#ବ୍ରହ୍ମପୁର ସହରରେ ବାୟୁ
ପ୍ରଦୂଷଣ ସଂପର୍କରେ ଆଲୋଚ଼ନା ପ୍ରାୟ ଶୁଣିବାକୁ ମିଳେ ନାହିଁ । ସଚ଼େତନ ବର୍ଗ ଏହି ସମସ୍ୟା
ଦିଲ୍ଲୀ ନହେଲେ କୋଲକତା, ମୁମ୍ୱାଇ, ଚ଼େନ୍ନାଇର ଦୁଃଖ ବୋଲି ବିଚାର କରିଥାନ୍ତି । ହରିଆନା,
ପଞ୍ଜାବରେ ଗହମ ଫସଲ ଅମଳ ପରେ ଆଗାମୀ ଚାଷ ପାଇଁ କ୍ଷେତ ସଫା କରିବାକୁ ନଡ଼ା ପୋଡ଼ାଗଲେ ସୃଷ୍ଟ
ଧୁଆଁ ବର୍ଷକରେ କିଛି ସମୟ ଦିଲ୍ଲୀ ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖୁଥିବା ଚ଼ିତ୍ର ଟେଲିଭିଜନରେ
ଦେଖୁ । ଅନ୍ୟାନ୍ୟ ବଡ଼ ସହରଗୁଡ଼ିକରେ ସଂଖ୍ୟାଧିକ ମଟରଗାଡ଼ି ଚଳପ୍ରଚଳ ହେବା ଫଳରେ
ରାସ୍ତାଘାଟରେ କିପରି ଧୂଆଁର ଆସ୍ତରଣ ସୃଷ୍ଟି ହୁଏ ଏବଂ ଜରୁରି ପରିସ୍ଥିତି ଏଡ଼ାଇବା ନିମନ୍ତେ
ଯୁଗ୍ମ-ଅଯୁଗ୍ମ ଗାଡ଼ି ରେଜିଷ୍ଟ୍ରେସନ ନମ୍ୱର ଆଧାରରେ ଡ୍ରାଇଭିଂ ପାଇଁ ନିୟମ ଧାର୍ଯ୍ୟ ହୁଏ ସେ
ସଂପର୍କରେ ଶୁଣୁ । ଗୋପାଳପୁର ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିଲେ ବ୍ରହ୍ମପୁର ଏକ
ପ୍ରଦୂଷିତ ସହର ପାଲଟିଥାନ୍ତା ଏବଂ ଯେକୌଣସି କାରଣରୁ ହେଉ ପ୍ରକଳ୍ପ କାର୍ଯ୍ୟକାରୀ
ନହୋଇପାରିଥିବା ହେତୁ ବ୍ରହ୍ମପୁରବାସୀଙ୍କୁ ଅନ୍ତତଃପକ୍ଷେ ପ୍ରଦୂଷଣରୁ ଯେ ମୁକ୍ତି ପାଇଗଲେ
ନିଜକୁ ଭାଗ୍ୟବାନ ମନେକରୁ । ତେବେ, ସହରର ରାସ୍ତାଘାଟ ସଫେଇ ପରେ ଆବର୍ଜନା ନିଷ୍କାସନ
ପରିବର୍ତ୍ତେ କୁଢ଼ରେ ନିଆଁ ଲଗାଇ ଦିଆଯାଏ - ଏହି ସମସ୍ୟାଟିକୁ ହାଲକାଭାବେ ଗ୍ରହଣ କରିନେଉ ।
ବାୟୁ ପ୍ରଦୂଷଣ ଏକ ଆନ୍ତର୍ଜାତିକ ସମସ୍ୟା । ବିଭିନ୍ନ କିସମର ପୋଡ଼ିରୁ ଉତ୍ପନ୍ନ ଧୂଆଁଜନିତ ପ୍ରଦୂଷଣ କାରଣରୁ ଜଳବାୟୁ ପରିବର୍ତ୍ତନ ଏବଂ ଫଳ ସୂରୁପ ବହୁଳ ବୃଷ୍ଟି ଓ ଅନାବୃଷ୍ଟି ବିଶ୍ୱବ୍ୟାପୀ ସମସ୍ୟା ସୃଷ୍ଟି କରିଛି । ପରିସ୍ଥିତି ଏପରି ହେଲାଣି ଯେ ଜଣେ ବ୍ୟକ୍ତି ପାରମ୍ପରିକ ଇନ୍ଧନ ବ୍ୟବହାରରୁ କ୍ଷାନ୍ତ ରହିଲେ ତାହା ସମଗ୍ର ମାନବ ଜାତିର କଲ୍ୟାଣକାରୀ ହେବ ବୋଲି ପରିସଂଖ୍ୟାନ ପ୍ରଚାରିତ ହେଲାଣି । ପ୍ରଦୂଷଣ ରୋକିବା ନିମନ୍ତେ ଜାତିସଂଘର ଆହ୍ୱାନକୁ ଭାରତ ସଦାସର୍ବଦା ସମର୍ଥନ କରିଆସିଛି । କିନ୍ତୁ ତୃଣମୂଳସ୍ତରରେ ତତ୍ପରତା ଅଭାବରୁ ଦେଶରେ ସମସ୍ୟା ସୁଧୁରି ପାରୁନାହିଁ ।
ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ‘ଏନାର୍ଜୀ ପଲିସି ଇନଷ୍ଟିଟ୍ୟୁଟ’ ଆନୁକୂଲ୍ୟରେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ଭୌଗଳିକ ପରିବେଶରେ ବାୟୁ ପ୍ରଦୂଷଣ କାରଣରୁ ଜୀବଦ୍ଦଶା ହାନୀ ଗଣତି କରାଯାଇ ‘ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ’ ପ୍ରକାଶିତ ହୋଇଥାଏ । ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ଜାତିସଂଘ ପକ୍ଷରୁ ହାରାହାରି ବାୟୁ ପ୍ରଦୂଷଣ ‘ଏଭେରେଜ ପାର୍ଟିକୁଲେଟ ମେଟର କନସେଣ୍ଟ୍ରେସନ’ ବର୍ଗ ମିଟର ପିଛା ୧୦ ମାଇକ୍ରୋ-ଗ୍ରାମ ନିର୍ଦ୍ଧାରିତ ହୋଇଥିବା ସ୍ଥଳେ ଭାରତରେ ଜାତୀୟସ୍ତରରେ ୨୦୧୯ ପରୀକ୍ଷଣରେ ବାୟୁ ପ୍ରଦୂଷଣ ହାର ବର୍ଗ ମିଟର ପିଛା ୭୦ ମାଇକ୍ରୋ-ଗ୍ରାମ ହିସାବ କରାଯାଏ । ଏହା ବିଶ୍ୱରେ ସର୍ବାଧିକ ପ୍ରଦୂଷଣ ମାତ୍ରା ବୋଲି କୁହାଯାଏ ।
ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବାୟୁ ପ୍ରଦୂଷଣ ହେତୁ ସେଠାକାର ରାଜ୍ୟବାସୀଙ୍କ ହାରାହାରି ପରମାୟୁ ୨୦୦୦ ତୁଳନାରେ ୨୦୧୯ରେ ଜଣକ ପିଛା ଦୁଇ ବର୍ଷ ଛଅ ମାସରୁ ଦୁଇ ବର୍ଷ ଆଠ ମାସ ଯାଏଁ କମିଯାଇଛି । ଏହି ଜଟିଳ ପରିସଂଖ୍ୟାନରେ ବ୍ରହ୍ମପୁରର ସ୍ଥାନ ନିର୍ଦ୍ଧାରଣ କରିବା ବିଶେଷଜ୍ଞ ବୈଜ୍ଞାନିକଙ୍କ କାମ । କିନ୍ତୁ ସହରରେ ରାସ୍ତାକଡ଼େ ଅଳିଆ ଗଦା, ଟାୟର ପୋଡ଼ା କେତେ ମାରାତ୍ମକ ଏବଂ ସିଧାସଳଖ ଅତି ଯତ୍ନରେ ସମ୍ଭାଳୁଥିବା ପ୍ରତ୍ୟେକଙ୍କ ଜୀବନପାଇଁ କେତେ ବିପଦଜନକ ଏସଂପର୍କରେ ସଚ଼େତନ ହେବା ସମୟ ଉପନୀତ ।
ବାୟୁ ପ୍ରଦୂଷଣ ବ୍ୟକ୍ତିଗତ, ଭୌଗଳିକ ଓ ବିଶ୍ୱବ୍ୟାପୀ ପ୍ରଭାବ ପକାଇଥାଏ । ପ୍ରଦୂଷିତ ବାୟୁ ଗ୍ରହଣରେ ମନୁଷ୍ୟ ଶ୍ୱାସରୋଗାକ୍ରାନ୍ତ ହୁଏ, ଆଜମା ଭଳି ପୂର୍ବରୁ ରୋଗାକ୍ରାନ୍ତ ପୁନଃ ପୀଡ଼ିତ ହୁଅନ୍ତି ଏବଂ ଏତଦ୍ୱାରା ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ବିପନ୍ନ ହେବା ସଙ୍ଗେ ଆନ୍ତର୍ଜାତିକ ପ୍ରଦୂଷଣ ପ୍ରବାହରେ ସହର ଭାଗୀଦାର ହୋଇଥାଏ । ତେବେ ପ୍ରଶ୍ନ ଉଠେ ବ୍ରହ୍ମପୁରରେ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ଘଟଣା ସଂପର୍କରେ ସାଧାରଣ ନାଗରିକଟିଏ ଅବଗତ ହେବା ପରେ କ’ଣ କରିପାରିବ ? କାହାକୁ କହିବ ? ନିର୍ଦ୍ଦିଷ୍ଟ ପୋଡ଼ା ଧୂଆଁ ରୋକିବା ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ ନିମନ୍ତେ ବିଧିବଦ୍ଧ ବ୍ୟବସ୍ଥା ରହିଛି କି ? କ୍ରମାଗତ ପ୍ରଦୂଷଣ ନୀତି ଉଲଂଘନ ହୋଇଚାଲିଲେ ଏହି ସମସ୍ୟା ଉଚ୍ଚସ୍ତରରେ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ନାଗରିକ ସମାଜ ସଚ଼େତନ କି ?
ସହରର ଅନେକ ଅସମାହିତ ନାଗରିକ ସମସ୍ୟା ମଧ୍ୟରେ ବାୟୁ ପ୍ରଦୂଷଣ ହଜିଯାଏ । କାରଣ ସାମାନ୍ୟ ଅଳିଆ ଗଦାର କୁହୁଳା ନିଆଁରୁ କେହି ତତ୍ କ୍ଷଣାତ ଶ୍ୱାସରୋଗରେ ଆକ୍ରାନ୍ତ ହେବା ଆମେ ଦେଖିନାହୁଁ କିମ୍ୱା ୨୦୧୬ରେ ଶ୍ୱାସରୋଗ କାରଣରୁ ସମଗ୍ର ବିଶ୍ୱରେ ୩୦ ଲକ୍ଷ ଯାଏଁ ମୃତ୍ୟୁବରଣ କରିଥିବା ହିସାବ ଆମ ପାଖରେ ନଥାଏ । ଶ୍ୱାସରୋଗ ଉପରକୁ ହୃଦଘାତ ଓ ହୃଦରୋଗ ଯଥାକ୍ରମେ ଆନ୍ତର୍ଜାତିକସ୍ତରରେ ମୃତ୍ୟୁର ଦ୍ୱିତୀୟ ଓ ପ୍ରଥମ କାରଣ । ସଚ଼େତନ ବର୍ଗ ପ୍ରଥମ ଓ ଦ୍ୱିତୀୟ ନିରାକରଣ ପାଇଁ ବେଶ ତତ୍ପର । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଔଷଧ, ପଥ୍ୟ ଓ ବ୍ୟାୟାମ ପାଇଁ ମର୍ଣ୍ଣିଂ ୱାକରେ ଯାଆନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକଭାବେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ଶ୍ୱାସରୋଗକୁ ଭୁଲିଯାଉ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ସେପ୍ଟେମ୍ୱର ୨୦୨୧ / ପୃଷ୍ଠା : ୯)
(Photo by Patrick Hendry on Unsplash)
No comments:
Post a Comment