#ବ୍ରହ୍ମପୁର ସହରବାସୀଙ୍କ ପକ୍ଷେ ନଭେମ୍ୱର ୨୦୨୦ ଅପରାର୍ଦ୍ଧ ସୁଦ୍ଧା ମହାମାରୀ ଉଦବେଗ ସାର୍ସ-କୋଭିଡ଼-୨ ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ଦ୍ୱିତୀୟ ତରଙ୍ଗ ଓ ପ୍ରତିଷେଧକ ଟିକାକରଣ ଚର୍ଚ୍ଚାରେ ପର୍ଯ୍ୟବସିତ । ବିଶ୍ୱବ୍ୟାପୀ ଏକ ମହାମାରୀ ଶହେ ବର୍ଷ ପରେ ଫେରିଛି । ଆନ୍ତର୍ଜାତିକସ୍ତରର ଖ୍ୟାତନାମା ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମୁକ୍ତକଣ୍ଠରେ ସ୍ୱୀକାର କରୁଛନ୍ତି ଯେ ଏହି ସଂକ୍ରମଣ ସଂପୂର୍ଣ୍ଣ ନୂତନ ହୋଇଥିବା ହେତୁ ଏହାର ଗତିପ୍ରକୃତି ସଂପର୍କରେ ସମସ୍ତେ ଅଜ୍ଞ । ବିଗତ ଦଶ ଏଗାର ମାସର ଗବେଷଣାଲବ୍ଧ ତଥ୍ୟ ଆଧାରରେ ଚ଼ିକିତ୍ସା ଏବଂ ପ୍ରତିରୋଧ ବ୍ୟବସ୍ଥା ଆୟୋଜନ କରାଯାଉଛି । ତେବେ ବିଷୟଟି କ୍ରମବର୍ଦ୍ଧମାନ ବିଜ୍ଞାନ ‘ଇଭୋଲଭିଂ ସାଇନ୍ସ’ ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ରୋଗ ସଂପର୍କୀତ କୌଣସି ପଦକ୍ଷେପ ଶତ ପ୍ରତିଶତ ସଫଳତା ଆଶା କରାଯାଇପାରୁନାହିଁ ।
ବିଗତ ମହାମାରୀ ‘ସ୍ପାନିଶଫ୍ଲୁ’ ସଂକ୍ରମଣ ୧୯୧୮
ଫେବୃୟାରୀରେ ଆରମ୍ଭ ହେବା ଛଅ ମାସ ପରେ ୧୯୧୮ ଅଗଷ୍ଟରେ ଦ୍ୱିତୀୟ ତରଙ୍ଗ, ଚାରି ମାସ ପରେ ୧୯୧୯
ଜାନୁୟାରୀରେ ତୃତୀୟ ତରଙ୍ଗ ଏବଂ ୧୯୧୯ ମାର୍ଚ୍ଚ ମାସରେ ଦୁଇ ମାସ ପରେ ଚ଼ତୁର୍ଥ ତରଙ୍ଗ ସୃଷ୍ଟି
ହୋଇଥିବା ଜଣାଯାଏ । ଭାରତରେ ୧୯୧୯ ମେ’ ମାସରେ ବମ୍ୱେରେ ପ୍ରଥମ ବିଶ୍ୱଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ୟୁରୋପ ଫେରନ୍ତା
ସୈନିକମାନଙ୍କ ଦ୍ୱାରା ଭୂତାଣୁ ପ୍ରବେଶ କରିବା ପରେ ତିନିମାସ ମଧ୍ୟରେ ଅଗଷ୍ଟ ମାସ ସୁଦ୍ଧା
ସମଗ୍ର ଦେଶରେ ବ୍ୟାପୀ ଯାଇଥିଲା । ଏଠାରେ ମଧ୍ୟ ଦୁଇ ବର୍ଷ ଯାଏଁ ତିନିଗୋଟି ତରଙ୍ଗରେ ସଂକ୍ରମଣ
ଅନୁଭୂତ ହୋଇଥିଲା । ଦେଶର ପଶ୍ଚିମାଞ୍ଚଳରେ ମୋଟ ଜନସଂଖ୍ୟାର ୪.୫ ରୁ ୬ ପ୍ରତିଶତ ଏବଂ
ପୂର୍ବାଞ୍ଚଳରେ ୧.୫ ରୁ ୩ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଥିଲେ । ବିଶ୍ୱବ୍ୟାପୀ ପ୍ରାୟ ଏକ
ତୃତୀୟାଂଶ ଜନସଂଖ୍ୟା ରୋଗାକ୍ରାନ୍ତ ହୋଇ ପାଞ୍ଚ କୋଟି ଯାଏଁ ମୃତ୍ୟୁ ବରଣ କରିଥିବା ସ୍ଥଳେ
ଭାରତରେ ମୃତ୍ୟୁ ସଂଖ୍ୟା କୋଟିଏ ୨୦ ରୁ ୩୦ ଲକ୍ଷ ହିସାବ କରାଯାଏ ।
ଓଡ଼ିଶାଭିତ୍ତିକ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ
ଡ଼ିସେମ୍ୱର ୨୦୨୦ ମଧ୍ୟଭାଗ ସୁଦ୍ଧା ‘କୋଭିଡ଼-୧୯’ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ଏବଂ ସେଥିରେ ବ୍ରହ୍ମପୁରର ପାଳି ପ୍ରଥମେ ପଡ଼ିବା
ଆଶଙ୍କା କରୁଛନ୍ତି । ଏହି ପୂର୍ବାନୁମାନସଂକ୍ରମଣଜନିତ ତଥ୍ୟ, ଅତୀତ ଅଭିଜ୍ଞତା ଓ
ପାରିପାର୍ଶ୍ଵିକ ପରିସ୍ଥିତିକୁ ନେଇ ପ୍ରସ୍ତୁତ । ଏହା ଏକ ଗାଣିତିକ ହିସାବ ‘ମ୍ୟାଥମେଟିକାଲମଡ଼େଲ’ । ଏହିଭଳି ହିସାବ
ଆଧାରରେ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରାଯାଏ । ପ୍ରଥମ ସଂକ୍ରମଣର ପାଞ୍ଚ ଛଅ ମାସପରେ
ୟୁରୋପୀୟ ଦେଶପୁଞ୍ଜର ସମେତ ଆମ ଦେଶର ଦିଲ୍ଲୀ ଭଳି କେତେକ ଅଞ୍ଚଳରେ ସଂକ୍ରମଣର ଦ୍ୱିତୀୟ ତରଙ୍ଗ
ଅନୁଭୂତ ହୋଇଥିବା ହେତୁ ବ୍ରହ୍ମପୁରରେ ମେ’ମାସରେ ଦେଖାଦେଇଥିବା ସଂକ୍ରମଣ ଡ଼ିସେମ୍ୱର ମାସରେ ପୁଣି ଫେରିବା ଭୟ ଘାରୁଛି ।
ସ୍ଥାନୀୟଠାରୁ ଆରମ୍ଭ କରି ଆନ୍ତର୍ଜାତିକସ୍ତରର
ଜନସ୍ୱାସ୍ଥ୍ୟ ବିଶାରଦମାନେ କହୁଛନ୍ତି ଯେ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ଟିକା
ଆସିବା ପୂର୍ବରୁ ମାସ୍କ ପରିଧାନ, ଶାରିରୀକ ଦୂରତ୍ୱ ରକ୍ଷା ଓ ବାରମ୍ୱାର ହାତ ଧୋଇବା ହିଁ
ଫଳପ୍ରଦ ପ୍ରତିଷେଧକ । ମାସ୍କ ଏକ ଅତି ସାଧାରଣ, ସହଜ ଓ ଶସ୍ତା ସାମଗ୍ରୀ ହୋଇଥିଲେହେଁ ଏହାର
ଉପାଦେୟତା ବହୁ ଲୋକ ହୃଦୟଙ୍ଗମ କରିପାରୁନାହାନ୍ତି । ତାଇୱାନରେ ମାସ୍କ ପରିଧାନର ଉଦାହରଣ ଉଲ୍ଲେଖଯୋଗ୍ୟ । ସେଠାରେ ‘କୋଭିଡ଼-୧୯’ରେ ୫୭୦ ଜଣ ଆକ୍ରାନ୍ତ ହୋଇ ମାତ୍ର ସାତ ଜଣ ପ୍ରାଣ ହରାଇଥିବା ସ୍ଥଳେ
ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ଲକ୍ଷାଧିକ ଆକ୍ରାନ୍ତ ହେବା ତଥ୍ୟ ବିସ୍ମିତ କରାଇଥାଏ । ତାଇୱାନରେ
ସମସ୍ତେ ମାସ୍କ ପିନ୍ଧନ୍ତି, ଆକ୍ରାନ୍ତଙ୍କସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ
ଚ଼ିହ୍ନଟ କରାଯାଇ ପୃଥକବାସରେ ରଖାଯାଏ ଏବଂ ବ୍ୟାପକ ପରୀକ୍ଷଣ ଦ୍ୱାରା ସଂକ୍ରମଣ ଯାଞ୍ଚ କରାଯାଏ
। ସାଧାରଣ ବିଚାରରେ ଯଦି ସମସ୍ତ ବ୍ରହ୍ମପୁରବାସୀ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ଅବସରରେ
ସବୁବେଳେ ମାସ୍କ ପିନ୍ଧନ୍ତି ‘ୟୁନିଭରସାଲୟୁଜ ଅଫ ମାସ୍କ’, ତେବେ ହୁଏତ ମହାମାରୀର ସମ୍ଭାବ୍ୟ ଦ୍ୱିତୀୟ ତରଙ୍ଗକୁ ଏଡ଼ାଇ ଦେଇପାରିବେ
କିମ୍ୱା ପ୍ରଭାବ ହ୍ରାସ କରିପାରିବେ ।
ମାସ୍କର ବହୁଳ ବ୍ୟବହାର ନିମନ୍ତେ
ଆବାଳ-ବୃଦ୍ଧ-ବନିତା ପ୍ରତ୍ୟେକେ ବହୁସଂଖ୍ୟକ ମାସ୍କ ନିଜ ପାଖରେ ମହଜୁଦ ରଖିବା ପ୍ରଥମ ପଦେକ୍ଷେପ
। ଗଣିତଜ୍ଞ ସେନନଙ୍କ‘ରିଡ଼େନଡ଼େନ୍ସି’ ଉପପାଦ୍ୟ ଆଧାରରେ ଅଧିକ ସାମଗ୍ରୀ ମହଜୁଦ ରହିଲେ ଅଧିକ ବ୍ୟବହାରର ରାସ୍ତା
କଡ଼ାଇଥାଏ । ମାସ୍କ ସଂଗ୍ରହ ନିମନ୍ତେ
ବ୍ୟକ୍ତିଗତସ୍ତରରେ ଉଦ୍ୟମ ସାଙ୍ଗକୁ ସାମୂହିକସ୍ତରରେସ୍ୱେଚ୍ଛାସେବୀ ଓ ବଦାନ୍ୟ ଅନୁଷ୍ଠାନଗୁଡ଼ିକ
ପକ୍ଷରୁ ଜନସାଧାରଣରେ ମାସ୍କ ବିକ୍ରୀ କିମ୍ୱା ବିତରଣ ନିମନ୍ତେ ଯୋଜନାବଦ୍ଧ କାର୍ଯ୍ୟକ୍ରମମାନ
ପ୍ରଯୋଜନା କରାଯାଇପାରିଲେ ସୁଫଳ ଆଶା କରାଯାଇପାରେ ।
ବ୍ରହ୍ମପୁର ତଥା ଭାରତୀୟମାନଙ୍କ ଟିକାକରଣ
ନିମନ୍ତେ ତିନିଗୋଟି ଟିକା ସର୍ବାଗ୍ରେ ରହିଛି । ପ୍ରଥମତଃ, ଅକ୍ସଫୋର୍ଡବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା
ବିକଶିତ ‘କୋଭିସିଲଡ଼’ ଟିକା ପୁଣେରସିରମଇନଷ୍ଟିଟିଉଟ ଦ୍ୱାରା ଉତ୍ପାଦନ କରାଯାଉଛି । ଏହାର ତୃତୀୟ
ପର୍ଯ୍ୟାୟ ପରୀକ୍ଷଣ ବ୍ରିଟେନରେ ତିରିଶି ହଜାର ସ୍ୱେଚ୍ଛାସେବୀଙ୍କ ଗହଣରେ ସରିଥିବା ସ୍ଥଳେ
ଭାରତରେ ୧୬ ଶହଙ୍କ ମଧ୍ୟରେ ଆରମ୍ଭ ହୋଇଛି । ପୁଣେ ପ୍ରତିଷ୍ଠାନ ଜାନୁୟାରୀ ୨୦୨୧ସୁଦ୍ଧା ୨୦ ରୁ
୩୦କୋଟି ଟିକା ପ୍ରସ୍ତୁତ କରିବା ସକ୍ଷମ ବୋଲି କହିଛି । ଏହି ଟିକାର ମୂଲ୍ୟ ୨୫୦ ଟଙ୍କା ମଧ୍ୟରେ
ସୀମିତ ରହିବ ଏବଂ ସାଧାରଣ ରେଫ୍ରିଜେରେଟରରେ ୨ ରୁ ୮ ଡ଼ିଗ୍ରୀ ତାପମାତ୍ରାରେ ଗଚ୍ଛିତ
ରଖାଯାଇପାରିବ । ଦ୍ୱିତୀୟ ଓ ତୃତୀୟ ଟିକାଭାବେହାଇଦରାବାଦ ଭାରତ ବାୟୋଟେକର ‘କୋଭିକ୍ସିନ’ ଏବଂ ରୁଷର ‘ସ୍ପୁଟନିକ-୫’ଭାରତରେ ଉପଲବ୍ଧ ହେବା
ଆଶା କରାଯାଉଛି । କୁହାଯାଉଛି ଯେ ଏଠାକାର ପ୍ରଥମ ଟିକା
ବ୍ୟବହାରଯୋଗ୍ୟ ପ୍ରମାଣିତ ହେବା ପରବର୍ତ୍ତୀ ଛଅମାସ ମଧ୍ୟରେ ଅଧଡ଼ଜନେ ଟିକା ଆବଶ୍ୟକୀୟ ପରୀକ୍ଷଣ ସାରିବେ ।
ଏଥିନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୀପାବଳି ପୂର୍ବରୁ ୯୮୦ କୋଟି ଟଙ୍କା ସହାୟତା ଘୋଷଣା
ଏକ ଉତ୍ସାହପ୍ରଦ ପଦକ୍ଷେପ ।
ପ୍ରଶ୍ନ ଉଠେ ଭାରତରେ ଟିକା ଉପଲବ୍ଧ ହେଲେ କେବଳ
ସରକାରୀସ୍ତରରେବିନାମୂଲ୍ୟରେଟିକାକରଣ ବ୍ୟବସ୍ଥା ରହିବ ନା ବେସରକାରୀସ୍ତରରେମୂଲ୍ୟବିନିମୟରେଟିକାକରଣ
ମଧ୍ୟ ସଂଭବପର । ବିଶେଷଜ୍ଞମାନେ କହୁଛନ୍ତି ଯେ ମଡ଼େନା, ଫାଇଜର ଭଳି କେତେକ ଟିକା ଗଚ୍ଛିତ
ରଖିବା ନିମନ୍ତେ ବିଯୁକ୍ତ ୨୦ ରୁ ୭୦ ଡ଼ିଗ୍ରୀସେଲସିଏସ ଶୀତଳିକରଣ ଶୃଙ୍ଖଳ ‘କୋଲଡ଼ ଚେନ’ ଆବଶ୍ୟକ । ସରକାରଙ୍କ
ପକ୍ଷେ ସେଭଳି କୋଲଡ଼ ଚେନ ଆୟୋଜନରେ ବିତରଣ ସଂଭବପର ହୋଇନପାରେ । ତେଣୁ ସେହି ସବୁ ଟିକା
ବ୍ୟବହାର କରିବା ନିମନ୍ତେ ଘରୋଇ ଚ଼ିକିତ୍ସାଳୟଗୁଡ଼ିକୁ ଅନୁମତି ଦେଇପାରନ୍ତି । ଅର୍ଥାତ ସରକାରୀ
ସାଙ୍ଗକୁ ବେସରକାରୀସ୍ତରରେ ମଧ୍ୟ ଟିକାକରଣ ସଂଭାବନା ରହିଛି ।
No comments:
Post a Comment