ସର୍ବଭାରତୀୟସ୍ତରରେ ବ୍ରିଟିଶ ବିରୋଧୀ
ସ୍ୱାଧୀନତା ସଂଗ୍ରାମ ଊନବିଂଶ ଶତାଦ୍ଦୀ ଶେଷଭାଗରୁ ବିକଶିତ ହେବା ବେଳକୁ #ବ୍ରହ୍ମପୁର
ସହରରେ ଓଡ଼ିଆ ଭାଷାଭାଷୀଙ୍କ ସ୍ୱାର୍ଥ ସଂରକ୍ଷଣ ଲାଗି ଆନ୍ଦୋଳନ ଦାନା ବାନ୍ଧି ସାରିଥାଏ ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ସ୍ୱାଧୀନ ଭାରତ ଗଠନଲାଗି ବ୍ରିଟିଶ ବିରୋଧୀ ଆନ୍ଦୋଳନ
ବ୍ରହ୍ମପୁରର ସ୍ୱତନ୍ତ୍ର୍ୟ ।
ଆନ୍ଦୋଳନ ପୃଷ୍ଠଭୂମି ପ୍ରାଥମିକଭାବେ ଆଲୋଚ଼ନା, ସାଧାରଣ ସଭା, ଦରଖାସ୍ତ ମାଧ୍ୟମରେ ସ୍ଥାନୀୟ ଦାବୀଗୁଡ଼ିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ‘ପିଟିସନ’ ପ୍ରସ୍ତୁତି, ପ୍ରଚାରପତ୍ର ବଣ୍ଟନ ଓ ପତ୍ରପତ୍ରିକା ପ୍ରକାଶନରେ ସୀମିତ ରହୁଥିଲା । ବ୍ରହ୍ମପୁରରେ ୧୮୭୨ରେ ୱିଲିୟମ ମହନ୍ତିଙ୍କ ଦ୍ୱାରା ‘ଗଞ୍ଜାମ-ଉତ୍କଳ-ହିତବାଦିନୀ ସମାଜ’ ଗଠିତ ହୋଇ ୧୮୭୬ରେ ସାପ୍ତାହିକ ‘ସ୍ୱଦେଶୀ’ ଓ ‘ଗଞ୍ଜାମ ନିଉଜ’ ପତ୍ରିକା ପ୍ରକାଶନ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ରାଜନୀତିକ ଓ ଜାତୀୟବାଦୀ ଚେତନାରେ ଉଦବୁଦ୍ଧ କରାଇବା ନିମନ୍ତେ ଉଦ୍ୟମ ହୋଇଥିଲା । ୧୯୧୩ରୁ ଶଶିଭୂଷଣ ରଥଙ୍କ ଦ୍ୱାରା ପ୍ରକାଶିତ ସାପ୍ତାହିକ ‘ଆଶା’, ୧୯୨୮ରେ ‘ଦୈନିକ ଆଶା’ ସମେତ ୧୯୩୧ରେ ‘ନିଉ ଓଡ଼ିଶା’ ଓ ‘ଇଷ୍ଟକୋଷ୍ଟ’ ଭଳି ସମ୍ୱାଦପତ୍ର ପ୍ରକାଶନ ସ୍ଥାନୀୟ ଆନ୍ଦୋଳନାତ୍ମକ ବାତାବରଣକୁ ଶାଣିତ କରିଥିଲା । ସେହିପରି ୧୯୦୫ରେ ନିରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରପାଣି ପ୍ରଧାନଙ୍କ ଦ୍ୱାରା ରଚ଼ିତ ‘ଦି ଓଡ଼ିଆ ମୁଭମେଣ୍ଟ’ ପୁସ୍ତକ ପ୍ରକାଶନ ଆନ୍ଦୋଳନର ବୌଦ୍ଧିକ ପରିବେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ।
ୱିଲିୟମ ମହାନ୍ତି ହିଲପାଟଣା ଅଞ୍ଚଳର ବାସିନ୍ଦା । ଶଶିଭୂଷଣ ରଥ ଅଧୂନା ସବରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ ସ୍ଥାପିତ କାର୍ଯ୍ୟାଳୟରୁ ‘ଆଶା’ ପ୍ରକାଶ କରୁଥିଲେ । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡସ୍ଥିତ ଟ୍ରାଫିକ ପୋଲିସ କାର୍ଯ୍ୟାଳୟ ନିକଟରେ ଶଶିଭୂଷଣ ରଥଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପିତ । ନିରଞ୍ଜନ ପଟ୍ଟନାୟକ ଗାନ୍ଧିବାଦୀ, କଂଗ୍ରେସ ନେତା । ସେ ‘ସମ୍ୱାଦ’ ସମ୍ପାଦକ ଡ଼କ୍ଟର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଜା-ଶ୍ୱଶୁର । ‘ଓଡ଼ିଆ ମୁଭମେଣ୍ଟ’ ପୁସ୍ତକ ଦୁଃଷ୍ପାପ୍ୟ ହୋଇଯାଇଥିଲା । ବର୍ଷୀଆନ କଂଗ୍ରେସ ନେତା ତଥା ମୂଳ ବ୍ରହ୍ମପୁର ନିବାସୀ ଅଧ୍ୟାପକ କୈଳାସ ଆଚାର୍ଯ୍ୟ ୨୦ ବର୍ଷ ତଳେ ତାହାର ପୁନଃ ମୁଦ୍ରଣ କରିଥିଲେ ।
ଭାରତୀୟ ଜାତୀୟ କଂଗ୍ରେସ ଗଠନର ଆଦ୍ୟାବସ୍ଥାରେ ମୁମ୍ୱାଇରେ ୧୮୮୫ ପ୍ରଥମ ଅଧିବେଶନ ଓ କଲିକତାରେ ୧୮୮୬ ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପରର ପ୍ରତିନିଧି ଯୋଗ ଦେଇ ଫେରିବାପରେ ସାଧାରଣ ସଭା ମାଧ୍ୟମରେ ଦେଶବ୍ୟାପୀ ଆନ୍ଦୋଳନ ସଂପର୍କରେ ସହରବାସୀଙ୍କୁ ଅବଗତ କରାଉଥିଲେ । ମୁଖ୍ୟତଃ ସ୍ଥାନୀୟ ଜିଲ୍ଲା ଅଦାଲତର ଓକିଲ ଓ ପୌରପାଳିକାର ସଦସ୍ୟମାନେ ଏହି କ୍ଷେତ୍ରରେ ନେତୃତ୍ୱ ନେଉଥିଲେ । ତତ୍କାଳୀନ କଂଗ୍ରେସ କାର୍ଯ୍ୟକାରିଣୀରେ ବ୍ରହ୍ମପୁରର ଗୁରୁତ୍ୱ ରହିଥିବା ଲକ୍ଷ୍ୟ କରାଯାଏ । କଂଗ୍ରେସର ଏକ ସ୍ୱତନ୍ତ୍ର ଅଧିବେଶନ ୧୯୨୦ରେ ବ୍ରହ୍ମପୁରରେ ଆୟୋଜନ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା । କିନ୍ତୁ ତାହା ସଂଭବ ହୋଇପାରି ନଥିଲା ।
କଂଗ୍ରେସ ପକ୍ଷରୁ ୧୯୨୧ ଅସହଯୋଗ ଆନ୍ଦୋଳନ ଆରମ୍ଭ କାଳରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ବଡ଼ ଡାକଘର ସାମ୍ନା ଅଧୂନା ‘ରାଧା ହୋଟେଲ’ ପରିସରରେ ଏକ ପୁରାତନ କୋଠାକୁ ‘ସ୍ୱରାଜ ଆଶ୍ରମ’ ନାମିତ କରି ଜିଲ୍ଲା କମିଟି ଓ ଅସହଯୋଗ ଆନ୍ଦୋଳନର କାର୍ଯ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ସେଠାରେ ‘ନ୍ୟାସନାଲ ଲଜ’ ନାମରେ ଏକ ପାନ୍ଥଶାଳା ମଧ୍ୟ ଚାଲୁଥାଏ । ବର୍ହିଆଗତ ସ୍ୱାଧୀନତା ସଂଗ୍ରାମୀମାନେ ଏହି ଲଜରେ ଭଡ଼ା ଦେଇ ରହୁଥାନ୍ତି । ଗତ ଶତାଦ୍ଦୀର ସପ୍ତମ ଦଶକ ଶେଷ ଯାଏଁ ‘ନ୍ୟାସନାଲ ଲଜ’ର ସ୍ମୃତି ରହିଥିଲା । ଧାଡ଼ିଏ ଖପର ଚାଳ ଏକ ବଖୁରିଆ କଠୋରୀ ସହ କମନ ବାଥ ଓ ଟଏଲେଟର ବ୍ୟବସ୍ଥା । ସ୍ୱାଧୀନୋତ୍ତର ଅବସ୍ଥାରେ ସେଠାରେ ଏକ ଖଦୀ ଦୋକାନ ମଧ୍ୟ ଚାଲିଥିଲା ।
ମହାତ୍ମାଗାନ୍ଧୀ ୧୯୨୧ ମାର୍ଚ୍ଚ ଓ ୧୯୨୭ ଡ଼ିସେମ୍ୱର ଦୁଇଥର ବ୍ରହ୍ମପୁର ପରିଦର୍ଶନରେ ଆସି ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର କରିଥିଲେ । ଫଳତଃ ୧୯୩୦-୩୧ରେ ଲବଣ ସତ୍ୟାଗ୍ରହରେ ବ୍ରହ୍ମପୁରର ଆନ୍ଦୋଳନକାରୀମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଉଲ୍ଲେଖଯୋଗ୍ୟ । ସହରର ପ୍ରମୁଖ କଂଗ୍ରେସ ନେତା ବିଶ୍ୱନାଥ ଦାସ ଓ ଭି.ଭି.ଗିରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜମିଦାରୀରେ ଚାଷ ଜମିର ସତ୍ତ୍ୱ ଦାବୀ କରି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥାନ୍ତି । ୧୯୩୪ରେ ଖଲ୍ଲିକୋଟ ଜମିଦାରୀ ଅନ୍ତର୍ଗତ କୋଦଳା ଅଞ୍ଚଳରେ ଏକ ବିକ୍ଷୋଭ ଅବସରରେ ଭଡ଼ାଟିଆ ଗୁଣ୍ଡାମାନଙ୍କ ଆକ୍ରମଣର ଶୀକାର ହୋଇଥିଲେ । ଏହାର ପ୍ରତିବାଦରେ ବ୍ରହ୍ମପୁରରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ସହରର ମୁଖ୍ୟରାସ୍ତା ପରିକ୍ରମା କରି ଶୋଭାଯାତ୍ରା ବଡ଼ବଜାର ଅଞ୍ଚଳରେ ପହଞ୍ଚିବା ପରେ ପୋଲିସ ପକ୍ଷରୁ ଶୋଭାଯାତ୍ରା ଅଂଶଗ୍ରହଣକାରୀଙ୍କ ଉପରେ ଲାଠି ଓ ଗୁଳି ଚାଳନା ହୋଇଥିଲା । ପୋଲିସ ଗୁଳିରେ ଶ୍ୟାମବାବୁ ନାମକ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଶୋଭାଯାତ୍ରାକାରୀଙ୍କୁ ଗିରଫ କରାଯାଇ ଦଣ୍ଡବିଧାନରେ ତପ୍ତପାଣି ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ବ୍ରହ୍ମପୁରରେ ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଏହା ଏକ କଳଙ୍କିତ ଅଧ୍ୟାୟ । ବ୍ରହ୍ମପୁରରୁ ୧୯୮୫ରେ ପ୍ରକାଶିତ ମାଗୁଣି ଦାସ ସଂକଳିତ ‘ଗଞ୍ଜାମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ’ ସ୍ମରଣିକାରେ ଏହି ଘଟଣାର ବିଶଦ ବିବରଣୀ ବର୍ଣ୍ଣନା କରାଯାଇଛି ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୭ ଅଗଷ୍ଟ ୨୦୨୧ / ପୃଷ୍ଠା :୮)
Photo by Hussain Badshah on Unsplash
No comments:
Post a Comment