ଗୋପାଳପୁର-ସମ୍ୱଲପୁର
ରେଳପଥ #ବ୍ରହ୍ମପୁର ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ନଅ
ଦଶନ୍ଧି ପୁରିବାକୁ ବସିଥିବା ସତ୍ତ୍ୱେ ଦକ୍ଷିଣାଞ୍ଚଳ ସହ ପଞ୍ଚିମାଞ୍ଚଳ ରେଳପଥ ଯୋଗେ ସଂଯୁକ୍ତ
ହୋଇନପାରିଥିବା ହେତୁ ଗମନାଗମନ, ପରିବହନ ଓ ସାମାଜିକ ସଂହତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା
ହାସଲ ହୋଇପାରୁନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରସ୍ତରରେ ରାଜନୀତିକ ଇଚ୍ଛାଶକ୍ତି ଅଭାବକୁ
ଏହି ଅବହେଳା ନିମନ୍ତେ ଦାୟୀ କରାଯାଏ ।
ବ୍ୟବସ୍ଥାଗତ ଅନୁଶୀଳନ କଲେ ସୁଲଭ ଗମନାଗମନ ପଥ ଅଭାବ କାରଣରୁ ବ୍ରହ୍ମପୁରବାସୀ ଆନ୍ଧ୍ର ପ୍ରଦେଶ ଓ ସମ୍ୱଲପୁରବାସୀ ଛତିଶଗଡ଼ର ବିଭିନ୍ନ ଭିତ୍ତିଭୂମି ଉପରେ ଭରସା କରିଥାନ୍ତି । କିନ୍ତୁ ନିଜ ରାଜ୍ୟ ଅନ୍ତର୍ଗତ ଦୁଇ ଅଞ୍ଚଳ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା କମ । ବ୍ରହ୍ମପୁର ହେଉ ବା ସମ୍ୱଲପୁର, ମୁଖ୍ୟତଃ ସରକାରୀ କର୍ମନିଯୁକ୍ତି ବାଧ୍ୟବାଧକତାରେ ପଶ୍ଚିମ କିମ୍ୱା ଦକ୍ଷିଣାଞ୍ଚଳରେ ଅସ୍ଥାୟୀ ଭାବେ କିଛି କାଳ ଅବସ୍ଥାପିତ ହୋଇଥାନ୍ତି । ଦୁଇ ଅଞ୍ଚଳ ମଧ୍ୟରେ ବୈବାହିକ ସଂପର୍କ ପ୍ରାୟ ନାହିଁ କହିଲେ ଚଳେ । ବ୍ରହ୍ମପୁର ସହରବାସୀ ସମ୍ୱଲପୁରୀ ସାମାଜିକ-ସାଂସ୍କୃତିକ-ଚଳେଣୀ ସଂପର୍କରେ ଯେତିକି ପରିମାଣରେ ଅଜ୍ଞ, ସମ୍ୱଲପୁରବାସୀ ମଧ୍ୟ ବ୍ରହ୍ମପୁରୀ ଆଚାର-ବ୍ୟବହାର ସଂପର୍କରେ ସେତିକି ପରିମାଣରେ ଅପରିଚ଼ିତ । ଦୁଇ ସାଂସ୍କୃତିକ ପରିଧିରେ ବ୍ୟବଧାନ ସତ୍ତ୍ୱେ ବ୍ରହ୍ମପୁରବାସୀ ସମ୍ୱଲପୁରକୁ ସମର୍ଥନ କରୁଥିବା ଏବଂ ସଂବଲପୁରବାସୀ ବ୍ରହ୍ମପୁରକୁ ସମର୍ଥନ କରୁଥିବା ଉଦାହରଣର ଅଭାବ ନଥାଏ । ସମ୍ୱଲପୁରୀ ପରିବାରବର୍ଗ ବ୍ରହ୍ମପୁରରେ ବସବାସ କାଳରେ କେବେହେଁ ସାଂସ୍କୃତିକ-ତାରତମ୍ୟଗତ-ଭେଦଭାବର ଶୀକାର ହୁଅନ୍ତି ନାହିଁ ।
ଓଡ଼ିଶାର ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ରେଳପଥ ସଂଯୋଗ ସ୍ଥାପିତ ହୋଇପାରିଲେ ଉଭୟ ଅଞ୍ଚଳବାସୀ ବାଣିଜ୍ୟ, କର୍ମ-ନିଯୁକ୍ତି ଦୃଷ୍ଟିରୁ ଉପକୃତ ହେବା ସଙ୍ଗେ ସାମାଜିକ, ସାଂସ୍କୃତିକ ସମତା ସ୍ଥାପିତ ହୋଇପାରିବ । କେନ୍ଦ୍ରସରକାରଙ୍କ ନୀତିନିୟମରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଯୋଗାଯୋଗ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଅବସରରେ ସଡ଼କ, ରେଳ, ସାମୁଦ୍ରିକ ଓ ଆକାଶପଥରେ ବିଭିନ୍ନ ଅଞ୍ଚଳ ଯୋଡ଼ିବାକୁ ପ୍ରଚ଼େଷ୍ଟା ଚାଲିଛି । ଦୀର୍ଘ ଦିନରୁ ପ୍ରସ୍ତାବ ସ୍ତରରେ ଅଟକି ରହିଥିବା ଗୋପାଳପୁର-ସମ୍ୱଲପୁର ରେଳପଥ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ୨୦୨୩-୨୪ ରେଳ ବଜେଟରେ ଦଶ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଜଣାଯାଏ । ଏହି ଅର୍ଥ ବ୍ୟୟରେ ଗୋପାଳପୁର-ସମ୍ୱଲପୁର ରେଳପଥ ନିର୍ମାଣ ନିମନ୍ତେ ଜମି ଚ଼ିହ୍ନଟ ପ୍ରକ୍ରିୟା ଆୟୋଜନ ବାବଦରେ ଖର୍ଚ୍ଚ କରାଯାଇ ଚୂଡ଼ାନ୍ତ ପ୍ରକଳ୍ପ ରିପୋର୍ଟ ‘ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ’ ପ୍ରସ୍ତୁତ କରାଯିବା ସ୍ଥିରୀକୃତ ହୋଇଛି ।
ଗୋପାଳପୁର-ସମ୍ୱଲପୁର ରେଳପଥ ରାଜ୍ୟର ଚାରିଗୋଟି ଲୋକସଭା ନିର୍ବାଚ଼ନ ମଣ୍ଡଳୀ ମଧ୍ୟ ଦେଇ ଗତି କରିବ । ଏଥିରେ ଗଞ୍ଜାମ, କନ୍ଧମାଳ, ବୌଦ ଓ ସମ୍ୱଲପୁର ଜିଲ୍ଲା ସାମିଲ ହେବ । ପ୍ରସ୍ତାବିତ ରେଳପଥରେ ୧୬ ଗୋଟି ଷ୍ଟେସନ ନିର୍ମାଣ କରାଯିବ । ଏହାର ଦୈର୍ଘ୍ୟ ୨୪୦ କିଲୋମିଟର ବ୍ୟାପିବ ।
ଗୋପାଳପୁର-ସମ୍ୱଲପୁର ରେଳପଥ ପ୍ରକଳ୍ପ ନିମନ୍ତେ ଜମି ଚ଼ିହ୍ନଟ ଲାଗି ୨୦୨୦ରେ ଆକାଶ ମାର୍ଗରୁ ସର୍ଭେ କାମ ଆୟୋଜନ କରାଯାଇଥିଲା । ଏହି ରିପୋର୍ଟକୁ ନୀତି ଆୟୋଗର ମଞ୍ଜୁରି ମିଳିବା ପରେ ରେଳବାଇ ବୋର୍ଡ ନିର୍ଦ୍ଦେଶକ୍ରମେ ୨୦୨୩ରେ ଜମି ଚ଼ିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ପ୍ରକାଶ । ଓଡ଼ିଶା ସରକାରଙ୍କ ‘ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ଼ (ଓଆରଆଇଡ଼ିଏଲ)’ଙ୍କୁ ଜମି ଚ଼ିହ୍ନଟ ପ୍ରକ୍ରିୟା ଦାୟିତ୍ୱ ପ୍ରଦାନ କରାଯାଇଛି । ଗୋପାଳପୁର-ଜଗନ୍ନାଥପୁର ମଧ୍ୟଭାଗରେ ଭଞ୍ଜବିହାର ସଂଲଗ୍ନ ମାଣ୍ଡିଆପଲ୍ଲୀଠାରେ ଜମି ଚ଼ିହ୍ନଟ ଅଭିଯାନର ସ୍ମାରକୀ ହିସାବରେ ଏକ ଇଟା-ସିମେଣ୍ଟ ନିର୍ମିତ ଖୁଣ୍ଟ ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି । ଏଥିରେ ଇଂଲିଶ ଭାଷାରେ ‘ଓଆରଆଇଡ଼ିଲ’ ଲେଖା ଯାଇଛି ।
କୁହାଯାଉଛି, ପ୍ରାଥମିକଭାବେ ଗୋପାଳପୁର ବନ୍ଦରଠାରୁ ଜଗନ୍ନାଥପୁର ରେଳଷ୍ଟେସନ ପର୍ଯ୍ୟନ୍ତ ନୂତନ ରେଳ ଲାଇନ ନିର୍ମାଣକଳ୍ପେ ସର୍ଭେ କରାଯାଇ ଅଧିଗ୍ରହଣ ନିମନ୍ତେ ଜମି ଚ଼ିହ୍ନଟ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥପୁରରୁ ଆସିକା-ଭଞ୍ଜନଗର-ଫୁଲବାଣୀ-ବୌଦ-ରେଢାଖୋଲ ମଧ୍ୟ ଦେଇ ସମ୍ୱଲପୁର ଯାଏଁ ଜମି ଚ଼ିହ୍ନଟ କରାଯିବ । ଅବଶ୍ୟ ଜମି ଚ଼ିହ୍ନଟ ବାଦେ ଅଧିଗ୍ରହଣ, ନିର୍ମାଣ, ମାଲବାହୀ ରେଳ ଚଳାଚଳ ଓ ଶେଷରେ ଯାତ୍ରୀବାହୀ ରେଳ ଚଳାଚଳ ଏକ ସୁଦୀର୍ଘ ପଥ । ଏମଧ୍ୟରେ କେତେଥର ଝୁଣ୍ଟିବାକୁ ପଡ଼ିପାରେ ! ତେବେ ଦକ୍ଷିଣାଞ୍ଚଳ ସହ ପଶ୍ଚିମାଞ୍ଚଳ ରେଳପଥ ସଂଯୋଗ ପ୍ରସ୍ତାବ କାର୍ଯ୍ୟକାରିତାରେ ପ୍ରାଥମିକ ପଦକ୍ଷେପ ଉଭୟ ଅଞ୍ଚଳବାସୀଙ୍କୁ ସାନ୍ତ୍ୱନା ଦେବା ନିଶ୍ଚିତ । ଏଥିସହ ପ୍ରସ୍ତାବିତ ରେଳପଥ ଯୋଗେ ଆଭ୍ୟନ୍ତରୀଣ ଗଞ୍ଜାମ ସହ ସଂଯୋଗ ସ୍ଥାପନର ପ୍ରତିଶୃତି ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଆନନ୍ଦିତ କରିବ ନିଶ୍ଚୟ !

Photo by Dan Dennis on Unsplash
No comments:
Post a Comment