#ବ୍ରହ୍ମପୁର ପାଟବସ୍ତ୍ର ନିମନ୍ତେ ଖ୍ୟାତ । ସପ୍ତଦଶ ଶତାଦ୍ଦୀର
ଦ୍ୱିତୀୟାର୍ଦ୍ଧରେ ମହୁରି ରାଜ୍ୟର ରାଜଧାନୀ ରୂପେ ବ୍ରହ୍ମପୁର ବିକଶିତ ହେବା ପ୍ରାୟ ଶହେ ବର୍ଷ
ପରେ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରେ ପାଟବୁଣା କାର୍ଯ୍ୟ ଆରମ୍ଭ ହୋଇଥିବା ଇତିହାସ ପୃଷ୍ଠାରୁ
ପ୍ରମାଣ ମିଳେ । ଏହି ଘଟଣାକ୍ରମ ନାଟକୀୟ ।
କୁହାଯାଏ ଯେ ମହୁରି ରାଜସିଂହାସନ ହରିହର ନରେନ୍ଦ୍ର ଦେବ ପିତା ନାରାୟଣ ଦେବଙ୍କ ମୃତ୍ୟୁପରେ ୧୭୭୦ ଫେବୃୟାରୀ ମାସରେ ଆରୋହଣ କରିଥିଲେ । ସେତେବେଳକୁ ତାଙ୍କରି ବୟସ ମାତ୍ର ୧୨ ବର୍ଷ । ସେହି ସମୟରେ ମହୁରି ରାଜପରିବାରରେ କନ୍ଦଳ ଲାଗି ରହିଥିଲା ଏବଂ ୨୪ ବର୍ଷ ବୟସରେ ୧୭୮୨ ଡ଼ିସେମ୍ୱର ମାସରେ ନରେନ୍ଦ୍ର ଦେବଙ୍କୁ ହତ୍ୟା କରାଯାଇଥିଲା ।
ବାରବର୍ଷ ରାଜତ୍ୱ ସମୟସୀମାରେ ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ । ସେଠାରେ ସ୍ଥାନୀୟ ଦେବାଙ୍ଗ ସମ୍ପ୍ରଦାୟର ବୁଣାକାରମାନେ ରାଜାଙ୍କୁ ସାକ୍ଷାତ କରି ସାଢ଼େ ପାଞ୍ଚ ମିଟର ଦୀର୍ଘ ଏକ ପାଟବସ୍ତ୍ର ଉପହାର ଦେଇଥିଲେ । ଉକ୍ତ ବସ୍ତ୍ରଟି ରାଜାଙ୍କ ହାତମୁଠାରେ ରହିଗଲା । ମହୁରି ରାଜା ଏଥିରେ ପ୍ରଭାବିତ ହୋଇ କିଛି ବୁଣାକାର ପରିବାରକୁ ନିଜ ରାଜ୍ୟରେ ଥଇଥାନ କରିବାର ପ୍ରତିଶୃତି ଦେଇଥିଲେ ।
ଦେବାଙ୍ଗ ସମ୍ପ୍ରଦାୟର ବୁଣାକାରମାନେ ଆନ୍ଧ୍ରପ୍ରଦେଶ ଗୋଦାବରୀ ଅବବାହିକାର ମୂଳ ବାସିନ୍ଦା । ସେମାନେ ଆନ୍ଧ୍ରପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳ ସମେତ ତାମିଲନାଡୁ ଓ କର୍ଣ୍ଣାଟକରେ ମଧ୍ୟ ବସବାସ କରନ୍ତି । ମୁଖ୍ୟତଃ ପାଟବସ୍ତ୍ର ବୟନରେ ପାରଙ୍ଗମ ଥିଲେ । ଦେବଙ୍କ ଅଙ୍ଗବସ୍ତ୍ର ବୟନ କରୁଥିବା ହେତୁ ‘ଦେବାଙ୍ଗ’ ନାମିତ କରାଯାଇଥିବା ବିଚାର କରାଯାଏ ।
ରାଜକୃପା ଲାଭ କରି ବେଶ କିଛି ସଂଖ୍ୟକ ଦେବାଙ୍ଗ ପରିବାର ବ୍ରହ୍ମପୁର ପହଞ୍ଚିବାପରେ ଅଧୂନା ବଡ଼ବଜାରରେ ପୂର୍ବରୁ ପ୍ରତିଷ୍ଠିତ ରାଜଉଆସ ସଂଲଗ୍ନ ଅଞ୍ଚଳରେ ବସବାସ ଆରମ୍ଭ କରିଥିଲେ । ସଙ୍ଗେ ସଙ୍ଗେ ଗୃହ ନିର୍ମାଣ ସଂଭବପର ନହୋଇ ପାରିବା ହେତୁ କିଛି କାଳ ସେମାନେ ‘ଡ଼େରା’ ବା ‘ତମ୍ୱୁ’ ଟାଣି ରହିବାରୁ ସେମାନଙ୍କୁ ସ୍ଥାନୀୟ ଲୋକେ ‘ଡ଼େରା’ ନାମିତ କରିଥିବା ଅନୁମାନ କରାଯାଏ । ଅନ୍ୟପକ୍ଷରେ ‘ଡ଼ୋର’ ବା ସୂତା ବୟନରେ ସଂପୃକ୍ତ ଥିବା ହେତୁ ସେମାନଙ୍କୁ ‘ଡ଼େରା’ ନାମିତ କରିବା ମଧ୍ୟ ଯଥାର୍ଥ ।
ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରୁ ବିଂଶ ଶତାଦ୍ଦୀ ପ୍ରଥମ ଭାଗ ଯାଏଁ ସମଗ୍ର ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ପାଟ ବସ୍ତ୍ର ପ୍ରସିଦ୍ଧି ଲାଭ କରିଥିଲା । ମହୁରି ରାଜଉଆସ ସମୀପରେ ବସ୍ତିମାନ ଗଢ଼ି ଡ଼େରା ପରିବାରବର୍ଗ ତନ୍ତ ଚାଳନା ସାଙ୍ଗକୁ ପାଟବସ୍ତ୍ର ବିକ୍ରୀବଟା ମଧ୍ୟ ଆରମ୍ଭ କରିଥିଲେ । ଫଳରେ ଏକ ବଜାର ଅଞ୍ଚଳ ସୃଷ୍ଟି ହୋଇଥିଲା । ବଡ଼ବଜାରର କେନ୍ଦ୍ର ‘ଦେଶୀ ବେହେରା ସାହୀ’ ଡ଼େରାମାନଙ୍କ ମୁଖ୍ୟ ବସ୍ତି । ବଡ଼ବଜାର ଓ ସାନବଜାରରେ ଡ଼େରା ପରିବାର ସଂଖ୍ୟା ବୃଦ୍ଧି ଫଳରେ ପ୍ରାୟ ୧୮ ଗୋଟି ବସ୍ତି ସୃଷ୍ଟି ହୋଇ ପ୍ରତ୍ୟେକ ବସ୍ତିରେ ଜଣେ ସେନାପତି ନିଯୁକ୍ତ ହୋଇଥିବା ପ୍ରମାଣ ମିଳେ ।
ବ୍ରହ୍ମପୁରରେ ପାଟବସ୍ତ୍ର ବୟନ ନିମନ୍ତେ କଞ୍ଚାମାଲ ପାଟସୂତା ଆଖପାଖ ଅଞ୍ଚଳରେ ମିଳେ ନାହିଁ । ପାଟସୂତା ପାଟପୋକର ଖୋସାରୁ ସଂଗୃହୀତ ହୁଏ । ପାଟପୋକ ତୁତଗଛ ଖାଇ ବଞ୍ଚେ ଏବଂ ତୁତ ଫସଲ ଥଣ୍ଡା ଓ ଶୁଷ୍କ ଜଳବାୟୁରେ ଚାଷ କରାଯାଏ । ବ୍ରହ୍ମପୁରର ଡ଼େରାମାନେ ପାଟସୂତା ବେଙ୍ଗାଲୁରୁ-ମହୀଶୂରରୁ ଆମଦାନୀ କରନ୍ତି । ମୂଳ ସୂତାକୁ ଏଠାରେ ରଙ୍ଗ କରାଯାଇ ପାଟ ବସ୍ତ୍ର ବୁଣାଯାଏ । ସାଧାରଣତଃ ମହିଳାମାନଙ୍କ ଶାଢ଼ୀ ଏବଂ ପୁରୁଷମାନଙ୍କ ବ୍ୟବହାର ନିମନ୍ତେ ଜଥା ଓ ଉତ୍ତରୀୟ ବ୍ରହ୍ମପୁରୀପାଟ ବୟନ ଶିଳ୍ପର ମୁଖ୍ୟ ଉତ୍ପାଦ । ଏଠାକାର କୁମ୍ଭ ଡ଼ିଜାଇନ ରାଜ୍ୟର କଟକୀ ଓ ସମ୍ୱଲପୁରୀ ପାଟବସ୍ତ୍ରଠାରୁ ସ୍ୱତନ୍ତ୍ରତା ଦାବୀ କରିଥାଏ ।
ବଡ଼ବଜାର ଓ ସାନବଜାର ଅଞ୍ଚଳରେ ପାଟତନ୍ତ ଓ ବଜାର ସୃଷ୍ଟିପରେ କ୍ରମଶଃ କଂସା ପିତ୍ତଳ ବାସନ ଏବଂ ସୁନା ବ୍ୟବସାୟୀ ଯୋଗ ଦେଇଥିଲେ । ଉନବିଂଶ ଶତାଦ୍ଦୀ ଶେଷଭାଗରୁ ଗୋପାଳପୁର ବନ୍ଦର ଯୋଗେ କଳତନ୍ତ ବସ୍ତ୍ର ସମେତ ଅନ୍ୟାନ୍ୟ ଦ୍ରବ୍ୟ ଆମଦାନୀ-ରପ୍ତାନୀ ପରେ ବଡ଼ବଜାର ସମଗ୍ର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ନିମନ୍ତେ ବ୍ୟବସାୟ ପେଣ୍ଠରେ ପରିଣତ ହୋଇଥିଲା । ତେବେ ପାଟ ବୟନଶିଳ୍ପ ହିଁ ବ୍ରହ୍ମପୁର ବ୍ୟାବସାୟିକ ପରିବେଶର ମୂଳଦୁଆ ପକାଇଥିବା ସୁସ୍ପଷ୍ଟ ।
ପାରମ୍ପରିକ ଭାବେ ପାଟ ବା ସିଲକ ସୌଖୀନ ବସ୍ତ୍ର ଭାବେ ପରିଚ଼ିତ । ଧାର୍ମିକ, ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ଏହାର ଗୁରୁତ୍ୱ ଦୀର୍ଘ ଅତୀତରୁ ବଳବତ୍ତର ରହିଆସିଛି । ଚୀନରେ ଖ୍ରୀଷ୍ଟପୂର୍ବ ଅଢ଼େଇ ହଜାର ବର୍ଷ ପୂର୍ବରୁ ପାଟ ବସ୍ତ୍ର ବ୍ୟବହାର ଆରମ୍ଭ ହୋଇଥିବା ପ୍ରମାଣ ମିଳେ । ଚୀନ ଓ ଭାରତରେ ପ୍ରଚଳିତ ପାଟବସ୍ତ୍ର ବୟନ କଳା କ୍ରମଶଃ ପଶ୍ଚିମ ଭୂଖଣ୍ଡକୁ ସଂପ୍ରସାରିତ ହୋଇଥିଲା । କିମ୍ୱଦନ୍ତୀ ଅନୁଯାୟୀ ଗ୍ରୀକ ବୀର ଆଲକଜେଣ୍ଡାର ଭାରତ ଆକ୍ରମଣ କାଳରେ କିଛି ପାଟ ବୁଣାକାରଙ୍କୁ ବନ୍ଦୀକରି ଗ୍ରୀସ ନେଇ ୟୁରୋପରେ ପାଟବୁଣା ଆରମ୍ଭ କରିଥିଲେ । ସମକାଳରେ ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ପ୍ରାୟ ୪୦ ପ୍ରତିଶତ ପାଟବସ୍ତ୍ର ବ୍ୟବହାର ହୋଇଥାଏ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୪ ଜୁଲାଇ ୨୦୨୧ / ପୃଷ୍ଠା :୮)
Photo by Odd Fellow on Unsplash
No comments:
Post a Comment