରାନ୍ସପୋର୍ଟ’ ହିସାବରେ କାର୍ଯ୍ୟ କରୁଛି । ବସଗୁଡ଼ିକ ସହର ମଧ୍ୟ
ଦେଇ ଯିବା ଆସିବା ଅବସରରେ ଆସିକା ରୋଡ଼ ଫାଷ୍ଟଗେଟରୁ ନୂଆ ବସଷ୍ଟାଣ୍ଡ ଓ ପୁରୁଣା ବସଷ୍ଟାଣ୍ଡରୁ
ଗୋପାଳପୁର ଜଙ୍କସନ ରୁଟରେ ସହରବାସୀ ଗମନାଗମନ ସୁବିଧା ପାଆନ୍ତି । ପ୍ରସ୍ତାବିତ ‘ମୋ ବସ’ ଯୋଜନାରେ ୧୫ ଗୋଟି ବସ କେବଳ ବ୍ରହ୍ମପୁର ସହର
ମଧ୍ୟରେ ଚାରିଗୋଟି ରୁଟରେ ଚଳାଚଳ କରିବ । ବସ୍ତୁତଃ ‘ମୋ ବସ’ ଯୋଗେ ବ୍ରହ୍ମପୁରବାସୀ ଟାଉନବସ ସେବା ପାଇପାରିବା
ନେଇ ଆଶାବାଦୀ ।
ସ୍ୱାଧୀନୋତ୍ତର ଅବସ୍ଥାରେ ବସ ପରିବହନ କ୍ଷେତ୍ରରେ ବ୍ରହ୍ମପୁର ନେତୃତ୍ୱ ନେଇ ଆସିଛି । ରାଜ୍ୟର ସର୍ବ ବୃହତ ସଡ଼କ ଯାତ୍ରୀ ପରିବହନ ସଂସ୍ଥା ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ ‘ଓଆରଟି’ ବ୍ରହ୍ମପୁରରୁ ଆରମ୍ଭ ହୋଇଥିଲା । ବସ ଚଳାଚଳ ଆଦ୍ୟପର୍ବରୁ ଘରୋଇ ଉଦ୍ୟୋଗୀ ଯାତ୍ରୀ ପରିବହନରେ ସାମିଲ ହୋଇଥିବା ସ୍ଥଳେ ଦୁଇ ଥର ଟାଉନବସ ପ୍ରଚଳନ ନିମନ୍ତେ ଉଦ୍ୟମ କରି ବିଫଳ ହୋଇଥିଲେ । ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଦୁଇ-ତିନିଗୋଟି ବସ କିଣାଯାଇ ୧୯୯୪-୯୫ର ଆରମ୍ଭ ହୋଇଥିବା ଟାଉନବସ ସେବା ଅଳ୍ପ ସମୟ ମଧ୍ୟରେ ବନ୍ଦ ହୋଇଯାଇଥିଲା ।
ତିନି ଥର ଉଦ୍ୟମ ବିଫଳ ହେବା ପରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପ୍ରୋତ୍ସାହନରେ ଗଞ୍ଜାମ ଆର୍ବନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ‘ଗଟସଲ’ ଗଠିତ ହୋଇ ଫେବୃୟାରୀ ୨୦୧୪ରେ ସିଟିବସ ସେବା ଆରମ୍ଭ ହୋଇଥିଲା । ତେବେ ଏହାର ଆୟୋଜନ ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ୩୨ ଗୋଟି ବସ ପହଞ୍ଚିବା ପରେ ଏହାକୁ ଚଳାଇବା ପାଇଁ ସରକାରୀ ନୀତିନିୟମରେ ଅସନ୍ତୁଷ୍ଟ ହୋଇ କେହି ଘରୋଇ ବସ ଅପରେଟର ରାଜି ହେଲେ ନାହିଁ । ପ୍ରଶାସନ ନିର୍ଦ୍ଦେଶରେ ଓଡ଼ିଶା ଷ୍ଟେଟ ରୋଡ଼ ଟ୍ରାନ୍ସପୋର୍ଟ କରପୋରେସନ ‘ଓଏସଆରଟିସି’ ୨୬ ଗୋଟି ବସ ପ୍ରଥମେ ବର୍ଷେ ପରେ ଅଧିକା ଛଅ ମାସ ମୋଟ ୧୮ ମାସ ଚଳାଇ କ୍ଷତି କାରଣରୁ ସିଟି ବସ ଚଳାଚଳ ଦାୟିତ୍ୱରୁ ଓହରି ଯାଇଥିଲା । ତତ୍ ପରବର୍ତ୍ତୀ ଅବସ୍ଥାରେ ଅଗଷ୍ଟ ୨୦୧୫ରେ ଜଣେ ଘରୋଇ ଟ୍ରାନ୍ସପୋର୍ଟ ଅପରେଟର ବ୍ରହ୍ମପୁର ସିଟି ବସ ଚଳାଚଳ ଦାୟିତ୍ୱ ଗ୍ରହଣ କରିଥିଲେ । କୋଭିଡ଼ ମହାମାରୀ ସମୟରେ ଦୀର୍ଘ ସମୟ ଲକଡ଼ାଉନ କାରଣରୁ ପରିବହନ ସେବା ଭାଙ୍ଗି ପଡ଼ିଥିବା ସ୍ଥଳେ ସିଟି ବସ ସେବା ଅବ୍ୟବସ୍ଥିତ ଭାବେ ଲଟକି ରହିଛି ।
‘ମୋ ବସ’ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରରେ ଟାଉନବସ ସେବା ପ୍ରଚଳନ ନିମନ୍ତେ ୧୫ ଗୋଟି ବସ ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ ୧୦ ଗୋଟି ପାରମ୍ପରିକ ଡିଜେଲ ଚାଳିତ ଓ ପାଞ୍ଚଗୋଟି ଇ-ବସ । ଇ-ବସଗୁଡ଼ିକ ଶୀତତାପ ନିୟନ୍ତ୍ରିତ । ସମସ୍ତ ବସ ଦୀର୍ଘ ଅତୀତରୁ ନିର୍ମିତ ହୋଇ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ହଳଦିଆ ପଦର ବସ ଟର୍ମିନାସରେ ରହୁଛି । ‘ମୋ ବସ’ଗୁଡ଼ିକ କେବଳ ସହର ମଧ୍ୟରେ ଚଳାଚଳ କରିବା ନିମନ୍ତେ ସ୍ଥିର କରାଯାଇଥିବା ଏବଂ ଚାରିଗୋଟି ରୁଟ ପାଇଁ ୧୫ ଗୋଟି ବସ ନିୟୋଜନ କରାଯାଉଥିବା ହେତୁ ବ୍ରହ୍ମପୁରରେ ଟାଉନବସ ସେବା କ୍ଷେତ୍ରରେ ଗତ ଚାରିଗୋଟି ଉଦ୍ୟମରେ ଦେଖା ଦେଇଥିବା ଭୂଲଭଟକା ସଜଡ଼ା ଯାଇ ପାରିବା ଆଶା କରାଯାଇପାରେ । ଅତୀତରେ ମୁଖ୍ୟତଃ ଯାତ୍ରୀ ଅଭାବରୁ ବସ ସେବା କ୍ଷତିଗ୍ରସ୍ତ ହୋଇଥିଲା । କୁହାଯାଏ ଯେ ‘ଓଏସଆରଟିସି’ ୧୮ ମାସ ବ୍ରହ୍ମପୁରରେ ସିଟିବସ ଚଳାଇବା ଲାଗି ୧୪ ଲକ୍ଷ ଟଙ୍କା କ୍ଷତି ସହିଥିଲା । ଟାଉନବସ ଲାଗି ଯାତ୍ରୀଙ୍କ ଅଭାବ ନାହିଁ । ତେବେ ଟାଉନବସ ସେବା ନିଶ୍ଚିତ ହେଲେ ଏବଂ ନିର୍ଦ୍ଧାରିତ ସମୟରେ ବସ ଚଳାଚଳ କଲେ ଯାତ୍ରୀ ଆକୃଷ୍ଟ ହେବେ । ଏହି ସମସ୍ୟାର ସମାଧାନ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ ବସ ଚଳାଚଳ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ।
ତେବେ ବ୍ରହ୍ମପୁରର ଅଣଓସାରିଆ ରାସ୍ତାଘାଟରେ ‘ମୋ ବସ’ ଯୋଜନାରେ ପହଞ୍ଚିଥିବା ବଡ଼ ଆକାରର ବସଗୁଡ଼ିକ ଚଳାଚଳରେ ସମସ୍ୟା ଉପୁଜିବ ନାହିଁ ତ ! ଟ୍ରାଏଲ ରନରେ ହଳଦିଆପଦର ଠାରୁ ଅନ୍ଧପସରା ରୋଡ଼ ଦେଇ ଫାଷ୍ଟ ଗେଟ ଯାଏଁ ଅଣଓସାରିଆ ରାସ୍ତା ସାଙ୍ଗକୁ ରାସ୍ତାକଡ଼ର ଗଛଗୁଡ଼ିକ ସମସ୍ୟା ଉପୁଜାଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ‘ଗଟସଲ’ ଉଦ୍ୟମରେ ବ୍ରହ୍ମପୁରରେ ଟାଉନବସ ସେବା ଆୟୋଜନ କାଳରେ ୨୦୧୬ରେ ସହର ମଧ୍ୟରେ ଅଧିକ ବସ ଚଳାଚଳ ନିମନ୍ତେ ମିନିବସ ଯୋଗାଣ ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଥିବା ପ୍ରସ୍ତାବ ଚର୍ଚ୍ଚିତ ହୋଇଥିଲା । ‘ମୋ ବସ’ ସେବା ସହରର ମଧ୍ୟଭାଗକୁ ସଂପ୍ରସାରିତ କରିବା ଅବସରରେ ଅପେକ୍ଷାକୃତ ଛୋଟ ଇ-ବସ ଚଳାଚଳକୁ ପ୍ରାଥମିକତା ଦେବା ଆବଶ୍ୟକ । ଫଳରେ ବ୍ରହ୍ମପୁରରେ ଟାଉନସ ସେବା ସ୍ୱାବଲମ୍ୱୀ ସ୍ତରରେ ପହଞ୍ଚି ପାରିବ ।

Image by lukaszfenisz from Pixabay
No comments:
Post a Comment