ଭାରତର ସ୍ୱାଧୀନତା ପୂର୍ବାବସ୍ଥାରେ ଇଂଲିଶ
ଶାସନ କାଳରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ‘ଉତ୍କଳ ସମ୍ମିଳନୀ’ ପୁରୋଧା ସାଜିଥିଲା । ଉତ୍କଳ ସମ୍ମିଳନୀର ପ୍ରଥମ
ଅଧିବେଶନ ୧୯୦୩ ମସିହା ଏପ୍ରିଲ ମାସରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ତିନି
ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ ପହିଲାରେ ଭାଷାଭିତ୍ତିରେ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ରାଷ୍ଟ୍ରୀୟ ରାଜନୈତିକ ମାନଚ଼ିତ୍ରରେ ଆତ୍ମପ୍ରକାଶ କରିଥିଲା ।
ମହୁରି ରାଜ୍ୟ ରାଜଧାନୀ ରୂପେ ଷଷ୍ଠଦଶ ଶତାଦ୍ଦୀ ଶେଷଭାଗରେ ବ୍ରହ୍ମପୁର ବିକଶିତ ହେବା ପରେ ମୁଖ୍ୟତଃ ରାଜକର୍ମଚାରୀ, କୃଷକ-ସୈନିକ, ଗଢ଼ି ଉଠୁଥିବା ମନ୍ଦିର-ମଠରେ ନିଯୁକ୍ତ ପୂଜକ-ପଣ୍ଡିତ ଏବଂ ଅନ୍ୟାନ୍ୟ ବୃତ୍ତିଧାରୀ ସଂପ୍ରଦାୟ ଏଠାକାର ସ୍ଥାୟୀ ବାସିନ୍ଦା ଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ନବ-ପ୍ରତିଷ୍ଠିତ ରାଜନଅରକୁ ଘେରି ଜନବସତି ସୃଷ୍ଟି ଅବସରରେ ମୂଳରୁ ପଡ଼ୋଶୀ ଗ୍ରାମାଞ୍ଚଳରୁ ଧାତୁ ଓ ବସ୍ତ୍ର କାରିଗର ତଥା ବ୍ୟବସାୟୀମାନେ ଆକୃଷ୍ଟ ହୋଇଥିଲେ । ବ୍ରହ୍ମପୁର ପଡ଼ୋଶୀ ଅଞ୍ଚଳ ଅବିଭକ୍ତ ଗଞ୍ଜାମ, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାରୁ ବହୁ ପରିବାର କ୍ରମବିକଶିତ ବାଣିଜ୍ୟ ପେଣ୍ଠରେ ପହଞ୍ଚି ସ୍ଥାୟୀଭାବେ ବସବାସ ଆରମ୍ଭ କରିଥିଲେ । ମହୁରି ରାଜବାଟୀ ନିର୍ମାଣର ମାତ୍ର ଦଶ ବର୍ଷ ମଧ୍ୟରେ ସୁଦୂର ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀରୁ ‘ଦେବାଙ୍ଗ’ ସଂପ୍ରଦାୟର ବହୁ ସଂଖ୍ୟକ ବୁଣାକାର ବ୍ରହ୍ମପୁରରେ ପହଞ୍ଚି ଏକ ପ୍ରଭାବଶାଳୀ ସଂପ୍ରଦାୟର ମାନ୍ୟତା ଲାଭ କରିଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପାଟ ବସ୍ତ୍ର ଓ ପାଳିତ ଧର୍ମ-ଉତ୍ସବ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ବ୍ରହ୍ମପୁର ସହରର ଦୁଇ ମୌଳିକ ବିଭବଭାବେ ପରିଗଣିତ ହେଲା ।
ରାଜନୀତିକ ଘଟଣାକ୍ରମରେ ୧୮୫୦ରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟର ପ୍ରତ୍ୟକ୍ଷ ଶାସନଭାର ଇଂଲିଶ ପ୍ରଶାସନ ଗ୍ରହଣ କଲେ । ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧିନରେ ଶାସିତ ହେଲା । ମହୁରି ଶାସନର ପତନ ପରେ ସ୍ୱଳ୍ପ କାଳ ଲାଗି ଫରାସୀ ଶାସନ ଏବଂ ଇଂଲିଶ ପ୍ରଶାସନର ଆଗମନ ସନ୍ଧି-କାଳରେ ରାଜନୀତିକ ଅସ୍ଥିରତା ଓ ଅନାବୃଷ୍ଟି କାରଣରୁ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ବହୁ କୃଷକ ପରିବାର ମାଳ ଅଞ୍ଚଳକୁ ପଳାୟନ କରିଥିଲେ । ଇଂଲିଶ ପ୍ରଶାସକଗଣ ଶାସନ ଭାର ଗ୍ରହଣ କରିବା ପରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବହୁ ଚାଷ ଜମି ପଡ଼ିଆ ପଡ଼ିଥିବା ଦେଖି ଭୂ-ରାଜସ୍ୱ ଆଦାୟ ବୃଦ୍ଧି ଉଦ୍ଦେଶ୍ୟରେ ପଡ଼ୋଶୀ ଦାକ୍ଷିଣାତ୍ୟ ଅଞ୍ଚଳଗୁଡ଼ିକରୁ ଚାଷୀମାନଙ୍କୁ ଅବିଭକ୍ତ ଗଞ୍ଜାମ ଆଗମନକୁ ପ୍ରୋତ୍ସାହିତ କରିଥିଲେ । ଫଳରେ ବ୍ରହ୍ମପୁର ଊନବିଂଶ ଶତାଦ୍ଦୀ ଶେଷାର୍ଦ୍ଧରୁ ଏକ ଦ୍ୱି-ଭାଷୀ ସହର ରୂପେ ବିକଶିତ ହୋଇଥିଲା ।
ବ୍ରହ୍ମପୁର ସମେତ ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାକୁ ମାଡ୍ରାସ ପ୍ରେସିଡ଼େନ୍ସି ଶାସନରୁ ମୁକ୍ତ କରି ଭାଷାଭିତ୍ତିରେ ବିହାର ଓ ବଙ୍ଗଳା ଅଧୀନରେ ଶାସିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଊନବିଂଶ ଶତାଦ୍ଦୀ ଶେଷ ଭାଗରୁ ବ୍ରହ୍ମପୁରରେ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା । ବ୍ରହ୍ମପୁରର ଉଇଲିୟମ ମହାନ୍ତି ‘ଉତ୍କଳ ହିତବାଦିନୀ ସଭା’ ମାଧ୍ୟମରେ ସ୍ଥାନୀୟ ଭାଷାପ୍ରେମୀଙ୍କୁ ଏକତ୍ରୀତ କରିବା ସଙ୍ଗେ ପୁରୀ, କଟକ, ବାଲେଶ୍ୱର ଓ ସମ୍ୱଲପୁରର ଆନ୍ଦୋଳନକାରୀଙ୍କ ସହ ଯୋଡ଼ି ହୋଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବୀ ବିପକ୍ଷରେ କେନ୍ଦ୍ରୀୟସ୍ତରରେ ଅବସ୍ଥାପିତ ଜଣେ ପଦସ୍ଥ ଇଂଲିଶ ପ୍ରଶାସକ ପ୍ରତିକୂଳ ମନ୍ତବ୍ୟ ଦେବାପରେ ୧୯୦୨ରେ ଗଞ୍ଜାମବାସୀ ବଡ଼ଲାଟଙ୍କୁ ପ୍ରତିବାଦ ପତ୍ର ପ୍ରେରଣ କଲେ ଏବଂ ଖଲ୍ଲିକୋଟ ରାଜାଙ୍କ ପୃଷ୍ଠପୋଷକତାରେ ରମ୍ଭାଠାରେ ଏକ ସମ୍ମିଳନୀ ଆୟୋଜନ କରାଗଲା । ଏଥିରେ ପ୍ରାକୃତିକ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଓଡ଼ିଆ ନେତୃବର୍ଗ ଯୋଗଦେଇଥିଲେ । ଓଡ଼ିଆ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ନିମନ୍ତେ ପରବର୍ତ୍ତୀ ସମ୍ମିଳନୀ ବ୍ରହ୍ମପୁରଠାରେ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବ୍ରହ୍ମପୁରରେ ୧୯୦୩ ଏପ୍ରିଲରେ ଅନୁଷ୍ଠିତ ସମ୍ମିଳନୀ ‘ଉତ୍କଳ ସମ୍ମିଳନୀ’ ନାମିତ ହୋଇଥିଲା । ‘ଉତ୍କଳ ସମ୍ମିଳନୀ’ର ଦ୍ୱିତୀୟ ଅଧିବେଶନ ୧୯୦୪ରେ କଟକ, ତୃତୀୟ ଅଧିବେଶନ ୧୯୦୬ରେ ବାଲେଶ୍ୱରରେ ଅନୁଷ୍ଠିତ ହେବାପରେ ଚ଼ତୁର୍ଥ ଅଧିବେଶନ ପୁଣି ବ୍ରହ୍ମପୁରରେ ୨୬ ଓ ୨୭ ଡ଼ିସେମ୍ୱର ୧୯୦୬ରେ ଅନୁଷ୍ଠିତ ହୋଇଥିଲା । ‘ଉତ୍କଳ ସମ୍ମିଳନୀ’ ଆୟୋଜନରେ ବ୍ରହ୍ମପୁର ଓଡ଼ିଆ-ପ୍ରାଣ ନେତୃବର୍ଗଙ୍କ ଯୋଗଦାନ ସ୍ମରଣୀୟ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଚାରି ଦଶନ୍ଧି ପରେ ରାଜ୍ୟ ରାଜନୀତିକ ଅସ୍ଥିରତା ଓ ଉପାନ୍ତ ଅଞ୍ଚଳ ପ୍ରତି ପ୍ରଶାସନିକ ଉଦାସନୀତାରେ ମ୍ରିୟମାଣ ହୋଇ ଓଡ଼ିଶାରେ ବିଚ୍ଛିନ୍ନତା ମନୋଭାବ ଉଦ୍ରେକ କାଳରେ ପୁଣି ଥରେ ବ୍ରହ୍ମପୁର ଉତ୍କଳ ଆଶ୍ରମଠାରେ ‘ଓଡ଼ିଶା ବିକାଶ ସମ୍ମିଳନୀ’ ୧୯୭୫ରେ ଆୟୋଜନ କରାଯାଇଥିଲା । ସେଠାରେ ଉପସ୍ଥାପିତ ଓଡ଼ିଆ ସ୍ୱାଭିମାନର ପ୍ରଶ୍ନ ଦୁଇ ଦଶନ୍ଧିପରେ ଏକ ଆଞ୍ଚଳିକ ରାଜନୀତିକ ଦଳ ଗଠନରେ ପର୍ଯ୍ୟବସିତ ହୋଇଥିବା କୁହାଯାଇପାରେ । ଏହି ଘଟଣାକ୍ରମ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚ଼ିତ ହେବ ।

Photo by amlan nayak on Unsplash
No comments:
Post a Comment