ଆଫଗାନିସ୍ତାନରେ କଠୋରପନ୍ଥୀଙ୍କ ପ୍ରଭୁତ୍ୱ
ବିସ୍ତାର କାଳରେ ସେଠାକାର ସାମାଜିକ ବିଶୃଙ୍ଖଳା ଓ ବହୁ ସଂଖ୍ୟକ ନାଗରିକଙ୍କ ଦେଶାନ୍ତର ଗମନ
ଉଦ୍ୟମ ଗଣମାଧ୍ୟମରେ ଚର୍ଚ୍ଚା ଅବସରରେ #ବ୍ରହ୍ମପୁରରେ କାବୁଲିବାଲାଙ୍କ ସ୍ମୃତି ମନେପଡ଼ିଥାଏ ।
ବ୍ରିଟିଶ ଶାସନାଧିନ ଅବସ୍ଥାରେ ଆଫଗାନିସ୍ତାନବାସୀ ଭାରତର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ହୋଇ
ବ୍ୟବସାୟ କରୁଥାନ୍ତି । ଆଫଗାନିସ୍ତାନ ରାଜଧାନୀ କାବୁଲ ପରିଚିତିରେ ସେମାନେ ‘କାବୁଲିବାଲା’ ନାମିତ । ଆମ ରାଜ୍ୟ ଓଡ଼ିଶାରେ
କାବୁଲିବାଲାମାନେ ମୁଖ୍ୟତଃ ଋଣ ପ୍ରଦାନ ବ୍ୟବସାୟ ଲାଗି ପ୍ରସିଦ୍ଧ ।
ବ୍ରହ୍ମପୁରରେ ଭାପୁର ବଜାର ଓ ଖାଜା ସାହୀ ମଧ୍ୟଭାଗରେ କିଛି କାବୁଲିବାଲା ଭାରତ ସ୍ୱାଧୀନପ୍ରାପ୍ତିର ଦୁଇ ତିନି ଦଶକ ଯାଏଁ ବସବାସ କରି ଋଣ ବ୍ୟବସାୟ ଚଳାଉଥିଲେ । ସ୍ୱାଧୀନତାପୂର୍ବବର୍ତ୍ତୀ ଅବସ୍ଥାରେ ଭାପୁର ବଜାରରେ କାବୁଲିବାଲାଙ୍କ ମାଲିକାନାରେ କେତେଗୋଟି ଦୋକାନ ଥିବା କୁହାଯାଏ । ଅନ୍ୟତ୍ର କାବୁଲିବାଲାମାନେ କିସମିସ ଭଳି ଶୁଖିଲା ଫଳ ‘ଡ୍ରାଏ ଫୃଟ’, ରେଶମ, ପଶମ ଶାଲ ବିକ୍ରୀ ବ୍ୟବସାୟରେ ମଧ୍ୟ ସଂପୃକ୍ତ ରହୁଥିଲେ ।
କାବୁଲିବାଲାଙ୍କ ଗୋରା ତକ ତକ ସୁଉଚ୍ଚ ହୃଷ୍ଟପୃଷ୍ଟ ଚ଼େହରା ଏବଂ ସଲୱାର-ପାଇଜାମା-କାବା-ପଗଡ଼ି ଭଳି ଚିତ୍ତାକର୍ଷକ ବେଶଭୂଷା ସାଙ୍ଗକୁ ମୋଟା ନିଶ, ଦାଢ଼ୀ ଓ ହାତରେ ବାଡ଼ି ଚର୍ଚ୍ଚିତ ଚ଼େହରା । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ କାବୁଲିବାଲା ବେଶ ଧାରଣ ପରମ୍ପରା ରହି ଆସିଛି । ଯାତ୍ରାରେ ଇରାନୀ ବେଶ ମଧ୍ୟ ବେଶ କୌତୁହଳପୂର୍ଣ୍ଣ । ଉଭୟ ଆଫଗାନିସ୍ତାନ ଓ ଇରାନର ବୁଲାବିକାଳୀଙ୍କ ସହ ଦୀର୍ଘ ଅତୀତରୁ ବ୍ରହ୍ମପୁର ପରିଚ଼ିତ ଥିବା ଏଥିରୁ ଅନୁମାନ କରାଯାଏ ।
ସ୍ଥାନୀୟ ଜନମାନସ କାବୁଲିବାଲା ଶାରୀରିକ ଗଠନରେ ଶକ୍ତିଶାଳୀ ଓ ଆର୍ଥିକ କାରବାରରେ କଠୋର ଧାରଣାର ବଶବର୍ତ୍ତୀ ହେଉଥିଲା । କାବୁଲିବାଲାଠାରୁ ଋଣ ଆଣି ଠିକ ସମୟରେ ସୁଧ ନଦେଲେ ବା ମୂଳଧନ ପରିଶୋଧ ନକଲେ ତାହାଠାରୁ ବର୍ତ୍ତିବା ଅସଂଭବ ବୋଲି ବିଶ୍ୱାସ ପ୍ରଚଳିତ ଥିଲା । ଅତୀତରେ ଲଘୁ-ବ୍ୟାଙ୍କିଙ୍ଗ ସେବା ଅଭାବ ହେତୁ ସାଧାରଣ ଲୋକେ ସମୟ ଅସମୟରେ ସାହୁକାର କିମ୍ୱା କାବୁଲିବାଲାଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଥିଲେ ।
ସ୍ଥାନୀୟ ସାହୁକାରଙ୍କ ଲୋଲୁପ ଦୃଷ୍ଟି ଋଣଗ୍ରହୀତାଙ୍କ ସ୍ଥାବର ସମ୍ପତ୍ତି ଉପରେ ନିବଦ୍ଧ ରହୁଥିବା ସ୍ଥଳେ କାବୁଲିବାଲାଠାରୁ ଋଣ ନେବା ଅନ୍ତତଃପକ୍ଷେ ସେଦିଗରୁ ମୁକ୍ତ ବିଚାର କରାଯାଉଥିଲା । କାରଣ କାବୁଲିବାଲାମାନେ ପ୍ରାୟତଃ ଘରଦ୍ୱାର ବା ଜମି କିଣୁ ନଥିଲେ କିମ୍ୱା ଏଠାରେ ସ୍ଥାୟୀ ଭାବେ ବସବାସ କରିବା ଅଭିପ୍ରାୟରେ ନଥିଲେ । ଆଫଗାନିସ୍ତାନରେ ପରିବାରବର୍ଗଙ୍କୁ ଛାଡ଼ି ଜୀବିକାର୍ଜନ ଉଦ୍ଦେଶ୍ୟରେ ସେମାନେ ଭାରତରେ ପୁରପଲ୍ଲୀରେ ପହଞ୍ଚୁଥିଲେ ।
ଶିକ୍ଷିତବର୍ଗ କିଶୋର ବୟସରୁ ରବୀନ୍ଦ୍ରନାଥ ଟାଗୋରଙ୍କ ‘କାବୁଲିବାଲା’ ହୃଦୟସ୍ପର୍ଶୀ ଗଳ୍ପ ମାଧ୍ୟମରେ କାବୁଲିବାଲା ଚ଼ରିତ୍ର ସହ ପରିଚ଼ିତ ହେଉଥିଲେ । ସାଧାରଣତଃ ୧୮୯୨ରେ ରଚ଼ିତ କାବୁଲିବାଲା କ୍ଷୁଦ୍ରଗଳ୍ପ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେଉଥିବା ହେତୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଏହାର ଟିକିନିଖି ଅନୁଶୀଳନ କରୁଥିଲେ । କଲିକତାର ଗଳିକନ୍ଦିରେ କିସମିସ ଓ ଅନ୍ୟାନ୍ୟ ଶୁଖିଲା ଫଳ ବିକ୍ରୀ ଅବସରରେ କାବୁଲିବାଲା ରହମତ ଶେଖ ଲେଖକଙ୍କ ପାଞ୍ଚ ବର୍ଷର ଝିଅ ମିନିର ସଂସ୍ପର୍ଶରେ ଆସେ । କ୍ରମଶଃ ଦିହେଁ ବନ୍ଧୁତ୍ୱରେ ଅବଦ୍ଧ ହୋଇ ପଡ଼ନ୍ତି । ଘଟଣାକ୍ରମେ ଋଣ ଅସୁଲ ମାମଲାରେ ବିବାଦରୁ ଜଣେ କ୍ରେତାଙ୍କୁ ରହମତ ଛୁରୀ ଭୁଷି ଆହତ କରି ଦଶବର୍ଷ ଜେଲ ଯାଏ । ଆଠ ବର୍ଷପରେ ଦଣ୍ଡରୁ ରିହାତି ପାଇ ଜେଲରୁ ଫେରିବା ପରେ ବିବାହ ଅପେକ୍ଷାରତ ମିନିକୁ ସାକ୍ଷାତ କରିବା ପାଇଁ ରହମତ ଆସେ । ତେବେ ମିନି କାବୁଲିବାଲା ସହ ପିଲାଦିନର ଦେଖାସାକ୍ଷାତକୁ ପୁରାପୁରି ଭୁଲି ଯାଇଥାଏ । ରହମତ ମିନିର ବୟସର ଝିଅକୁ ଆଫଗାନିସ୍ତାନରେ ଛାଡ଼ି ଆସିଥାଏ । କାହାଣୀର ଶେଷରେ ରହମତ ଆଫଗାନିସ୍ତାନ ଫେରିଯାଏ ।
ରବୀନ୍ଦ୍ର ନାଥ ଟାଗୋରଙ୍କ କାବୁଲିବାଲା କ୍ଷୁଦ୍ରଗଳ୍ପ ଆଧାରିତ ତପନ ସିହ୍ନାଙ୍କ ନିର୍ଦ୍ଦେଶିତ ବଙ୍ଗଳା ଚଳଚ଼ିତ୍ର ୧୯୫୭ରେ ମୁକ୍ତିଲାଭ କରିଥିଲା । ପରେ ବଲରାଜ ସାହାନୀଙ୍କ ଅଭିନୀତ ଅନ୍ୟ ଏକ ହିନ୍ଦି ଚଳଚ଼ିତ୍ର ୧୯୬୧ରେ, ପୁଣି ଏକ ବଙ୍ଗଳା ଚଳଚ଼ିତ୍ର ୨୦୦୬ରେ ତଥା ପୁଣି ଏକ ହିନ୍ଦି ଚଳଚ଼ିତ୍ର ୨୦୧୮ରେ ନିର୍ମିତ ହୋଇଥିଲା । ପ୍ରଥମ ଦୁଇଗୋଟି ଚଳଚ଼ିତ୍ର ୟୁଟ୍ୟୁବରେ ଉପଲବ୍ଧ ।

(Photo by EJ Wolfson on Unsplash)
No comments:
Post a Comment