Sunday, March 20, 2016

Dr Pradeep Mahapatra's Odia Blog : Berhampur Diary / ଡ଼କ୍ଟର ପ୍ରଦୀପ ମହାପାତ୍ରଙ୍କ ଓଡ଼ିଆ ବ୍ଳଗ ‘ବ୍ରହ୍ମପୁର ଡ଼ାଏରୀ’

ଫୋଟ : ମନୋଜ ଦେଓରି (ଏପ୍ରିଲ, ୨୦୧୫)
‘#ବ୍ରହ୍ମପୁର ଡ଼ାଏରୀର ପ୍ରଣେତା ଡ଼କ୍ଟର ପ୍ରଦୀପ ମହାପାତ୍ର ବ୍ରହ୍ମପୁର ବାସିନ୍ଦା | #ବ୍ରହ୍ମପୁର ଓ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ସାମ୍ୱାଦିକତାରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ ପରେ ୧୯୮୨ ରୁ ୧୯୮୯ ଆଠବର୍ଷ ସମ୍ୱାଦପତ୍ର ଓ ଫିଚ଼ର ପତ୍ରିକା ସମ୍ପାଦନା କ୍ଷେତ୍ରରେ ସଂପୃକ୍ତ ରହି ପରବର୍ତ୍ତୀ ସତେଇଶି ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ୱାଦିକତା ଅଧ୍ୟାପନା ପରେ ୨୦୧୫ରେ ଅବସର ଗ୍ରହଣ କରିଛନ୍ତି | ଅଧୁନା ମୁକ୍ତବୃତ୍ତି ସାଂବାଦିକ, ତାଲିମଦାତା ଓ ବିଶ୍ଳେଷକ ଭାବେ କାର୍ଯ୍ୟରତ | ଆବାସ: ଭୀମାରାଓପେଟା, ଭାପୁର ବଜାର, ବ୍ରହ୍ମପୁର ୭୬୦ ୦୦୧ |  ଇ-ମେଲ : pradeep.mahapatra@gmail.com | ମୋବାଇଲ : + ୯୧ ୯୪୩୭୦ ୯୬୯୪୪

          ଡ଼କ୍ଟର ମହାପାତ୍ର ୧୯୮୨ରୁ ଅନିୟମିତ ଭାବେ ବ୍ରହ୍ମପୁର ଡ଼ାଏରୀ ସ୍ତମ୍ୱରେ ସହର ସଂପର୍କରେ ବିଭିନ୍ନ ବିଷୟରେ ଚର୍ଚ୍ଚା କରି ଆସିଛନ୍ତି | ପ୍ରଥମେ ଦୈନିକ ଆଶାରେ ଆରମ୍ଭ ହୋଇଥିବା ଏହି ସ୍ତମ୍ୱଟି ଅନୁପମ ଭାରତ, ଧରିତ୍ରୀ, ଲିପିମାୟାସମ୍ୱାଦ ଇତ୍ୟାଦି ସଂବାଦପତ୍ରରେ ପ୍ରକାଶ ପାଇ ଆସିଛି | ୨୦୧ରେ ବର୍ଷକ ପାଇଁ ଏହା ଇଂଲିଶ ବ୍ଳଗ ଆକାରରେ ପ୍ରକାଶ ପାଇ ବନ୍ଦ ରହିଥିଲା | ୨୦୧୬ ଦୋଳପୂର୍ଣ୍ଣିମାରୁ ଓଡ଼ିଆ ବ୍ଳଗ ରୂପେ ଆତ୍ମପ୍ରକାଶ କରିଛି |

1 comment:

  1. ପୂଜନୀୟ ସାର୍,
    ପ୍ରଣାମ ନେବେ । ଓଡ଼ିଆ ନବବର୍ଷ ତଥା ମହା ବିଷୁବ ସଂକ୍ରାନ୍ତିର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ବ୍ରହ୍ମପୁର ଡାଏରୀକୁ ଡିଜିଟାଲ୍ ପ୍ଲାଟଫର୍ମରେ ଉପସ୍ଥାପନ କରିବା ଏକ ଅଭିନବ ଏବଂ ସୁନ୍ଦର ପଦକ୍ଷେପ । ଆଶା ପାଠକଙ୍କୁ ଏହା ନିଶ୍ଚିତ ଭାବେ ଆକର୍ଷିତ ଓ ସନ୍ତୁଷ୍ଟ କରିବ । ବ୍ରହ୍ମପୁର ଡାଏରୀର ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ନମସ୍କାର । ଫକୀର ମୋହନ ନାହାକ, ଈଟିଭି ନ୍ୟୁଜ୍ ଓଡ଼ିଆ, ଭୁବନେଶ୍ବର

    ReplyDelete