#ବ୍ରହ୍ମପୁର ସହର ସମଗ୍ର ଦକ୍ଷିଣ
ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ସ୍ୱୀକୃତ । ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ସହ ସୁଦୂର ଗଜପତି,
ରାୟଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା
ଜିଲ୍ଲାରେ ବସବାସ କରୁଥିବା ପରିବରବର୍ଗ ମଧ୍ୟରୁ ଏକାଂଶଙ୍କ ଭାବଗତ ସଂପର୍କର ସୂତ୍ର ଖୋଜିବା
ପାଇଁ ଇତିହାସ ପୃଷ୍ଠାରେ ପହଞ୍ଚିବାକୁ ପଡ଼େ । ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ‘ଗଞ୍ଜାମ ଐତିହ୍ୟ’ ପ୍ରବନ୍ଧରେ ଅଷ୍ଟାଦଶ
ଶତାଦ୍ଦୀ ଶେଷ ଭାଗ ଓ ଊନବିଂଶ ଶତାଦ୍ଦୀ ଆଦ୍ୟଭାଗରେ ଗଞ୍ଜାମ ଜିଲ୍ଲାର ରାଜନୀତିକ ରୂପରେଖ
ବର୍ଣ୍ଣନା କରିଥିଲେ ।
ସେ ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମ୍ୟାନୁଆଲ’ରେ ବ୍ରିଟିସ ପ୍ରଶାସକ ମାଲଟବିଙ୍କ ରିପୋର୍ଟ ଉଦ୍ଧାର କରି ସୂଚାଇଛନ୍ତି ଯେ ଗଞ୍ଜାମ ଅଞ୍ଚଳରୁ ଫରାସୀ ଶାସନ ୧୭୫୯ରେ ହଟିଯିବା ଏବଂ ୧୭୬୭ରେ ଇଂଲିଶ ଶାସନ ଲାଗୁହେବା ମଧ୍ୟବର୍ତ୍ତୀ ଆଠ ବର୍ଷ କାଳ ବିଜୟନଗରମର ସୀତାରାମରାଜୁଙ୍କ ଅଧୀନରେ ରହିଥିଲା । ରାଜଗୁରୁଙ୍କ ଭାଷାରେ, “ସୀତାରାମରାଜୁଙ୍କ ଅତ୍ୟାଚାର ସମ୍ଭାଳି ନପାରି ଗଞ୍ଜାମର ଓଡ଼ିଆ କୃଷକମାନେ ତାଙ୍କ ଜମି ଓ ଘରଦ୍ୱାର ଛାଡ଼ି ଅନ୍ୟାନ୍ୟ ଅଞ୍ଚଳକୁ ପଳାୟନ କଲେ । ଜମି ପଡ଼ିଆ ରହିବାରୁ ସମଗ୍ର ଜିଲ୍ଲାରେ ଫସଲ ଅଭାବ ହେଲା ଓ ଦୁର୍ଭିକ୍ଷ ଦେଖାଦେଲା । ଲୋକସଂଖ୍ୟା ମଧ୍ୟ ଯଥେଷ୍ଟ କମିଗଲା ।” ଅତଏବ ଏଭଳି ଦୁର୍ଦ୍ଦିନରେ ଗଞ୍ଜାମ ଜିଲ୍ଲାରୁ ଦେଶାନ୍ତର ଗମନ କରିଥିବା ପରିବାରବର୍ଗ ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ସ୍ଥାୟୀଭାବେ ବସବାସ କରିଥିଲେ ଏବଂ ସେମାନଙ୍କ ମୂଳ-ବାସସ୍ଥଳୀ ସହ ଭାବଗତ ସଂପର୍କ ରହିବା ସ୍ୱାଭାବିକ ।
ରାଜଗୁରୁ ପୁଣି ଲେଖିଛନ୍ତି, “ମାନ୍ଦ୍ରାଜ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଜୟନଗର ଓ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଅଞ୍ଚଳରୁ ଭୂମିହୀନ ଚାଷୀଙ୍କୁ ଡ଼ାକିଆଣି ଗଞ୍ଜାମରେ କୋହଳ ସିସ୍ତୁ କିମ୍ୱା ବିନା ସିସ୍ତୁ (କର)ରେ ଜମିଚାଷ କରିବାକୁ ଦିଆଗଲା । ସେତେବେଳେ କମ୍ପାନୀ ସରକାର ଓ ଜମିଦାରମାନଙ୍କ କଚ଼େରୀରେ ଅଧିକାଂଶ ତେଲୁଗୁ କର୍ମଚାରୀମାନେହିଁ ନିଯୁକ୍ତି ଲାଭ କଲେ ।
ଏହା ବ୍ୟତୀତ ଆନ୍ଧ୍ର ଜିଲ୍ଲାମାନଙ୍କରୁ ତେଲୁଗୁଭାଷୀ ସିପାହୀମାନଙ୍କୁ ନିଯୁକ୍ତ କରି ଖୁର୍ଦ୍ଧାର ପାଇକ ବିଦ୍ରୋହ ଦମନ କରାଗଲା । ଏହି ପରିପ୍ରେକ୍ଷୀରେ ବିଚାରକଲେ, ଇଂରାଜୀମାନଙ୍କୁ ସାହାଯ୍ୟ କରିଥିବା ତେଲୁଗୁମାନଙ୍କ ସଂଖ୍ୟା ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଯଥେଷ୍ଟ ବୃଦ୍ଧି ଲାଭ କଲା । ଓଡ଼ିଆମାନେ ଇଂରାଜୀ ସର୍କାରଙ୍କ ଶତୃ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଲେ ।
ଇଂରାଜୀଙ୍କ ରାଜତ୍ୱର ଅଳ୍ପକାଳ ପରେ, ଅର୍ଥାତ ୧୭୮୯ଠାରୁ ୧୭୯୨ ପର୍ଯ୍ୟନ୍ତ ଗଞ୍ଜାମରେ ଭୀଷଣ ଦୁର୍ଭିକ୍ଷ ଦେଖା ଦେଲା । ଏହା “ପଞ୍ଚମାଣିଆ କନ୍ତାର” ବୋଲି କୁହାଗଲା । ତାପରେ ଭପର୍ଯ୍ୟୁପରି ଦ୍ୱିତୀୟ ଓ ତୃତୀୟ ଦୁର୍ଭିକ୍ଷ ୧୮୩୬ ପର୍ଯ୍ୟନ୍ତ ଲାଗି ରହିବାରୁ ସ୍ଥାନୀୟ ଓଡ଼ିଆମାନେ ଗତ୍ୟନ୍ତର ନଦେଖି ପରିବାର ସଙ୍ଗେ କଳାହାଣ୍ଡି, ଜୟପୁର ପ୍ରଭୃତି ଅଞ୍ଚଳକୁ ପଳାୟନ କଲେ । ସେମାନଙ୍କ ଶୂନ୍ୟ ଗ୍ରାମଗୁଡ଼ିକ ପରବର୍ତ୍ତୀ କାଳରେ ଦକ୍ଷିଣରୁ ଆସିଥିବା ତେଲୁଗୁମାନଙ୍କର ଅଧିକାରଭୁକ୍ତ ହେଲା ।”
ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପଡ଼ୋଶୀ ଜିଲ୍ଲାଗୁଡ଼ିକୁ ସ୍ଥାନୀୟ ଅଧିବାସୀଙ୍କ ଦେଶାନ୍ତର ପ୍ରଶାସନିକ ଉତ୍ପୀଡ଼ନ, ପ୍ରାକୃତିକ ଦୁର୍ବିପାକ ସାଙ୍ଗକୁ ଅଣ-ଜଳସେଚ଼ିତ ଚାଷ ଜମିରେ କୃଷିକାର୍ଯ୍ୟରେ ବିଫଳ ତଥା ଗ୍ରାମ୍ୟ-ସାହୁକାରଙ୍କଠାରେ ଋଣଗ୍ରସ୍ତ ହୋଇ ସର୍ବସ୍ୱାନ୍ତ ଅବସ୍ଥାରେ ପଳାୟନ ମଧ୍ୟ ଅନ୍ୟ ଏକ କାରଣ । ମାନବସଭ୍ୟତାରେ ଦେଶାନ୍ତର ପ୍ରାକୃତିକ ଏବଂ ଏତଦ୍ୱାରା ଅର୍ଥନୀତିକ ଅଭିବୃଦ୍ଧିରେ ଅନୁକୂଳ ପ୍ରଭାବ ପଡ଼ିଥାଏ । ଗଞ୍ଜାମ ଗ୍ରାମାଞ୍ଚଳରୁ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରୁ ଆରମ୍ଭ ହୋଇଥିବା ଦେଶାନ୍ତର ଆଜିସୁଦ୍ଧା ବଳବତ୍ତର । ବ୍ରହ୍ମପୁର ସହର ଅଢ଼େଇ ଶହ ବର୍ଷର ଏହି ପ୍ରକ୍ରିୟାର ମୁକସାକ୍ଷୀ ବୋଲି କୁହାଯାଇପାରେ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୧ ମେ’ ୨୦୨୨/ ପୃଷ୍ଠା : ୨)
Photo by Oleksandr Sushko on Unsplash
No comments:
Post a Comment