ଦକ୍ଷିଣ ଓଡ଼ିଶାର
ପ୍ରାଣକେନ୍ଦ୍ର #ବ୍ରହ୍ମପୁର ସହରଠାରୁ ୩୦ କିଲୋମିଟର ଦୂରରେ ଋଷିକୂଲ୍ୟା ନଦୀତଟରେ
ତାରାତାରିଣୀ ପୀଠର ଅବସ୍ଥିତି । ବ୍ରହ୍ମପୁରରୁ ୧୬ ନମ୍ୱର ଜାତୀୟ ରାଜପଥରେ ଉତ୍ତର ଦିଗକୁ
ଯାତ୍ରାକଲାବେଳେ ଜଗନ୍ନାଥପୁରଠାରୁ ପୁରୁଷୋତ୍ତମପୁରକୁ ଏକ ରାସ୍ତା ଲମ୍ୱି ଯାଇଛି । ତାରାତାରିଣୀ
ପୀଠସ୍ଥିତ ପର୍ବତ ପାଦଦେଶରୁ ତିନି କିଲୋମିଟର ଶାଖା ରାସ୍ତାଟିଏ ଜଗନ୍ନାଥପୁର-ପୁରୁଷୋତ୍ତମପୁର ରାସ୍ତା ସହ
ସଂଯୁକ୍ତ । ସେଠାରେ ଏକ ସୁଉଚ୍ଚ ତୋରଣ ପର୍ଯ୍ୟଟକମାନଙ୍କୁ ତାରାତାରିଣୀ
ପୀଠ ପରିଦର୍ଶନ ନିମନ୍ତେ ସ୍ୱାଗତ ଜଣାଇଥାଏ ।
ତାରାତାରିଣୀ ମନ୍ଦିରଟି ସମୁଦ୍ରପତ୍ତନଠାରୁ ପ୍ରାୟ ସାତଶହ ଫୁଟ ଉଚ୍ଚରେ ଅବସ୍ଥିତ । ମନ୍ଦିରରେ ପହଞ୍ଚିବା ପାଇଁ ଗତ ଶତାଦ୍ଦୀ ପ୍ରାରମ୍ଭରେ ପାହାଚ ନିର୍ମିତ ହୋଇଥିବାବେଳେ, ୧୯୬୬ ମସିହାରେ ମଟରଗାଡ଼ି ଚଳାଚଳଯୋଗ୍ୟ ପିଚୁ ରାସ୍ତାଟିଏ ନିର୍ମିତ ହୋଇଥିଲା । ପର୍ବତ ପାଦଦେଶରେ ଏକ ପ୍ରବେଶ ଦ୍ୱାର ରହିଛି ଏବଂ ସେଠାରୁ ୯୯୯ଗୋଟି ପାହାଚ଼ ଅତିକ୍ରମ କଲାପରେ ମନ୍ଦିରରେ ପହଞ୍ଚିହୁଏ । ପ୍ରାୟ ନଅ ଫୁଟ ଓସାରର ପାହାଚ଼ ରାସ୍ତାର ଦୁଇ ପାର୍ଶ୍ୱରେ ବଡ଼ ବଡ଼ ଗଛ ଛାୟା ପ୍ରଦାନ କରୁଥିବା ବେଳେ ରାତିରେ ବିଦ୍ୟୁତ ଆଲୋକର ମଧ୍ୟ ବ୍ୟବସ୍ଥା ରହିଛି । ବହୁକାଳରୁ ଏହି ପର୍ବତରେ ମାଙ୍କଡ଼ ଦଳମାନେ ବସବାସ କରିଆସୁଛନ୍ତି । ପାହାଡ଼ ରାସ୍ତାରେ ଗଲାବେଳେ ଅନେକ ସମୟରେ ଏମାନଙ୍କ ପ୍ରାଦୁର୍ଭାବର ଶିକାର ହେବାକୁ ପଡ଼ିଥାଏ ।
ମନ୍ଦିର ପୁନଃନିର୍ମାଣ ପୂର୍ବରୁ ୨୦୦୬ରେ ପ୍ରକାଶିତ ‘ତାରାତାରିଣୀ ପୀଠ ପରିଚ଼ିତି’ ଶୀର୍ଷକ ରଚନାରେ ତତ୍କାଳୀନ ମନ୍ଦିର ପରିବେଶ ସଂପର୍କରେ ନିମ୍ନମତେ ବର୍ଣ୍ଣନା କରାଯାଇଥିଲା :
“ପାହାଚ଼ ରାସ୍ତାଟି ପର୍ବତ ଶିଖରରେ ପହଞ୍ଚିଥିବାବେଳେ ଦୁଇ ପାର୍ଶ୍ୱରେ ଦୁଇଗୋଟି ସିଂହ ମୂର୍ତ୍ତି ରହିଛି । ତା’ପରେ ଦେଖିବାକୁ ମିଳେ ନିକଟ ଅତୀତରେ ନିର୍ମିତ ହୋଇଥିବା ନୃତ୍ୟ ଭଙ୍ଗୀରେ ଶିବପାର୍ବତୀଙ୍କ ଏକ ଯୁଗଳ ମୂର୍ତ୍ତି । ଏହାର ଉଚ୍ଚତା ପ୍ରାୟ ସାତ ଫୁଟ ଏବଂ ଏହାକୁ ବୃତ୍ତାକାର ଲୁହା ପିଞ୍ଜରା ମଧ୍ୟରେ ସୁରକ୍ଷିତ ରଖାଯାଇଛି । ମନ୍ଦିରର ପ୍ରବେଶପଥ ଜଗମୋହନ ଦ୍ୱାର ଦେଶରେ ଦୁଇଗୋଟି ଚତୁର୍ଭୁଜା ଜ୍ୱାଳାମୁଖୀ ମୂର୍ତ୍ତି ରହିଛି । ଜଗମୋହନ ଛାତ ଉପରେ ଆଶୀର୍ବାଦ ମୁଦ୍ରାରେ ଶିବପାର୍ବତୀ ଭାସ୍କର୍ଯ୍ୟ ମଧ୍ୟ ଦେଖିବାକୁ ମିଳେ । ଏଠାରେ ଅନେକ କଂସାପିତ୍ତଳ ଘଣ୍ଟା ଝୁଲାଯାଏ । ଭକ୍ତମାନେ ଦେବୀ ଦର୍ଶନ ପାଇଁ ଗର୍ଭଗୃହକୁ ଯିବା ପୂର୍ବରୁ ଘଣ୍ଟା ବଜାଇଥାନ୍ତି । ପ୍ରଥମ ଜଗମୋହନକୁ ଲାଗି ୨୨ ଫୁଟ ଉଚ୍ଚର ପୁରାତନ ଜଗମୋହନ ଓ ଏହାକୁ ଲାଗି ରହିଛି ଗର୍ଭଗୃହ ।
ଗର୍ଭଗୃହ ମନ୍ଦିରଟି ପ୍ରାୟ ଶତାଧିକ ବର୍ଷ ପୁରାତନ ବୋଲି ଅନୁମାନ କରାଯାଏ । ଏହା ପୀଢ଼ ଶୈଳୀରେ ନିର୍ମିତ ଏବଂ ଏହା ଦେହରେ ଛିନ୍ନମସ୍ତା, ଭୁବନେଶ୍ୱରୀ ଭଳି ଦୁର୍ଗାଙ୍କ ବିଭିନ୍ନ ରୂପ ଖୋଦିତ । ଗର୍ଭଗୃହର ପୂଜାପୀଠରେ ପାଞ୍ଚଗୋଟି ପିତୁଳା ରହିଛି । ସେଥିରୁ ଦୁଇଗୋଟିକୁ ବିଗ୍ରହ ଆକାର ଦିଆଯାଇଛି । ଏହି ଦୁଇ ବିଗ୍ରହ ମଧ୍ୟରେ ଅଷ୍ଟଧାତୁ ନିର୍ମିତ କୀରଟଯୁକ୍ତ ଦୁଇଗୋଟି ଦେବୀ ମସ୍ତକ ଶୋଭାପାଉଛି । ସେଠାରେ ଅଷ୍ଟଧାତୁ ନିର୍ମିତ ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଚର୍ତୁହସ୍ତଯୁକ୍ତ ଦେବୀଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ରହିଛି । ଏହା ସଂକଟତାରିଣୀ ନାମରେ ପରିଚିତ ଏବଂ ଅଳ୍ପଦିନ ପୂର୍ବେ ସ୍ଥାପିତ ହୋଇଛନ୍ତି । ଗର୍ଭଗୃହ ପୂଜାପୀଠରେ ଏକ ବୁଦ୍ଧମୂର୍ତ୍ତି ମଧ୍ୟ ପୂଜାପାଇଆସୁଛନ୍ତି ।
ତାରାତାରିଣୀ ପୀଠରେ ପୁରାତନ ମନ୍ଦିରଟି ଗତକିଛି ବର୍ଷ ମଧ୍ୟରେ ବହୁ ପରିବର୍ତ୍ତନ କରାଯାଇଛି । ତେଣୁ ପାରମ୍ପରିକ ମନ୍ଦିର ନିର୍ମାଣ ଶୈଳୀର ସୂଚ଼ନା ଆଉ ମିଳିପାରୁ ନାହିଁ ।” (‘ତାରାତାରିଣୀ ପୀଠ ପରିଚ଼ିତି’ ପ୍ରବନ୍ଧ ୨୦୦୬ରେ ତାରାତାରିଣୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ପ୍ରକାଶିତ ‘ମଙ୍ଗଳକାରିଣୀ ମା’ ତାରାତାରିଣୀ’ ପୁସ୍ତକରେ ସ୍ଥାନିତ ଏବଂ ବ୍ରହ୍ମପୁର ଆକାଶବାଣୀ ପକ୍ଷରୁ ୬ ମାର୍ଚ୍ଚ ୨୦୦୪ରୁ ୩୦ ମାର୍ଚ୍ଚ ୨୦୦୪ ପଚ଼ିଶି ଦିବସ ବ୍ୟାପୀ ପ୍ରାୟୋଜିତ କାର୍ଯ୍ୟକ୍ରମରେ ପ୍ରସାରିତ)
ମା’ ତାରାତାରିଣୀ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବସବାସ କରିଆସୁଥିବା ଅଧିକାଂଶ ପରିବାରଙ୍କ ଇଷ୍ଟଦେବୀ । ତେଣୁ ସ୍ଥାନୀୟ ଜନଜୀବନରେ ଏହି ଶକ୍ତିପୀଠର ସଂଯୋଗ ଦୀର୍ଘ ଅତୀତରୁ ସ୍ଥାପିତ । ଜନଶୃତିରେ ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ତାରାତାରିଣୀ ତୀର୍ଥଯାତ୍ରା କଠିନ ଥିବା ଜଣାଯାଏ । ପର୍ବତ ଚ଼ଢ଼ି ମନ୍ଦିରରେ ପହଞ୍ଚିବା ନିମନ୍ତେ ଏକାଧିକ ପାଦଚଲା ରାସ୍ତା ହିଁ ବ୍ୟବହୃତ ହେଉଥିଲା । ଚୈତ୍ର ମାସରେ ଶିଶୁମାନଙ୍କ ମୁଣ୍ଡନ ମାନସିକ ପାଳନ ଅବସରରେ ମୁଖ୍ୟତଃ ମଙ୍ଗଳବାର ଗୁଡ଼ିକରେ ବ୍ୟାପକ ଜନସମାଗମ ଘଟୁଥିଲା । ତତ୍କାଳୀନ ପରିବେଶ ବର୍ଣ୍ଣନାରେ ସୀମିତ ସାହିତ୍ୟ ଉପଲବ୍ଧ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୭ ମେ’ ୨୦୨୨/ ପୃଷ୍ଠା : ୨)
Photo from: http://www.taratarini.nic.in
No comments:
Post a Comment