#ବ୍ରହ୍ମପୁର ସନ୍ନିକଟ ଗୋପାଳପୁର ବେଳାଭୂମି ଓ ବନ୍ଦର
ସହ ପଶ୍ଚିମବଙ୍ଗର ଦୀଘା ସଡ଼କ ପଥ ସଂଯୋଗ ଓ ଫୁଲବାଣୀ-ରେଢ଼ାଖୋଲ ରେଳପଥ ସଂଯୋଗ ପରିକଳ୍ପନାର
ବାସ୍ତବ ରୂପାୟନ ସାଧାରଣ ନିର୍ବାଚ଼ନ ୨୦୨୪ ପରବର୍ତ୍ତୀ ଅବସ୍ଥାରେ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ
।
ଗୋପାଳପୁରଠାରୁ ଦୀଘା ଯାଏଁ ‘ଭାରତମାଳା ପରିଯୋଜନା’ରେ ଉପକୂଳ ରାଜରାସ୍ତା ନିର୍ମାଣ ନିମନ୍ତେ ୨୦୧୫ରେ ନିଷ୍ପତି ଗ୍ରହଣ କରାଯାଇଥିଲା । ତେବେ ସର୍ଭେ ଅବସରରେ ଚିଲିକା ହ୍ରଦର ଜୈବ-ବିବିଧତା ଓ ପରିବେଶ ସୁରକ୍ଷା ସମସ୍ୟାକୁ କେନ୍ଦ୍ର କରି ଗୋପାଳପୁର ବଦଳରେ ଟାଙ୍ଗୀରୁ ଦୀଘା ଯାଏଁ ଉପକୂଳ ରାଜରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବ୍ରହ୍ମପୁରବାସୀ ଏହାର ବିରୋଧ କରିଥିଲେ ଏବଂ ପର୍ଯ୍ୟାବରଣ ସୁରକ୍ଷା ଲାଗି ବିକଳ୍ପ ବ୍ୟବସ୍ଥାରେ ରାଜରାସ୍ତା ସଂଯୋଗ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ସାଧାରଣ ନିର୍ବାଚ଼ନ ୨୦୨୪ ପ୍ରଚାର ଅଭିଯାନରେ ସଡ଼କ ପରିବହନ ଓ ରାଜରାସ୍ତା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ ଯେ ଭାରତମାଳା ପରିଯୋଜନାରେ ବାଦ ପଡ଼ିଥିବା ଗୋପାଳପୁର-ସାତପଡ଼ାକୁ ସଂଯୋଗକାରୀ ରାସ୍ତା ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରାଯାଇଛି । ଦୁଇ ଲେନ ବିଶିଷ୍ଟ ଅଢ଼େଇ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ରାସ୍ତାରେ ଏକ କିଲୋମିଟର ଚିଲିକା ଜଳରାଶି ଉପରେ ସେତୁ ବା ବ୍ରିଜ ରହିବ । ଏତଦ୍ୱାରା ଜାତୀୟ ରାଜପଥ-୫, ୧୬(କ) ଏବଂ ୩୧୬(କ) ସଂଯୋଗ ସ୍ଥାପିତ ହୋଇ ପରିବହନ ନିମନ୍ତେ ଆଉ ଡ଼ଙ୍ଗା ଆବଶ୍ୟକ ପଡ଼ିବ ନାହିଁ ।
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚ଼ନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଳକ ଚାରିଛକ ଖେଳପଡ଼ିଆରେ ମେ’୯ ତାରିଖ ଅପରାହ୍ନରେ ଆୟୋଜିତ ନିର୍ବାଚ଼ନ ସଭାରେ ନୀତିନ ଗଡ଼କରି ଉଦବୋଧନ ଦେଇଥିଲେ । ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ସେ କୁଆଡ଼େ କହିଥିଲେ ଯେ ସେ ଜନତାଙ୍କୁ ସ୍ୱପ୍ନ ଦେଖାନ୍ତି ନାହିଁ । ସେ ଯାହା କହନ୍ତି, ତାହା କାମରେ ପରିଣତ କରନ୍ତି । ବିଗତ ଦଶ ବର୍ଷରେ ୫୦ ଲକ୍ଷ କୋଟି ଟଙ୍କାର କାମ କରିଛନ୍ତି । କେହି କହିପାରିବେ ନାହିଁ ଯେ ସେ ଯାହା କହିଛନ୍ତି ସେଥିରୁ କୌଣସିଟି କରିନାହାନ୍ତି ।
ସେହିପରି ୨୦୧୦-୧୧ରୁ ଗୋପାଳପୁର-ଫୁଲବାଣୀ-ସମ୍ୱଲପୁର ରେଳ ସଂଯୋଗ ପ୍ରସ୍ତାବ ଅଟକି ରହିଛି । ଏହି ପ୍ରକଳ୍ପ ନିମନ୍ତେ ୨୦୨୩ରେ ପ୍ରସ୍ତୁତ ୨୪୧ କିଲୋମିଟର ରେଳପଥର ଡ଼ିଟେଲଡ଼ ପ୍ରୋଜେକ୍ଟ ରିପୋର୍ଟରେ ଫୁଲବାଣୀ ସହରକୁ ବାଦ ଦିଆଯାଇଥିବା ଜଣାଯିବା ପରେ ଜନ ଅସନ୍ତୋଷ ଦେଖା ଦେଇଥିଲା । ଫୁଲବାଣୀ ଦେଇ ରେଳପଥ ନିର୍ମାଣ ନିମନ୍ତେ ପାର୍ବତ୍ୟାଞ୍ଚଳରେ ରେଳଧାରଣା ବିଛାଇବା କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବା କାରଣ ଦର୍ଶାଯାଇ ମାନଚ଼ିତ୍ରରେ କାଟଛାଟ କରାଯାଇଥିବା କୁହାଯାଇଥିଲା । ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଖଲ ହୋଇଥିବା ଡ଼ିପିଆର ଫେରାଇ ଦେଇ ପୂର୍ବ ଯୋଜନା ମୁତାବକ ଫୁଲବାଣୀ ସହର ଦେଇ ରେଳପଥ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଗୋପାଳପୁର-ଫୁଲବାଣୀ-ରେଢ଼ାଖୋଲ କେନ୍ଦ୍ର ସରକାରଙ୍କ ‘ଗତିଶକ୍ତି’ ଯୋଜନାରେ ସାମିଲ କରାଯାଇଛି । ଆଗାମୀ ୨୦୨୮ ମାର୍ଚ୍ଚ ମାସ ସୁଦ୍ଧା ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରୂପାୟନ ନିମନ୍ତେ ନୀତିଗତ ନିଷ୍ପତି ଗୃହୀତ ହୋଇଛି ।
ଗୋପାଳପୁର-ଦୀଘା ସହ ଦୁଇ ପର୍ଯ୍ୟାୟରେ ସଡ଼କପଥ ଏବଂ ଗୋପାଳପୁର-ଫୁଲବାଣୀ-ରେଢ଼ାଖୋଲ ରେଳପଥ ସଂଯୋଗ ବ୍ରହ୍ମପୁର ସହର ନିମନ୍ତେ ବହୁମୁଖୀ ବିକାଶର ସୁଯୋଗ ସୃଷ୍ଟି କରିବା ଆଶା କରାଯାଇପାରେ । ଗୋପାଳପୁରଠାରେ ୩୦ ବର୍ଷ ପୂର୍ବେ ଇସ୍ପାତ କାରଖାନା ନିମନ୍ତେ ଅଧିଗୃହୀତ ଜମିରେ ଟାଟା ଗୃପ ପକ୍ଷରୁ ଶିଳ୍ପପାର୍କ କାର୍ଯ୍ୟକ୍ଷମ କରିବା ଓ ଗୋପାଳପୁର ବନ୍ଦର ଆଦାନୀ ଗୃପ ହାତକୁ ଯିବା ପରେ ୧୦ ଓ ୧୫ ବର୍ଷ ଧରି ପଡ଼ିରହିଥିବା ଗୋପାଳପୁରକୁ ଅଧିକ ସଡ଼କପଥ ଓ ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ହେବା ଆଶା କରାଯିବା କଥା । ଅପରପକ୍ଷେ ଗୋପାଳପୁର-ରେଢ଼ାଖୋଲ ରେଳପଥ ଗତି କରୁଥିବା ଚାରିଗୋଟି ସାଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସିକା, କନ୍ଧମାଳ ଓ ସମ୍ୱଲପୁରର ବିଜେପି ସାଂସଦ ନିର୍ବାଚ଼ିତ ହୋଇଛନ୍ତି । ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ ଓ ନୀତିନ ଗଡ଼କରି ରେଳ ଓ ସଡ଼କ ପରିବହନ ମନ୍ତ୍ରୀ ଭାବେ ପୁନର୍ବାର ଅବସ୍ଥାପିତ ହୋଇଛନ୍ତି । ଅତଏବ ଧାର୍ଯ୍ୟ ସମୟ ମଧ୍ୟରେ ଦୁଇ ପ୍ରକଳ୍ପ ରୂପାୟନର ଆଶା ଉଜ୍ଜଳ କୁହାଯାଇପାରେ ।

Image by Susanne Stöckli from Pixabay
No comments:
Post a Comment