#ବ୍ରହ୍ମପୁର ସହରବାସୀ ମହାମାରୀ-ପର
ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ରେଳଯାତ୍ରା କ୍ଷେତ୍ରରେ
ସାମନା କରିବାକୁ ଯାଉଥିବା କେତେକ ନୂତନ ସୁବିଧା ସୁଯୋଗ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଗୋଟିଏ ବିଚାର କରାଯାଇପାରେ । କେନ୍ଦ୍ର
ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରି ଦେଶରେ
୪୦୦ ଗୋଟି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପ୍ରଚଳନ ଘୋଷଣା କରିଛନ୍ତି । ଅର୍ଥାତ,
୨୦୨୪ରୁ ୨୦୨୬ ମଧ୍ୟରେ ସାରା ଦେଶରେ ପର୍ଯ୍ୟାୟକ୍ରମେ ଏହି ଟ୍ରେନଗୁଡ଼ିକ ଯାତ୍ରୀ ପରିବହନରେ
ନିୟୋଜିତ ହେବ । ସେହିକ୍ରମରେ ଓଡ଼ିଶା ଭାଗରେ ନିର୍ଦ୍ଧାରିତ ଟ୍ରେନ ପଡ଼ିବା ସଂପର୍କରେ
ରେଳମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି ।
ପୂର୍ବତଟ ରେଳପଥରେ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଚଳନ କାଳରେ ଭୁବନେଶ୍ୱର-ବିଶାଖାପାଟଣା, ପୁରୀ-ହାୱଡ଼ା ଓ ପୁରୀ-ରାଇରକେଲା ପ୍ରାଧାନ୍ୟ ଦାବୀ କରିବା ସୁନିଶ୍ଚିତ । ଏକ୍ସପ୍ରେସଗୁଡ଼ିକ ଚେୟାର-କାର ବିଶିଷ୍ଟ ହୋଇଥିବା ହେତୁ ଅଧିକ ଦୂରତ୍ୱ ଅତିକ୍ରମ ଲାଗି ବ୍ୟବହୃତ ହେବା ସଂଭବ ନୁହଁ । ଏହି ପରିବେଶରେ ବ୍ରହ୍ମପୁରବାସୀଙ୍କ ଭୁବନେଶ୍ୱର ଓ ବିଶାଖାପାଟଣା ଯାତ୍ରା ସୁଖକର ହୋଇପାରିବା ଆଶା କରାଯାଇପାରେ । କୁହାଯାଉଛି ଦେଶରେ ରାଜଧାନୀ ଏକ୍ସପ୍ରେସ ପ୍ରଚଳନ ପରେ ବନ୍ଦେ ଭାରତ ଏକ୍ସପ୍ରେସ ରେଳଯାତ୍ରା କ୍ଷେତ୍ରରେ ଅନ୍ୟତମ ମାଇଲ ଖୁଣ୍ଟ ସାଜିବ । ତେବେ ୧୯୭୫-୭୭ ଜରୁରିକାଳୀନ ପରିସ୍ଥିତି-ପର ଅବସ୍ଥାରେ ଭୁବନେଶ୍ୱର-ମୁମ୍ୱାଇ ମଧ୍ୟରେ କୋଣାର୍କ ଏକ୍ସପ୍ରେସ ପ୍ରଚଳନ ପରେ ବ୍ରହ୍ମପୁରବାସୀ ଭୁବନେଶ୍ୱର ଓ ବିଶାଖାପାଟଣା ସ୍ୱଚ୍ଛନ୍ଦରେ ଯାତ୍ରା କରିବା ପାଇଁ ଯେଉଁ ସୁବିଧା ହାସଲ କରିଥିଲେ ତା’ପରେ ବନ୍ଦେ ଭାରତ ନୂତନ ଅଧ୍ୟାୟ ସୃଷ୍ଟି କରିବା ଆଶା କରାଯାଇପାରେ ।
ବନ୍ଦେ ଭାରତ ଏକ୍ସପ୍ରେସଗୁଡ଼ିକ‘ ସେମି ହାଇସ୍ପିଡ଼’ ଟ୍ରେନ ପର୍ଯ୍ୟାୟଭୁକ୍ତ କରାଯାଉଛି । ଘଣ୍ଟାକୁ ୧୬୦ କିଲୋମିଟର ଯାଏଁ ପଥ ଅତିକ୍ରମ କରିପାରିବ । ଫଳରେ ସାଧାରଣ ଟ୍ରେନ ତୁଳନାରେ ୨୫ରୁ ୪୫ ପ୍ରତିଶତ ଯାଏଁ ଯାତ୍ରା ସମୟ କମିଯିବ । ଅର୍ଥାତ, ବ୍ରହ୍ମପୁରରୁ ଭୁବନେଶ୍ୱର ତିନି ଘଣ୍ଟା ସ୍ଥାନରେ ଦୁଇ ଘଣ୍ଟା ଏବଂ ବିଶାଖାପାଟଣା ପାଞ୍ଚ ଘଣ୍ଟା ସ୍ଥାନରେ ତିନି ଘଣ୍ଟାରେ ପହଞ୍ଚିବା ସମ୍ଭବ ହୋଇପାରେ ।
ଏହି ନୂଆ ଏକ୍ସପ୍ରେସ ଟ୍ରେନ ଶକ୍ତି ଉପଯୋଗ ଓ ଯାତ୍ରା ସ୍ୱାଚ୍ଛନ୍ଦ୍ୟରେ ପରିବର୍ତ୍ତନ ଆଣିବ । ପାରମ୍ପରିକଭାବେ ରେଳବଗିଗୁଡିକ ଇସ୍ପାତରେ ତିଆରି ହେଉଥିବା ସ୍ଥଳେ ନୂଆ ରେଳବଗିଗୁଡ଼ିକ ଆଲୁମିନିୟମରେ ନିର୍ମିତ ହେବ । ଫଳରେ ବଗିଗୁଡ଼ିକର ଓଜନ ହାଲୁକା ରହିବ ଏବଂ ଯାତ୍ରାକାଳରେ କମ ଶକ୍ତି ଆବଶ୍ୟକ ପଡ଼ିବ । ଟ୍ରେନର ଗତି ବଢ଼ିପାରିବ । ସାଧାରଣଭାବେ ବଗିଗୁଡ଼ିକୁ ଏକ ଲୋକମୋଟିଭ ଇଞ୍ଜିନ ଟାଣି ନେଉଥିବା ସ୍ଥଳେ ନୂତନ ଟ୍ରେନରେ ପ୍ରତି ବଗି ଶକ୍ତି ଉପଯୋଗରେ ସ୍ୱୟଂ ଚାଳିତ ହେବ । ଇଣ୍ଟେଲିଜେଣ୍ଟ ବ୍ରେକିଂ ସିଷ୍ଟମ ଦ୍ୱାରା ଟ୍ରେନ ତତକ୍ଷଣାତ ଗତିଶୀଳ ଓ ବନ୍ଦ ହେବା ସୁବିଧା ରହିବ ।
ଯାତ୍ରା ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ଗତିଶୀଳ ଟ୍ରେନରେ କମ ଶବ୍ଦ ଓ କମ୍ପନ ଯାତ୍ରୀମାନେ ଅନୁଭବ କରିବେ । ଡ଼ୋରଗୁଡ଼ିକ ଆଟୋମେଟିକ ଓ ଶୌଚାଳୟ ଉଡ଼ାଜାହାଜରେ ଉପଲବ୍ଧ ବୟୋ-ଭେକ୍ୟୁମ ପଦ୍ଧତି ଉପଯୋଗ ହେବ । ରିଭଲଭିଂ ଚ଼େୟାର, ୱାଇଫାଇ ମନୋରଞ୍ଜନ, ସିସି ଟିଭି, ଜିପିଏସବେସଡ଼ ପାସେଞ୍ଜର ଇନଫରମେସନ ସିଷ୍ଟମର ସୁବିଧା ମିଳିବ । ପ୍ରତ୍ୟେକ ଟ୍ରେନରେ ୧୬ଗୋଟି ବଗି ଲାଗିବ । ଏଥିମଧ୍ୟରୁ ୧୪ ଗୋଟି ସାଧାରଣ ଚେୟାର କାର ଏବଂ ଦୁଇଗୋଟି ଏକଜିକ୍ୟୁଟିଉଭ କ୍ଳାସ ଚେୟାର କାର ସନ୍ନିବଶିତ ହେବ । ପ୍ରତି ଟ୍ରେନରେ ଏଗାର ଶହ ଯାଏଁ ଯାତ୍ରୀଙ୍କ ପାଇଁ ଆସନ ରହିବ ।
‘ମେକ-ଇନ-ଇଣ୍ଡିଆ’ କାର୍ଯ୍ୟକ୍ରମରେ ଚ଼େନ୍ନାଇସ୍ଥିତ ରେଳଡବା କାରଖାନାରେ ଶହେ କୋଟି ଟଙ୍କା ବ୍ୟୟରେ ପ୍ରଥମ ବନ୍ଦେ ଭାରତ ଟ୍ରେନ ନିର୍ମିତ ହୋଇଥିଲା । ବର୍ତ୍ତମାନ ନୂଆଦିଲ୍ଲୀ-ବାରଣସୀ ଓ ନୂଆଦିଲ୍ଲୀ-କାତ୍ରାକୁ ଦୁଇଗୋଟି ଟ୍ରେନ ଯାତ୍ରା କରୁଛି । ସରକାରଙ୍କ ପକ୍ଷରୁ ୪୪ ଗୋଟି ନୂଆ ଟ୍ରେନ ନିର୍ମାଣ ପାଇଁ ବରାଦ କରାଯାଇଛି । ଏଥିମଧ୍ୟରୁ ଚ଼େନ୍ନାଇରେ ୨୪ଗୋଟି ତଥା କପୁରତାଲା ଓ ରାଏବରେଲୀରେ ୧୦ ଗୋଟି ଲେଖା ନିର୍ମିତ ହେଉଛି । ପ୍ରତି ତ୍ରୟମାସରେ ଛଅ ଗୋଟି ଲେଖା ରେକ ହସ୍ତାନ୍ତର ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକ୍ରିୟା ମାର୍ଚ୍ଚ-ଏପ୍ରିଲ ୨୦୨୨ରୁ ଆରମ୍ଭ ହେବା ଆଶା କରାଯାଉଛି ।
ବନ୍ଦେ ଭାରତ ଏକ୍ସପ୍ରେସ ଆନ୍ତର୍ଜାତିକମାନର ରେଳଯାତ୍ରା ଭାରତରେ ଉପଲବ୍ଧ କରାଇବା ନିମନ୍ତେ ପ୍ରତିଶୃତିବଦ୍ଧ । ଅବଶ୍ୟ ଟିକଟ ଭଡ଼ା ମଧ୍ୟ ଟଙ୍କା ବଦଳରେ ଡ଼ଲାର ମୁହାଁ ହେବା ସ୍ୱାଭାବିକ ! ବନ୍ଦେ ଭାରତ ଏକ୍ସପ୍ରେସ ପୂର୍ବତଟ ରେଳପଥକୁ ଆସୁ ଆସୁ ଭୁବନେଶ୍ୱର-ବିଶାଖପାଟଣା ସଂଯୋଗ ପାଇଁ ବ୍ରହ୍ମପୁରବାସୀ ଚାହିଁ ବସିବେ । ସ୍ଥାନୀୟ ନାଗରିକ ସଂଗଠନଗୁଡ଼ିକ ଏଦିଗରେ ଆଗୁଆ ଦରଖାସ୍ତ ଦେଲେ ଦୀର୍ଘକାଳୀନଭିତ୍ତିରେ ସୁଫଳ ମିଳିପାରିବ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୨ ଫେବୃୟାରୀ ୨୦୨୦/ ପୃଷ୍ଠା :୮)
Photo by Jeffrey Dungen on Unsplash
No comments:
Post a Comment