#ବ୍ରହ୍ମପୁର ସହର ସହ ଭୁବନେଶ୍ୱର, କୋଲକତା ସଂଯୋଗ କରୁଥିବା ୧୬ ନମ୍ୱର
ଜାତୀୟ ରାଜପଥରେ ରାହାଜାନିର ଉଦାହରଣ ଏକ ଉଲ୍ଲେଖଯୋଗ୍ୟ ସମ୍ୱାଦ । ଭାଷାକୋଷରେ ‘ରାହାଜାନି’କୁ ‘ପ୍ରକାଶ୍ୟ ରାସ୍ତାରେ
ଡ଼କାୟତି’ ବର୍ଣ୍ଣନା କରାଯାଇଥାଏ । ଦେଶରେ
୭୭ତମ ସ୍ୱାଧୀନତା ଦିବସ ପାଳନ ପୂର୍ବଦିନ
୧୪ ଅଗଷ୍ଟ ୨୦୨୩ ସ୍ପଷ୍ଟ ଦିବାଲୋକରେ ଜାତୀୟ ରାଜପଥରେ ଏକ ମଟରଗାଡ଼ି ଅଟକାଇ ଡ଼କାୟତି ଘଟିଥିଲା
। ଘଟଣାସ୍ଥଳ ବ୍ରହ୍ମପୁର ଓ ଛତ୍ରପୁର ସଂଲଗ୍ନ ଗଞ୍ଜାମ ଥାନା ଅନ୍ତର୍ଗତ ତେଲୁଗୁ ନୂଆଗାଁ ।
ବିବରଣୀରୁ ପ୍ରକାଶ ଯେ ତାମିଲନାଡୁ ବାସିନ୍ଦା ତିନିଜଣ ଯୁବକ ଏକ କାରରେ ପୁରୀ ପର୍ଯ୍ୟଟନରେ ଯାଉଥିଲେ । ଗଞ୍ଜାମ ସହର ଉପାନ୍ତରେ ଏକ ଢ଼ାବାରେ ମଧ୍ୟାହ୍ନ ଭୋଜନ ସାରି ୧୬ ନମ୍ୱର ରାଜପଥରେ ଗନ୍ତବ୍ୟ ପଥରେ ଅଗ୍ରସର ହେଉଥିବା ବେଳେ ଅଷ୍ଟମ ବାଟାଲିଆନ ଛକ ଓ ସନ୍ତୋଷୀ ମାଁ ମନ୍ଦିର ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ମଟର ସାଇକଲ ଯୋଗେ ଆସି ଚଳନ୍ତା କାର ସମ୍ମୁଖରେ ଅଟକାଇ ଲିଫଟ ମାଗିଥିଲେ । କାର ଅଟକିବା ପରେ ପଛପଟୁ ଅନ୍ୟ ଏକ କାରରେ ଆଉ ତିନିଜଣ ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି ତାମିଲ ପର୍ଯ୍ୟଟକଙ୍କୁ ହତ୍ୟା ଧମକ ଦେଇ ୫୦ ହଜାର ଟଙ୍କା ସହ କାରର ଚାବି ନେଇ ଚମ୍ପଟ ମାରିଥିଲେ । ଗଲାବେଳେ ମଟର ସାଇକଲଟି ଛାଡ଼ି ଚାଲିଯାଇଥିଲେ ।
ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ । ପ୍ରାଥମିକ ଭାବେ ଡ଼କାୟତିଟି ଏକ ସୁପରିକଳ୍ପିତ ଯୋଜନା ଏବଂ ଡ଼କାୟତ ଗ୍ୟାଙ୍ଗର କାର୍ଯ୍ୟ ଅନୁମାନ କରାଯାଇଥିଲା । ବାଇକ ଓ କାର ଉପଯୋଗରେ ରାଜପଥରେ ଚଳାଚଳ କରୁଥିବା ଯାନବାହାନ ଅଟକାଇ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ଝାମ୍ପି ନେବା ପଛରେ ପେଷାଦାର ଡ଼କାୟତଙ୍କ ସଂପୃକ୍ତି ସୂଚ଼ିତ କରିଥାଏ । ଘଟଣାଟି ଗଞ୍ଜାମ, ଛତ୍ରପୁର ଓ ରମ୍ଭା ଥାନା ଅଞ୍ଚଳରେ ଜନସାଧାରଣରେ ଆଲୋଚ଼ନାର ବିଷୟବସ୍ତୁ ପାଲଟିଥିଲା । ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ ଚଳପ୍ରଚଳ ନିମନ୍ତେ ଜାତୀୟ ରାଜପଥ ଉପରେ ନିର୍ଭରଶୀଳ ଥିବା ଅବସରରେ ବିଳମ୍ୱିତ ମଧ୍ୟାହ୍ନରେ ଗହଳଚହଳ ଲାଗି ରହିଥିବା ରାସ୍ତାରେ ଡ଼କାୟତିକୁ ସହଜରେ ଗ୍ରହଣ କରିପାରିନଥିଲେ ।
ତେଲୁଗୁ ନୂଆଗାଁ ରାହାଜାନି ଘଟଣା ବିଶ୍ଳେଷଣରେ କେତେଗୋଟି ଦିଗ ଚର୍ଚ୍ଚାର ପରିସରକୁ ଆସିଥାଏ । ପ୍ରଥମତଃ, ଡ଼କାୟତି ଶୀକାର ହୋଇଥିବା କାରର ଯାତ୍ରୀମାନେ ଢାବାରେ ମଧ୍ୟାହ୍ନ ଭୋଜନ କରିବା ଅବସରରେ ଡ଼କାୟତମାନେ ସେମାନଙ୍କ ଗତିବିଧି ନିରୀକ୍ଷଣ କରିଥିବା ସନ୍ଦେହ କରାଯାଇପାରେ । ଦ୍ୱିତୀୟତଃ, ଡ଼କାୟତମାନେ ହୁଏତ ଜାଣି ପାରିଥିବେ ଯେ ଟାର୍ଗେଟ କରାଯାଉଥିବା ଯାତ୍ରୀ ବାହାର ରାଜ୍ୟର ବାସିନ୍ଦା । ତେଣୁ ଅନ୍ୟତ୍ର ସେମାନେ ସ୍ୱାଭାବିକ ଭାବେ ବିଭିନ୍ନ ଦିଗରୁ ଦୁର୍ବଳ । ତୃତୀୟତଃ, ଯାତ୍ରୀମାନଙ୍କଠାରୁ ମୋବାଇଲ ଫୋନ ଲୁଟି ନଥିଲେ । ମୋବାଇଲ ଫୋନକୁ ଟ୍ରାକ କରି ଚୋର ପାଖେ ପହଞ୍ଚିବାରେ ପୋଲିସର ଦକ୍ଷତା ସଂପର୍କରେ ସେମାନେ ପୂର୍ଣ୍ଣ ଅବଗତ ଥିବା ବିଶ୍ୱାସ କରାଯାଇପାରେ । ଚ଼ତୁର୍ଥତଃ, ଡ଼କାୟତି ପରେ କାରର ଚାବି ନେଇ ଚମ୍ପଟ ମାରିବାର ପ୍ରଧାନ କାରଣ ସେମାନଙ୍କୁ ପିଛା କରିବାକୁ ଏଡ଼ାଇଯିବା । ପଞ୍ଚମତଃ, କାରଟି ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଚଳାଉଥିବା ହେତୁ ଏଥିରେ କାର ଡ୍ରାଇଭର ଭଳି ତୃତୀୟପକ୍ଷର ସଂପୃକ୍ତି ନଥାଇପାରେ । ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ମଟର ସାଇକଲ ଏବଂ ମଧ୍ୟାହ୍ନ ଭୋଜନ କରିଥିବା ଢାବାରେ ଅନୁସନ୍ଧାନ କରି କିଛି ସୂତ୍ର ହାସଲ କରିପାରନ୍ତି ।
ସମସାମୟିକ ଅପରାଧ ଡ଼ାଏରୀରେ ୧୪ ଅଗଷ୍ଟ ଗଞ୍ଜାମ ରାଜପଥ ରାହାଜାନି ଏକ ପୃଷ୍ଠା ରୂପେ ପରିଗଣିତ ହେଲେହେଁ ବ୍ରହ୍ମପୁରବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦାହରଣରୂପେ ଗ୍ରହଣ କରାଯାଇପାରେ । ସାଧାରଣ ହିସାବରେ ବ୍ରହ୍ମପୁରରୁ ପ୍ରତିଦିନ ଅନ୍ୟୂନ ଶହେରୁ ଦେଢ଼ ଶହ ସରକାରୀ ଓ ବେସରକାରୀ ଗାଡ଼ି ଏବଂ ଶହେରୁ ଦେଢ଼ ଶହ ଟ୍ୟାକ୍ସି ଯୋଗେ ସହର ବାସିନ୍ଦା ୧୬ ନମ୍ୱର ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଯାଇଥାନ୍ତି ଓ ଆସିଥାନ୍ତି । ୱାନ-ୱେ ଟାକ୍ସି ଫେୟାର ସିଷ୍ଟମ ଲୋକପ୍ରିୟ ହେବା ପରେ ବିମାନଯାତ୍ରୀଙ୍କ ସଂଖ୍ୟା ସର୍ବାଧିକ । ଏହି ପାଞ୍ଚରୁ ଛଅ ଶହ କାର ଭଳି ଛୋଟ ଯାନବାହାନରେ ଯାତ୍ରାକୁ ରାହାଜାନି ଭଳି ଅପରାଧ ବିପଦସଂକୁଳ ଗଢ଼ି ତୋଳୁଛି । ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ସାଙ୍ଗକୁ ଏଣିକି ରାହାଜାନି ଭୟ ଯୋଡ଼ି ହୋଇଛି । ପୋଲିସ ପକ୍ଷରୁ ପେଟ୍ରୋଲିଂ ଓ କ୍ଳୋଜ-ସର୍କିଟ-କ୍ୟାମରା ସ୍ଥାପନ ପ୍ରତିଷେଧାତ୍ମକ ବ୍ୟବସ୍ଥା ରୂପେ ଗ୍ରହଣ କରାଗଲେ ସୁଦ୍ଧା ଅପରାଧକୁ ଏଡ଼ାଇ ଦେବା ଏତେଟା ସହଜ ନୁହ । ଏହି ଦିଗରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବା ଆବଶ୍ୟକ ମନେହୁଏ । ଆଲୋଚ଼୍ୟ ଘଟଣାରେ ଯଦି ତିନି ଜଣ ଯୁବକ ଡ଼କାୟତିରେ କିଛି କରିପାରିଲେ ନାହିଁ, ତେବେ ବରିଷ୍ଠ ନାଗରିକ, ମହିଳା ବା ଏକାକୀ ଯାତ୍ରୀର ଅସହାୟତା ସହଜରେ ଅନୁମେୟ !

Photo by Darpan on Unsplash
No comments:
Post a Comment