ବିଂଶ ଶତାଦ୍ଦୀ
ସପ୍ତମ ଦଶକ ପୁରୋଭାଗରେ ବ୍ରହ୍ମପୁର ସହରର ସାମୟିକ ପତ୍ରିକା ଆନ୍ଦୋଳନରେ ହର ପ୍ରସାଦ
ପରିଚ୍ଛାପଟ୍ଟନାୟକ ସାମିଲ ହୋଇଥିଲେ । ସେ ‘ପ୍ରବିଟାସ’ ନାମକ ଇଂଲିଶ ପତ୍ରିକାର କେତୋଟି ସଂଖ୍ୟା
ପ୍ରକାଶ କରିଥିଲେ । ଏହା ବ୍ରହ୍ମପୁର ପାର୍କ ଷ୍ଟ୍ରୀଟସ୍ଥିତ ଅରୁଣ ପ୍ରିଣ୍ଟିଂ ପ୍ରେସରେ
ମୁଦ୍ରିତ ହେଉଥିଲା । ହରପ୍ରସାଦ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିନଥିଲେ ମଧ୍ୟ ତାଙ୍କ
ପରିବାରବର୍ଗ ସହରର ବାସିନ୍ଦା ଥିବା ଏବଂ ପତ୍ରିକା ମୁଦ୍ରଣ କାର୍ଯ୍ୟ ହେତୁ ଦୀର୍ଘ ସମୟ ସ୍ଥାନୀୟ
ସାହିତ୍ୟକଙ୍କ ଗହଣରେ କାଟିଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ପ୍ରାୟ ମାସେକାଳ
ଚ଼ିକିତ୍ସାଧିନ ରହିବାପରେ ୧୫ ଫେବୃୟାରୀ ୨୦୨୨ରେ ତାଙ୍କରି ପରଲୋକ ଘଟିଥିଲା ।
ବ୍ରହ୍ମପୁରରେ ଷଷ୍ଠ ଦଶକ ଶେଷ ପାଦରେ ‘କଳିଙ୍ଗ ସାହିତ୍ୟ ସମାଜ’ ଗଠିତ ହୋଇଥିଲା । ଏହାର ସ୍ଥାୟୀ ଠିକଣା ‘ଉତ୍କଳ ଆଶ୍ରମ’ରେ ଏକ ପାଠାଗାର ପ୍ରତ୍ୟେହ ସଂଧ୍ୟାରେ ଖୋଲୁଥିଲା ଏବଂ ସହରର ସାହିତ୍ୟ ଅନୁରାଗୀମାନଙ୍କ ମେଳନ ଜମୁଥିଲା । ବ୍ରହ୍ମପୁରରେ ଉପସ୍ଥିତି କାଳରେ ହରପ୍ରସାଦଙ୍କ ସେଠି ଦେଖା ମିଳୁଥିଲା । ଅନ୍ୟ ଏକ ସାହିତ୍ୟ ଆଡ୍ଡା ଥିଲା ଖଲ୍ଲିକୋଟ ମହାବିଦ୍ୟାଳୟର ସ୍ନାତକୋତ୍ତର ଇଂଲିଶ ବିଭାଗ । ସେଠି ପ୍ରଫୁଲ୍ଲ କୁମାର ମହାନ୍ତି, ଶରତ ଶତପଥି, ସତ୍ୟ ମିଶ୍ର ପ୍ରମୁଖ ଶିକ୍ଷକଙ୍କ ସମେତ ଉଭୟ ସ୍ନାତକ ଓ ସ୍ନାତକୋତ୍ତରସ୍ତରରେ ରମେଶ ପଟ୍ଟନାୟକଙ୍କ ଭଳି କେତକ ଛାତ୍ରଛାତ୍ରୀ ଓଡ଼ିଆ ସାହିତ୍ୟ ଚର୍ଚ୍ଚାରେ ମସଗୁଲ ରହୁଥିଲେ । ବିଭାଗର ପାଠଚକ୍ର ଗ୍ରନ୍ଥାଗାର ଅଧିକାଂଶ ଦିନ ସଂନ୍ଧ୍ୟା ଓ ଛୁଟି ଦିନମାନଙ୍କରେ ମଧ୍ୟ ଖୋଲୁଥିଲା । ହରପ୍ରସାଦ ସେଠି ପହଞ୍ଚୁଥିଲେ ।
‘ପ୍ରବିଟସ’ ମାତ୍ର ଦୁଇ ତିନିଗୋଟି ସଂଖ୍ୟା ପ୍ରକାଶ ପାଇ ବନ୍ଦ ହୋଇଯାଇଥିଲା । ଅବଶ୍ୟ ସେ ସମୟର ସବୁ ସାମୟିକ ପତ୍ରିକାର ଦଶା ସେୟା । ଚାନ୍ଦା-ଭେଦାରେ ପତ୍ରିକାଟିର କେତେଗୋଟି ସଂଖ୍ୟା ପ୍ରକାଶିତ ହୁଏ, ପୁଞ୍ଜି ସରିଗରେ ପ୍ରକାଶନ ବନ୍ଦ ହୋଇଯାଏ । ହରପ୍ରସାଦ ୧୯୭୫ରେ ସରକାରୀ ମହାବିଦ୍ୟାଳୟରେ ଇଂଲିଶ ଅଧ୍ୟାପକଭାବେ ଅବସ୍ଥାପିତ ହୋଇ ବ୍ରହ୍ମପୁର ବାହାରରେ ହିଁ ରହିଥିଲେ । ‘ପ୍ରବିଟସ’ ପ୍ରକାଶନ କାଳରେ ସାହିତ୍ୟରେ ରୁଚି ରଖୁଥିବା କେତେକ ବରିଷ୍ଠ ପ୍ରଶାସକଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ସଂପର୍କ ଜୀବନବ୍ୟାପୀ ବଳବତ୍ତର ରହିଥିଲା ।
ଯୁବାବସ୍ଥାରେ ସାହିତ୍ୟ ସଂଗଠନ ଅନୁଭୂତି ବୃତ୍ତିଗତ ଜୀବନରେ ସେ ଇଂଲିଶ ଶିକ୍ଷକଭାବେ କାର୍ଯ୍ୟରତ ଥିଲେ ହେଁ ସରକାରୀସ୍ତରରେ ସାହିତ୍ୟ ସଂଗଠନଗୁଡ଼ିକରେ ଅବସ୍ଥାପିତ ହେବାକୁ ପସନ୍ଦ କରିଥିଲେ । ସେ ଦୁଇ ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟ ଏକାଡ଼େମୀର ସଚିବ ଏବଂ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ ।
ଏକାଡ଼େମୀର ମୁଖପତ୍ର ‘କୋଣାର୍କ’ ସହ ନିଜସ୍ୱ ଉଦ୍ୟମରେ ପ୍ରକାଶିତ ‘ଆବର୍ତ୍ତ’ ଏବଂ ‘ଭେର୍ଟେକ୍ସ’ ନାମରେ ଇଂଲିଶ ସାହିତ୍ୟ ପତ୍ରିକା ସମ୍ପାଦନାରେ ସଂପୃକ୍ତ ରହିଥିଲେ । ଦୈନିକ ‘ସମ୍ୱାଦ’ ପ୍ରକାଶନୀର ସହଯୋଗୀ ଇଂଲିଶ ଦୈନିକ ‘ସନ ଟାଇମ୍ସ’ ପ୍ରକାଶନ ସମୟରେ ମୁଖ୍ୟତଃ ସାହିତ୍ୟ ପୃଷ୍ଠା ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ । ସରକାରୀ ଚାକିରୀରୁ ଅବସର ଗ୍ରହଣ ପରେ ‘ସର୍ବସାଧାରଣ’ ଦୈନିକ ସମ୍ୱାଦପତ୍ରର ସମ୍ପାଦକ ରୂପେ ଜୀବନର ଶେଷଯାଏଁ କାର୍ଯ୍ୟରତ ଥିଲେ ।
ସାହିତ୍ୟ ସଂଗଠନ, ପତ୍ରିକା ସମ୍ପାଦନା ସହ ହରପ୍ରସାଦ ଆଧୁନିକ ଓଡ଼ିଆ କବି ଭାବେ ଖ୍ୟାତ । ତାଙ୍କରି ପ୍ରକାଶିତ ୨୦ ଗୋଟି ପୁସ୍ତକ ମଧ୍ୟରେ ନଅ ଗୋଟି କବିତା ସଂଙ୍କଳନ ଅନ୍ତର୍ଭୁକ୍ତ । ସେ ‘ନଷ୍ଟ ହୋଇଯିବାର ମୋହ’ କବିତା ସଂକଳନ ନିମନ୍ତେ ୨୦୧୨ରେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ସମସାମୟିକ ଓଡ଼ିଆ କବିତା ଓ ଗଳ୍ପର ଇଂଲିଶ ଅନୁବାଦ କରି ମଧ୍ୟ ପ୍ରକାଶ କରିଥିଲେ ।
ହରପ୍ରସାଦ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରି ବୃତ୍ତିଗତ, ପାରିବାରିକ ଓ ସାମାଜିକସ୍ତରରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇପାରିଥିଲେ । ତାଙ୍କରି ପତ୍ନୀ ଜଣେ ଅଧ୍ୟାପିକା ଓ ଦୁଇ ପୁଅ ଆମେରିକାରେ କର୍ମରତ । ତେବେ କାବ୍ୟ ମାନସରେ ହରପ୍ରସାଦ ଶୂନ୍ୟତାବୋଧକୁ ହିଁ ଆବୋରି ବସିଥିଲେ । ପ୍ରଥମ କବିତା ସଂକଳନ ‘ଏକା ଏକା ସନ୍ୟାସୀ’ (୧୯୮୧)ରୁ ଆରମ୍ଭ କରି ୨୦୨୦ ମହାମାରୀ କାଳରେ ‘ଫେସବୁକ’ ମଞ୍ଚରେ ତାଙ୍କରି ପୋଷ୍ଟଗୁଡ଼ିକ ଏକାକୀତ୍ୱ, ଅସଜଡ଼ା ସଂପର୍କ ଓ ନିରାଶବାଦ ପ୍ରସ୍ପୁଟିତ । ହରପ୍ରସାଦ ୧୯୫୩ରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬୯ ବର୍ଷ ବୟସରେ ମହାମାରୀରେ ଚାଲିଗଲେ । ତାଙ୍କରି ସୁଦୃଢ ଲୋକସଂପର୍କ ବ୍ରହ୍ମପୁରର ବରିଷ୍ଠ ସାହିତ୍ୟିକ ଗୋଷ୍ଠୀକୁ ଦୀର୍ଘକାଳ ଯାଏଁ ମର୍ମାହତ କରିବ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୯ ଫେବୃୟାରୀ ୨୦୨୨/ ପୃଷ୍ଠା :୮)
Photo by Christina Deravedisian on Unsplash
Nice obituary reference to Hara Prasad and his literary association with Berhampur in the 1970s. Congratulations Pradeep, my friend, who was behind several literary movements of his time!
ReplyDelete