ମହୁରି ରାଜ୍ୟର
ନୂତନ ରାଜଧାନୀଭାବେ ୧୬୭୨ ପରଠୁ #ବ୍ରହ୍ମପୁର ବିକଶିତ ହେବା ପ୍ରାୟ ଶହେ ବର୍ଷ ପରେ ୧୭୬୫ରେ ବ୍ରିଟିଶ
ଶାସନାଧୀନ ହୋଇଥିଲା । ଏଥିପୂର୍ବରୁ କିଛି ସମୟ ଫରାସୀ ଅଧିକୃତ ରହିଥିଲା । ମହୁରି ରାଜ୍ୟବାସୀ
ଫରାସୀ ସୈନ୍ୟଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ବିରୋଧ କରିଥିଲେ । ମହୁରି ରାଜବଂଶ ଗବେଷକ ଡ଼କ୍ଟର
ବିଚ଼ିତ୍ରାନନ୍ଦ ଦାଶଙ୍କ ଭାଷାରେ, “ମହୁରି ଫରାସୀମାନଙ୍କୁ ଯେଭଳି ପ୍ରତିରୋଧ କରିଥିଲା, ଇଂରେଜ
ଅଧିକାର ପରେ ପରେ ସେମାନଙ୍କୁ ମଧ୍ୟ ସେହିଭଳି ବାଧାଦାନ ଜାରି ରଖିଲା । ଏହା କ୍ରମେ ରାଜନୈତିକ
ପ୍ରତିରୋଧରେ ରୂପାନ୍ତରିତ ହେଲା । ଏଥିରେ ଉଭୟ ରାଜପରିବାର ଓ ଜନତାଙ୍କ ସମର୍ଥନ ରହିଥିଲା । ...
୧୭୬୬ଠାରୁ ୧୮୫୦ ପର୍ଯ୍ୟନ୍ତ ଇଂରେଜ ଶାସନ ପ୍ରତି ମହୁରି ପ୍ରତିକୂଳ ମନୋଭାବ ପ୍ରଦର୍ଶନ କରି
ଆସିଛି । ସାଧାରଣ ପ୍ରଶାସନ କିମ୍ୱା ରାଜସ୍ୱ ଆଦାୟ କ୍ଷେତ୍ରରେ ସେମାନେ ବିଦେଶୀ ଶାସକମାନଙ୍କୁ
କୌଣସି ପ୍ରକାର ସହଯୋଗ କରିନଥିଲେ ।”
ଭାରତରେ ବ୍ରିଟିଶ ଶାସନକୁ ପ୍ରତିରୋଧ କରି ସ୍ୱାଧୀନତା ସଂଗ୍ରାମର ମାନାଙ୍କ ନିର୍ଦ୍ଧାରଣକୁ ନେଇ ବିବାଦ ଉପୁଜିଥାଏ । ଜାତୀୟସ୍ତରରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହକୁ ମାନ୍ୟତା ମିଳୁଥିବା ସ୍ଥଳେ ଓଡ଼ିଶାରେ ସଂଗଠିତ ୧୮୧୭ର ପାଇକ ବିଦ୍ରୋହ ପ୍ରାଥମିକତା ଲାଭ କରିବା ଯୁକ୍ତିଯୁକ୍ତ ବୋଲି ଦାବୀ ହୋଇଥାଏ । ଇତି ମଧ୍ୟରେ ‘ପାରଳାର ଲଲାମ: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକ ଏକ ପୁସ୍ତକ ପାରଳାଖେମୁଣ୍ଡି ବାସିନ୍ଦା ତଥା ଓଡ଼ିଆ ଭାଷା ସଂଗଠକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି । ସେ ପାରଳାଖେମୁଣ୍ଡିରେ ଦୀର୍ଘକାଳ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ଭାବେ ନିୟୋଜିତ ହୋଇ ଅବସର ଗ୍ରହଣ ପରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି । ବ୍ରିଟିଶ ଅମଳର ବିଭିନ୍ନ ସରକାରୀ ନଥିପତ୍ର ଅନୁଧ୍ୟାନ କରି କହିଛନ୍ତି ଯେ ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ (୧୭୩୬-୧୭୭୦) ବ୍ରିଟିଶ ଶାସକଙ୍କ ବିରୋଧରେ ୧୭୬୭ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ରାଜ୍ୟର ସେନାବାହିନୀଙ୍କ ସଙ୍ଗେ ଜନଜାତି ଶବର ସଂପ୍ରଦାୟ ଏଥିରେ ସାମିଲ ହୋଇଥିଲେ । ଏହି ସଂଗ୍ରାମ ୧୮୩୪ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ପ୍ରମାଣ ମିଳେ । ମୁକ୍ତିଯୋଦ୍ଧାମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଫାଶୀ ଦଣ୍ଡ, ୨୫ ଜଣଙ୍କୁ କଳାପାଣି ଆଣ୍ଡାମାନ ଦ୍ୱୀପାନ୍ତର ଓ ୧୦୩ ଜଣଙ୍କୁ ରାଜବନ୍ଦୀ କରାଯାଇଥିଲା । ଏହି ସଂଗ୍ରାମ କାଳରେ ବ୍ରିଟିଶ ରାଜକର୍ମଚାରୀଙ୍କୁ ବନ୍ଦୀ କରିବା, କୋଷାଗାର ଲୁଟ ଏବଂ ଶାସନ ବ୍ୟବସ୍ଥାକୁ ପାରଳାଖେମୁଣ୍ଡିରେ ଅଚଳ କରିଦିଆଯାଇଥିବା ପ୍ରମାଣ ଉପସ୍ଥାପନ କରିଛନ୍ତି ।
ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲେଖିଛନ୍ତି, “୧୭୬୭ ସମ୍ଭବତଃ ଜାନୁୟାରୀ ମାସରେ କଟସଫୋର୍ଡ ସାହେବ ଗଞ୍ଜାମ ଅଭିମୁଖେ ଯାଆନ୍ତେ ଜଣାଗଲା ଯେ, ପାରଳାଖେମୁଣ୍ଡି ରାଜା ଜଗନ୍ନାଥ ନାରାୟଣ ଦେବ ସମଗ୍ର ଇଲାକାକୁ ନିଜ ଦଖଲରେ ରଖି ଇଂରେଜ ଅଧିକାରକୁ ଅସ୍ୱୀକାର ପୂର୍ବକ ବଙ୍ଗଳାଠାରୁ ମାନ୍ଦ୍ରାଜକୁ ଥିବା ସମସ୍ତ ଗମନାଗମନ ପଥକୁ ସଂମ୍ପୂର୍ଣ୍ଣ ରୂପେ ଅବରୋଧ କରିଦେଇ ସେଠାରେ ଜଗି ରହିଛନ୍ତି । ତେଣୁ, ସେ ଆଉ ଆଗକୁ ବଢ଼ି ନପାରି ମାନ୍ଦ୍ରାଜ ଫେରିଗଲେ ।.... ଗଞ୍ଜାମ ମାନୁଆଲ ଅନୁଯାୟୀ ଇଂରେଜମାନେ ପାରଳାଖେମୁଣ୍ଡିରେ ୧୭୬୭ରେ ପ୍ରଥମ ପ୍ରତିରୋଧର ସମ୍ମୁଖୀନ ହୋଇ ଗଞ୍ଜାମ ଅଭିମୁଖେ ଅଗ୍ରସର ନହୋଇ ମାନ୍ଦ୍ରାଜ ଫେରିଯାଇଥିଲେ । ତେଣୁ, ଏହା ହିଁ ଥିଲା ଇଂରେଜମାନଙ୍କୁ ପ୍ରଥମ ପ୍ରତିରୋଧ ।”
ପାରଳାଖେମୁଣ୍ଡି ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଅଂଶ ରହିଆସିଥିଲା । ସେଠାକାର ଆନ୍ଦୋଳନ ବ୍ରହ୍ମପୁରକୁ ପ୍ରଭାବିତ କରିବା ସ୍ୱାଭାବିକ । ପାରଳାଖେମୁଣ୍ଡିରେ ୧୭୬୩ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହେବା ସମୟରେ ପୂର୍ବ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବ୍ରହ୍ମପୁରରେ ମଧ୍ୟ ମହୁରି ରାଜପରିବାର ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିରୋଧ ଜାରି ରହିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ମୋଟାମୋଟି ଭାବେ କହିବାକୁ ଗଲେ ବ୍ରିଟିଶ ଶାସକ ବ୍ରହ୍ମପୁର ସହରରେ ପ୍ରବେଶ କରିବା ସମୟରୁ ଆରମ୍ଭ ହୋଇଥିବା ପ୍ରତିରୋଧ ୧୯୪୭ରେ ଭାରତ ସ୍ୱାଧୀନତା ଲାଭ ଯାଏଁ ପରିବ୍ୟାପ୍ତ ରହିଥିଲା ।
ବ୍ରହ୍ମପୁର ବ୍ରିଟିଶ ଶାସନାଧୀନ ହେବା ସମୟରେ ନାରାୟଣ ଦେବ ମହୁରି ରାଜା ଭାବେ ଅଭିଷିକ୍ତ ଥିଲେ । ସେ ୧୭୭୦ରେ ମୃତ୍ୟୁ ବରଣ କଲେ । ସେତେବେଳକୁ ରାଜକୁମାର ହରିହର ନରେନ୍ଦ୍ର ଦେବଙ୍କ ବୟସ ମାତ୍ର ବାର ବର୍ଷ । ବିବାଦମାନ ପରିବେଶରେ ସେ ରାଜସିଂହାସନ ଆରୋହଣ କରି ୧୭୮୨ରେ ହତ୍ୟାର ଶୀକାର ହୋଇଥିଲେ । ଏହି ସମୟରେ ଦୁର୍ଭିକ୍ଷ ହେତୁ ମହୁରିର ଆର୍ଥିକ ସ୍ଥିତି ଦୁର୍ଦ୍ଦିନ ଦେଇ ଗତି କରୁଥିବା କୁହାଯାଏ । ତେବେ ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ହିଁ ଦାକ୍ଷିଣାତ୍ୟରୁ ପାଟବସ୍ତ୍ର ବୁଣାକାର ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିବା ନିମନ୍ତେ ପହଞ୍ଚିଥିବା ଏବଂ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିବା କିମ୍ୱଦନ୍ତୀରୁ ଜଣାଯାଏ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୩ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)
Photo by Roberto Catarinicchia on Unsplash
No comments:
Post a Comment