#ବ୍ରହ୍ମପୁର ସନ୍ନିକଟ ଋଷିକୂଲ୍ୟା
ମୁହାଣ ଗଞ୍ଜାମ ବ୍ଳକ ଅନ୍ତର୍ଗତ ପୁରୁଣା ବନ୍ଧଠାରେ ଏପ୍ରିଲ ୨୦୨୩ରେ
ଡ଼ଲଫିନ ଦେଖିବାକୁ ମିଳିଥିବା ସ୍ଥାନୀୟ ଲୋକମୁଖରୁ ଶୁଣିବାକୁ ମିଳେ । ଗଣମାଧ୍ୟମରେ ପ୍ରସାରିତ
ବିବରଣୀ ଅନୁଯାୟୀ ଦିନେ ପୂର୍ବାହ୍ନରେ ପ୍ରାୟ ୧୫ ଗୋଟି ଡ଼ଲଫିନ ବଟେଶ୍ୱର ବେଳାଭୂମିରେ
କ୍ରୀଡ଼ାରତ ଥିବା ଅଞ୍ଚଳବାସୀ ଦେଖିଥିଲେ । ସ୍ଥାନୀୟ ରାଜସ୍ୱ ବିଭାଗ ଅଧିକାରୀ ଏହି ଦୃଶ୍ୟ
କ୍ୟାମରାରେ ଚ଼ିତ୍ରିତ କରିଥିବା ପ୍ରକାଶ । ବନଖଣ୍ଡ ଅଧିକାରୀ ଏହାକୁ ‘ବଟଲ-ନୋଜ’ ପ୍ରଜାତିର ଡ଼ଲଫିନ ରୂପେ
ଚ଼ିହ୍ନଟ କରିଥିଲେ । କିଛି ବର୍ଷ ପୂର୍ବେ ଡ଼ଲଫିନ ଗଣନା ଅବସରରେ ଋଷିକୂଲ୍ୟା ମୁହାଣରେ ୩୦ରୁ
ଉର୍ଦ୍ଧ୍ୱ ଡ଼ଲଫିନଙ୍କୁ ଠାବ କରାଯାଇଥିଲା ।
ଡ଼ଲଫିନ ଏକ ସ୍ତନ୍ୟପାୟୀ ପ୍ରାଣୀ । ଏହା ନଦୀ ଜଳ ଓ ସମୁଦ୍ର ଉଭୟରେ ବସବାସ କରେ । ବିଭିନ୍ନ ପ୍ରଜାତିର ଡ଼ଲଫିନ ପାଞ୍ଚ ଫୁଟରୁ ୩୧ ଫୁଟ ଦୈର୍ଘ୍ୟ ଏବଂ ୫୦ କିଲୋଗ୍ରାମରୁ ୧୦ ଟନ ଯାଏଁ ଓଜନ ହିସାବ କରାଯାଏ । ମହିଳା ଡ଼ଲଫିନ ତୁଳନାରେ ପୁରୁଷ ଡ଼ଲଫିନର ଶରୀର ବଡ଼ । ଡ଼ଲଫିନ ଜଳରେ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଗତି କରିପାରେ ଏବଂ ୩୦ ଫୁଟ ଯାଏଁ ଉପରକୁ ଲମ୍ପ ପ୍ରଦାନ କରିପାରେ । ଏମାନେ ମୁଖ୍ୟତଃ ଉଷ୍ମ ଜଳସ୍ରୋତରେ ବସବାସ କରିବାକୁ ପସନ୍ଦ କରନ୍ତି । ମାଛ ଡ଼ଲଫିନର ଆହାର ଏବଂ ଦ୍ରୁତ ଗତିଶୀଳ ମାଛ ଶୀକାର କରିବା ନିମନ୍ତେ ଡ଼ଲଫିନର ସ୍ୱତନ୍ତ୍ର ଦାନ୍ତ ସାହାଯ୍ୟ କରିଥାଏ । ଓଡ଼ିଶାରେ ଋଷିକୂଲ୍ୟା ନଦୀ ମୁହାଣ ଓ ଚ଼ିଲିକାରେ ଡ଼ଲଫିନ ଦେଖିବାକୁ ମିଳନ୍ତି । ଋଷିକୂଲ୍ୟା ଅବବାହିକାରେ ଡ଼ଲଫିନ ‘ଭୂଆସୁଣୀ’ ନାମରେ ମଧ୍ୟ ପରିଚ଼ିତ । ଏଠାରେ ଡ଼ଲଫିନକୁ ଶୀକାର କରାଯାଏନାହିଁ । କିନ୍ତୁ ଜାପାନ, ପେରୁ ଓ ସୋଲାମନ ଦ୍ୱୀପପୁଞ୍ଜ ଭଳି ଅଞ୍ଚଳରେ ଡ଼ଲଫିନ ଶୀକାର ପ୍ରଚଳିତ ।
ଡ଼ଲଫିନଙ୍କ ଜୀବନଯାତ୍ରା ସଂପର୍କରେ ରୋଚ଼କ ତଥ୍ୟାବଳୀ ଉପଲବ୍ଧ । ଅତୀବ ପ୍ରାଚ଼ୀନ କାଳରୁ ଡ଼ଲଫିନ ବସବାସ କରିଆସୁଛନ୍ତି । ସେମାନେ ଗୋଷ୍ଠୀବଦ୍ଧ ଜୀବନ ଯାପନ କରନ୍ତି । ଗୋଟିଏ ଡ଼ଲଫିନ ଗୋଷ୍ଠୀରେ ଦଶ ପନ୍ଦରରୁ ହଜାରେ ଯାଏଁ ଡ଼ଲଫିନ ଏକତ୍ର ରହନ୍ତି । ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି । ଉଦାହରଣରେ ଗୋଟିଏ ଡ଼ଲଫିନ କୌଣସି କାରଣରୁ ଆହତ ହେଲେ, ଅନ୍ୟମାନେ ତାହାର ସେବା ଶୁଶୃଷା ପ୍ରତି ଧ୍ୟାନ ଦିଅନ୍ତି । ତାକୁ କିଛି ସମୟଲାଗି ବେଳାଭୂମିକୁ ଆଣି ସହଜରେ ଶ୍ୱାସ ପ୍ରଶ୍ୱାସ ନେବାର ଅବକାଶ ସୃଷ୍ଟି କରନ୍ତି ।
ଡ଼ଲଫିନମାନେ ନିଜ ନିଜ ମଧ୍ୟରେ ବାର୍ତ୍ତା ବିନିମୟ କରିବା ଜଣାଯାଏ । ସେମାନେ ହ୍ୱିସିଲ ବଜାଇବା ଭଳି ରାବନ୍ତି । ପ୍ରାପ୍ତବୟସ୍କ ଡ଼ଲଫିନମାନେ କନିଷ୍ଠମାନଙ୍କୁ ଜୀବନଚର୍ଯ୍ୟା ବିଷୟରେ ଶିକ୍ଷା ପ୍ରଦାନ କରନ୍ତି । ମୁଖ୍ୟତଃ ମାଆ ଡ଼ଲଫିନ ନିଜ କନ୍ୟାମାନଙ୍କୁ ଆତ୍ମରକ୍ଷାର ସୂତ୍ର ଶିଖାଏ । ଅପରପକ୍ଷେ ଡ଼ଲଫିନମାନେ ନିଜ ନିଜ ମଧ୍ୟରେ ଲଢ଼ନ୍ତି । ତେଣୁ ବୟସ୍କ ଡ଼ଲଫିନମାନଙ୍କ ଶରୀରରେ କ୍ଷତ ଦାଗମାନ ଦେଖିବାକୁ ମିଳେ । ଋଷିକୂଲ୍ୟା ମୁହାଣରେ ଦେଖାଦେଉଥିବା ‘ବଟଲ-ନୋଜ’ ପ୍ରଜାତିର ବୟସ୍କ ଡ଼ଲଫିନ ସ୍ଥଳବିଶେଷରେ ଶିଶୁ ଡ଼ଲଫିନକୁ ଖାଇଯାଉଥିବା କୁହାଯାଏ ।
ହିନ୍ଦୁ ଓ ଗ୍ରୀକ ପୁରାଣରେ ଡ଼ଲଫିନର ବର୍ଣ୍ଣନା ରହିଛି । ଗଙ୍ଗା ଦେବୀଙ୍କ ବାହନ ‘ମକରା’ ଗଙ୍ଗା ନଦୀର ଡ଼ଲଫିନକୁ ବୁଝାଏ । ସମକାଳରେ ଡ଼ଲଫିନ ପର୍ଯ୍ୟଟନ ଆକର୍ଷଣରୂପେ ପରିଚ଼ିତ । ଦେଶର ବିଭିନ୍ନ ଅଞ୍ଚଳରେ ଡ଼ଲଫିନ ବସବାସ କରୁଥିଲେହେଁ ଆମ ଚ଼ିଲିକା ସହ ପଶ୍ଚିମବଙ୍ଗର ସୁନ୍ଦରବନ ଜାତୀୟ ଉଦ୍ୟାନ, ଆସାମରେ ବ୍ରହ୍ମପୁତ୍ର, ଲୋହିତ ଓ ଦିବୃ ନଦୀର ସଙ୍ଗମ ଦିବୃ ସାଇଖୋୱା ଜାତୀୟ ଉଦ୍ୟାନ, ଉତ୍ତର ପ୍ରଦେଶର ଚମ୍ୱଲ, ମହାରାଷ୍ଟ୍ରରେ ମୁମ୍ୱାଇଠାରୁ ୨୨୭ କିଲୋମିଟର ଦୂରବର୍ତ୍ତୀ ଦାପୋଲି, ଗୋଆର ସିନକ୍ୱାରିୟମ, କେରଳର ଚେରାଇ ଓ ଲକ୍ଷାଦ୍ୱୀପ ଡ଼ଲଫିନ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ।

Photo by sylvie charron on Unsplash
No comments:
Post a Comment