#ବ୍ରହ୍ମପୁର ସହରରେ ମାର୍ଚ୍ଚ ୨୦୨୪ରେ ଆରମ୍ଭ
ହୋଇଥିବା ‘ମୋ ବସ’ ସେବା ସହରାଞ୍ଚଳ ପରିବହନରେ ଉଲ୍ଲେଖନୀୟ ସଫଳତା ହାସଲ
କରିପାରି ନାହିଁ । ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବହୃତ
୧୫ ଗୋଟି ବସ ମଧ୍ୟରୁ ୧୦ ଗୋଟି ଡ଼ିଜେଲ ଚାଳିତ ଓ ପାଞ୍ଚ ଗୋଟି ଇ-ବସ । ଇ-ବସଗୁଡ଼ିକ ଶୀତତାପ
ନିୟନ୍ତ୍ରିତ । ଦ୍ୱିତୀୟ ପର୍ଯ୍ୟାୟରେ ଅଧିକା ୫୦ ଗୋଟି ଇ-ବସ ଆସିବା କୁହାଯାଉଛି । ଏହି ଅବସରରେ
ବ୍ରହ୍ମପୁରରେ କାହିଁକି ସହରାଞ୍ଚଳ ବସସେବା ଲୋକପ୍ରିୟତା ହାସଲ କରିପାରୁ ନାହିଁ ସେ
ସମସ୍ୟାଗୁଡ଼ିକ ତର୍ଜମା କରିବା ସମୟ ଉପନୀତ ।
ବସ ଚଳାଚଳ କ୍ଷେତ୍ରରେ ଓଡ଼ିଶାରେ ବ୍ରହ୍ମପୁର ନେତୃତ୍ୱ ନେଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଏଠାରେ ବସ ଯୋଗେ ସଡ଼କ ପରିବହନ ସେବା ଆରମ୍ଭ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ପେଟ୍ରୋଲ ଅଭାବ ହେତୁ କିଛି ଦିନ କୋଇଲା ଇନ୍ଧନ ବ୍ୟବହାର କରି ଷ୍ଟିମ ଚାଳିତ ବସ ଚଳାଇବା କାହାଣୀ ଶୁଣିବାକୁ ମିଳେ । ରାଜ୍ୟର ପ୍ରଥମ ସଂଗଠିତ ବସସେବା ‘ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ’ ବ୍ରହ୍ମପୁରରୁ ଆରମ୍ଭ ହୋଇଥିଲା । ସ୍ୱାଧୀନୋତ୍ତର ଅବସ୍ଥାରୁ ବ୍ରହ୍ମପୁର ସହରରେ ଟାଉନବସ ଚଳାଚଳ ନିମନ୍ତେ ବାରମ୍ୱାର ଉଦ୍ୟମ ବିଫଳ ହେବାପରେ ରାଜ୍ୟସ୍ତରୀୟ ପରିବହନ ସଂସ୍ଥା କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ‘କ୍ରୁଟ’ ଆନୁକୂଲ୍ୟରେ ‘ମୋ ବସ’ ବ୍ରାଣ୍ଡରେ ସଂଭବତଃ ପଞ୍ଚମଥର ନିମନ୍ତେ ଟାଉନବସ ସେବା ଆରମ୍ଭ ହୋଇଥିଲା ।
ମାର୍ଚ୍ଚ ୨୦୨୪ରୁ ଜୁନ ୨୦୨୪ ଚାରି ମାସର ଅଭିଜ୍ଞତାରୁ ଜଣାଯାଏ ଯେ ‘ମୋ ବସ’ ସେବାରେ ପର୍ଯ୍ୟାପ୍ତ ସଂଖ୍ୟକ ଯାତ୍ରୀ ହେଉନାହାନ୍ତି । ଚ଼ିହ୍ନଟ କରାଯାଇପାରୁଥିବା କାରଣଗୁଡ଼ିକ ମଧ୍ୟରେ ପ୍ରଥମତଃ, ବ୍ରହ୍ମପୁରର ବ୍ୟସ୍ତବହୁଳ ରୁଟଗୁଡ଼ିକରେ ଟାଉନବସ ଚ଼ଳାଚଳ କରିପାରୁ ନାହିଁ କହିବାକୁ ହେବ । ଉଦାହରଣରେ ସହରରେ ଫାଷ୍ଟଗେଟରୁ-ଗେଟବଜାର-କମାପଲ୍ଲୀ-ଇଞ୍ଜିନିୟରିଂ ସ୍କୁଲ ଭଳି ଇଞ୍ଜିନିୟରିଂ ସ୍କୁଲରୁ-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ-ଗାନ୍ଧୀନଗର-ରାମଲିଙ୍ଗ ବନ୍ଧ ମଧ୍ୟ ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା । ଦ୍ୱିତୀୟ ରୁଟରେ ଟାଉନବସ ସେବା ନାହିଁ । ସହରର କେନ୍ଦ୍ରସ୍ଥଳ ପୁରୁଣା ବସଷ୍ଟାଣ୍ଡ ସହ ଅନ୍ୟାନ୍ୟ ଅଞ୍ଚଳକୁ ଯୋଡ଼ିବାକୁ ପଡ଼ିବ । ପୁରୁଣା ବ୍ରହ୍ମପୁରରେ ଟାଉନବସ ସେବାରୁ ବଞ୍ଚିତ ହେଉଛି ।
ଦ୍ୱିତୀୟତଃ, ଟାଉନବସ ସେବା ଅର୍ଥ ସହରାଞ୍ଚଳ ମଧ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାକୁ ବୁଝାଏ । ସହରତଳି ଅଞ୍ଚଳକୁ ଗମନାଗମନ ସୁବିଧା ଟାଉନବସର ଏକ ଗୌଣ ଅଂଶ, ମୁଖ୍ୟ ନୁହ । କିନ୍ତୁ ୧୯୯୪ରେ ସ୍ଥାନୀୟ ପୌରପାଳିକା ଓ ୨୦୧୪ରେ ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ‘ଗଟସଲ’ ଉଦ୍ୟମରେ ଆରମ୍ଭ ହୋଇଥିବା ଟାଉନ ବସ ସେବାରେ ସହରତଳି ଅଞ୍ଚଳ ସଂଯୋଗକୁ ହିଁ ପ୍ରାଧାନ୍ୟ ଦିଆଯାଇଥିଲା । ଫଳରେ ଉଭୟ ଫେଲ ମାରିଥିଲା ।
ଭାରତ ସରକାରଙ୍କ ପକ୍ଷରୁ ଟାଉନବସ ସେବା ପ୍ରଚଳନ ନିମନ୍ତେ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟ କାରଣ ହେଲା ସହରାଞ୍ଚଳରେ ପରିବହନ ନିମନ୍ତେ ସାର୍ବଜନୀନ ବ୍ୟବସ୍ଥା ଉପଲବ୍ଧ ହେଲେ ଅଧିକ ସଂଖ୍ୟକ ଘରୋଇ ମଟରସାଇକଲ, ଗାଡ଼ି ଚଳାଚଳରୁ ଅବ୍ୟାହତି ମିଳିବ । ଫଳରେ ପ୍ରଦୂଷଣ କମିବ ଓ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବ । ପ୍ରଧାନମନ୍ତ୍ରୀ ଇ-ବସ ସେବା ଯୋଜନାରେ ‘କ୍ରୁଟ’କୁ ୪୦୦ ଗୋଟି ଇ-ବସ ଆସୁଥିବା ପ୍ରକାଶ । ‘କ୍ରୁଟ’ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ୱଲପୁର ଓ ରାଉରକେଲାର ଛଅ ଗୋଟି ସହରରେ ‘ମୋ ବସ’ ସେବା ଚାଲିଛି । ଇ-ବସ ପହଞ୍ଚିଲେ ପର୍ଯ୍ୟାୟକ୍ରମେ ପ୍ରଚଳିତ ଡ଼ିଜେଲ ବସ ପ୍ରତ୍ୟାହାର କରି ଇ-ବସ ସାମିଲ କରାଯିବ । ସାଧାରଣ ପରିବହନରେ ଇ-ବସ ବ୍ୟବହାର ଜନସାଧାରଣରେ ଯାନବାହାନରେ ପାରମ୍ପରିକ ଇନ୍ଧନ ବଦଳରେ ପର୍ଯ୍ୟାବରଣ ଅନୁକୂଳ ବିଦ୍ୟୁତ ଶକ୍ତି ବ୍ୟବହାର ପାଇଁ ପ୍ରଭାବିତ କରିବା ଉଦ୍ୟମ ମଧ୍ୟ ଅନ୍ୟତମ ଲକ୍ଷ୍ୟ ।
ତୃତୀୟତଃ, ସାଢ଼େ ତିନି ଶହ ବର୍ଷ ପୂର୍ବେ ଗଢ଼ି ଉଠିଥିବା ପାଞ୍ଚ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବ୍ରହ୍ମପୁର ସହରର ରାସ୍ତାଘାଟ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ଟାଉନବସ ସେବା ପରିଚାଳନା ଅପରିହାର୍ଯ୍ୟ । ସହରର ଜନାକୀର୍ଣ୍ଣ ଅଞ୍ଚଳରେ ସର୍ବାଧିକ ଜନସାଧାରଣ ଚଳପ୍ରଚଳ ହେଉଥିବା ହେତୁ ଲମ୍ୱା ବସ ବଦଳରେ ମିନିବସ ଆବଶ୍ୟକ । ସହରାଞ୍ଚଳ ମଧ୍ୟରେ ଘରୋଇ ଗାଡ଼ି ଚଳାଚଳ ନିରୁତ୍ସାହିତ କରିବା ନିମନ୍ତେ ବିକଳ୍ପ ଟାଉନବସ ସେବା କେବଳ ମିନିବସ ପ୍ରଚଳନରେ ସଂଭବ । କୋଲକତାରେ ତ ଘରୋଇ ଟାଉନବସ ସେବାରେ ମିନିବସ ସାମିଲ ହେଉଛି । ଏ ଦିଗରେ କର୍ତ୍ତୃପକ୍ଷ କ’ଣ ନିଷ୍ପତ୍ତି ନେବେ ଓ କେନ୍ଦ୍ରୀୟସ୍ତରରେ ଅନୁରୂପ ଇ-ବସ ଯୋଗାଣ ନିମନ୍ତେ କେତେଦୂର ପ୍ରବର୍ତ୍ତାଇପାରିବେ, ତାହା ଉପରେ ବ୍ରହ୍ମପୁରରେ ଟାଉନବସ ସେବାର ଭବିଷ୍ୟତ ନିର୍ଭରଶୀଳ ।
ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଟାଉନବସ ସେବା ନୂତନଭାବେ ପ୍ରବର୍ତ୍ତିତ ହେଉଥିବା ହେତୁ ନିୟମିତ ପ୍ରଚାର ବ୍ୟବସ୍ଥା ଆୟୋଜନ ନକରାଯାଇପାରିଲେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇପାରିବ ନାହିଁ । ବ୍ରହ୍ମପୁରରେ ଟାଉନବସ ଚଳାଚଳ କରୁଥିବା ସଂପର୍କରେ ସହରବାସୀ ଜାଣନ୍ତି, କିନ୍ତୁ କେଉଁଠୁ କେତେବେଳେ ସେବା ଗ୍ରହଣ କରିପାରିବେ ସେଦିଗରେ ଅଜ୍ଞ । ଅନ୍ତତଃପକ୍ଷେ ସୋସିଆଲ ମିଡ଼ିଆରେ ପ୍ରଥମ ବର୍ଷ ପ୍ରଚାର ଜାରି ରହିବା ଆବଶ୍ୟକ । ସେହିପରି ଟାଉନବସ ସେବା ସଂପର୍କରେ ସହରବାସୀଙ୍କ ପ୍ରତିକ୍ରିୟା, ପରାମର୍ଶକୁ ଗୁରୁତ୍ୱ ଦିଆଯିବା ଉଚ଼ିତ । ଏହା ପ୍ରାୟୋଜିତ ସ୍ତରରୁ ଖସି ବାସ୍ତବାଭିମୁଖୀ ହେଲେ ଅବଶ୍ୟ ସୁଫଳ ମିଳିବ !

Image by CopyrightFreePictures from Pixabay
No comments:
Post a Comment