#ବ୍ରହ୍ମପୁର ସହରରେ ୨୦୧୧ ଜନଗଣନା
ଅନୁଯାୟୀ ମୋଟ ପ୍ରାୟ ତିନି ଲକ୍ଷ ୫୫ ହଜାର ବ୍ୟକ୍ତି ବସବାସ କରୁଥିଲେ । ଏମାନଙ୍କ ମଧ୍ୟରେ ଏକ
ଲକ୍ଷ ୮୫ ହଜାର ପୁରୁଷ ଓ ଏକ ଲକ୍ଷ ୭୦ ହଜାର ମହିଳା ଅନ୍ତର୍ଭୁକ୍ତ । ଜନ୍ମରୁ ଛଅ ବର୍ଷ ଯାଏଁ
ଶିଶୁଙ୍କ ସଂଖ୍ୟା ଆଠ ପ୍ରତିଶତ । ପ୍ରତି ଏକ ହଜାର ପୁରୁଷଙ୍କ ମଧ୍ୟରେ ୯୧୭ ଜଣ ମହିଳା ।
ଜନସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ପ୍ରଦେଶରେ ବ୍ରହ୍ମପୁର ଚ଼ତୁର୍ଥ ଜନବହୁଳ ସହର ଏବଂ
ସର୍ବଭାରତୀୟସ୍ତରରେ ୧୨୬ ସ୍ଥାନ ଅଧିକାର କରିଥାଏ । ଏଠାରେ ମୋଟାମୋଟି ଭାବେ ୯୬ ପ୍ରତିଶତ
ହିନ୍ଦୁ, ଦୁଇ ପ୍ରତିଶତ ମୁସଲମାନ ଏବଂ ଏକ ପ୍ରତିଶତ ଖ୍ରୀଷ୍ଟିଆନ । ସହରବାସୀଙ୍କ ମଧ୍ୟରୁ
ଅଧିକାଂଶ ସାକ୍ଷର । ପୁରୁଷମାନଙ୍କ କ୍ଷେତ୍ରରେ ୯୩ ପ୍ରତିଶତ, ମହିଳାମାନଙ୍କ କ୍ଷେତ୍ରରେ ୮୫
ପ୍ରତିଶତ ଏବଂ ମୋଟ ଜନସଂଖ୍ୟାର ୯୦ ପ୍ରତିଶତ ସାକ୍ଷରତା ହିସାବ କରାଯାଇଥିଲା ।
ବ୍ରହ୍ମପୁର ପୌରାଞ୍ଚଳରେ ୧୯୭୧ରେ ଏକ ଲକ୍ଷ ୧୭ ହଜାର, ୧୯୮୧ରେ ଏକ ଲକ୍ଷ ୬୨ ହଜାର, ୧୯୯୧ରେ ଦୁଇ ଲକ୍ଷ ୧୦ ହଜାର ଏବଂ ୨୦୦୧ରେ ତିନି ଲକ୍ଷ ୭ ହଜାର ବ୍ୟକ୍ତି ବସବାସ କରୁଥିଲେ । ଦଶନ୍ଧି ଜନସଂଖ୍ୟା ବୃଦ୍ଧି ହାର ୧୯୭୧ରୁ ୧୯୮୧ ମଧ୍ୟରେ ୩୮ ପ୍ରତିଶତ, ୧୯୮୧ରୁ ୧୯୯୧ ମଧ୍ୟରେ ୨୯ ପ୍ରତିଶତ ଏବଂ ୧୯୯୧ରୁ ୨୦୦୧ ମଧ୍ୟରେ ୪୬ ପ୍ରତିଶତ ହିସାବ କରାଯାଇଛି । ଅର୍ଥାତ, ୧୯୯୧ରୁ ୨୦୦୧ ମଧ୍ୟରେ ବ୍ରହ୍ମପୁର ଜନସଂଖ୍ୟା ଦୃତ ହାରରେ ବୃଦ୍ଧି ପାଇଥିଲା । ଏହି ସମୟସୀମାରେ ସହରତଳି ଅଞ୍ଚଳରେ ବହୁ ସଂଖ୍ୟକ ବସତି ସ୍ଥାପିତ ହୋଇଥିଲା । ସହରର ମଧ୍ୟଭାଗରେ ବସବାସ କରୁଥିବା ପରିବାରବର୍ଗରେ ସଦସ୍ୟ ସଂଖ୍ୟା ବୃଦ୍ଧି ହେତୁ କେତେକ ସହରତଳି ଅଞ୍ଚଳରେ ନୂତନ ବାସଗୃହ ନିର୍ମାଣ କରିଥିବା ସ୍ଥଳେ ବର୍ହିଆଗତ ପରିବାରବର୍ଗ ମଧ୍ୟ ବସବାସ ଆରମ୍ଭ କରିଥିଲେ । ୧୯୭୧ରୁ ୧୯୮୧ ମଧ୍ୟରେ ସହରାଞ୍ଚଳରେ ଅବସ୍ଥିତ ପଡ଼ିଆ ଜମିରେ କୋଠାବାଡ଼ି ନିର୍ମିତ ହେବା ଫଳରେ ୪୦ ପ୍ରତିଶତ ଯାଏଁ ଜନସଂଖ୍ୟା ବୃଦ୍ଧି ପାଇଥିଲା । ଦଶ ବର୍ଷ ପରେ ପୁଣି ୧୯୯୧ରୁ ୨୦୦୧ ମଧ୍ୟରେ ସହରତଳି ଅଞ୍ଚଳରେ ବିକାଶ ପରେ ଜନସଂଖ୍ୟା ପ୍ରାୟ ୫୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିଲା ।
ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୧ ସୁଦ୍ଧା ସହରର ଜନସଂଖ୍ୟା ପାଞ୍ଚ ଲକ୍ଷ ୮୫ ହଜାରରେ ପହଞ୍ଚିବା ପୂର୍ବାନୁମାନ କରାଯାଇଥିଲା । ପାରମ୍ପରିକ ଭାବେ ୨୦୧୧ ପରେ ୨୦୨୧ରେ ସର୍ବଭାରତୀୟସ୍ତରରେ ଜନଗଣନା ଆୟୋଜନ କରାଯିବା କଥା । କିନ୍ତୁ କୋଭିଡ଼-୧୯ ମହାମାରୀ ପ୍ରାଦୁର୍ଭାବ ହେତୁ ନିର୍ଦ୍ଧାରିତ ସମୟରେ ଜନଗଣନା ସଂଭବ ହୋଇପାରିଲା ନାହିଁ । ଅନ୍ୟ କେତେକ ସୂତ୍ରରୁ ପ୍ରକାଶ ଯେ ୨୦୨୩ ସୁଦ୍ଧା ବ୍ରହ୍ମପୁରର ଜନସଂଖ୍ୟା ଚାରି ଲକ୍ଷ ୯୦ ହଜାରରେ ପହଞ୍ଚିଛି ।
ବ୍ରହ୍ମପୁରରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କ୍ରମାଗତଭାବେ ହ୍ରାସ ପାଇ ଆସିଛି । ଜନଗଣନା ତଥ୍ୟ ଅନୁଯାୟୀ ୧୯୭୧ରେ ସହରରେ ଏକ ହଜାର ପୁରୁଷଙ୍କ କ୍ଷେତ୍ରରେ ୯୩୧ ମହିଳା, ୧୯୮୧ରେ ୯୨୪ ଓ ୧୯୯୧ରେ ୯୨୨ ଥିବା ସ୍ଥଳେ ୨୦୦୧ରେ ୯୧୯ରେ ପହଞ୍ଚିଥିଲା । ୨୦୧୧ ଜନଗଣନାରେ ଆହୁରି ଦୁଇ ସଂଖ୍ୟା ହ୍ରାସ ପାଇଥିଲା ।
ଜନ୍ମରୁ ଛଅ ବର୍ଷ ବୟସର ପ୍ରତି ଏକ ହଜାର ବାଳକଙ୍କ କ୍ଷେତ୍ରରେ ମାତ୍ର ୮୯୮ ଜଣ ବାଳିକା ୨୦୧୧ ଜନଗଣନାରେ ହିସାବ କରାଯାଇଥିଲା । ଅର୍ଥାତ, ବୟସ୍କଙ୍କ କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରତି ହଜାରେ ଜନସଂଖ୍ୟାରେ ୮୩ ପ୍ରଭେଦ ରହୁଥିବା ସ୍ଥଳେ ଶିଶୁମାନଙ୍କ କ୍ଷେତ୍ରରେ ୧୦୨ଯାଏଁ ପ୍ରଭେଦ ରହୁଛି । ଅର୍ଥାତ, ଏକବିଂଶ ଶତାଦ୍ଦୀରେ ଜନ୍ମ ନେଇଥିବା ବଂଶଧର ୨୦୨୫ରୁ ୨୦୩୫ ମଧ୍ୟରେ ବିବାହଯୋଗ୍ୟ ବୟସରେ ପହଞ୍ଚିବା ବେଳକୁ ହଜାରେ ବରପାତ୍ରଙ୍କ ପାଇଁ ଶହେ କନ୍ୟା ଅଭାବ ପଡ଼ିବେ । ଅବଶ୍ୟ ସାଧାରଣରେ ବିବାହ ନିମନ୍ତେ ବାସସ୍ଥାନ ଭିନ୍ନ ଅନ୍ୟତ୍ର ଜନ୍ମିତ କନ୍ୟା ଚୟନ କରାଯିବା ପରମ୍ପରା ଚଳି ଆସିଥିବା ହେତୁ ଏହି ସମସ୍ୟା ହଠାତ ଗୁରୁତର ବୋଧ ନହୋଇପାରେ । କିନ୍ତୁ ବ୍ରହ୍ମପୁରରେ ପରିଲକ୍ଷିତ ପରିସ୍ଥିତି ଅନ୍ୟତ୍ର ପ୍ରତିଫଳିତ ହେଉଥିଲେ, କିମ୍ୱା ଅଧିକ ମାତ୍ରାରେ ଦୃଷ୍ଟିଗୋଚର ହେଲେ ବିବାହଯୋଗ୍ୟ କନ୍ୟା ସନ୍ଧାନ କଷ୍ଟକର । ଚୀନ ଭଳି ଜନବହୁଳ ରାଷ୍ଟ୍ରରେ ଦୀର୍ଘ ଅତୀତରୁ ଏହିଭଳି ଜଟିଳ ସମସ୍ୟା ଲାଗି ରହିଛି । କମ ବୟସରେ ବୃତ୍ତିଗତ କ୍ଷେତ୍ରରେ ସଫଳତା ହାସଲ କିମ୍ୱା ବିପୁଳ ପୈତୃକ ସମ୍ପତ୍ତି ବିନା ବିବାହ ଆୟୋଜନ ସଂକଟପୂର୍ଣ୍ଣ ହେବା ସମ୍ଭାବନା ସୁସ୍ପଷ୍ଟ । ଜନସଂଖ୍ୟାରେ ଭାରତ ଚୀନକୁ ଟପି ଯାଉଛି ସତ, କିନ୍ତୁ ଯୁବକୁଳରେ ଦଶ ପ୍ରତିଶତରୁ ଅଧିକ ଅବିବାହିତ ଜୀବନ ଭଳି ସମସ୍ୟାକୁ ମଧ୍ୟ ଆମନ୍ତ୍ରଣ କରୁଛି ବୋଲି କହିବାକୁ ହେବ !

Photo by Austris Augusts on Unsplash
No comments:
Post a Comment