#ବ୍ରହ୍ମପୁର ସହରବାସୀ ବତୀଘର ସହ ବେଶ ପରିଚ଼ିତ ।
ଊନବିଂଶ ଶତାଦ୍ଦୀ ଶେଷଭାଗ ଓ ବିଂଶ ଶତାଦ୍ଦୀ ପ୍ରଥମଭାଗରେ ବ୍ରହ୍ମପୁର ସହରଠାରୁ ପନ୍ଦର କିଲୋମିଟର
ଦୂରବର୍ତ୍ତୀ ଗୋପାଳପୁରରେ ସାମୁଦ୍ରିକ ବନ୍ଦର କାର୍ଯ୍ୟକ୍ଷମ ଥିଲା । ସେହି ସମୟରୁ ସାଗରବେଳାରେ
ନିର୍ମିତ ବତୀଘର ବ୍ରହ୍ମପୁର ଜନ୍ମିତଙ୍କୁ ଦେଢ଼ ଶହ ବର୍ଷ ଧରି ଶୈଶବ ଅବସ୍ଥାରୁ ପରିଚ଼ିତ
କରାଇଆସିଛି । ଅନେକଙ୍କ କ୍ଷେତ୍ରରେ ଜୀବନର ପ୍ରଥମ ପର୍ଯ୍ୟଟନ ଅବସରରେ ଘନନୀଳ ସୁବିସ୍ତୀର୍ଣ୍ଣ
ଜଳରାଶିର ଉତ୍ତାଙ୍ଗ ତରଙ୍ଗରୁ ଦୃଷ୍ଟି ଅପସାରିତ ହୋଇ ନାଲି ଓ ଧଳା ରଙ୍ଗର ସୁଉଚ୍ଚ ବତୀଘର ଆଡ଼କୁ
ଆକର୍ଷିତ ହୋଇଥାଏ । ବ୍ରହ୍ମପୁରବାସୀଙ୍କ ବ୍ୟକ୍ତିଗତ ଜୀବନରେ ଆନନ୍ଦ ଓ ଅବସାଦର ମୂକସାକ୍ଷୀ
ଗୋପାଳପୁର ବତୀଘର !
ନିକଟ ଇତିହାସରେ ଓଡ଼ିଶା ରାଜ୍ୟରେ ଗୋପାଳପୁରହିଁ ଏକ ମାତ୍ର ଯାତ୍ରୀବାହୀ ବନ୍ଦର ରୂପେ କାର୍ଯ୍ୟ କରୁଥିଲା । ମାସେ ଦୁଇ ମାସରେ ଥରେ ଯାତ୍ରୀମାନଙ୍କୁ ଘେନି ଜାହାଜ ତତକାଳୀନ ରେଙ୍ଗୁନ ବା ବର୍ମା, ମିଆଁମାରକୁ ଯାଉଥିଲା । ଗଞ୍ଜାମ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ଯୁବାବସ୍ଥାରେ ଘେରାଏ ରେଙ୍ଗୁନ ବୁଲିଆସିବା ଏକ ସଉକରେ ପରିଣତ ହୋଇଥିଲା । ଚାଷୀ ପରିବାରର ଯୁବକମାନେ କିଛି ଦିନ ସେଠାକାର କୃଷି କ୍ଷେତ୍ରରେ ଶ୍ରମିକଭାବେ ଅବସ୍ଥାପିତ ହୋଇ ବର୍ଷେ ଦୁଇ ବର୍ଷ ପରେ ନିଜ ଗ୍ରାମକୁ ଫେରି ଆସୁଥିଲେ । ତେବେ ଜୀବନବ୍ୟାପୀ ଗୋପାଳପୁର ବନ୍ଦରରୁ ଜାହାଜରେ ଯାତ୍ରା ଓ ରେଙ୍ଗୁନ ଅନୁଭୂତି ବସାବାନ୍ଧି ରହୁଥିଲା ।
ପୁରାତନ ବନ୍ଦର ଗୋପାଳପୁର ସହରରେ ଅବସ୍ଥିତ ଥିଲା । ଗୋପାଳପୁର ବେଳାଭୂମିରେ ଭଙ୍ଗା ଗୋଦାମ ଓ ବତୀଘର ବନ୍ଦରର ସ୍ମୃତି ବହନକରେ । ଜାହାଜ ଯାତ୍ରୀଙ୍କ ରହେଣୀ ଉଦ୍ଦେଶ୍ୟରେ ଜଣେ ବିଦେଶୀ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଟେଲ ପ୍ରଥମେ ଓବରାଇ ଓ ପରେ ମେ’ ଫେୟାର ଗୃପ କିଣିନେଇ ପୁନଃନିର୍ମାଣ କରିଛନ୍ତି । ନୂଆ ଗୋପାଳପୁର ବନ୍ଦର ୧୮ କିଲୋମିଟର ଦୂରବର୍ତ୍ତୀ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଗଢ଼ି ଉଠିଛି । ତେବେ ପୂର୍ବବତ ନୂତନ ଗୋପାଳପୁର ବନ୍ଦରରୁ ଯାତ୍ରୀବାହୀ ଜାହାଜ ଚଳାଚଳ କରୁନାହିଁ ।
ପୁରାତନ ଗୋପାଳପୁର ବନ୍ଦର ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଗୁରୁତ୍ୱ ଲାଭ କରିଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବର୍ମାରୁ ଚାଉଳ ଆମଦାନୀ ବ୍ୟବସାୟ ବନ୍ଦ ଏବଂ ରାଜନୀତିକ ଅସ୍ଥିରତା ହେତୁ ଗୋପାଳପୁର ବନ୍ଦର ବନ୍ଦ ହୋଇଯାଇଥିଲା । ଉପକୂଳ ଓଡ଼ିଶାରେ ରେଳପଥ ଓ ସଡ଼କପଥର ବିକାଶ ମଧ୍ୟ ଅନ୍ୟତମ କାରଣ । ଗୋପାଳପୁର ବନ୍ଦର ଦେଇ ଆମଦାନୀ ଓ ରପ୍ତାନୀ କାରବାର ମୁଖ୍ୟତଃ ବିଶାଖାପାଟଣା ବନ୍ଦରକୁ ସ୍ଥାନାନ୍ତରିତ ହୋଇଥିଲା ।
ଗୋପାଳପୁର ବତୀଘରର ମୂଳ ମଞ୍ଚ ୧୮୭୧ରେ ନିର୍ମିତ ହୋଇ ୧୯୨୫ରେ ଉନ୍ନତି କରାଯାଇଥିଲା । ତେବେ ପକ୍କା ବତୀଘର ୧୯୬୭ରେ ବର୍ତ୍ତମାନର ରୂପ ଧାରଣ କରିଥିଲା । ଗୋପାଳପୁର ବ୍ୟତୀତ ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ବ୍ଳକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପ୍ରୟାଗି ଗ୍ରାମ ନିକଟରେ ଅନ୍ୟ ଏକ ବତୀଘର ରହିଛି । ଗୋପାଳପୁର ବତୀଘରକୁ ପର୍ଯ୍ୟଟକମାନେ ଆଗ୍ରହ ସହକାରେ ପରିଦର୍ଶନ କରିଥାନ୍ତି । ସାଧାରଣତଃ ଅପରାହ୍ନରେ ପର୍ଯ୍ୟଟକମାନଙ୍କୁ ବତୀଘର ସିଡ଼ି ଚଢ଼ି ଶୀର୍ଷ ସ୍ଥଳୀ ଯିବା ପାଇଁ ଅନୁମତି ମିଳିଥାଏ । ପ୍ରତ୍ୟେହ ସନ୍ଧ୍ୟା ୫.୩୦ ଯାଏଁ ବତୀଘର ଦର୍ଶକଙ୍କ ଲାଗି ଉନ୍ମୁକ୍ତ ରହେ । ବତୀଘର ଶୀର୍ଷରୁ ଗୋପାଳପୁର ସଂଲଗ୍ନ ସମୁଦ୍ର ଓ ସ୍ଥଳଭାଗର ଶୋଭାରାଜି ସ୍ମରଣୀୟ ଅନୁଭୂତି ।
ଗୋପାଳପୁର ବତୀଘର କେନ୍ଦ୍ର ସରକାରଙ୍କ ଜାହାଜ ପରିବହନ ମନ୍ତ୍ରଣାଳୟ ଅଧୀନସ୍ଥ । ଗୋପାଳପୁର ସମେତ ଓଡ଼ିଶା ଉପକୂଳରେ ଅବସ୍ଥିତ ପୁରୀ, ଚନ୍ଦ୍ରଭାଗା, କେନ୍ଦ୍ରପଡ଼ା ଓ ପାରାଦ୍ୱୀପ ପାଞ୍ଚଗୋଟି ବତୀଘର ପ୍ରାଙ୍ଗଣରେ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଏକ ଯୋଜନା ପ୍ରଣୟନ କରାଯାଇଛି । ଏହା ସରକାରୀ ଓ ଘରୋଇ ଉଦ୍ୟୋଗ ସହଭାଗିତା ‘ପବ୍ଳିକ-ପ୍ରାଇଭେଟ-ପାର୍ଟନରସିପ’ ଢାଞ୍ଚାରେ ପରିଚାଳିତ ହେବା ସ୍ଥିରୀକୃତ ହୋଇଛି । ଏଥିଲାଗି ସ୍ଥାନୀୟ ପ୍ରଶାସନ ଓ ଉପକୂଳ ନିୟନ୍ତ୍ରଣ ଅଧିକାରୀଙ୍କଠାରୁ ଅନୁମତି ଅଣାଯାଇ ସରିଥିବା ଜଣାଯାଏ । ରାଜ୍ୟ ବତୀଘରଗୁଡିକ ମଧ୍ୟରୁ ୧୮୩୬ରେ ନିର୍ମିତ କେନ୍ଦ୍ରପଡ଼ାର ‘ଫଲସ ପଏଣ୍ଟ’ ବତୀଘର ସର୍ବପ୍ରାଚୀନ କୁହାଯାଏ ।
ଗୋପାଳପୁର ବତୀଘର ନିକଟ ଅତୀତରେ ୧୯୯୯ର ମହାବାତ୍ୟା ଓ ୨୦୧୩ର ଫାଇଲିନ ବାତ୍ୟାର ସମ୍ମୁଖୀନ ହୋଇଥିଲା । ତେବେ ବିଶେଷ କ୍ଷୟକ୍ଷତି ଘଟିନଥିଲା । ଗୋପାଳପୁର ବତୀଘର ପୃଷ୍ଠଭୂମିରେ ଓଡ଼ିଆ ଓ ବଙ୍ଗଳାରେ ୧୯୭୫ରେ ‘ବତୀଘର’ ନାମକ ଏକ ଚଳଚ଼ିତ୍ର ନିର୍ମିତ ହୋଇଥିଲା । ବଙ୍ଗଳା ନିର୍ଦ୍ଦେଶକ ତପନ ସିହ୍ନାଙ୍କ ‘ଅଦାଲତେ ଏକଟା ମେ’ ଚଳଚ଼ିତ୍ରରେ ମଧ୍ୟ ଗୋପାଳପୁର ବତୀଘରର ବର୍ଣ୍ଣନା ରହିଛି । ବଙ୍ଗଳା ଓ ହିନ୍ଦି ଚଳଚ଼ିତ୍ର ଅଭିନେତ୍ରୀ ତନୁଜା ୧୯୮୧ରେ ନିର୍ମିତ ଚଳଚ଼ିତ୍ରଟିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଚଳଚ଼ିତ୍ରଟି ୟୁଟ୍ୟୁବ ଷ୍ଟ୍ରୀମିଂ ମଞ୍ଚରେ ଉପଲବ୍ଧ ।

Image by Evgeni Tcherkasski from Pixabay
No comments:
Post a Comment