#ବ୍ରହ୍ମପୁର ସହରତଳି ୧୨ କିଲୋମିଟର ଦୂରବର୍ତ୍ତୀ ଦକ୍ଷିଣ ପାର୍ଶ୍ୱ ବିଶାଖପାଟଣାମୁଖୀ
୧୬ ନମ୍ୱର ଜାତୀୟ ରାଜପଥରୁ ତିନି କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳରେ ଅବସ୍ଥିତ ପଞ୍ଚମା ଗ୍ରାମରେ
ସିଦ୍ଧି ବିନାୟକ ମନ୍ଦିର ଅବସ୍ଥିତ । ଅନ୍ୟାନ୍ୟ
ବିଶେଷତ୍ୱ ମଧ୍ୟରେ ମନ୍ଦିରଟି ଏକ ବିଶାଳକାୟ ଅଶ୍ୱତ୍ଥ ବୃକ୍ଷକୁ ପରିବେଷ୍ଟିତ ହୋଇ ନିର୍ମିତ ।
ଏହି ଅଶ୍ୱତ୍ଥ ବୃକ୍ଷସହ ଅତୀତରେ ଅନ୍ୟ ଏକ ବଟ ବୃକ୍ଷ ରହିଥିବା ଶୁଣାଯାଏ । କିନ୍ତୁ ବର୍ତ୍ତମାନ
ବଟ ବୃକ୍ଷଟି ପ୍ରାୟ ନଷ୍ଟ ହୋଇ ଯାଇଛି । ବୃକ୍ଷ କ୍ରୋଡ଼ରେ ଦୁଇ ଫୁଟ ଉଚ୍ଚ ସିଦ୍ଧି ବିନାୟକଙ୍କ
ବିଗ୍ରହ ବିରଜମାନ । ଏହା ଉତ୍ତର-ପୂର୍ବ ମୁଖ । ପାର୍ଶ୍ୱ ଦେବଦେବୀ ଭାବେ ଭାସ୍କର, ଶିବ, ଦୁର୍ଗା
ଓ ନାରାୟଣ ପୂଜିତ । ଅଶ୍ୱତ୍ଥ ବୃକ୍ଷ କ୍ରୋଡ଼ରେ ଗଣେଶଙ୍କ ଅନ୍ୟ କେତେକ କ୍ଷୁଦ୍ର ବିଗ୍ରହ ମଧ୍ୟ
ସଂରକ୍ଷିତ ।
ପଞ୍ଚମା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ନେଇ ଚାରିଗୋଟି କିମ୍ୱଦନ୍ତୀ ପ୍ରଚଳିତ । ପ୍ରଥମଟି ମହାଭାରତ, ଦ୍ୱିତୀୟଟି ଖ୍ରୀଷ୍ଟପୂର୍ବ ତୃତୀୟ ଶତାଦ୍ଦୀରେ ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ, ତୃତୀୟଟି ପୁରୀ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଯାତ୍ରା ଏବଂ ଚ଼ତୁର୍ଥଟି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ପରେ ବାହୁଡ଼ା ଯାତ୍ରା ଉପରେ ଆଧାରିତ ।
କୁହାଯାଏ ଯେ ପଞ୍ଚମାଠାରେ ପଞ୍ଚ ପାଣ୍ଡବ ବନବାସ କାଳରେ ସିଦ୍ଧି ବିନାୟକଙ୍କୁ ପୂଜାର୍ଚ୍ଚନା କରି ବରପ୍ରାପ୍ତ ହୋଇଥିଲେ । ଦ୍ୱିତୀୟତଃ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରଫେସର ବେଣୀମାଧବ ପାଢ଼ୀ ‘କୃଷ୍ଟି ଓ ଦୃଷ୍ଟି’ ପୁସ୍ତକର ୭୦-୭୧ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ ସିଦ୍ଧି ବିନାୟକ ପ୍ରାଚ଼ୀନ କଳିଙ୍ଗରେ ପୂଜିତ ହେଉଥିଲେ । ଅଶୋକଙ୍କ ଆକ୍ରମଣ ଫଳରେ କଳିଙ୍ଗ ଧ୍ୱସ୍ତବିଧ୍ୱସ୍ତ ହେବାପରେ ପ୍ରତିମା ରକ୍ଷଣାବେକ୍ଷଣ ଅଭାବରେ ଉଇ ହୁଙ୍କାରେ ଆଚ୍ଛାଦିତ ହୋଇପଡ଼ିଥିଲା ।
ତୃତୀୟତଃ, ପଞ୍ଚଦଶ ଶତାଦ୍ଦୀରେ ପୁରୀ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଯୁଦ୍ଧ ଯାତ୍ରା ଅବସରରେ ଭୈରବୀଠାରେ ସୈନ୍ୟସାମନ୍ତ ସହ ରାତ୍ରୀ ଯାପନ କରିଥିଲେ । ସେଠାରେ ତାଙ୍କୁ ସ୍ୱପ୍ନାଦେଶ ହେଲା ଯେ ପ୍ରସ୍ଥାନ ପୂର୍ବରୁ ନିକଟସ୍ଥ ଜଙ୍ଗଲରେ ଦେବତାଙ୍କୁ ପୂଜା କରନ୍ତୁ । ପରଦିନ ପ୍ରଭାତରୁ ରାଜା ସୈନ୍ୟସାମନ୍ତଙ୍କ ସହ ଜଙ୍ଗଲରେ ଦେବତାଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ । କିନ୍ତୁ କେଉଁଠି ପାଇଲେ ନାହିଁ । ବିଫଳ ମନୋରଥ ରାଜାଙ୍କୁ ସ୍ଥାନୀୟ ଜଣେ ବୃଦ୍ଧ ସୂଚ଼ନା ଦେଲେ ଯେ ଜଙ୍ଗଲରେ ଦେବତା ଅଛନ୍ତି । କିନ୍ତୁ ସେମାନେ ଦେବତାଙ୍କୁ ଦେଖି ନାହାନ୍ତି । କେବଳ ଦେବତାଙ୍କ ଉଦ୍ଦେଶ୍ୟରେ ଦୂରରୁ ପ୍ରଣାମ କରିଥାନ୍ତି । ପୁନଃ ଉଦ୍ୟମରେ ଦୁଇ ଅଶ୍ୱତ୍ଥ ଓ ବଟ ବୃକ୍ଷ ମଧ୍ୟରେ ଏକ ବଡ଼ ଉଚ୍ଚ ହୁଙ୍କା ଦେଖିବାକୁ ପାଇଲେ । ଯତ୍ନ ସହକାରେ ଉଚ୍ଚ ହୁଙ୍କାରେ ଜଳ ଢାଳି ସଫା କରିବାପରେ ସିଦ୍ଧି ବିନାୟକଙ୍କ ବିଗ୍ରହ ପ୍ରକାଶିତ ହୋଇଥିଲା । ରାଜା ଯତ୍ନ ନେଲେ ।
ଚ଼ତୁର୍ଥ କିମ୍ୱଦନ୍ତୀରେ ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ ପରେ ବହୁ ଗଣେଶ ମୂର୍ତ୍ତି ସାଥିରେ ନେଇ ବାହୁଡ଼ିଥିଲେ । ସେଥି ମଧ୍ୟରୁ ଗୋଟିଏ ମୂର୍ତ୍ତି ପଞ୍ଚମାଠାରେ ପ୍ରତିଷ୍ଠା କରିଥିଲେ । ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଯୁଦ୍ଧ ଅଭିଯାନ କାଳରେ ହେଉ କିମ୍ୱା ବାହୁଡ଼ା କାଳରେ ସିଦ୍ଧି ବିନାୟକଙ୍କ ବିଗ୍ରହ ପ୍ରତିଷ୍ଠା ଲାଗି ମନ୍ଦିର ନିର୍ମାଣ ଏବଂ ପାଞ୍ଚଗୋଟି ପରିବାରଙ୍କୁ ଥଇଥାନ କରି ଗ୍ରାମ ନିର୍ମାଣ ତଦାରଖ କାର୍ଯ୍ୟ ପାଞ୍ଚ ଦିନ ମଧ୍ୟରେ ସମାପ୍ତ ହୋଇଥିବା ହେତୁ ପୀଠସ୍ଥଳୀକୁ ‘ପଞ୍ଚମା’ ନାମିତ କରାଯାଇଥିବା ଯୁକ୍ତି ରଖାଯାଇଥାଏ । ଏତଦ୍ ବ୍ୟତୀତ ମନ୍ଦିରରେ ସିଦ୍ଧି ବିନାୟକଙ୍କ ସହ ଭାସ୍କର, ଶିବ, ଦୁର୍ଗା ଓ ନାରାୟଣ ପଞ୍ଚ ଦେବତା ପୂଜିତ ହେଉଥିବା ହେତୁ ପୀଠର ‘ପଞ୍ଚମା’ ନାମକରଣ ମଧ୍ୟ ଯଥାର୍ଥ ମନେହୁଏ ।
ବ୍ରହ୍ମପୁର ସମେତ ଗଞ୍ଜାମ ଓ ପଡ଼ୋଶୀ ଶ୍ରୀକାକୁଲମ ଜିଲ୍ଲାବାସୀଙ୍କ ନିମନ୍ତେ ପଞ୍ଚମା ଏକ ଆକର୍ଷଣୀୟ ଧର୍ମସ୍ଥଳୀ । ସହରରେ ଆଗନ୍ତୁକ ଅତିଥିମାନଙ୍କୁ ପଞ୍ଚମା ଦର୍ଶନରେ ନିଆଯିବା ପ୍ରଥା ପ୍ରଚଳିତ । ପ୍ରତ୍ୟେହ ସକାଳ ଓ ସନ୍ଧ୍ୟାରେ ମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ରହେ । ମଧ୍ୟାହ୍ନରେ କିଛି ସମୟ ଦର୍ଶନ ଓ ପୂଜା ଆରାଧନା ବନ୍ଦ ହୋଇଥାଏ । ଗଣେଶ ଚ଼ତୁର୍ଥୀ ସିଦ୍ଧି ବିନାୟକଙ୍କ ମୁଖ୍ୟ ପର୍ବ ହେଲେହେଁ ଶିବରାତ୍ରୀ, ପ୍ରତି ମାସର ସଂକ୍ରାନ୍ତି ତିଥି ଓ ଅନ୍ୟାନ୍ୟ ପୁଣ୍ୟପର୍ବରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରାଙ୍ଗଣରେ ସମାଗମ ହୋଇଥାଏ । ପ୍ରତି ବାରବର୍ଷରେ ଯୋଡ଼ା ଜ୍ୟୋଷ୍ଠ ମାସ ପଡ଼ିଲେ ସିଦ୍ଧି ବିନାୟକ ବିଗ୍ରହର ନବକଳେବର ପ୍ରଥା ପ୍ରଚଳିତ ।

Photo by Supriya Samanta on Unsplash
No comments:
Post a Comment