#ବ୍ରହ୍ମପୁର ସହର ସଂଲଗ୍ନ ଗୋପାଳପୁର
ବେଳାଭୂମି ଏକଦା ପର୍ଯ୍ୟଟନ ଦୃଷ୍ଟିରୁ ବାଲିକୁଦା, ଝାଉଁବଣ ଓ ଶାନ୍ତ ପରିବେଶ ନିମନ୍ତେ ଖ୍ୟାତି
ଲାଭ କରିଥିଲା । ଝାଉଁବଣ ଉତ୍ତର ଦିଗରେ ଛତ୍ରପୁର ଏବଂ ଦକ୍ଷିଣ ଦିଗରେ ସୁନାପୁର ବେଳାଭୂମିକୁ
ଆଚ୍ଛାଦିତ କରି ରଖିଥିଲା । ପରବର୍ତ୍ତୀ ଅବସ୍ଥାରେ ୧୯୭୦ ବେଳକୁ ଗୋପାଳପୁରଠାରୁ ପାଞ୍ଚ
କିଲୋମିଟର ଦୂର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭଞ୍ଜବିହାର ନିର୍ମିତ ହେବାପରେ ସେଠାରେ
ମଧ୍ୟ ବ୍ୟାପକ ଝାଉଁ ଗଛ ରୋପଣ କରାଯାଇଥିଲା । ପରବର୍ତ୍ତୀ ତିନି ଦଶନ୍ଧି ଧରି ଝାଉଁବଣ
ଭଞ୍ଜବିହାରର ଅନ୍ୟତମ ଆକର୍ଷଣ ରୂପେ ପରିଗଣିତ ହେଉଥିଲା । ତେବେ ୧୯୯୯ର ମହାବାତ୍ୟାରେ
ଭଞ୍ଜବିହାରରେ ବ୍ୟାପକ ବୃକ୍ଷହାନୀ ଘଟିଥିଲା । ପୁନଃ ବନୀକରଣ ଅବସରରେ ଝାଉଁଚାରା ରୋପଣକୁ
ଗୁରୁତ୍ୱ ଦିଆଗଲା ନାହିଁ । ତା’ ବଦଳରେ ଶୀଘ୍ର ବଢୁଥିବା
ବିଦେଶୀ ଅନାବନା ଗଛ ରୋପଣ ପ୍ରାଧାନ୍ୟ ଲାଭ କରିଥିଲା । ଏହି ଦିଗରେ ନିଜସ୍ୱ ଐତିହ୍ୟକୁ ବଞ୍ଚାଇ
ରଖିବାଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବନୀକରଣରେ ସଂପୃକ୍ତ ବନ ବିଭାଗକୁ ତାଗିଦ କରିପାରିଲେ
ନାହିଁ । ଫଳରେ କ୍ରମଶଃ ଭଞ୍ଜବିହାରରୁ ଝାଉଁବଣର ଅସ୍ତିତ୍ୱ ହଜିଗଲା । ୨୦୧୨ରେ ଫାଇଲିନ ବାତ୍ୟାରେ ଅନୁରୂପ କାରଣରୁ ଭଞ୍ଜବିହାରରୁ
ଝାଉଁବଣ ପ୍ରାୟତଃ ଲୋପ ପାଇଗଲା ।
କୁହାଯାଏ ଯେ ୧୮୫୦ରେ ବ୍ରହ୍ମପୁର ସମେତ ମହୁରି ରାଜ୍ୟ ଇଂଲିଶ ଶାସନାଧୀନ ହେବାପରେ ଫେଡ୍ରେରିକ ମିଂଚନ ନାମକ ଜଣେ ବିଦେଶୀ ଶିଳ୍ପପତି ଆସିକାରେ ଚିନି କଳ ସ୍ଥାପନ କଲେ । ସେଥିଲାଗି କଞ୍ଚାମାଲ ସଂଗ୍ରହ ଉଦ୍ଦେଶ୍ୟରେ ଗଞ୍ଜାମର ଚାଷୀମାନଙ୍କୁ ଆଖୁଚାଷ କରିବା ଏବଂ ରପ୍ତାନୀ ଲାଗି ଗୋପାଳପୁର ବନ୍ଦର ବିକାଶ କ୍ଷେତ୍ରରେ ଉଦ୍ୟମ କରିଥିଲେ । ବାତ୍ୟା ପ୍ରପୀଡ଼ିତ ଗଞ୍ଜାମ ଉପକୂଳ, ମୁଖ୍ୟତଃ ଗୋପାଳପୁର ବନ୍ଦର ତଟବର୍ତ୍ତୀ ଅଞ୍ଚଳରେ ମୃତ୍ତିକାକ୍ଷୟ ରୋକିବା ଦିଗରେ ସେ ବ୍ୟାପକ ବନୀକରଣ ଆୟୋଜନ କରି ଝାଉଁବଣ ସୃଷ୍ଟି କରିଥିଲେ । ୧୮୬୫-୬୬ରେ ନଅଙ୍କ ଦୁର୍ଭିକ୍ଷ କାଳରେ ଅନାବୃଷ୍ଟି ଯୋଗୁଁ ପାରମ୍ପରିକ ଶସ୍ୟ ଉତ୍ପାଦନ ସଂଭବ ନହେବା କାରଣରୁ ବେଳାଭୂମିରେ ଝାଉଁବଣ ଉପକୂଳବାସୀଙ୍କୁ ସାମାନ୍ୟ ରୋଜଗାର ଯୋଗାଇବାରେ ସମର୍ଥ ହୋଇଥିଲା । ଝାଉଁ ଆଷ୍ଟ୍ରେଲିଆର ଗଛ । ଝାଉଁ ଗଛ ବିଶେଷ ପାଣି ଆବଶ୍ୟକ କରେ ନାହିଁ ଏବଂ ଖୁବ କମ ସମୟରେ ବଢ଼ିଯାଏ । ଝାଉଁକାଠ ସେ ସମୟ ଜାଳେଣୀ ସାଙ୍ଗକୁ ଗୃହନିର୍ମାଣ ଭଳି ବହୁବିଧ କାର୍ଯ୍ୟରେ ଉପଯୋଗ ହେଉଥିବା ହେତୁ ଗଞ୍ଜାମ ଉପକୂଳ ଅଞ୍ଚଳରେ ବ୍ୟାପକ ଚାଷ ସଂଭବ ହୋଇଥିଲା । ବିଗତ ଶତାଦ୍ଦୀର ଷଷ୍ଠ ଦଶକ ପରବର୍ତ୍ତୀ ଅବସ୍ଥାରେ କାଠ ଜାଳେଣି କ୍ରମଶଃ ଅପସରି ଯିବା ଏବଂ ବାରମ୍ୱାର ବାତ୍ୟା ପରେ ଝାଉଁଗଛ ପୁନଃରୋପଣ ନିମନ୍ତେ ଗୁରୁତ୍ୱ ନଦିଆଯିବା କାରଣରୁ ଝାଉଁବଣର ଚାହିଦା କମିଗଲା ।
ବ୍ରହ୍ମପୁରରୁ ପନ୍ଦର କିଲୋମିଟର ପୂର୍ବ ଦିଗରେ ସମୁଦ୍ରବେଳା ଓ ପାଞ୍ଚ କିଲୋମିଟର ପଶ୍ଚିମ ଦିଗରେ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳ । ବେଳାଭୂମିରେ ଝାଉଁ ଓ ପାର୍ବତ୍ୟାଞ୍ଚଳରେ ବାଉଁଶ ଗଛ ବେଶ ବଢ଼ିଥାଏ । ଏଥିପ୍ରତି ଗୁରୁତ୍ୱ ଦିଆଯାଉନଥିବା ଦୁର୍ଭାଗ୍ୟର ବିଷୟ ।
କେରାଣ୍ଡିମାଳ ପାଦଦେଶରେ ମହୁଡ଼ାଠାରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିଥିବା ‘ଗ୍ରାମ ବିକାଶ’ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦିନା କେତେ ବାଉଁଶ ଚାଷର ଉପାଦେୟତା ପ୍ରଚାର କରାଯାଇଥିଲା । ବାଉଁଶ ଉପଯୋଗରେ ପ୍ଳାଇଉଡ଼ ତିଆରି ଲାଗି ଯନ୍ତ୍ରପାତି ମଧ୍ୟ ସ୍ଥାପିତ ହୋଇଥିଲା । ତେବେ ବିଦେଶୀ ଅନୁଦାନ ସରିଯିବାପରେ ସେଭଳି ଯୋଜନାଗୁଡ଼ିକର ବସ୍ତାନି ବନ୍ଧାଯାଇଥିଲା । ବାଉଁଶ ଭଳି ଝାଉଁ ଗଛରୁ ମଧ୍ୟ ବେଶ ସହଜରେ ପ୍ଳାଇଉଡ଼ ତିଆରି ସଂଭବ ।
ବ୍ରହ୍ମପୁର ସହର ପ୍ରତିଷ୍ଠା କାଳରୁ ଠାକୁରାଣୀ ଯାତ୍ରା ପରମ୍ପରା ସଂଶ୍ଳିଷ୍ଟ । ଝାଉଁଗଛକୁ ଏଠାରେ ‘ଚାବୁକ’ କାଠ ମଧ୍ୟ କହନ୍ତି । ସହରର ଅଧିଷ୍ଠାତ୍ରୀ ଦେବୀ ଯାତ୍ରା ଅବସରରେ ବଡ଼ବଜାର ଦେଶୀବେହରା ସାହୀ ଆଗମନ କାଳରେ ଅସ୍ଥାୟୀ ମନ୍ଦିର ଝାଉଁ, ବାଉଁଶ ଓ ନଡ଼ିଆ ବାହୁଙ୍ଗାରେ ନିର୍ମିତ ହୁଏ । ଏହି ସବୁ ସାମଗ୍ରୀ ସ୍ଥାନୀୟ ଉତ୍ପାଦନ ।
ଶେଷରେ, ଭଞ୍ଜବିହାରରେ ଝାଉଁବଣକୁ ନେଇ ଶିକ୍ଷାୟତନରେ ଅଧ୍ୟୟନ ଓ ଗବେଷଣାରତ ବହୁ ଛାତ୍ରଛାତ୍ରୀ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କବିତା ରଚନା କରିଆସିଛନ୍ତି । ଝାଉଁବଣ, ଜହ୍ନରାତି ଓ ଅପହଞ୍ଚ ପ୍ରେମିକ-ପ୍ରେମିକା ଅନେକ କବିତାର ବିଷୟବସ୍ତୁ । ସେଗୁଡ଼ିକୁ କେହି ସଂକଳନ କଲେ ଭଲ ହୁଅନ୍ତା ନି !

Photo by Rick Whittle on Unsplash
No comments:
Post a Comment