ଓଡ଼ିଶା ପ୍ରଦେଶରେ
ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ପ୍ରବର୍ତ୍ତନରେ #ବ୍ରହ୍ମପୁର ଅନ୍ୟତମ ପୁରାତନ ସହର । ପ୍ରଥମ ପର୍ଯ୍ୟାୟରେ
ଜଳଯୋଗାଣ ପରିଚାଳନା ଦାୟିତ୍ୱ ସ୍ଥାନୀୟ ପୌରପାଳିକା କର୍ତ୍ତୃତ୍ୱାଧୀନ ଥିବା ସ୍ଥଳେ ଦ୍ୱିତୀୟ
ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ‘ପବ୍ଳିକ ହେଲଥ’ ଇଞ୍ଜିନିୟରିଂ ଡ଼ିଭିଜନ–ପିଏଚଇଡି’କୁ ହସ୍ତାନ୍ତର ହୋଇଥିଲା ।
ତୃତୀୟ ପର୍ଯ୍ୟାୟରେ ସମଗ୍ର ରାଜ୍ୟରେ ସହରାଞ୍ଚଳ ଜଳଯୋଗାଣ ପରିଚାଳନା ନିମନ୍ତେ ୱାଟର କରପୋରେସନ
ଅଫ ଓଡ଼ିଶା ‘ୱାଟକୋ’ ଗଠିତ ହୋଇ ୨୦୨୨ ମେ’ ମାସରୁ ଦାୟିତ୍ୱ ଗ୍ରହଣ
କରିଛି । ‘ୱାଟକୋ’ ଅଧୀନରେ ବ୍ରହ୍ମପୁରରେ
ପାଇପଯୋଗେ ଜଳଯୋଗାଣ ୨୦୨୨ ମେ’ରୁ ୨୦୨୩ ମେ’ ଏକ ବର୍ଷ ପୂର୍ତ୍ତୀ
ହୋଇଛି ।
କର୍ପୋରେଟ ଢ଼ାଞ୍ଚାରେ ନବଗଠିତ ‘ୱାଟକୋ’ ସହରରେ ଉପଭୋକ୍ତାଙ୍କଠାରୁ ବାର୍ଷିକ ଜଳ କର ଓ ବକେୟା ଜଳ କର ଆଦାୟକୁ ପ୍ରାଥମିକତା ଦେଇଥିଲା । ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ବର୍ଷକ ମଧ୍ୟରେ ବାର୍ଷିକ ଜଳ କର ଓ ବକେୟା ବାବଦରେ ପ୍ରାୟ ୧୧ କୋଟି ଟଙ୍କା ଆଦାୟ ହୋଇଛି । ରାଜ୍ୟସ୍ତରରେ ଜଳ କର ଆଦାୟରେ ବ୍ରହ୍ମପୁର ଅନ୍ୟତମ ଅଗ୍ରଣୀ ସହରରୂପେ ପରିଗଣିତ ହେଉଥିବା କୁହାଯାଉଛି ।
ଏହା ଏକ ସୁସମ୍ୱାଦ ଏବଂ ବ୍ରହ୍ମପୁର ସହରବାସୀଙ୍କ ଉଦାରତା ଅବଶ୍ୟ ପ୍ରଶଂସନୀୟ । ପୂର୍ବବର୍ତ୍ତୀ ବର୍ଷଗୁଡ଼ିକରେ, ମୁଖ୍ୟତଃ ‘ପିଏଚ଼ଇଡ଼ି’ ଅଧୀନରେ ଜଳଯୋଗାଣ ପରିଚାଳନାରେ ଆଶାଅନୁରୂପ ଜଳ କର ଆଦାୟ ହୋଇପାରୁନଥିଲା । ଏହାର ବିଭିନ୍ନ କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ବିଂଶ ଶତାଦ୍ଦୀ ଶେଷ ଦଶନ୍ଧି ବେଳକୁ ସହରକୁ ପର୍ଯ୍ୟାପ୍ତ ପରିମାଣରେ ଜଳଯୋଗାଣ ସଂଭବ ହୋଇପାରୁନଥିଲା । ଉତ୍କଟ ଜଳ ସମସ୍ୟା ଲାଗିରହିଥିଲା । ଗ୍ରୀଷ୍ମଋତୁ ପହଞ୍ଚୁ ପହଞ୍ଚୁ ସାହି ସାହିରେ ଖାଲି ଗରା ବାଲଟି ଧରି ଉତ୍ୟକ୍ତ ଜନତାଙ୍କ ରାସ୍ତାରୋକ ସମ୍ୱାଦ ଦେହସୁହା ହୋଇପଡ଼ିଥିଲା । ବର୍ଷସାରା ସହରର ଉଚ୍ଚ ଅଞ୍ଚଳଗୁଡ଼ିକରେ ପାଇପ ପାଣି ନିୟମିତ ଯୋଗାଣ ସ୍ୱପ୍ନରେ ଆବଦ୍ଧ ରହୁଥିଲା । କାଁ ଭାଁ ଘଣ୍ଟାଏ, ଅଧ ଘଣ୍ଟା ଜନସାଧାରଣ ପାଇପଯୋଗେ ପାଣି ପାଉଥିଲେ । ସରକାରୀସ୍ତରରେ ବହୁ ଜଳଯୋଗାଣ ଯୋଜନା ଘୋଷଣା ଓ କ୍ରମଶଃ ପ୍ରତ୍ୟାହାର ସ୍ଥାନୀୟ ଜନଜୀବନରେ ଆଶା ଉଦୟ ଓ ଅସ୍ତରେ ପର୍ଯ୍ୟବସିତ ହେଉଥିଲା । ଏହି ପରିପ୍ରେକ୍ଷୀରେ ‘ପିଏଚ଼ଇଡ଼ି’ ଜଳ କର ନିମନ୍ତେ ଉପଭୋକ୍ତାଙ୍କ ଉପରେ ଚାପ ପକାଇବାରୁ ନିବୃତ୍ତ ରହିବା ସ୍ୱାଭାବିକ ।
ଦ୍ୱିତୀୟତଃ, ବ୍ରହ୍ମପୁରରେ ଜଳ କର ଆଦାୟ ନିମନ୍ତେ ‘ପିଏଚ଼ଇଡ଼ି’ର ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିଲା । ‘ୱାଟକୋ’ ଦାୟିତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ମେ’ମାସରୁ ଅଗଷ୍ଟ ମାସ ମଧ୍ୟରେ ୬୭ ଜଣ ଜଳସାଥିଙ୍କୁ ନିଯୁକ୍ତ କରିଥିଲା । ସେମାନେ ଉପଭୋକ୍ତାଙ୍କ ଘରକୁ ଘର ବୁଲି ଜଳ କର ଆଦାୟ କଲେ । ପ୍ରତ୍ୟେକ ଜଳସାଥି ନିଜଦ୍ୱାରା ସଂଗୃହୀତ ଜଳ କର ଅନୁପାତରେ ପ୍ରୋତ୍ସାହନ ରାଶି ‘କମିଶନ’ ପାଇବା ବ୍ୟବସ୍ଥା ହେତୁ ଆନ୍ତରିକତା ଦେଖାଇଲେ । ବହୁଦିନରୁ ପଡ଼ି ରହିଥିବା ବକେୟା ଜଳ କର ମୋଟା ଅଙ୍କରେ ଆଦାୟ ହେଉଥିବାରୁ ଜଳସାଥିଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ସାହ ପରବର୍ତ୍ତୀ ପର୍ଯ୍ୟାୟରେ କେଉଁସ୍ଥିତିରେ ପହଞ୍ଚିବ ତାହା ପରକଥା !
ତୃତୀୟତଃ, କୁହାଯାଉଛି ଯେ ବ୍ରହ୍ମପୁରର ୨୮ ହଜାର ପୁରୁଣା ଘରୋଇ ଓ ଆନୁଷ୍ଠାନିକ ଉପଭୋକ୍ତାଙ୍କଠାରେ ୬୦ କୋଟି ଟଙ୍କା ଜଳ କର ବକେୟା ପଡ଼ିରହିଛି । ଏହାର ଆଦାୟ ଲାଗି ୨୦୨୩ ମେ’ ମାସରୁ ଉଦ୍ୟମ କରାଯିବ । ସ୍ଥୁଳ ହିସାବରେ ଜଳଯୋଗାଣରେ ଅନିୟମିତତା ଓ ଜଳ କର ଆଦାୟ ନିମନ୍ତେ ଭିତ୍ତିଭୂମି ଅଭାବ ହେତୁ ଅବହେଳାରେ ପଡ଼ି ରହିଥିବା ବକେୟାରେ ତତ୍କାଳୀନ ମାସିକ ସଂଯୋଗ ମୂଲ୍ୟ ‘କନେକସନ ଫି’ ସାଙ୍ଗକୁ ବିଳମ୍ୱ ଦେୟ ପାଇଁ ଜରିମାନା ମଧ୍ୟ ଲାଗୁ କରାଯାଉଛି । ଯେଉଁ ସହରରେ ଜଳଯୋଗାଣରେ ଅବ୍ୟବସ୍ଥା ନିମନ୍ତେ ରାସ୍ତା ଘାଟରେ ବିକ୍ଷୋଭ ହେଉଥିଲା ଏବଂ ଜଳଯୋଗାଣ ଲାଗି ବିକଳ୍ପ ବ୍ୟବସ୍ଥା ନପାଇ ଟ୍ରେନ ଟ୍ୟାଙ୍କର ଯୋଗେ ପାଣି ଆମଦାନୀ କରାଯାଉଥିଲା, ସେହି ବର୍ଷଗୁଡ଼ିକ ଲାଗି ନିୟମିତ ସଂଯୋଗ ଦେୟ ସାଙ୍ଗକୁ ଜରିମାନା ଆଦାୟ ଅସଂଗତ ବୋଧ ହୋଇଥାଏ ।
ନିୟମାନୁଯାୟୀ ଜଳଯୋଗାଣ ସଂଯୋଗ ଲାଗି ଉପଭୋକ୍ତାଙ୍କଠାରୁ ବକେୟା କର ଆଦାୟ ଅବସରରେ ପାରମ୍ପରିକଭାବେ ଏକ-କାଳୀନ ଦେୟ ଲାଗି ରିହାତି ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଥାଏ । ବିଦ୍ୟୁତ ବିତରଣ ଦାୟିତ୍ୱ ଏକ ଘରୋଇ କମ୍ପାନୀ ଗ୍ରହଣପରେ ପୁରାତନ ଦେୟ ସଂଗ୍ରହଲାଗି ୩୦ ପ୍ରତିଶତ ଯାଏଁ ରିହାତି ବ୍ୟବସ୍ଥା କରିଥିଲେ । ‘ୱାଟକୋ’ ପକ୍ଷରୁ ସରକାରୀ ପ୍ରତିଷ୍ଠାନଗୁଡ଼ିକଠାରୁ ଜଳ କର ଆଦାୟରେ ରିହାତି ବ୍ୟବସ୍ଥା ଲାଗୁ କରାଯିବା ବିଚାର କରାଯାଉଥିବା ସ୍ଥଳେ ସାଧାରଣ ଉପଭୋକ୍ତଙ୍କୁ ରିହାତିରୁ ବଞ୍ଚିତ ନକରାଯାଉ । ଯଦି ୬୦ କୋଟି ଟଙ୍କା ବକେୟା ବ୍ରହ୍ମପୁରରେ ପଡ଼ିରହିଛି । ତାହାର ଆଦାୟରେ ଉପଭୋକ୍ତାମାନେ ପ୍ରାୟ ୨୦ କୋଟି ଟଙ୍କା ରିହାତି ପାଇବା ଆଶା କରିବା ସମୀଚୀନ ।
ବ୍ରହ୍ମପୁରରେ ୨୮ ହଜାର ପୁରାତନ ପାଇପ ଜଳ ଉପଭୋକ୍ତା ଥିଲେ । ଦୀର୍ଘ କାଳ ଧରି ନୂଆ ସଂଯୋଗ ଦିଆଯାଉନଥିଲା । ତେବେ ବର୍ତ୍ତମାନ ତାହାଠାରୁ ଅଧିକ ସଂଖ୍ୟକ ୩୧ ହଜାର ନୂଆ ସଂଯୋଗ ସହ ମୋଟ ଉପଭୋକ୍ତା ସଂଖ୍ୟା ୫୯ ହଜାରରେ ପହଞ୍ଚିଛି । କୁହାଯାଉଛି ଯେ ବ୍ରହ୍ମପୁରକୁ ୬୭ ମିଲିୟନ ଲିଟର ଜଳ ଆବଶ୍ୟକ ପଡୁଥିବା ସ୍ଥଳେ ନବପ୍ରତିଷ୍ଠିତ ଜାନିବାଲି ପ୍ରକଳ୍ପରୁ ୮୦ ମିଲିୟନ ଲିଟର ଜଳ ଉତ୍ତୋଳନର ବ୍ୟବସ୍ଥା ରହିଛି । ପ୍ରତ୍ୟେକ ଜଳ ସଂଯୋଗ ‘ୱାଟର କନେକସନ’ ପିଚ୍ଛା ମାସିକ ୧୫୫ ଟଙ୍କା କର ଧାର୍ଯ୍ୟ ହୋଇଛି । ପାଇପ ଜଳ ସଂଯୋଗ ନିୟମିତକରଣ ଓ ପ୍ରତିବର୍ଷ ଜଳ କର ଆଦାୟ ସ୍ୱାଗତଯୋଗ୍ୟ । କିନ୍ତୁ ଏହି କ୍ଷେତ୍ରରେ ଉପଭୋକ୍ତଙ୍କ ସ୍ୱାର୍ଥକୁ ଅବହେଳା ନକରାଯାଉ !

Photo by Luis Tosta on Unsplash
No comments:
Post a Comment