#ବ୍ରହ୍ମପୁର ସହରରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ୧୯୩୬ରେ ଗଠିତ
ହେବା ପୂର୍ବରୁ ୧୯୨୮ରୁ ସ୍ଥାୟୀ ଚଳଚ଼ିତ୍ର ପ୍ରେକ୍ଷାଳୟ ସ୍ଥାପିତ ହୋଇଥିଲା । ପ୍ରଥମ ଭାରତୀୟ
ଚଳଚ଼ିତ୍ର ‘ଆଲମ ଆରା’ ୧୯୩୦-୩୧ରେ ନିର୍ମିତ ହୋଇଥିବା ସ୍ଥଳେ ପ୍ରଥମ
ଓଡ଼ିଆ ଭାଷାରେ ଚଳଚ଼ିତ୍ର ‘ସୀତା ବିବାହ’ ୧୯୩୪ରେ ମୁକ୍ତିଲାଭ କରିଥିଲା । ବ୍ରହ୍ମପୁରରେ ଏସଏସଭିଟି
ବା ସୀତାରାମ ବିଳାସ ଟକିଜରେ ‘ସୀତା ବିବାହ’ ପ୍ରଦର୍ଶିତ ହୋଇଥିଲା । ପ୍ରଥମ ଓଡ଼ିଆ ଚଳଚ଼ିତ୍ର
ନିର୍ମାଣର ୧୫ ବର୍ଷ ପରେ ‘ଲଳିତା’ ୧୯୪୯ରେ, ୧୯୫୦ରେ ‘ଶ୍ରୀ ଜଗନ୍ନାଥ’ ଓ ‘ରୋଲସ ଟୁ-ଏଇଟ’ ମୁକ୍ତିଲାଭ
କରିଥିଲା । ତେବେ ପରବର୍ତ୍ତୀ ୨୫ ବର୍ଷ ମନ୍ଥର ରହି ୧୯୭୫ରେ ନବ-ଜାଗରଣ ପରଠାରୁ ବର୍ଷକରେ ପ୍ରାୟ
ଡ଼ଜନେ ଯାଏଁ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ଧାରା ବିକଶିତ ହୋଇଥିଲା ।
କଟକ ଓଡ଼ିଆ ଚଳଚ଼ିତ୍ର ‘ଓଲିଉଡ଼’ର କେନ୍ଦ୍ରସ୍ଥଳୀ । ବିଂଶ ଶତାଦ୍ଦୀର ଅଷ୍ଟମ ଦଶକ ଯାଏଁ ଓଡ଼ିଆ ଚଳଚ଼ିତ୍ରଗୁଡ଼ିକ କଟକରେ ମୁକ୍ତିଲାଭ କରୁଥିଲା ଏବଂ ପୁରୀ, ବ୍ରହ୍ମପୁର, ସମ୍ୱଲପୁର ଓ ପରେ ରାଉରକେଲା ପ୍ରଦର୍ଶନର ଦ୍ୱିତୀୟ ସ୍ତର ସହର ରୂପେ ବିବେଚ଼ିତ ହେଉଥିଲା । ସେ ସମୟରେ ବ୍ରହ୍ମପୁରରେ ଏସସସଭିଟି, ଜ୍ୟୋତି, ବିଜୟା ଓ ଉତ୍କଳ ଚାରିଗୋଟି ପ୍ରେକ୍ଷାଳୟ ମଧ୍ୟରୁ ଉତ୍କଳରେ ହିଁ ଅଧିକ ସଂଖ୍ୟକ ଓଡ଼ିଆ ଚଳଚ଼ିତ୍ର ଚାଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକରେ ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନ ବାଧ୍ୟତାମୂଳକ ନୀତି ଲାଗୁ କରିବାପରେ ଜ୍ୟୋତି ଓ ଏସଏସଭିଟିରେ କିଛି ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥିଲା । ତେବେ ବିଜୟା ଟକିଜ ରୂପେଲି ପରଦାରେ କାଁ ଭାଁ ଓଡ଼ିଆ ଚଳଚ଼ିତ୍ର ପହଞ୍ଚୁଥିଲା ।
ପାରମ୍ପରିକ ଭାବେ ବ୍ରହ୍ମପୁରରେ ଚଳଚ଼ିତ୍ର ଦର୍ଶକ ହିନ୍ଦି, ତେଲୁଗୁ, ଇଂଲିଶ ଚଳଚ଼ିତ୍ରରେ ରୁଚ଼ି ରଖୁଥିଲେହେଁ ଓଡ଼ିଆ ଚଳଚ଼ିତ୍ରକୁ ହତାଦର କରୁନଥିଲେ । ଓଡ଼ିଆ ଚଳଚ଼ିତ୍ର ଏକ ସ୍ୱତନ୍ତ୍ର ଦର୍ଶକ ଗୋଷ୍ଠୀର ଆଦୃତି ଲାଭ କରୁଥିଲା । ସପରିବାରେ ଓଡ଼ିଆ ଦର୍ଶକ ଓଡ଼ିଆ ଚଳଚ଼ିତ୍ର ପ୍ରେକ୍ଷାଳୟରେ ପହଞ୍ଚିବା ଅଭ୍ୟାସରେ ପରିଣତ ହୋଇପାରିଥିଲା । କେତେକ ଓଡ଼ିଆ ଚଳଚ଼ିତ୍ର ଦୈନିକ ତିନିଗୋଟି ସୋ’ରେ ଚାରିରୁ ପାଞ୍ଚ ସପ୍ତାହ ଯାଏଁ ଚାଲୁଥିଲା । ପ୍ରଯୋଜକ ଓ ବିତରକମାନେ ବ୍ରହ୍ମପୁର କେନ୍ଦ୍ରରୁ ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନରେ ବେଶ ଲାଭବାନ ହେଉଥିଲେ । ‘କିଏ କାହାର’ ଓ ‘ମମତା’ର ୫୦ ଦିନ ପ୍ରଦର୍ଶନ ପୂର୍ତ୍ତୀ ଅବସରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ‘କିଏ କାହାର’ ଉତ୍ସବ ଉତ୍କଳ ସିନେମାରେ ଏବଂ ‘ମମତା’ ଉତ୍ସବ ଜୋତି ପିକଚ଼ର ପ୍ୟାଲେସରେ ସଂପୃକ୍ତ ଚଳଚ଼ିତ୍ରର ଅଭିନେତା ଅଭିନେତ୍ରୀମାନେ ଯୋଗ ଦେଇଥିଲେ ।
ବ୍ରହ୍ମପୁରରେ ୧୯୮୨ରେ ଦୂରଦର୍ଶନ ଯୋଗେ ଏବଂ ୧୯୯୨ରୁ ଘରୋଇ ଚ୍ୟାନେଲ ମାଧ୍ୟମରେ ଟେଲିଭିଜନ ପ୍ରସାରଣ ଆରମ୍ଭ ହେଲା । ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗର ଅନୁଭୂତି କ୍ରମଶଃ ସହରବାସୀଙ୍କ ପାଇଁ ଟେଲିଭିଜନରେ ଦୈନନ୍ଦିନ ପାରିବାରିକ ମନୋରଞ୍ଜନରେ ରୂପାନ୍ତରିତ ହେଲା । ଧାରାବାହିକୀର ମାଦକତା ଦର୍ଶକଙ୍କୁ ଟେଲିଭିଜନ ପରଦା ସମ୍ମୁଖରୁ ବିରତି ବାରଣ କଲା । ଲୋକପ୍ରିୟ ହିନ୍ଦି ଓ ତେଲୁଗୁ ଧାରାବାହିକ ସମେତ ସମ୍ୱାଦ ‘ପ୍ରାଇମ ଟାଇମ’, ଅର୍ଥାତ ରାତି ସାତରୁ ଦଶ ମଧ୍ୟରେ ଟେଲିଭିଜନ ପ୍ରସାରଣରେ ଋଦ୍ଧିମନ୍ତ ହେଉଥିବା ହେତୁ ଚଳଚ଼ିତ୍ର ପ୍ରେକ୍ଷାଳୟର ସର୍ବାପେକ୍ଷା ଦର୍ଶକ ଦାବୀ କରୁଥିବା ସନ୍ଧ୍ୟା ୬ ରୁ ୯ ଫାଷ୍ଟ ସୋ ଓ ରାତି ୯ ରୁ ୧୨ ସେକେଣ୍ଡ ସୋ’ର ଦର୍ଶକହାନୀରେ ପର୍ଯ୍ୟବସିତ ହେଲା । ଏହି ଧାରା ‘ଟ୍ରେଣ୍ଡ’ରେ ଓଡ଼ିଆ ଚଳଚ଼ିତ୍ର ମଧ୍ୟ ଦର୍ଶକ ହରାଇବାକୁ ବାଧ୍ୟ ହେଲା ।
ଟେଲିଭିଜନ ଯୋଗୁଁ ଚଳଚ଼ିତ୍ର ଦର୍ଶକହାନୀ ୧୯୮୨ ରୁ ୨୦୧୨ ତିରିଶି ବର୍ଷ ଲାଗିରହିଥିବା ଅବସରରେ ୨୦୧୨ ରୁ ୨୦୨୨ ଦଶ ବର୍ଷ ମଧ୍ୟରେ ସ୍ମାର୍ଟଫୋନ ପରଦାରେ ଭିଡ଼ିଓ ଆହରଣ ଅଭ୍ୟାସ ପରିସ୍ଥିତିକୁ ଦୋହଲାଇ ଦେଇଛି । ସର୍ବଭାରତୀୟସ୍ତରରେ ଅନୁସୃତ ଏହି ଟ୍ରେଣ୍ଡରେ ବ୍ରହ୍ମପୁର ମଧ୍ୟ ସାମିଲ ହୋଇଛି । ଉଲ୍ଲେଖନୀୟ ବିଷୟ ଏହିଯେ ଏହି ଟ୍ରେଣ୍ଡ ଭବିଷ୍ୟତରେ ସମୃଦ୍ଧ ହେବ । ୨୦୨୨ ମଧ୍ୟଭାଗ ସୁଦ୍ଧା ଦେଶରେ ହାରାହାରି ଟେଲି ସାନ୍ଧ୍ରତା ୮୫ ପ୍ରତିଶତ ଥିବା ସ୍ଥଳେ ଓଡ଼ିଶାରେ ୭୫ ପ୍ରତିଶତ । ତେବେ ବ୍ରହ୍ମପୁର ସହରରେ ଶହେ ବ୍ୟକ୍ତିଙ୍କ ମଧ୍ୟରୁ ଷାଠିଏ ଜଣ ଯାଏଁ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଆକଳନ କରାଯାଇପାରେ । ଏମାନେ ବୈଷୟିକ ପ୍ରଗତି କାରଣରୁ ସାମଗ୍ରିକ ଭାବେ ପ୍ରେକ୍ଷାଳୟର ଚଳଚ଼ିତ୍ର ତଥା ଓଡ଼ିଆ ଚଳଚ଼ିତ୍ର ଉପଭୋଗରୁ ଦୂରେଇ ରହିବା ସ୍ୱାଭାବିକ । ଏହା ‘ମାଗୁଣିର ଶଗଡ଼’ ସମସ୍ୟା ।
ଓଡ଼ିଆ ଚଳଚ଼ିତ୍ରର ଦୁରାବସ୍ଥା ନିମନ୍ତେ ରାଜ୍ୟବ୍ୟାପୀ ଉଦବେଗ ପ୍ରକାଶ ପାଉଛି । ବିଭିନ୍ନ କାରଣ ମଧ୍ୟରେ ଚଳଚ଼ିତ୍ର ପ୍ରେକ୍ଷାଳୟ ଅଭାବ, ଗୁଣାତ୍ମକ ଅବନତି, ପ୍ରଚାର ଅଭାବ, ସରକାରୀ ଉଦାସୀନତା ଇତ୍ୟାଦିକୁ ଆକ୍ଷେପ କରାଯାଉଛି । କିନ୍ତୁ ବୈଷୟିକ ଦିଗଟିକୁ ଅନେକ ଭୂଲିଯାଉଛନ୍ତି । ‘ମେଟାଭର୍ସ’ ପ୍ରବେଶ ଦ୍ୱାରରେ ଉପନୀତ ସାଧାରଣ ଦର୍ଶକ ଯେ ଚଳଚ଼ିତ୍ର ଦେଖିବାକୁ ପୁଣି ଥରେ ପ୍ରେକ୍ଷାଳୟରେ ପହଞ୍ଚିବ ଏଥିରେ ସନ୍ଦେହ ଉପୁଜେ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୯ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)
Photo by Elia Pellegrini on Unsplash
No comments:
Post a Comment