#ବ୍ରହ୍ମପୁର ସହରରେ ପ୍ରଥମ ଫ୍ଳାଇ-ଓଭର ଗେଟ ବଜାର
ଛକରେ ନିର୍ମାଣ ନିମନ୍ତେ ପ୍ରସ୍ତାବ ସର୍ବେକ୍ଷଣ ବା ସର୍ଭେ ସ୍ତରରେ ରହିଥିବା ଚର୍ଚ୍ଚିତ ।
ଅକ୍ଟୋବର ୨୦୨୩ ସୁଦ୍ଧା ‘ଓଡ଼ିଶା ବ୍ରିଜ
କନଷ୍ଟ୍ରକସନ କର୍ପୋରେସନ’ ପକ୍ଷରୁ
ଦୁଇଗୋଟି ଆଲାନମେଣ୍ଟ ସର୍ଭେ ସରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ପ୍ରାଥମିକ ତଥ୍ୟ ଅନୁଯାୟୀ
ଫ୍ଳାଇ-ଓଭର ଆସିକା ରୋଡ଼ ନୀଳାଦ୍ରି ବିହାର ଛକରୁ ଆରମ୍ଭ ହୋଇ ସିଟି ହସପିଟାଲ ଛକରେ ଶେଷ ହେବ ।
ଅର୍ଥାତ, ସହରର ମଧ୍ୟକୁ ଆସିକା ରୋଡ଼ ଦେଇ ହିଞ୍ଜିଳିକାଟୁ, ଆସିକା, ଭଂଜନଗର, ଦିଗପହଣ୍ଡି,
ଫୁଲବାଣୀ ଇତ୍ୟାଦି ଅଞ୍ଚଳରୁ ପହଞ୍ଚୁଥିବା ଭାରୀ ଯାନବାହାନ ତୁଳସୀ ନଗର, ରମ୍ପା ସାହି, ଗେଟ ବଜାର
ଛକ ଓ ସିଟି ହସପିଟାଲ ରାସ୍ତାରେ ଭିଡ଼ ନଜମାଇ ଫ୍ଳାଇ-ଓଭର ଯୋଗେ ଷ୍ଟେଟବ୍ୟାଙ୍କ ମେନ ବ୍ରାଞ୍ଚ
ଛକରେ ପହଞ୍ଚି ପାରିବେ । ମୁଖ୍ୟତଃ ଗେଟ ବଜାର ଛକରେ ପାଞ୍ଚ ଗୋଟି ରାସ୍ତା ମିଳିତ ହେଉଥିବା ଓ
ଦୋକାନ ବଜାର କାରଣରୁ ଦିନ ସାରା ଟ୍ରାଫିକ ସମସ୍ୟା ଲାଗି ରହିଥାଏ । ଗହଳ ଚହଳ ଅଞ୍ଚଳରେ ଭାରୀଯାନ
ପ୍ରବେଶ ହେତୁ ଟ୍ରାଫିକ ଚଳାଚଳରେ ବିଳମ୍ୱ ଓ ଦୁର୍ଘଟଣା ଘଟେ । ଗେଟ ବଜାର ଫ୍ଳାଇ-ଓଭର ନିର୍ମିତ
ହେଲେ ଏହି ଦୁଇ ସମସ୍ୟାରୁ ନିସ୍ତାର ମିଳିବା ଆଶା କରାଯାଉଛି ।
ଗେଟ ବଜାର ଛକ ବ୍ରହ୍ମପୁରର ଅନ୍ୟତମ ପୁରାତନ ଅଞ୍ଚଳ । ବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ଅଧୂନା ସିଟି ହସପିଟାଲ ରାସ୍ତାର ଦୁଇ ପାର୍ଶ୍ୱରେ କେତେକ ସରକାରୀ କୋଠା ନିର୍ମାଣ ଓ କାର୍ଯ୍ୟାଳୟ ପ୍ରତିଷ୍ଠା ପରେ ଗେଟ ବଜାର ଗଢ଼ି ଉଠିଥିଲା। ଗେଟ ବଜାରରୁ ଆଭ୍ୟନ୍ତରୀଣ ଗଞ୍ଜାମ, ଫୁଲବାଣୀ, କୋରାପୁଟ ଓ କଳାହାଣ୍ଡିକୁ ସଡ଼କ ପଥ ଲମ୍ୱି ଥିବା ସ୍ଥଳେ ଲୋଚ଼ାପଡ଼ା, ନିମଖଣ୍ଡି, ଜଗଦଳପୁର ଓ ଭାବିନୀପୁର ପ୍ରଭୃତି ଅଞ୍ଚଳକୁ ସଂଯୋଗ ରାସ୍ତା ଯୋଡ଼ି ହୋଇଥିଲା । ଫଳରେ ଜନସମାଗମ ସାଙ୍ଗକୁ ମାଲ ପରିବହନରେ ଗୁରୁତ୍ୱ ବହନ କରୁଥିଲା । ସ୍ୱାଧୀନୋତ୍ତର ଅବସ୍ଥା ଯାଏଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଟ୍ରେଜେରୀ ଓ ଜିଲ୍ଲା ଚ଼ିକିତ୍ସାଳୟ ସିଟି ହସପିଟାଲ ରୋଡ଼ରେ ହିଁ ଚାଲୁଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଟ୍ରେଜେରୀ କୋର୍ଟପେଟାକୁ ସ୍ଥାନାନ୍ତରିତ ହୋଇଥିଲା ।
ଷ୍ଟେଟ ବ୍ୟାଙ୍କ ମେନ ବ୍ରାଞ୍ଚ ଛକରୁ ଗେଟ ବଜାର ଦେଇ ଆସିକାରୋଡ଼ ରାସ୍ତା ମୂଳତଃ ପ୍ରଶସ୍ତ ରହିଥିଲେ ହେଁ କାଳକ୍ରମେ ଦୋକାନ ବଜାର ଗଢ଼ି ଉଠିବାରୁ ସଂକୀର୍ଣ୍ଣ ହୋଇଯାଇଥିବା ଦେଖିବାକୁ ମିଳେ । ଫ୍ଲାଇ-ଓଭର ସର୍ଭେ ବେଳେ ଜଣାଯାଇଥିଲା ଯେ ଏହି ରାସ୍ତାର ପ୍ରସ୍ଥ ୧୪ ମିଟରରୁ ୧୮ ମିଟର ଯାଏଁ ରହିଛି । ଫ୍ଳାଇ-ଓଭର ନିମନ୍ତେ ୨୨ ମିଟର ଚଉଡ଼ା ବିଶିଷ୍ଟ ବ୍ରିଜ ଓ ଏପ୍ରୋଚ଼ ରୋଡ଼ ନିର୍ମାଣ କରାଗଲେ ପ୍ରାୟ ୪ ରୁ ୮ ମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିପାରେ । ଅର୍ଥାତ, ରାସ୍ତାର ଦୁଇ ପାର୍ଶ୍ୱରୁ ଜବର ଦଖଲ ହଟାଇ ଅଧିକ କିଛି ଜମି ଉଚ୍ଛେଦ ହେବ । ନୀଳାଦ୍ରି ବିହାରରୁ ଆରମ୍ଭ ହେବାକୁ ଥିବା ଗେଟ ବଜାର ଫ୍ଳାଇ-ଓଭର ସିଟି ହସପିଟାଲ ଛକ ଶେଷ ଯାଏଁ ୯୨୦ ମିଟର ବା ପ୍ରାୟ ଏକ କିଲୋମିଟର ଦୀର୍ଘ ହେବା ପ୍ରସ୍ତାବ ବିଚାରାଧୀନ ରହିଛି ।
ପରିବର୍ତ୍ତିତ ପରିବେଶରେ ସଡ଼କ ପଥରେ ଚଳାଚଳ ବଢ଼ି ଚାଲିଛି । ଏକ ପକ୍ଷରେ ଗ୍ରାମାଞ୍ଚଳରେ ପ୍ରତି ଦୁଇ ପରିବାର ମଧ୍ୟରୁ ଗୋଟିଏ ପରିବାର କୌଣସି ଯାନବାହନର ମାଲିକ ଥିବା ସ୍ଥଳେ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ସାମାଜିକ କାରଣରୁ ସହରାଞ୍ଚଳକୁ ବାରମ୍ୱାର ଆତଯାତ କରୁଛନ୍ତି । ଅପରପକ୍ଷରେ ଯାତ୍ରୀ ଓ ମାଲ ପରିବହନ ନିମନ୍ତେ ବଡ଼ ପରିବର୍ତ୍ତେ ବହୁ ସଂଖ୍ୟକ ଛୋଟ ଯାନବାହାନ ଚଳାଚଳ କରୁଛି । ଫଳରେ ଟ୍ରାଫିକ ଭାର ଅସଂଭାଳ ଅବସ୍ଥାରେ ପହଞ୍ଚୁଛି । ସହରାଞ୍ଚଳରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ଫ୍ଳାଇ-ଓଭର ନିର୍ମାଣ ଏକ ଦୀର୍ଘ ମିଆଦୀ ସମାଧାନ । ତେଣୁ ଫ୍ଳାଇ-ଓଭର ନିର୍ମାଣକୁ ସମସ୍ତେ ସ୍ୱାଗତ କରିବେ । ତେବେ ଫ୍ଳାଇ-ଓଭର ନିର୍ମାଣ କେତେ ସମୟ ଲାଗିବ ଓ ନିର୍ମାଣର ମାନ କଣ ରହିବ ତାହା ବିତର୍କର ବିଷୟ । ଫ୍ଳାଇ-ଓଭର ବର୍ଷ ବର୍ଷ ଧରି ନିର୍ମାଣଧୀନ ଅବସ୍ଥାରେ ରହିବା ଫଳରେ ସେହି ରାସ୍ତା ବ୍ୟବହାରକାରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଊଦାହରଣର ଅଭାବ ନଥାଏ ।
ଆସିକା ରୋଡ଼ରେ ରମ୍ପାସାହି ଓ ସିଟି ହସପିଟାଲ ରାସ୍ତାକଡ଼େ ଅନଧିକାର ବସ ରହେଣୀ ଓ ଟ୍ରାଫିକ ନିୟମକାନୁନର ଖୋଲା ଉଲଂଘନ ଲାଗି ରହିଥାଏ । ପୋଲିସ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆକଟ କାମ କରିନଥାଏ । ସହରର ଉପକଣ୍ଠ ହଳଦିଆପଦରଠାରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ୨୦୧୬ରୁ ପ୍ରସ୍ତୁତି ହୋଇ ରହିଥିଲେ ହେଁ ବ୍ୟବହୃତ ହୋଇପାରୁ ନାହିଁ । ଗେଟ ବଜାର ଫ୍ଳାଇ-ଓଭର କାମ ଆରମ୍ଭରେ ଆସିକା ରୋଡ଼ ଓ ସିଟି ହସପିଟାଲ ରୋଡ଼ରେ ଯାନବାହାନ ଚଳାଚଳ ବାରଣ ହେଲେ ଅନ୍ତତଃପକ୍ଷେ ହଳଦିଆପଦର ବସ ଟର୍ମିନାଲ ବାଧ୍ୟବାଧକତାରେ କାର୍ଯ୍ୟକାରୀ ହେବା ଆଶା କରାଯାଇପାରେ ! କିନ୍ତୁ ଯଦି ଫ୍ଳାଇ-ଓଭର ନିର୍ମାଣ କାମ ଆରମ୍ଭ ହୁଏ, ତେବେ ତାହା ୨୦୨୪ ନିର୍ବାଚନ ପର କଥା ନୁହେଁ କି !!

Image by domi yanto from Pixabay
No comments:
Post a Comment