ଗଞ୍ଜାମ ଜିଲ୍ଲାର
ଅନ୍ୟତମ ପ୍ରାଚ଼ୀନ ଶକ୍ତିପୀଠ ତାରାତାରିଣୀ ମନ୍ଦିର ପୁନଃନିର୍ମାଣ ପରେ ପ୍ରତିଷ୍ଠା #ବ୍ରହ୍ମପୁର ସହରବାସୀଙ୍କ
ମଧ୍ୟରେ ଉନ୍ମାଦନା ଭରି ଦେଇଛି । ସମକାଳରେ ବୃହତ ସ୍ଥାପତ୍ୟରାଜି ସ୍ଥାନୀୟ ଜନମାନସକୁ ଗର୍ବିତ
କରିଥାଏ । ସୁରମ୍ୟ ମନ୍ଦିର ନିର୍ମାଣ ସାଙ୍ଗକୁ ପର୍ଯ୍ୟଟନ ବିକାଶର ବିଭିନ୍ନ ବିଭବ ସଂଯୋଗ ଗଞ୍ଜାମ
ଜିଲ୍ଲାବାସୀଙ୍କୁ ମୋହିତ କରିବା ସ୍ୱାଭାବିକ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ମନ୍ଦିରର
ପୁନଃନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ ୨୦୦୨ ରୁ ୨୦୨୨ ଦୁଇ ଦଶନ୍ଧି ଧରି ସଂପୃକ୍ତ ରହି
ଆସିଥିଲେ ।
ମନ୍ଦିର ପୁନଃନିର୍ମାଣ ଆୟୋଜକ ‘ତାରାତାରିଣୀ ଉନ୍ନୟନ ପରିଷଦ’ ଆନୁକୂଲ୍ୟରେ ୨୦୦୬ ମସିହାରେ ପ୍ରକାଶିତ ‘ମଙ୍ଗଳକାରିଣୀ ମା’ ତାରାତାରିଣୀ’ ପୁସ୍ତିକାର ‘ଉପକ୍ରମ’ ଅଧ୍ୟାୟରେ ଏହି ଅଭିଯାନର ପ୍ରାରମ୍ଭିକ ପର୍ଯ୍ୟାୟର ଧାରାବିବରଣୀ ଲିପିବଦ୍ଧ । ସେଥିରେ ଲେଖାଅଛି :
“ତାରାତାରିଣୀ ପୀଠଟି ଐତିହାସିକ ବିଭବ ସମ୍ପନ୍ନ, ଆଞ୍ଚଳିକ ଜନସାଧାରଣଙ୍କ ଧର୍ମଭାବନା ସହ ସଂପୃକ୍ତ, ସହରାଞ୍ଚଳଠାରୁ ଅନତି ଦୂରରେ ସଡ଼କ ପଥ ସହ ଯୋଗାଯୋଗ ସଂଯୁକ୍ତ, ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ନଦୀକୂଳରେ ଅବସ୍ଥିତ ହୋଇଥିବା ଅବସରରେ ଏକ ପାରମ୍ପରିକ ଧାର୍ମିକ ପୀଠ ରୂପେ ହିଁ ଗଢ଼ି ଉଠିଥିଲା । ତେବେ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ରୂପେ ଏହାର ଉନ୍ନତି ବିଧାନ ଲାଗି ଏଯାଏଁ କୌଣସି ସୁଚ଼ିନ୍ତିତ ପଦକ୍ଷେପ ଗ୍ରହଣ କରାଯାଇପାରିନଥିଲା । ପର୍ବତ ଶୀର୍ଷରେ ଏକ ଛୋଟ ମନ୍ଦିର, ମନ୍ଦିରରେ ପହଞ୍ଚିବା ପାଇଁ ପଥର ପାହାଚ଼ ଓ ପିଚୁରାସ୍ତା ଏବଂ ପର୍ବତ ପାଦଦେଶରେ ଏକ ସିଂହଦ୍ୱାର ନିର୍ମିତ ହୋଇଥିଲା । ପର୍ଯ୍ୟଟନ ସୁବିଧାସୁଯୋଗ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ, ଏକ ଛୋଟିଆ ଗ୍ରାମ୍ୟ ବଜାର ଓ ସରକାରୀ ଅତିଥିଶାଳା ମଧ୍ୟରେ ସୀମିତ ଥିଲା ।
ବ୍ରହ୍ମପୁରରେ କେତେକ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ଗଠିତ ‘ବ୍ରହ୍ମପୁର ପୁସ୍ତକ ମେଳା ସମିତି’ ନାମକ ଏକ ସଂଗଠନ ଜରିଆରେ ପ୍ରତିବର୍ଷ ପୁସ୍ତକମେଳା ଆୟୋଜନ ହୋଇଥାଏ । ପାରମ୍ପରିକଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏହାର ସଭାପତି ଓ ଗଞ୍ଜାମ ଜିଲ୍ଲାପାଳ ଉପ-ସଭାପତି ପଦବୀ ଗ୍ରହଣ କରିଥାନ୍ତି । ପୁସ୍ତକମେଳା ଫେବୃୟାରୀ ମାସରେ ଅନୁଷ୍ଠିତ ହେଉଥିବା ହେତୁ ପ୍ରାୟତଃ ନଭେମ୍ୱର, ଡ଼ିସେମ୍ୱର, ଜାନୁୟାରୀ ତିନିମାସ ଧରି ଏହାର ପ୍ରସ୍ତୁତି ବୈଠକମାନ ଆୟୋଜିତ ହୋଇଥାଏ । ‘ଷଷ୍ଠ ବ୍ରହ୍ମପୁର ପୁସ୍ତକମେଳା’ ଆୟୋଜନ ବେଳକୁ ଡ଼କ୍ଟର ଅରୁଣ କୁମାର ପଣ୍ଡା ନୂତନ କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ଯୋଗଦେଇଥାନ୍ତି ଏବଂ ପୁସ୍ତକମେଳା ସମିତିର ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥାନ୍ତି । ୨୦୦୨ ମସିହା ଡ଼ିସେମ୍ୱର ମାସରେ ତାଙ୍କରି ଆବାସିକ କାର୍ଯ୍ୟାଳୟରେ ପୁସ୍ତକମେଳା ଆୟୋଜନ ତଦାରଖ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସରିବାପରେ ଡ଼କ୍ଟର ପଣ୍ଡା ନିକଟ ଅତୀତରେ ମା’ ତାରାତାରିଣୀଙ୍କ ପୀଠ ଦର୍ଶନରେ ଯାଇଥିବା ଅଭିଜ୍ଞତା ବର୍ଣ୍ଣନା କଲେ । ସେତେବେଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରାତାରିଣୀ ପୀଠରେ ଯାତ୍ରୀଙ୍କ ଲାଗି ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥାନ୍ତି । ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହେତୁ ତାରାତାରିଣୀ ପୀଠ ତାଙ୍କରି ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥାଏ । ଡ଼କ୍ଟର ପଣ୍ଡା ନିଜର ଚ଼ିନ୍ତା ପ୍ରକଟକରି କହିଲେ ତାରାତାରିଣୀଙ୍କ ପୀଠ ବହୁ ପୁରାତନ, ଜନମାନସରେ ଆଦୃତ, ପ୍ରାକୃତିକ ପରିବେଶରେ ଅବସ୍ଥିତ ତଥା ସାଧାରଣ ଭିତ୍ତିଭୂମି ସମୃଦ୍ଧ ହୋଇଥିବା ହେତୁ ଏହାକୁ ଏକ ଲୋକପ୍ରିୟ ପର୍ଯ୍ୟଟନ ପୀଠ ରୂପେ ଗଢ଼ି ତୋଳାଯାଇପାରେ । ମୁଖ୍ୟମନ୍ତ୍ରୀଙ୍କ ଅନୁଦାନକୁ ପାଥେୟ କରି ଜନସାଧାରଣଙ୍କ ପ୍ରଚେଷ୍ଟାରେ ଯଦି ବେସରକାରୀସ୍ତରରେ ଆଉ କିଛି ଅର୍ଥ ସଂଗୃହୀତ ହୋଇପାରନ୍ତା, ତେବେ ତାରାତାରିଣୀ ମନ୍ଦିର ପୁନଃନିର୍ମାଣ ସାଙ୍ଗକୁ ପର୍ବତକୁ ଏକ ମନୋରମ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରିହୁଅନ୍ତା । ଡ଼କ୍ଟର ପଣ୍ଡାଙ୍କ ଏହି ପ୍ରସ୍ତାବ ଶୁଣିବା କ୍ଷଣି ସେଠାରେ ଉପସ୍ଥିତ ‘ବ୍ରହ୍ମପୁର ପୁସ୍ତକ ମେଳା ସମିତି’ ଓ ନିମନ୍ତ୍ରିତ ‘ଉତ୍କଳ ପରିଷଦ’ର ସଦସ୍ୟଗଣ ଏଭଳି ଉଦ୍ୟମ ଅଭିନନ୍ଦନୀୟ, ଅତ୍ୟନ୍ତ ଯୁଗୋପଯୋଗୀ ଓ ତୁରନ୍ତ ଆରମ୍ଭ କରାଯାଉ ବୋଲି ଦୃଢମତ ପୋଷଣ କରିଥିଲେ ।
ଏହି ପ୍ରସ୍ତାବ ସଂପର୍କରେ ୨୦୦୩ ମସିହା ଜାନୁୟାରୀ ୨୦ ତାରିଖ ଦିନ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଭାକକ୍ଷରେ ଆୟୋଜିତ ଏକ ବୈଠକରେ ଏବଂ ୨୦୦୩ ମସିହା ଫେବୃୟାରୀ ୭ ତାରିଖ ଓ ୨୮ ତାରିଖରେ ଗୀତାଭବନଠାରେ ଆୟୋଜିତ ବୈଠକମାନଙ୍କରେ ବିସ୍ତୃତଭାବେ ବିଚାରବିମର୍ଷ କରାଯିବାପରେ ମୁଖ୍ୟତଃ ତିନିଗୋଟି ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରଥମତଃ, ପ୍ରସିଦ୍ଧ ତାରାତାରିଣୀ ପୀଠର ଉନ୍ନୟନକୁ ମୂଳଲକ୍ଷ୍ୟ ରଖି ‘ତାରାତାରିଣୀ ଉନ୍ନୟନ ପରିଷଦ’ ନାମରେ ଏକ ଅନୁଷ୍ଠାନ ଗଠନ କରାଯିବ, ଦ୍ୱିତୀୟତଃ, ଏହି ଅନୁଷ୍ଠାନ ତାରାତାରିଣୀ ପୀଠ ପରିଚାଳନା କରିଆସୁଥିବା ନ୍ୟାସ ସଂସ୍ଥାର ପୂର୍ଣ୍ଣ ସହଯୋଗକ୍ରମେ ପୀଠର ଉନ୍ନତି ନିମନ୍ତେ କାର୍ଯ୍ୟକ୍ରମମାନ ଗ୍ରହଣ କରିବ ଏବଂ ତୃତୀୟତଃ, ତାରାତାରିଣୀ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ପାଞ୍ଚ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ । ”
ଏହି କୋଡ଼ିଏ ବର୍ଷରେ ଋଷିକୂଲ୍ୟା ନଦୀସ୍ରୋତରେ ବିପୁଳ ଜଳ ପ୍ରବାହିତ ହୋଇଯାଇଛି । ମନ୍ଦିର ପୁନଃନିର୍ମାଣ ସ୍ୱପ୍ନ ଯେ ବାସ୍ତବ ରୂପ ପାଇଛି ତାହା ଆନନ୍ଦର ବିଷୟ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୪ ମେ’ ୨୦୨୨/ ପୃଷ୍ଠା : ୨)
Photo from: http://www.taratarini.nic.in
No comments:
Post a Comment