#ବ୍ରହ୍ମପୁର
ସହରର ଉପାନ୍ତ ଗୋପାଳପୁର, ଛତ୍ରପୁର ଓ ଗଞ୍ଜାମଠାରେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ
ଶିଳ୍ପାୟନପାଇଁ ବହୁ ପ୍ରସ୍ତାବ ଚର୍ଚ୍ଚାର ପରିସରକୁ ଆସିଛି | ତେବେ ଗଞ୍ଜାମରେ ଏକ
ରାସାୟନିକ କାରଖାନା, ଛତ୍ରପୁରରେ ବିରଳ ମୃତ୍ତିକା ପ୍ରତିଷ୍ଠାନ ଏବଂ ଗୋପାଳପୁରରେ ଖୋଲିବା ଓ
ବନ୍ଦହେବା ଲୁଚକାଳି ଖେଳୁଥିବା ଛୋଟକାଟିଆ ବନ୍ଦରଟିଏ ବ୍ୟତୀତ ଅନ୍ୟ କୌଣସି ପ୍ରସ୍ତାବ ଏଯାଏଁ
କାର୍ଯ୍ୟକାରୀ ହୋଇପାରି ନାହିଁ | ବିଶେଷ କରି ଗତ କୋଡ଼ିଏ ବର୍ଷ ପୂର୍ବେ ୧୯୯୫ ବେଳକୁ ଟାଟା ଓ ଲରସେନ ଏଣ୍ଡ
ଟ୍ୟୁବ୍ରୋଙ୍କ ପକ୍ଷରୁ ବୃହତ ଇସ୍ପାତ ତଥା ପରେ ଋଷସହ ଯୌଥ ଉଦ୍ୟୋଗରେ ଟିଟିନିଅମ ଇତ୍ୟାଦି
ପ୍ରକଳ୍ପ ପ୍ରତିଷ୍ଠା ପ୍ରସ୍ତାବ ଗୋପାଳପୁର ଉପକୂଳରେ ଦ୍ରୁତ ଶିଳ୍ପାୟନର ଆଶା ଯଥାସମୟରେ
କାର୍ଯ୍ୟକାରୀ ନ ହୋଇ ପାରିବା ହେତୁ ଗଞ୍ଜାମ ଜିଲ୍ଲାବାସୀଙ୍କ ଶିଳ୍ପସମୃଦ୍ଧି ଆଶା ଚ଼ରିତାର୍ଥ
ହୋଇପାରି ନାହିଁ | ଏହା ହିଁ ଗୋପାଳପୁରର ଦୁଃଖ |
ତତକାଳୀନ
ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ବ୍ରହ୍ମପୁର ଲୋକସଭା ନିର୍ବାଚ଼ନ ମଣ୍ଡଳୀରୁ
ପ୍ରତିନ୍ଦ୍ୱନ୍ଦିତା କରିବା ଅବସରରେ ଗୋପାଳପୁରଠାରେ ଟାଟା ପକ୍ଷରୁ ବୃହତ ଇସ୍ପାତ କାରଖାନା
ପ୍ରତିଷ୍ଠା ପ୍ରସ୍ତାବ ଘୋଷିତ ହୋଇଥିଲା | ଓଡ଼ିଶା ସରକାର ୧୯୯୫ ରୁ ୧୯୯୯ ମଧ୍ୟରେ ରାଜ୍ୟର ଶିଳ୍ପବିକାଶ
ସଂସ୍ଥା ‘ଇଡ଼କୋ’ ଦ୍ୱାରା ୨୯୭୦ ଏକର ଜମି ଅଧିଗ୍ରହଣ କରିଥିଲେ | ତେବେ ପରବର୍ତ୍ତୀ
ରାଜନୀତିକ ଘଟଣାକ୍ରମରେ ନରସିଂହ ରାଓ ବ୍ରହ୍ମପୁର ଲୋକସଭା ପ୍ରତିନିଧିତ୍ୱ କଲେ ସିନା ଆଉ
ପ୍ରଧାନମନ୍ତ୍ରୀ ଗାଦୀରେ ବସି ପାରିଲେ ନାହିଁ | ଅପରପକ୍ଷେ ଇସ୍ପାତ କାରଖାନା
ପ୍ରତିଷ୍ଠା ପ୍ରସ୍ତାବ ଘୋଷଣା ବେଳକୁ ଆନ୍ତର୍ଜାତିକସ୍ତରରେ ଇସ୍ପାତର ଚ଼ାହିଦା ଥିବାବେଳେ ପରେ
ପରେ ଅକସ୍ମାତ ଇସ୍ପାତର ଚ଼ାହିଦା ହ୍ରାସ ପାଇଲା | ଟାଟା କିମ୍ବା
ଏଲଏଣ୍ଡଟି ଆଉ ଇସ୍ପାତ କାରଖାନା ଲାଗି ଆଗ୍ରହ ପ୍ରକାଶ କଲେ ନାହିଁ |
ଗୋପାଳପୁରରେ
ଶିଳ୍ପାୟନ ଘୋଷଣା ପରେ ପରେ ବ୍ରହ୍ମପୁର ତଥା ସହରର ଉପାନ୍ତ ଅଞ୍ଚଳରେ ଜମିବାଡ଼ି କିଣାବିକା ପାଇଁ
ତତ୍ପରତା ପ୍ରକାଶ ପାଇଲା | ସମ୍ଭାବ୍ୟ ଶିଳ୍ପାୟନ ଆଶାରେ ପ୍ରସ୍ତାବିତ ଶିଳ୍ପନଗରୀର ଆଖପାଖ
ଅଞ୍ଚଳରେ ବସତି ସ୍ଥାପନ କରିବା ହେଉ କିମ୍ବା ଜମିରେ ପୁଞ୍ଜିଲଗାଣ ଆଶାରେ ଶହ ଶହ ଏକର ଚ଼ାଷଜମି
ହସ୍ତାନ୍ତର ପ୍ରକ୍ରିୟା ଦୀର୍ଘଦିନ ଧରି ଚ଼ାଲିଲା | ତେବେ ଶିଳ୍ପାୟନ
ସମ୍ଭବପର ନ ହୋଇପାରିବା ହେତୁ ଏ କ୍ଷେତ୍ରରେ ପୁଞ୍ଜିଲଗାଣକାରୀମାନେ ହତାଶ ହେଲେ | ସେହିପରି ପ୍ରସ୍ତାବିତ କଳକାରଖାନାରେ ନିଯୁକ୍ତି ଆଶାରେ ନିଜକୁ ପ୍ରସ୍ତୁତ କରୁଥିବା
ଯୁବବର୍ଗ ବାଧ୍ୟବାଧକତାରେ ରାଜ୍ୟାନ୍ତର ମୁହାଁଇଲେ | ଜମିଅଧିଗ୍ରହଣରେ
ଭିଟାମାଟି ହରାଇଥିବା ୯୮୯ ଯୌଥ ଓ ୬୫୬ ଏକକ ପରିବାର କଳକାରଖାନାରେ ନିଯୁକ୍ତିଲାଗି ଯେଉଁ
ପ୍ରତିଶୃତି ପାଇଥିଲେ ତାହା ମଧ୍ୟ ମରୀଚ଼ିକାରେ ପରିଣତ ହେଲା | ଶିଳ୍ପାୟନ ବିଫଳତା
ଗୋପାଳପୁରର ଦୁଃଖର କାରଣ ପାଲଟିଲା |
ପରବର୍ତ୍ତୀ
ଅବସ୍ଥାରେ ଟାଟା କମ୍ପାନୀ ଗୋପାଳପୁରଠାରେ ଅଧିଗ୍ରହଣ କରାଯାଇଥିବା ଜମିରେ ଇସ୍ପାତ କାରଖାନା
ବଦଳରେ ଇଣ୍ଡଷ୍ଟ୍ରିଆଲ ପାର୍କ ଓ ମଲଟି-ପରପଜ ଇକନୋମିକ ଜୋନ (ଏସ୍ଇଜେଡ଼) ସ୍ଥାପନ କରିବାପାଇଁ ଓଡ଼ିଶା
ସରକାରଙ୍କଠାରେ ପ୍ରସ୍ତାବ ରଖିଲା | ଏଥିରେ ରାଜ୍ୟ ସରକାର ସହମତ ହେଲେ ଏବଂ କେନ୍ଦ୍ର ସରକାରଙ୍କଠାରୁ
ମଧ୍ୟ ଅନୁମତି ମିଳିଲା | ‘ଇଣ୍ଡଷ୍ଟ୍ରିଆଲ ପାର୍କ’ର ଅର୍ଥ ଗୋଟିଏ
ସ୍ଥାନରେ ବହୁ ଶିଳ୍ପସଂସ୍ଥା ଦ୍ୱାରା ବିଭିନ୍ନ ପ୍ରକାର କଳକାରଖାନା ସ୍ଥାପନ | ଟାଟା କମ୍ପାନୀ ଅଧିକୃତ ଜମି ଦେଶବିଦେଶର ଶିଳ୍ପସଂସ୍ଥାଗୁଡ଼ିକୁ କାରଖାନା ବସାଇବା ପାଇଁ
ଆନୁସଙ୍ଗିକ ସୁବିଧା ସହ ଯୋଗାଇବ | ପୁଣି ‘ଏସ୍ଇଜେଡ଼’ ମାନ୍ୟତା ପାଇଥିବା ହେତୁ ସେହି ପାର୍କରେ ପ୍ରତିଷ୍ଠିତ
କଳକାରଖାନାଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଶିଳ୍ପ ପ୍ରୋତ୍ସାହନ ନୀତି
ଅନୁଯାୟୀ ବହୁ ରିହାତି ପାଇବା ପାଇଁ ଯୋଗ୍ୟ ବିବେଚ଼ିତ ହେବେ | ୨୦୧୦ ଅଗଷ୍ଟ ମାସରେ ଓଡ଼ିଶାର
ମୁଖ୍ୟମନ୍ତ୍ରୀ ଇଣ୍ଡଷ୍ଟ୍ରିଆଲ ପାର୍କର ଭିତ୍ତି ସ୍ଥାପନ କଲେ | କିନ୍ତୁ କୌଣସିଟି
ଶିଳ୍ପ କାର୍ଯ୍ୟାରମ୍ଭ କରିବା ପୂର୍ବରୁ ୨୦୧୪ ଡ଼ିସେମ୍ବରରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ‘ଏସ୍ଇଜେଡ଼’ ମାନ୍ୟତାର ଅବଧି ଶେଷ ହୋଇଗଲା | ଟାଟା କମ୍ପାନା
ପୁନର୍ବାର ‘ଏସ୍ଇଜେଡ଼’ ମାନ୍ୟତା ପାଇଁ ରାଜ୍ୟସରକାରଙ୍କ ସୁପାରିଶ କ୍ରମେ ଆବେଦନ କରିଛି ଏବଂ
ସର୍ବଶେଷ ଘଟଣାକ୍ରମ ଅନୁଯାୟୀ ଚଳିତ ମାର୍ଚ୍ଚ ପ୍ରଥମ ସପ୍ତାହରେ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ
ମିଆଦ ବୃଦ୍ଧି ନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ଅନୁମୋଦନକାରୀ ବୋର୍ଡ଼ ସହମତି ପ୍ରକାଶ
କରିଛି | ଫଳରେ ଗୋପାଳପୁର ‘ଏସ୍ଇଜେଡ଼’ର ମିଆଦ ୨୦୧୭
ଡ଼ିସେମ୍ବର ମାସଯାଏଁ ବୃଦ୍ଧି ପାଇବ ବୋଲି କୁହାଯାଉଛି | ଏହି ପ୍ରକ୍ରିୟା ଶେଷ
ହେଲେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଏକମାତ୍ର ନିର୍ମାଣଧୀନ ଫେରୋ-କ୍ରୋମ କମ୍ପ୍ଳେକ୍ସ କାର୍ଯ୍ୟ ଆରମ୍ଭ କରିବା ଆଶା କରାଯାଉଛି |
ଟାଟା ର ପ୍ରଥମ
ପର୍ଯ୍ୟାୟରେ ନିର୍ମାଣଧୀନ ଫେରୋ-କ୍ରୋମ କାରଖାନାରେ ବାର୍ଷିକ ୫୫ ହଜାର ଟନ ଉତ୍ପାଦନ କ୍ଷମତା ରହିବ | ଏଥିଲାଗି
ଚ଼ାରିଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ପ୍ରକାଶ | ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କରେ ଏହା ପ୍ରଥମ କାରଖାନା
ହୋଇଥିବା ହେତୁ ସଭିଏଁ ଏହାର କାର୍ଯ୍ୟ ଆରମ୍ଭକୁ ଉତ୍କଣ୍ଠାର ସହ ଅପକ୍ଷା କରିବା ସ୍ୱାଭାବିକ | ଗତବର୍ଷ ମାର୍ଚ୍ଚ, ଜୁଲାଇ, ଡ଼ିସେମ୍ବର ପରେ ଚଳିତବର୍ଷ ମାର୍ଚ୍ଚରେ ଏହା କାର୍ଯ୍ୟ ଆରମ୍ଭ
ହେବ ବୋଲି ଶୁଣାଯାଉଥିଲା | ତେବେ ବର୍ତ୍ତମାନ ‘ଏସ୍ଇଜେଡ଼’ ମାନ୍ୟତା ପୁନଃ ହାସଲ
ପାଇଁ ପ୍ରକ୍ରିୟା ଶେଷ ଅବସ୍ଥାରେ ପହଞ୍ଚୁଥିବା ହେତୁ ନିକଟ ଭବିଷ୍ୟତରେ କାର୍ଯ୍ୟାରମ୍ଭ ଆଶା
କରାଯାଇପାରେ |
ତେବେ
ପ୍ରଶ୍ନ ଉଠେ ଫେରୋ-କ୍ରୋମ କାରଖାନା ଗୋପାଳପୁରର ଦୁଃଖ ଲାଘବରେ ସହାୟକ ହୋଇପାରିବ କି ? ଆନ୍ତର୍ଜାତିକସ୍ତରରେ ମାନ୍ଦାବସ୍ଥା କାଳକ୍ରମେ ଉତ୍କଟ ହୋଇ ଚାଲିଥିବାବେଳେ ପ୍ରସ୍ତାବିତ
ଇଣ୍ଡଷ୍ଟ୍ରିଆଲ ପାର୍କରେ ଅଧିକା ଶିଳ୍ପ ପ୍ରତିଷ୍ଠା ସହଜରେ ହୋଇ ପାରିବ କି ? ସର୍ବୋପରି ଏହି ଭଳି ଅତ୍ୟାଧୁନିକ
ଜ୍ଞାନକୌଶଳରେ ନିର୍ମିତ କାରଖାନାଗୁଡ଼ିକରେ ସ୍ଥାନୀୟ ମାନବସମ୍ବଳ ବିନିଯୋଗର ସମ୍ଭାବନା ରହିବ କି
? ଆଖପାଖରେ କିଣାବିକା ହୋଇଥିବା ଜମିଜମାରୁ ଅନ୍ତତଃ ବ୍ୟାଙ୍କହାରରେ ସୁଧ
ହାସଲ କରିହେବ କି ?
ସଂବାଦ (ବ୍ରହ୍ମପୁର ସଂସ୍କରଣ) ୧୬
ମାର୍ଚ୍ଚ ୨୦୧୬ ରେ ପ୍ରକାଶିତ
Sir, I feel the fate of Gopalpur (let us call it greater Berhampur) for obvious reasons is uncertain so far as industrialisation is concerned, is largely due to the Tata Company which is yet to give a concrete shape to its SEZ plan. Of late, I have been coming across news of the effort of the Tatas to hardsell the SEZ. I wonder whether that will fetch any results as they want to invest maximum up to a tune of 2000 crore. Again, I am disgusted with the attitude of the locals as all the complexes that are being planned or already started such as Tata SEZ, Titanium complex,Gopalpur port etc. have been witnessing labour unrest (typical Ganjam type)and the local politicians seem to enjoy that. Unless the mindset is changed, I don't have much hope for a place which otherwise has a potential to be developed like Visakhapatnam.
ReplyDelete