ଓଡ଼ିଶା
ରାଜ୍ୟସ୍ତରରେ ମୃତ୍ୟୁ ପରେ ଚ଼କ୍ଷୁଦାନ ସଂଗ୍ରହ କ୍ଷେତ୍ରରେ #ବ୍ରହ୍ମପୁର ଆଗୁଆ ରହୁଥିବା
ଉଲ୍ଲେଖନୀୟ ଘଟଣାକ୍ରମ । ସହରର ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ, ଭାସବୀ କ୍ଳବ, ମାରୱାଡ଼ି ଯୁବ ମଞ୍ଚ
ଭଳି କେତେକ ସ୍ୱେଚ୍ଛାସେବୀ ସଂଗଠନର ଉଦ୍ୟମରେ ବାର୍ଷିକ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ମୃତ୍ୟୁପର ଚ଼କ୍ଷୁଦାନ
ଆୟୋଜନ ସଂଭବ ହୋଇପାରୁଛି । ସ୍ଥାନୀୟ ମେଡ଼ିକାଲ କଲେଜର ବରିଷ୍ଠ ଅଧ୍ୟାପକଙ୍କ ତତ୍ୱାବଧାନରେ ଅଧ୍ୟୟନରତ
ଚକ୍ଷୁ ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସହାୟତାରେ ମୃତ ଶରୀରରୁ ଅସ୍ତ୍ରୋପଚାର ମାଧ୍ୟମରେ
ଚକ୍ଷୁ ସଂଗ୍ରହ କରାଯାଇ ଚକ୍ଷୁ ବ୍ୟାଙ୍କରେ ଗଚ୍ଛିତ ରଖାଯାଏ । ତୃଟିପୂର୍ଣ୍ଣ କାର୍ଣ୍ଣିଆ
କାରଣରୁ ଦୃଷ୍ଟିବାଧିତଙ୍କ ଠାରେ ୭୨ ଘଣ୍ଟା ମଧ୍ୟରେ ତାହା ପ୍ରତ୍ୟାରୋପଣ କରାଯାଇଥାଏ । ଜଣେ
ମୃତକଙ୍କଠାରୁ ଦୁଇଗୋଟି ଚକ୍ଷୁ ସଂଗୃହୀତ ହେଉଥିବା ସ୍ଥଳେ ତାହା ଦ୍ୱାରା ଦୁଇ ଜଣ ଦୃଷ୍ଟିବାଧିତ
ଉପକୃତ ହୋଇଥାନ୍ତି ।
ଭାରତରେ ଏକ କୋଟି କୋଡ଼ିଏ ଲକ୍ଷ ଦୃଷ୍ଟିବାଧିତ ହିସାବ କରାଯାଉଥିବା ସ୍ଥଳେ ସେମାନଙ୍କ ମଧ୍ୟରୁ ଚାଳିଶି ଲକ୍ଷ ତୃଟିପୂର୍ଣ୍ଣ ‘କାର୍ଣ୍ଣିଆ’ କାରଣରୁ ଦେଖିବାରେ ଅସମର୍ଥ । ମୃତ ଶରୀରରୁ କାର୍ଣ୍ଣିଆ ସଂଗ୍ରହ କରାଯାଇ ଚକ୍ଷୁରେ ରୋପଣ କରାଯାଇପାରିଲେ ସେମାନେ ଦେଖିପାରନ୍ତି । ଚକ୍ଷୁର ସମ୍ମୁଖଭାଗରେ ଥିବା ସ୍ୱଚ୍ଛ ସ୍ତରଟି କାର୍ଣ୍ଣିଆ । କେହି ମୃତ୍ୟୁମୁଖରେ ପଡ଼ିବା ଚାରିରୁ ଛଅ ଘଣ୍ଟା ମଧ୍ୟରେ କାର୍ଣ୍ଣିଆ ସଂଗ୍ରହକରି ଶୀତତାପ ନିୟନ୍ତ୍ରିତ ‘ଚକ୍ଷୁ ବ୍ୟାଙ୍କ’ରେ ପ୍ରତ୍ୟାରୋପଣ ଯାଏଁ ସାଇତି ରଖିବାକୁ ପଡ଼ିଥାଏ । ଆମ ଦେଶରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରାୟ ୪୦୦ ‘ଚକ୍ଷୁ ବ୍ୟାଙ୍କ’ ରହିଛି । ଏଗୁଡ଼ିକ ମାଧ୍ୟମରେ ବର୍ଷରେ ପ୍ରାୟ ୨୦ ହଜାର ଚକ୍ଷୁ ମୃତକଙ୍କଠାରୁ ଦାନ ସୂତ୍ରରେ ସଂଗୃହୀତ ହୁଏ । ଚ଼ିନ୍ତାର ବିଷୟ ଏହି ଯେ କାର୍ଣ୍ଣିଆ କାରଣରୁ ଦେଶରେ ପ୍ରତି ବର୍ଷ ପ୍ରାୟ ୨୫ ହଜାର ନୂଆ ରୋଗୀ ଚ଼ିହ୍ନଟ ହୋଇଥାନ୍ତି । ଫଳରେ ଚକ୍ଷୁ ରୋପଣ କ୍ଷେତ୍ରରେ ଅଭାବ ଲାଗି ରହିଥାଏ ।
ବ୍ରହ୍ମପୁରରେ ‘ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ’ ଚକ୍ଷୁଦାନ ଆୟୋଜନ କ୍ଷେତ୍ରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ପ୍ରାଥମିକ ପର୍ଯ୍ୟାୟରେ ୧୯୭୦ରେ ପ୍ରତିଷ୍ଠିତ ଏହି ସଂଗଠନର ସଭ୍ୟମାନେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପୁସ୍ତକ ବ୍ୟାଙ୍କ ସ୍ଥାପନ କରିଥିଲେ । ପାଠ୍ୟ ପୁସ୍ତକ ମୂଲ୍ୟର ୧୦ ପ୍ରତିଶତ ବିନିମୟରେ ଶିକ୍ଷା ବର୍ଷକ ପାଇଁ ଗରିବ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ଯୋଗାଇବା ବ୍ୟବସ୍ଥା ଆରମ୍ଭ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସଂଗଠନର କାର୍ଯ୍ୟକ୍ରମ ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ ଯୋଗାଣ ଓ ପ୍ରତିଷେଧାତ୍ମକ ଟୀକାକରଣ ଦିଗରେ ସଂପ୍ରସାରିତ ହୋଇଥିଲା । ଘଟଣାକ୍ରମେ ସଂଗଠନର ଜଣେ ପୂର୍ବତନ ସଭାପତି ୨୦୦୧ ମସିହାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡ଼ିଲେ । ସେ ଜୀବିତାବସ୍ଥାରେ ଚକ୍ଷୁଦାନ ନିମନ୍ତେ ଘୋଷଣାପତ୍ର ସ୍ୱାକ୍ଷର କରିଥିଲେ । ତାଙ୍କରି ଚକ୍ଷୁଦାନ କାର୍ଯ୍ୟ କ୍ଳବ ସଦସ୍ୟମାନଙ୍କ ଦ୍ୱାରା ଆୟୋଜନ ହୋଇଥିଲା । ସେହି ଦିନୁ ମୃତ ବ୍ୟକ୍ତିଙ୍କଠାରୁ ଚକ୍ଷୁ ସଂଗ୍ରହ କାର୍ଯ୍ୟରେ କ୍ଳବର ସଦସ୍ୟମାନେ ସ୍ଥାନୀୟ ଚକ୍ଷୁ ଚ଼ିକିତ୍ସକଙ୍କୁ ସହଯୋଗ କଲେ । ବ୍ରହ୍ମପୁର ମେଡ଼ିକାଲ କଲେଜରେ ୨୦୦୧ରେ ମାତ୍ର ତିନିଗୋଟି ଚକ୍ଷୁ ରୋପଣ ହୋଇଥିବା ସ୍ଥଳେ ୨୦୨୩ ବେଳକୁ ତାହା ଦଶ ଗୁଣକୁ ବୃଦ୍ଧି ପାଇଛି ।
କ୍ଳବର ପ୍ରମୁଖ ସଦସ୍ୟ ଜାମୁଲା ସୁରେଶ (ମୋବାଇଲ : ୯୪୩୭୨ ୬୧୮୫୫) କହିବା ଅନୁଯାୟୀ ଚକ୍ଷୁଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରୁ ଅଧିକାଂଶ ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟୀ ବର୍ଗ ବୈଶ୍ୟ ‘କୁମୁଟି’ ସଂପ୍ରଦାୟର ଅନ୍ତର୍ଭୁକ୍ତ । କ୍ଳବ ସହଯୋଗରେ ମୃତକଙ୍କଠାରୁ ସଂଗୃହୀତ ଚକ୍ଷୁଦାନରେ ନବେ ପ୍ରତିଶତ ବୈଶ୍ୟ ସଂପ୍ରଦାୟ ଓ ଅନ୍ୟ ଦଶ ପ୍ରତିଶତ ଅନ୍ୟାନ୍ୟ ସଂପ୍ରଦାୟ ବ୍ୟକ୍ତିବିଶେଷ । କ୍ଳବ ପକ୍ଷରୁ ୨୦୨୩ ବର୍ଷ ଆରମ୍ଭରୁ ଜୁଲାଇ ମାସ ଶେଷ ସୁଦ୍ଧା ସଂଗୃହୀତ ୧୩ ଗୋଟି ଚକ୍ଷୁଦାନ ମଧ୍ୟରୁ ୧୨ ଗୋଟି ବୈଶ୍ୟ ସଂପ୍ରଦାୟର ଅନ୍ତର୍ଭୁକ୍ତ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଚକ୍ଷୁଦାନ ଲାଗି ଅଳ୍ପ ସଂଖ୍ୟକ ପୂର୍ବରୁ ଘୋଷଣାନାମା ସ୍ୱାକ୍ଷର କରିଥାନ୍ତି । କିନ୍ତୁ ବହୁ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁପରେ ପରିବାରବର୍ଗଙ୍କ ସହମତିରେ ଚକ୍ଷୁଦାନ ଆୟୋଜନ କରାଯାଇଥାଏ । ମୃତ୍ୟୁ ପରେ କ୍ଳବ ସଦସ୍ୟଙ୍କୁ ଟେଲିଫୋନ କଲେ ସେମାନେ ତୁରନ୍ତ ମୃତକଙ୍କ ପରିବାରରେ ପହଞ୍ଚି ମେଡ଼ିକାଲ କଲେଜରୁ ଚ଼ିକିତ୍ସକମାନେ ଆସି କିପରି ଚକ୍ଷୁ ସଂଗ୍ରହ କରିବେ ତାହାର ବନ୍ଦୋବସ୍ତ କରିଥାନ୍ତି । ସୀମିତ ସମୟ ସୀମାରେ ଚକ୍ଷୁ ସଂଗ୍ରହ କରାଯିବା ଆବଶ୍ୟକ ଥିବା ହେତୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଜରୁରି ଧାରାରେ ସମାପନ ହୋଇଥାଏ ।
ଚକ୍ଷୁଦାନ ଅବସରରେ ମୃତବ୍ୟକ୍ତିଙ୍କ ମୁଣ୍ଡ ତଳେ ଏକ ତକିଆ ଦେଇ ଶରୀରଠାରୁ ସାମାନ୍ୟ ଉଚ୍ଚରେ ରଖିବା ଆବଶ୍ୟକ । ଆଖିପତା ବନ୍ଦ କରି ପାଣି ଭିଜା ତୁଳା ରଖି ଓଦା ରଖିଲେ ଭଲ । କଠୋରୀରେ ତୁରନ୍ତ ବିଜୁଳି ପଙ୍ଖା ବନ୍ଦ କରିଦେବା ଉଚ଼ିତ । ଚକ୍ଷୁ ସଂଗ୍ରହଲାଗି ଚ଼ିକିତ୍ସକମାନେ ମୃତକଙ୍କ ବାସଗୃହ ବା ଚ଼ିକିତ୍ସାଳୟରେ ପହଞ୍ଚି ପ୍ରଥମେ ଚ଼ିକିତ୍ସା କାଗଜପତ୍ର ତନଖି କରିଥାନ୍ତି । ଜଣେ ଚଷମା ପିନ୍ଧୁଥିଲେ, ପରଳ ଅସ୍ତ୍ରୋପଚାର କରିଥିଲେ, ମଧୁମେହ, ଉଚ୍ଚ ରକ୍ତଚାପ ବା ଶ୍ୱାସ ରୋଗାକ୍ରାନ୍ତ ଥିଲେ ମଧ୍ୟ ଚକ୍ଷୁଦାନ କରିପାରିବେ । କର୍କଟ, ଏଡ଼ସ ଓ ଅନ୍ୟ କେତେକ ସଂକ୍ରାମକ ରୋଗାକ୍ରାନ୍ତଙ୍କ ଚକ୍ଷୁଦାନ ବାରଣ । ଚକ୍ଷୁଦାନ ଅସ୍ତ୍ରୋପଚାର ୨୦ ରୁ ୩୦ ମିନଟ ସମୟ ଲାଗିଥାଏ । ଏତଦ୍ୱାରା କୌଣସି ଅଂଶହାନୀ ପ୍ରଦର୍ଶିତ ହୁଏ ନାହିଁ । ମୃତକଙ୍କ ଅନ୍ତ୍ୟୋଷ୍ଠିକ୍ରିୟାରେ ପ୍ରଭାବ ପଡ଼େ ନାହିଁ । ଚକ୍ଷୁଦାନ ସଂଗ୍ରହ ଅବସରରେ ପରିବାର ସଦସ୍ୟଙ୍କ ଲିଖିତ ସମ୍ମତ୍ତି ସହ ଦୁଇଜଣ ସାକ୍ଷୀଙ୍କ ଦସ୍ତଖତ ଆବଶ୍ୟକ ପଡ଼େ ।
ମୃତ ଶରୀରରୁ କାର୍ଣ୍ଣିଆ ସଂଗ୍ରହ କରାଯାଇ ତୃଟିପୂର୍ଣ୍ଣ କାର୍ଣ୍ଣିଆ କାରଣରୁ ଦୃଷ୍ଟିବାଧିତଙ୍କ ଚକ୍ଷୁରେ ପ୍ରତ୍ୟାରୋପଣ କରାଗଲେ ସେ ଯେ ସଂପୂର୍ଣ୍ଣଭାବେ ଦେଖିପାରିବେ ତାହା ଭାବିବା ଭୂଲ । ଅନେକ କ୍ଷେତ୍ରରେ ପୁରା ଦେଖିପାରୁ ନଥିବା ବ୍ୟକ୍ତି ସାମାନ୍ୟ ଦେଖିପାରନ୍ତି । ଫଳରେ ଦୈନନ୍ଦିନ ଜୀବନ ଯାପନରେ ବ୍ୟାପକ ଉନ୍ନତି ଆସିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶନାମା ଅନୁଯାୟୀ କାର୍ଣ୍ଣିଆ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କ ପରିଚୟ ଗୋପନ ରଖାଯାଏ । ତେଣୁ ଅମକ ମୃତ ବ୍ୟକ୍ତିଙ୍କ କାର୍ଣ୍ଣିଆ ଦ୍ୱାରା ସମକ ଚକ୍ଷୁବାଧିତ ଉପକୃତ ହେଲେ ବୋଲି ଜାଣିବାର ଅବକାଶ ନଥାଏ । କାର୍ଣ୍ଣିଆ କିଣାବିକା ନିଷେଧ । ଚକ୍ଷୁ ବ୍ୟାଙ୍କ ପ୍ରତିଷ୍ଠିତ ହୋଇଥିବା ଚକ୍ଷୁ ଚ଼ିକିତ୍ସାଳୟଗୁଡ଼ିକରେ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷାରତଙ୍କ ତାଲିକା ପ୍ରସ୍ତୁତ ହୋଇଥାଏ ଏବଂ ସେହିକ୍ରମରେ କାର୍ଣ୍ଣିଆ ପ୍ରତ୍ୟାରୋପଣ କରାଯାଇଥାଏ । ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ୱର ୮ ଯାଏଁ ଚକ୍ଷୁଦାନ ସଂପର୍କରେ ଜନସାଧାରଣରେ ଆଗ୍ରହ ସୃଷ୍ଟି ଲାଗି ଜାତୀୟସ୍ତରରେ ପ୍ରଚାର ଅଭିଯାନପକ୍ଷ ପାଳନ ହୋଇଥାଏ ।

Photo by Ion Fet on Unsplash
No comments:
Post a Comment