#ବ୍ରହ୍ମପୁର ସହରରୁ ଆବର୍ଜନା ନିଷ୍କାସନରେ ବିଫଳତାର ବିଭିନ୍ନ କାରଣ
ମଧ୍ୟରେ ସହର ମଧ୍ୟସ୍ଥଳୀରେ ଜନାକୀର୍ଣ୍ଣ ଧାଡ଼ି ସାହିଗୁଡ଼ିକ ପଛପଟ ଗଳି ରାସ୍ତା ‘ସ୍କାଭେଞ୍ଜର୍ସ ଲେନ’ ଏବଂ ନୂତନ ଭାବେ
ଗଢ଼ିଉଠୁଥିବା ସହରତଳି ଅଞ୍ଚଳରେ ଘର ଡ଼ିହ ବା ଗୃହନିର୍ମାଣ ହୋଇନଥିବା ଖୋଲା ସ୍ଥାନ ସଫେଇରେ
ଅବହେଳା ଦୁଇ ମୁଖ୍ୟ ପ୍ରତିବନ୍ଧକ ।
ସାହି ପଛପଟ ଗଳି ରାସ୍ତାଗୁଡ଼ିକରେ ବିଗତ ଚାରି ଦଶକରୁ ପର୍ଯ୍ୟାୟକ୍ରମେ ପୌରପାଳିକାର ସଫେଇ କାର୍ଯ୍ୟକ୍ରମ ହଟାଇ ଦିଆଯାଇଛି । ବ୍ରହ୍ମପୁର ସହର ଗଢ଼ି ଉଠୁଥିବା ସମୟରେ ବାସଗୃହଗୁଡ଼ିକରେ ଉଠା ପାଇଖାନା ବ୍ୟବସ୍ଥା ରହିଥିଲା । ମଇଳା ବୋହିନେବା ନିମନ୍ତେ ଧାଡ଼ି ସାହି ପଛପଟ ଗଳି ରାସ୍ତାର ବ୍ୟବହାର ହେଉଥିଲା । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଉଠା ପାଇଖାନା ବ୍ୟବସ୍ଥା ବନ୍ଦ ହୋଇ ଜଳମୁଦ ‘ସେପଟିକ’ ପାଇଖାନା ନିର୍ମିତ ହେଲା । ଫଳରେ ଗଳି ରାସ୍ତାର ଅତ୍ୟାବଶ୍ୟକୀୟ ବ୍ୟବହାର ବନ୍ଦ ହୋଇଗଲା ସତ, କିନ୍ତୁ ପୁରୁଣା ବ୍ରହ୍ମପୁରର ଧାଡ଼ି ସାହିଗୁଡ଼ିକ ପଛଗଳି ରାସ୍ତା ବହୁ କିଲୋମିଟର ବ୍ୟାପୀ ରହିଛି ।
ପୌରପାଳିକା ପକ୍ଷରୁ ସାହିଗୁଡ଼ିକର ସମ୍ମୁଖ ଭାଗ ରାସ୍ତା ଭଳି ପଛପଟ ରାସ୍ତାଗୁଡ଼ିକର ମଧ୍ୟ ସଫେଇ ନିମନ୍ତେ ନିୟମିତ କର୍ମଚାରୀ ନିଯୁକ୍ତି ହେଉଥିଲେ । ଗଳିରାସ୍ତାର ସଫେଇରେ ଅନିୟମିତତା ଦେଖାଦେଲେ ସାହିବାସୀ ସଫେଇ କ୍ଷେତ୍ର ପରିଦର୍ଶକ ‘ସାନିଟାରୀ ସୁପରିଭାଇଜର’ଙ୍କ ଅଭିଯୋଗ ପୁସ୍ତିକାରେ ଟିପ୍ପଣୀ ଲେଖୁଥିଲେ । ଗତ ଶତାଦ୍ଦୀର ଅଷ୍ଟମ ଦଶକରୁ ଏହି ବ୍ୟବସ୍ଥା କ୍ରମଶଃ ପୌରପାଳିକା ହଟାଇ ଦେଲେ । ନା ଧାଡ଼ି ସାହିଗୁଡ଼ିକର ଗଳି ରାସ୍ତା ସଫେଇ ନିମନ୍ତେ ନିୟମିତ କର୍ମଚାରୀ ନିଯୁକ୍ତ ହେଲେ, ନା ସଫେଇ ହେଲା, ନା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଦାଖଲ ନିମନ୍ତେ ସୁବିଧାଜନକ ବାଟ ରହିଲା ।
ନବମ ଦଶକରେ ଅଧିକାଂଶ ସାହିରେ ପଛପଟ ଗଳି ରାସ୍ତାରେ ଦୁଇ ପାର୍ଶ୍ୱରେ ନିର୍ମିତ ଅଣଓସାରିଆ ନର୍ଦ୍ଦମା ରକ୍ଷଣାବେକ୍ଷଣ ପରିବର୍ତ୍ତେ ସେଗୁଡ଼ିକୁ ଭାଙ୍ଗି ଦେଇ ମଝି ରାସ୍ତାରେ ଅପେକ୍ଷାକୃତ ବଡ଼ କଂକ୍ରିଟ ନର୍ଦ୍ଦମା ଗଢ଼ିବା ଆରମ୍ଭ କଲେ । ଫଳରେ ଧାଡ଼ି ସାହି ପଛପଟ ରାସ୍ତା ଦେଇ ଯିବା ଆସିବା ସଂଭବ ହେଲାନାହିଁ । ପୂର୍ବରୁ ତ ସଫେଇ କର୍ମଚାରୀ ନିଯୁକ୍ତି ଓ ନିୟମିତ ସଫେଇ ବନ୍ଦ ହୋଇଯାଇଥିଲା । ଏଣିକି ଘରର ଯାବତୀୟ ଆବର୍ଜନା ସ୍ଥାନୀୟ ବାସିନ୍ଦା ପଛପଟ ଗଳି ରାସ୍ତାରେ ଗଦେଇବା ଆରମ୍ଭ କଲେ ।
ଗଳିରାସ୍ତାଗୁଡ଼ିକ ଆବର୍ଜନାପୂର୍ଣ୍ଣ ଅବସ୍ଥାରେ ପହଞ୍ଚିବା ପରେ ବର୍ଷରେ ଦୁଇ ଚାରିଥର ସ୍ୱତନ୍ତ୍ର ଅଭିଯାନରେ ଚାରି ଛଅ ଜଣ ଲେଖା ସଫେଇ କର୍ମଚାରୀଙ୍କୁ ନିୟୋଜିତ କରି ସଫେଇ ବ୍ୟବସ୍ଥା କରାଯାଉଥିଲା । ତାହା କୋଭିଡ଼-୧୯ ମହାମାରୀ ସମୟରୁ ବନ୍ଦ ରହିଲା । ଏକ ପକ୍ଷରେ ମହାମାରୀଜନିତ ଜରୁରୀ ପରିସ୍ଥିତି ହେତୁ ସରକାରୀ କାର୍ଯ୍ୟକଳାପ ସଂପର୍କରେ ସାର୍ବଜନୀନ ଆଲୋଚ଼ନା ବନ୍ଦ ରହିଲା, ସେଥିରେ ସହରର ସଫେଇ କାର୍ଯ୍ୟ ସମୀକ୍ଷା ମଧ୍ୟ ଅନ୍ତର୍ଭୁକ୍ତ ହେଲା । ପୌର କର୍ମଚାରୀ କୋଭିଡ଼ ଲକ-ଡ଼ାଉନ ସଫଳ କରିବା କାମରେ ଲାଗିପଡ଼ିଲେ । ସଫେଇ କାମ ସ୍ୱୟଂକ୍ରିୟ ‘ଆଟୋ-ପାଇଲଟ’ ମୋଡ଼କୁ ଆସିଗଲା । ଦୁଃଖର କଥା ସଫେଇ କାର୍ଯ୍ୟକ୍ରମ ଏଯାଏଁ ଚଳଚଞ୍ଚଳ ହୋଇପାରିନାହିଁ ।
ଅପରପକ୍ଷେ ଅତୀତରେ ପୌରପାଳିକା ପକ୍ଷରୁ ସଫେଇ କର୍ମଚାରୀ ନିଯୁକ୍ତ ହେଉଥିବା ହେତୁ ସ୍ଥାନୀୟ କ୍ଷେତ୍ର ପରିଦର୍ଶକମାନେ ଆବଶ୍ୟକମତେ ଅନ୍ତତଃ ସାଂଧ୍ୟ ହାଜିରାରେ ସଫେଇ କର୍ମଚାରୀଙ୍କୁ ଏକତ୍ରୀତ କରି ପର୍ଯ୍ୟାୟକ୍ରମେ ନିର୍ଦ୍ଦିଷ୍ଟ ଅଞ୍ଚଳ ସଫା କରିପାରୁଥିଲେ । ବହୁ ୱାର୍ଡର ସଫେଇ କାମ ଘରୋଇକରଣ ହେବାପରେ ଚୁକ୍ତି ବର୍ହିଭୂତ ସଫେଇ କାମ ତଳୁଆସ୍ତରରେ ଆୟୋଜନ ସଂଭବ ହୋଇପାରୁ ନାହିଁ । ଏଥିପାଇଁ ପ୍ରଶାସନିକ ନିଷ୍ପତ୍ତି, ଆର୍ଥିକ ଅନୁମୋଦନ ନାନାଦି ଅମଳାତାନ୍ତ୍ରିକ କାଇଦା କଟକଣା ପ୍ରତିବନ୍ଧକ ସାଜିଛି ।
ସହରର ପ୍ରାୟ ସମସ୍ତ ଜନାକୀର୍ଣ୍ଣ ଅଞ୍ଚଳରେ ଅନ୍ତତଃପକ୍ଷେ ମୌସୁମୀ ବର୍ଷା ଆରମ୍ଭରୁ ଧାଡ଼ି ସାହି ପଛପଟ ଗଳି ରାସ୍ତାଗୁଡ଼ିକ ସଫା ହେଉଥିଲା ଏବଂ ଖୋଲା ନର୍ଦ୍ଦମାରୁ ମାଟି ଉଠାଯାଉଥିଲା । ମହାମାରୀ ସମୟରୁ ସେହି କାର୍ଯ୍ୟ ବନ୍ଦ ହୋଇଯାଇଛି । ଘଞ୍ଚ ଜନବସତିରେ ଆବର୍ଜନା ପଡ଼ିରହିବା କାରଣରୁ ଜୁଲାଇ ମାସରୁ ମଶା ଉପଦ୍ରବ ଆରମ୍ଭ ହୋଇଯାଇଛି । ଗଞ୍ଜାମର ଦୁଇ ପଡ଼ୋଶୀ ଜିଲ୍ଲା ଗଜପତି ଓ ଖୋର୍ଦ୍ଦାରେ ମଶାବାହିତ ଡ଼େଙ୍ଗୁ ଜ୍ୱରର ପ୍ରଭାବ ସେଠାକାର ଜନଜୀବନକୁ ବ୍ୟଥିତ କରୁଥିବା ସ୍ଥଳେ ବ୍ରହ୍ମପୁର ପୌରପାଳିକାଙ୍କ ପକ୍ଷରୁ ସମୁଚ଼ିତ ପଦକ୍ଷେପ ଜରୁରି ମନେ କରାଯାଏ ।
ସହରର ନିର୍ଦ୍ଦିଷ୍ଟ କେଉଁ ସ୍ଥାନଗୁଡ଼ିକରେ ଆବର୍ଜନା ପଡ଼ି ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇ ସମୟଭିତ୍ତିକ ଧାରାରେ ସେଗୁଡ଼ିକ କିପରି ନିଷ୍କାସନ କରାଯାଇପାରିବ ଲକ୍ଷ୍ୟବଦ୍ଧ ଯୋଜନା କଲେ ସୁଫଳ ମିଳିବ । ସ୍ଥାନୀୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ନିମନ୍ତେ ପୌରପାଳିକା ଯଦି ସୋସିଆଲ ମିଡ଼ିଆ ମାଧ୍ୟମରେ ଅଭିଯୋଗ ଆହ୍ୱାନ କରିବେ, ତେବେ ସହରର ସ୍ୱଚ୍ଛଚ଼ିତ୍ର ସପ୍ତାହକ ମଧ୍ୟରେ ଏକତ୍ରୀତ ହୋଇପାରିବ । ଘଞ୍ଚ ଜନବସତିରେ ଅବସ୍ଥିତ ବିଚ୍ଛୁରିତ ଗଳି ରାସ୍ତାଗୁଡ଼ିକର ନିୟମିତ ସଫେଇକୁ ବାଦ ଦେଇ ସହରର ପରିମଳ ସଂଭବପର ନୁହ ।

Photo by John Cameron on Unsplash
No comments:
Post a Comment