#ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡଠାରେ
ଏକ ‘ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ’ ନିର୍ମାଣ ନିମନ୍ତେ
ପ୍ରସ୍ତାବ ଜୁନ ୨୦୨୨ ପ୍ରଥମ ସପ୍ତାହରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ‘ବିଡିଏ’ର ସାଧାରଣ ପରିଷଦ ବୈଠକରେ
ଆଲୋଚ଼ିତ ହୋଇଥିଲା । ପୁରୁଣା ବସଷ୍ଟାଣ୍ଡ ସଂଲଗ୍ନ ପୂର୍ବଦିଗରେ ଗଢ଼ିଉଠୁଥିବା ମଲ କମ୍ପ୍ଳେକ୍ସ
ଓ ପଶ୍ଚିମ ଦିଗରେ ଦୋକାନ-ବଜାର ହେତୁ ସହରବାସୀଙ୍କ ଯାନବାହନ ରଖିବା ସମସ୍ୟାର ସମାଧାନ ଦିଗରେ
ଉଦ୍ୟମ ଆରମ୍ଭ ନିମନ୍ତେ ସ୍ଥିର ହୋଇଥିବା ପ୍ରକାଶ । ଏଥି ନିମନ୍ତେ ବ୍ରହ୍ମପୁର ପୌର ନିଗମ ଜମି ଯୋଗାଇ ଦେବ ଏବଂ ‘ବିଡିଏ’ ଦଶ କୋଟି ଟଙ୍କା ବ୍ୟୟରେ
କାର ଓ ହାଲକା ଯାନବାହାନ ପାର୍କିଂ ନିମନ୍ତେ ଏକ ବହୁତଳ ପାର୍କିଂ-ଗ୍ୟାରେଜ ନିର୍ମାଣ କରିବ ।
ଏଥିରେ ପ୍ରାୟ ଦୁଇ ଶହ ଯାନବାହାନ ପାର୍କିଂର ବ୍ୟବସ୍ଥା ରହିବ ।
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ଭୁବନେଶ୍ୱର ସଂଲଗ୍ନ ନନ୍ଦନକାନନ ଚିଡିଆଖାନାଠାରେ ଏକ ବହୁତଳ ପାର୍କିଂ-ଲଟ ନିର୍ମିତ ହୋଇଛି ଏବଂ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ତରେ ସେହି ନକ୍ସା ଅନୁସରଣ କରାଯିବ । ତେବେ ନନ୍ଦନକାନନ ପ୍ରକଳ୍ପ ରୂପାୟନର ବହୁ ପୂର୍ବରୁ ବ୍ରହ୍ମପୁରରେ ବହୁତଳ ପାର୍କିଂ-ଲଟ ନିର୍ମାଣ ନିମନ୍ତେ ଜନସାଧାରଣରେ ଆଲୋଚ଼ିତ ହୋଇଆସିଛି । ଉଦାହରଣରେ ୨୦୧୧ ମସିହାରେ ବ୍ରହ୍ମପୁର ପୌର ନିଗମ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡଠାରେ ଏକ ସପିଂମଲ ନିର୍ମାଣ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସେହି ଅବସରରେ ‘ବ୍ରହ୍ମପୁର ଡ଼ାଏରୀ’ରେ ୧୧ ଜୁନ ୨୦୧୧, ଅର୍ଥାତ ଠିକ୍ ଏଗାର ବର୍ଷ ପୂର୍ବେ ‘ପୁରୁଣା ବସଷ୍ଟାଣ୍ଡରେ ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ ପ୍ରସ୍ତାବ’ ଶୀର୍ଷକ ରଚନା ପ୍ରକାଶିତ ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା :
“କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ପାର୍କିଂ ସମସ୍ୟା ଉତ୍କଟରୁ ଉତ୍କଟର ହେବାରେ ଲାଗିଛି । ପର୍ଯ୍ୟାୟକ୍ରମେ ସହରର ଉପକଣ୍ଠ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ସାଙ୍ଗକୁ ବିଭିନ୍ନ କାର୍ଯ୍ୟାଳୟ ଖୋଲିଛି ଏବଂ ଭବିଷ୍ୟତରେ ଆହୁରି ଅଧିକ ଖୋଲିବ । ଏସବୁ ଅଞ୍ଚଳକୁ ଯିବା ଆସିବା ପାଇଁ ଆନୁଷ୍ଠାନିକ ପରିବହନ ସାଙ୍ଗକୁ ଟାଉନ ବସ ସେବା ଅପରିହାର୍ଯ୍ୟ । ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଦୁଇ ଓ ଚାରି ଚକିଆ ବ୍ୟକ୍ତିଗତ ପରିବହନ ବଦଳରେ ସାମୂହିକ ପରିବହନକୁ ପ୍ରାଧାନ୍ୟ ଦିଆଯାଉଛି । କାରଣ ଏହାଫଳରେ ଇନ୍ଧନ ବ୍ୟବହାର ଓ ପ୍ରଦୂଷଣ କମିବ । ଏଭଳି ପରିସ୍ଥିତିରେ ସହରର ମଧ୍ୟସ୍ଥଳୀରେ ଥିବା ପୁରୁଣା ବସଷ୍ଟାଣ୍ଡରେ ଯଦି ଆମେ ‘ମଲ’ ଗଢ଼ିବା ତେବେ ଭବିଷ୍ୟତ ବଂଶଧର ଆମକୁ କ୍ଷମା ଦେବେ ନାହିଁ । ପୌର ନିଗମ ହାତରେ ପୁରୁଣା ବସଷ୍ଟାଣ୍ଡ ବ୍ୟତୀତ ସହରର ମଧ୍ୟସ୍ଥଳରେ ଆଉ କେଉଁଠି ବିସ୍ତୀର୍ଣ୍ଣ ଅଞ୍ଚଳ ନାହିଁ । ଥରେ ଏହା ବ୍ୟବସାୟୀଙ୍କ ହାତକୁ ଚାଲିଗଲେ ପୁଣି ଫେରି ପାଇବାର ପ୍ରଶ୍ନ ନାହିଁ ।
ପୁରୁଣା ବସଷ୍ଟାଣ୍ଡର ଆଧୁନୀକରଣ ହେଉ । ଏହାକୁ ବିଦେଶୀ ଢ଼ାଞ୍ଚାରେ ‘ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ’ରେ ପରିଣତ କରାଯାଉ । ଅର୍ଥାତ, ବହୁତଳ ବିଶିଷ୍ଟ ଯାନବାହାନ ରଖିବା ସ୍ଥାନ ସୃଷ୍ଟି କରାଯାଇ ‘ପ୍ରାଇଭେଟ-ପବ୍ଳିକ-ପାର୍ଟନରସିପ’ଧାରାରେ ଘରୋଇ ପୁଞ୍ଜି ବିନିଯୋଗ କରାଯାଇ ଜନସାଧାରଣଙ୍କଠାରୁ ଭଡ଼ା ଆଦାୟରେ ନିର୍ମାଣ ଖର୍ଚ୍ଚ ଭରଣା କରାଯାଉ । ସବା ତଳେ ଅଟୋ ଓ ଟ୍ୟାକ୍ସି, ପ୍ରଥମ ମହଲାରେ ଟାଉନବସ, ଦ୍ୱିତୀୟ ମହଲାରେ ଦୁଇଚକିଆ, ତୃତୀୟ ମହଲାରେ ଚାରି ଚକିଆ ଯାନବାହନ ଓ ଚ଼ତୁର୍ଥ ମହଲାରେ ‘ରୁଫ-ଟପ ପାର୍କ-ଫାଉଣ୍ଟେନ-ଫୁଡ଼-କୋର୍ଟ’ ଗଢ଼ାଯାଉ । ଏହାଫଳରେ ଖଲ୍ଲିକୋଟ କଲେଜଠାରୁ ଗିରିଜା ଛକ ଯାଏଁ ଅଞ୍ଚଳରେ ପାର୍କିଂ ସମସ୍ୟାର ସମାଧାନ ହୋଇପାରିବ, ରାସ୍ତାକଡ଼ର ଠିଆ କ୍ୟାଣ୍ଟିନଗୁଡ଼ିକୁ ଉଚ୍ଛେଦ କରି ଦୋକାନୀଙ୍କୁ ଥାଇଥାନର ବ୍ୟବସ୍ଥା ସମ୍ଭବପର ହେବ ଏବଂ ସର୍ବୋପରି ସହରର ମଧ୍ୟସ୍ଥଳରୁ ଟାଉନବସ ଭଳି ସାମୂହିକ ପରିବହନ ଚଳାଚଳ ପାଇଁ ସୁଯୋଗ ଉନ୍ମୁକ୍ତ ରହିବ ।
‘ବ୍ରହ୍ମପୁର ଡ଼େଭଲାପମେଣ୍ଟ ଅଥାରିଟି’ ମାଲିକାନାରେ ଥିବା ବିବଦମାନ ଗଜପତି ପ୍ଳାଜାକୁ ମଧ୍ୟ ଅନ୍ୟ ଏକ ‘ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ’ରେ ପରିଣତ କରାଯାଇପାରିଲେ ତଥା ପ୍ରସ୍ତାବିତ ରାମଲିଙ୍ଗମ ବନ୍ଧର ‘ସ୍କାଇ-ୱାକ-ପାର୍କିଂ-ଲଟ’କୁ ବିଚାରକୁ ନେଲେ ସହରର ଜନାକୀର୍ଣ୍ଣ ମଧ୍ୟ ଭାଗରେ ତିନି ତିନି ଗୋଟି ‘ପାର୍କିଂ-ଲଟ’ ଦୀର୍ଘ ଭବିଷ୍ୟତ ପାଇଁ ବ୍ରହ୍ମପୁର ଟ୍ରାଫିକ ସମସ୍ୟା ସମାଧାନରେ ସହାୟକ ହୋଇପାରିବ ।
ବିଦେଶରେ ‘ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ’ ସବୁ ବଡ଼ ସହରରେ ଦେଖିବାକୁ ମିଳେ । ଆମ ଦେଶରେ ମୁମ୍ୱାଇ, ଚେନ୍ନାଇରେ ମଧ୍ୟ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି । ଭବିଷ୍ୟତକୁ ଆଖି ରଖି ବ୍ରହ୍ମପୁରବାସୀ ପାଦେ ଆଗେଇବାକୁ ପଡ଼ିବ ।”

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ଜୁନ ୨୦୨୨/ ପୃଷ୍ଠା : ୨)
No comments:
Post a Comment