ପାରମ୍ପରିକ ଭାବେ ବହୁ
ଅଞ୍ଚଳ ଭଳି #ବ୍ରହ୍ମପୁର ସହରରେ ‘ଗ୍ରୀଷ୍ମ’ ପର୍ଯ୍ୟଟନ ଋତୁ । ବାଣିଜ୍ୟପେଣ୍ଠ
ବାଦେ ବ୍ରହ୍ମପୁର ଶିକ୍ଷା ଓ ଅଦାଲତୀ କାରବାର କେନ୍ଦ୍ରଭାବେ ଗଢ଼ି ଉଠିଥିବା ହେତୁ ଗ୍ରୀଷ୍ମ
ଅବକାଶ ଗୁରୁତ୍ୱ ବହନ କରି ଆସିଥିଲା । ପଡ଼ୋଶୀ ଅଞ୍ଚଳରୁ ଛାତ୍ରମାନେ ସହରରେ ପହଞ୍ଚି ହଷ୍ଟେଲ ସମେତ ବହୁ ସଂଖ୍ୟାରେ ‘ମେସ’ କରି ରହୁଥିଲେ । ଗ୍ରୀଷ୍ମ
ଋତୁରେ ଶିକ୍ଷାନୁଷ୍ଠାନ ବନ୍ଦ ହେଲେ ସେମାନେ ଘରକୁ ଫେରୁଥିଲେ । ଅଦାଲତରେ ନିଯୁକ୍ତ କର୍ମଚାରୀ ଓ
ଓକିଲମାନଙ୍କ ପାଇଁ ଗ୍ରୀଷ୍ମ ଋତୁରେ ହିଁ କିଛି ସମୟ ମହକିଲଙ୍କ ଭିଡ଼ରୁ ଅପସରି ଯିବା ପାଇଁ
ସୁଯୋଗ ମିଳୁଥିଲା । ଅପରପକ୍ଷେ ଊନବିଂଶ ଶତାଦ୍ଦୀ ନଅଙ୍କ ଦୁର୍ଭିକ୍ଷ ପରଠାରୁ ବ୍ରହ୍ମପୁର ଓ
ଆଖପାଖ ଅଞ୍ଚଳରେ ଦେଶାନ୍ତର ଶ୍ରମ ସଂସ୍ଥାନ ପ୍ରଥା କ୍ରମବିକଶିତ ହୋଇଥିବା ହେତୁ ଗ୍ରୀଷ୍ମ ଋତୁରେ
ସହର ବାହାରେ ବସବାସ କରୁଥିବା ପରିବରବର୍ଗ ଛୁଟୀ କଟାଇବା ନିମନ୍ତେ ଜନ୍ମମାଟିକୁ ଫେରୁଥିଲେ ।
ଗ୍ରୀଷ୍ମ ଋତୁ ଆରମ୍ଭରେ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ଦଣ୍ଡ ଯାତ୍ରା ଓ ବର୍ଷକ ଅନ୍ତରରେ
ଠାକୁରାଣୀ ଯାତ୍ରାରେ ଯୋଗ ଦେବା ନିମନ୍ତେ ମଧ୍ୟ ସହର କୋଳାହଳମୟ ହୋଇପଡ଼ିଥାଏ । ଦୀର୍ଘକାଳ ଧରି
ପର୍ଯ୍ୟଟନ ଯୁବବର୍ଗଙ୍କ ଲାଗି ‘ଏକ୍ସକାରସନ’ ଓ ବୟସ୍କଙ୍କ ଲାଗି ତୀର୍ଥଯାତ୍ରାରେ
ସୀମିତ ରହିଥିଲା ।
ଆଧୁନିକ ପର୍ଯ୍ୟଟନ ନଗର ସଭ୍ୟତାର ଅଂଶବିଶେଷ । ଅତୀତରେ ବ୍ରହ୍ମପୁରବାସୀ କୋଲକତା ପର୍ଯ୍ୟଟକଙ୍କ ଭିଡ଼ ଗୋପାଳପୁର ଓ ପୁରୀରେ ଦେଖୁଥିଲେ । ସମୟକ୍ରମେ ପରିସ୍ଥିତିରେ ପରିବର୍ତ୍ତନ ଘଟିଛି । ବ୍ରହ୍ମପୁରବାସୀ ଭାରତର ବିଭିନ୍ନ ଅଞ୍ଚଳ ସମେତ ବିଦେଶ ପର୍ଯ୍ୟଟନରେ ଯାଉଛନ୍ତି । ସହରରେ ବହୁ ଟୁର ଅପରେଟର ଯାତ୍ରା ଓ ରହେଣୀ ବନ୍ଦୋବସ୍ତ ନିମନ୍ତେ ଆକର୍ଷଣୀୟ ପ୍ୟାକେଜମାନ ବିକ୍ରୀ କରୁଛନ୍ତି । ଗ୍ରୀଷ୍ମ ଋତୁରେ ବ୍ରହ୍ମପୁରର ଗରମ ଓ ଗୁଳୁଗୁଳିରୁ ନିସ୍ତାର ନିମନ୍ତେ ଅପେକ୍ଷାକୃତ ଥଣ୍ଡା ଅଞ୍ଚଳ ପରିଭ୍ରମଣ ନିକଟ ଅତୀତରୁ ଲୋକପ୍ରିୟତା ହାସଲ କରିଛି । ସୋସିଆଲ ମିଡ଼ିଆର ପରିବ୍ୟାପ୍ତି ପରେ ସାଧାରଣ ଜୀବନରେ ବାର୍ଷିକ ପର୍ଯ୍ୟଟନ ଏକ ଅଙ୍ଗ ଭାବେ ପରିଗଣିତ ହେବାରେ ଲାଗିଲାଣି ।
ପର୍ଯ୍ୟଟନ ସଉକ ବିକଶିତ ହେବାପରେ ଏହାର ବ୍ୟାବସାୟିକ ଦିଗ ଗୁରୁତ୍ୱ ହାସଲ କରିଛି । ଆଧୁନିକ ପର୍ଯ୍ୟଟକ ଖର୍ଚ୍ଚ କରିବା ମତଲବରେ ଘରୁ ବାହାରୁଥିବା ହେତୁ ହୋଟେଲ, ରେଷ୍ଟୁରାଣ୍ଟ, ଯାନବାହାନ, ମନୋରଞ୍ଜନ ବିଭିନ୍ନ ସ୍ତରରେ କିପରି ଆୟ ବୃଦ୍ଧି ହୋଇପାରିବ ସେ ଦିଗରେ ବ୍ୟବସାୟିକସ୍ତରରେ ଉଦ୍ୟମ ହୋଇଥାଏ । ବିଜ୍ଞାପନ ଓ ସୋସିଆଲ ମିଡ଼ିଆର ପ୍ରହେଳିକା ଜାଲରେ ପର୍ଯ୍ୟଟକ ସପ୍ତାହକ ଛୁଟି କଟାଇବା ଲାଗି ମାସେ ଦୁଇ ମାସର ଘରଖର୍ଚ୍ଚ ବ୍ୟୟ କରିବାକୁ ପଛାଇ ନଥାଏ । ବ୍ରହ୍ମପୁରର ଦୋକାନ ବଜାର ଆଞ୍ଚଳିକ ପର୍ଯ୍ୟଟକ-ଆଶ୍ରିତ । ପୋଷାକ, ଅଳଙ୍କାର ଓ ମନୋହରି ସାମଗ୍ରୀ ବିକ୍ରୀବଟାର ଏକ ପ୍ରମୁଖ ଅଂଶ ସହର ବାହାର କ୍ରେତାମାନଙ୍କ ଉପରେ ନିର୍ଭରଶୀଳ । ବ୍ରହ୍ମପୁର ଜନପଦ ଆରମ୍ଭ ହେବା ଶହେ ବର୍ଷ ପରେ ପାଟ ବୁଣାକାରଙ୍କ ଆଗମନ ଓ ପାଟବସ୍ତ୍ର ବିକ୍ରୀରେ ପ୍ରସିଦ୍ଧି ପରେ କଂସା-ପିତ୍ତଳ, ସୁନା-ରୂପା ଅଳଙ୍କାର ବ୍ୟବସାୟ ଲାଗି ମୂଳଦୁଆ ପକାଇଥିଲା । ସେହି ପ୍ରଭାବ ଆଜି ସୁଦ୍ଧା ବଳବତ୍ତର ରହିଛି ।
ବ୍ରହ୍ମପୁରରେ ବର୍ହିଃଆଗତ ପର୍ଯ୍ୟଟକ ସଂଖ୍ୟା ୨୦୧୯ରେ ପ୍ରାୟ ସାତ ଲକ୍ଷ ଚାଳିଶି ହଜାର ହିସାବ କରାଯାଇଥିଲା । ସେଥି ମଧ୍ୟରେ ୬୫୦ ଯାଏଁ ବିଦେଶୀ ପର୍ଯ୍ୟଟକ ଥିଲେ । କୋଭିଡ଼ ମହାମାରୀ ପରେ ୨୦୨୧ରେ ମୋଟ ପର୍ଯ୍ୟଟକ ସଂଖ୍ୟା ପ୍ରାୟ ଏକ ଲକ୍ଷ ୮୦ ହଜାର ଏବଂ ବିଦେଶୀ ପର୍ଯ୍ୟଟନ ନଥିବା କୁହାଯାଉଛି । ବ୍ରହ୍ମପୁରରେ ପହଞ୍ଚୁଥିବା ପର୍ଯ୍ୟଟକମାନେ ରମ୍ଭାସ୍ଥିତ ଚିଲିକା, ତପ୍ତପାଣିର ଉଷ୍ମ-ପ୍ରସ୍ରବଣ ସମେତ ଗଞ୍ଜାମ ଜିଲ୍ଲାର ୨୨ ଗୋଟି ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ ସ୍ଥଳୀକୁ ପରିଦର୍ଶନରେ ଯାଇଥାନ୍ତି ।
ସେହିପରି ବ୍ରହ୍ମପୁର ସଂଲଗ୍ନ ଗୋପାଳପୁର ବେଳାଭୂମିକୁ ୨୦୧୯ରେ ପ୍ରାୟ ଚାରି ଲକ୍ଷ ୪୦ ହଜାର ଏବଂ ଦୁଇ ହଜାର ବିଦେଶୀ ପର୍ଯ୍ୟଟକ ଆସିଥିବା ହିସାବ କରାଯାଇଥିବା ସ୍ଥଳେ ମହାମାରୀ ପରେ ୨୦୨୧ରେ ମୋଟ ପ୍ରାୟ ଏକ ଲକ୍ଷ ୩୪ ହଜାର ଏବଂ ସେମାନଙ୍କ ମଧ୍ୟରେ ମାତ୍ର ଦଶ ଜଣ ବିଦେଶୀ ପର୍ଯ୍ୟଟକ ଥିବା ପ୍ରକାଶ ।
ବ୍ରହ୍ମପୁରରୁ ଅନ୍ୟତ୍ର ଯାଉଥିବା ପର୍ଯ୍ୟଟକ ସଂଖ୍ୟା ମହାମାରୀ-ପୂର୍ବ ୨୦୧୯ ତୁଳନାରେ ୨୦୨୦ ଓ ୨୦୨୧ରେ ନରମି ଯାଇଥିଲେ ସୁଦ୍ଧା ୨୦୨୨ରେ ସାମାନ୍ୟ ସୁଧାରିଥିଲା । ତେବେ ୨୦୨୩ ଗ୍ରୀଷ୍ମ ଋତୁରେ ପୂର୍ଣ୍ଣ ବିକଶିତ ଅବସ୍ଥାରେ ପହଞ୍ଚିଥିବା ପରିଲକ୍ଷିତ । ଅତୀତରେ କୁହାଯାଉଥିଲା ବଡ଼ ସହରର ପରିବାରବର୍ଗ ବର୍ଷ ସାରା ପ୍ରତି ମାସରେ ଅର୍ଥ ସଞ୍ଚୟ କରି ବର୍ଷରେ ଥରେ ପର୍ଯ୍ୟଟନରେ ବାହାରୁଥିଲେ । ସେହି ପ୍ରଥା ହୁଏତ ବ୍ରହ୍ମପୁରରେ ପହଞ୍ଚି ସାରିଲାଣି !

Photo by Ali Maah on Unsplash
No comments:
Post a Comment