#ବ୍ରହ୍ମପୁର ପର୍ଯ୍ୟଟନ ମାନଚ଼ିତ୍ରରେ ଗୋପାଳପୁର
ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବ୍ରିଟିଶ ଶାସନ କାଳରେ
ଗୋପାଳପୁର ବନ୍ଦର ଓ ବାଣିଜ୍ୟ ପେଣ୍ଠ ଭାବେ ଗଢ଼ି ଉଠିଥିବା ସ୍ଥଳେ ସ୍ୱାଧୀନୋତ୍ତର ଅବସ୍ଥାରେ
ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲା । ଗୋପାଳପୁର ବନ୍ଦର ମୁଖ୍ୟତଃ ଆଧୁନିକ ମିଆଁମାର ବା
ରେଙ୍ଗୁନ ବନ୍ଦର ସହ ଜଳପଥରେ ସଂଯୋଗ ସ୍ଥାପିତ ହୋଇଥିଲା । ଗୋପାଳପୁର ଓ ରେଙ୍ଗୁନ ଉଭୟ ବ୍ରିଟିଶ
ଉପନିବେଶ ଥିବା ହେତୁ ବାଣିଜ୍ୟ ବ୍ୟବସାୟ ତଥା ଶ୍ରମ ନିଯୁକ୍ତି ଲାଗି ଦେଶାନ୍ତର ଯାତ୍ରାରେ
କୌଣସି କଟକଣା ନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ପ୍ରତିପକ୍ଷ ଜାପାନ ବିମାନ ବାହିନୀ
ପକ୍ଷରୁ ବ୍ରିଟିଶ ଶାସନାଧୀନ ରେଙ୍ଗୁନ ବନ୍ଦରରେ ବୋମାମାଡ଼ ହେବାପରେ ଗୋପାଳପୁରକୁ ଜାହାଜ ଚଳାଚଳ
ବାଧାପ୍ରାପ୍ତ ହୋଇଥିଲା । ସପ୍ତାହକ ମଧ୍ୟରେ ରେଙ୍ଗୁନରୁ ଗୋପାଳପୁରକୁ ଆସୁଥିବା ଏକ ଜାହାଜକୁ
ଲକ୍ଷ୍ୟ କରି ମଧ୍ୟ ବୋମା କ୍ଷେପଣ କରାଯାଇଥିଲା । ଏହି ଘଟଣା ୧୯୪୧ ଡ଼ିସେମ୍ୱର ମାସର କଥା ।
ଗୋପାଳପୁର ବନ୍ଦର ବନ୍ଦ ହୋଇଯିବାପରେ ସହରଟି ଏକରକମ ଶୂନଶାନ ପରିବେଶକୁ ଚାଲିଯାଇଥିଲା । ବିଂଶ ଶତାଦ୍ଦୀ ଆରମ୍ଭରୁ ଓଡ଼ିଶା ଉପକୂଳରେ ‘ବେଙ୍ଗାଲ ନାଗପୁର ରେଳୱେ’ କାର୍ଯ୍ୟକ୍ଷମ ହେବାପରେ ରେଳ ଚଳାଚଳ କାର୍ଯ୍ୟରେ ନିଯୁକ୍ତ ଏଙ୍ଗ୍ଳୋ-ଇଣ୍ଡିଆନ ସଂପ୍ରଦାୟର ବହୁ ବ୍ୟକ୍ତି ଖୋର୍ଦ୍ଧାରୋଡ଼ ରେଳ ଡ଼ିଭିଜନରେ ଅବସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ପରିବାର କର୍ମନିଯୁକ୍ତିରୁ ଅବସର ଗ୍ରହଣପରେ ଗୋପାଳପୁର ସମୁଦ୍ର ବେଳାରେ ସ୍ଥାୟୀଭାବେ ବସବାସ କରିବା ନିମନ୍ତେ ବାଛି ନେଇଥିଲେ । ବ୍ରିଟିଶ ଶାସନ ଆରମ୍ଭକାଳରୁ ଖ୍ରୀଷ୍ଟ ଧର୍ମ ପ୍ରଚାରକମାନେ, ମୁଖ୍ୟତଃ ରୋମାନ କ୍ୟାଥଲିକ ସଂପ୍ରଦାୟ ଗୋପାଳପୁରରେ ଆସ୍ଥାନ ଜମାଇଥିଲେ । ବନ୍ଦର ଯାତ୍ରୀଙ୍କ ବ୍ୟବହାର ନିମନ୍ତେ ନିର୍ମିତ ଏକ ହୋଟେଲ ବନ୍ଦର ବନ୍ଦ ହେବା ପରେ ଗୋପାଳପୁର ପରିଦର୍ଶକଙ୍କ ରହେଣୀ ନିମନ୍ତେ ବ୍ୟବହୃତ ହେଲା । ଏହି ଅବସରରେ ‘ଓବରାଇ ଗୃପ’ ପକ୍ଷରୁ ପାମବିଚ ହୋଟେଲ ପ୍ରତିଷ୍ଠା ପରେ ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ରୂପେ ବିକଶିତ ହେବାରେ ଲାଗିଲା । ‘ଓବରାଇ ଗୃପ’ର ଅନ୍ୟତମ ହୋଟେଲ ‘କୋଲକତା ଗ୍ରାଣ୍ଡ’ ଲୋକପ୍ରିୟତା ହାସଲ କରିଥିବା ହେତୁ ମହାନଗର କୋଲକତାବାସୀ ଶାନ୍ତ-ସମୁଦ୍ର-ସୈକତ ଗୋପାଳପୁରରେ ଛୁଟି କଟାଇବାକୁ ପସନ୍ଦ କଲେ । ହାବଡ଼ା ସହ ବ୍ରହ୍ମପୁର ରେଳ ସଂଯୋଗ ଓ ଦୃତ ଗତି ଟ୍ରେନ ଚଳାଚଳ ପର୍ଯ୍ୟଟନ ବିକାଶରେ ସହାୟକ ହୋଇଥିଲା ।
ଜଗତୀକରଣ ଓ ଅର୍ଥନୀତିକ ଉଦାରୀକରଣ ପ୍ରଭାବରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ପର୍ଯ୍ୟଟନ ଶିଳ୍ପର ଉନ୍ନତି ନିମନ୍ତେ ସରକାରୀସ୍ତରରେ ନୀତି ନିର୍ଦ୍ଧାରିତ ହେବା ପରେ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ଭଳି ଗୋପାଳପୁର ପର୍ଯ୍ୟଟନ ବିକାଶ ନିମନ୍ତେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସମସ୍ୟା ହେଲା ଗୋପାଳପୁରକୁ ଏକ ମନୋମୁଗ୍ଧକର ପର୍ଯ୍ୟଟନ ସ୍ଥଳୀ ରୂପେ ଗଢ଼ି ତୋଳିବା ନିମନ୍ତେ ବହୁ ଉପାଦାନ ଥିଲେହେଁ ଏଦିଗରେ କୌଣସି ସାମଗ୍ରିକ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ । ଅର୍ଥାତ, ବିଗତ କୋଡ଼ିଏ ପଚିଶି ବର୍ଷରେ ଗୋପାଳପୁରକୁ ପର୍ଯ୍ୟଟନ ଉପଯୋଗୀ ସହରରୂପେ ଗଠନ ନିମନ୍ତେ ଅର୍ଥ ନିବେଶ ହୋଇଥିଲେହେଁ ପୂର୍ଣ୍ଣାଙ୍ଗ ଉନ୍ନୟନ ବିବରଣୀ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରସ୍ତୁତ ହୋଇ ନପାରିଥିବା ହେତୁ ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ମନମୁତାବକ ଗୁଡ଼ାଏ ସିମେଣ୍ଟ-କଂକ୍ରିଟ ନିର୍ମାଣରେ ଅର୍ଥଶ୍ରାଦ୍ଧ ହେଉଛି । ସ୍ୱାବଲମ୍ୱୀ ବ୍ୟବସ୍ଥା ଅଭାବରୁ ବିଚ୍ଛୁରିତ ଭାବେ ଗଢ଼ି ଉଠୁଥିବା ଭିତ୍ତିଭୂମିଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରୁ ନାହିଁ । ପର୍ଯ୍ୟଟନ ବିକାଶ ଏକ ସୃଜନ ପ୍ରକ୍ରିୟା ଏବଂ ଏଦିଗରେ ସଫଳତା ପାଇବା ନିମନ୍ତେ ଦୀର୍ଘ ସୂତ୍ରୀ ଯୋଜନା ପ୍ରଣୟନ ଆବଶ୍ୟକ, ଏକଥା ବୁଝିବାକୁ ଆହୁରି ବହୁଦିନ ଲାଗିଯିବ ।
ଗୋପାଳପୁର ପର୍ଯ୍ୟଟନକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଏକ ପ୍ଳାନେଟାରିୟମ ନିର୍ମାଣ ନିମନ୍ତେ ୨୦୦୭ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଗୋପାଳପୁର ଉପକଣ୍ଠ ବିକ୍ରମପୁରଠାରେ ୧୦ ଏକର ଜମିରେ ୧୨ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱାଧୀନ ‘ଇଡ଼କୋ’ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରୁଛି ଏବଂ ଭୁବନେଶ୍ୱରସ୍ଥିତ ଏକ ଠିକା ସଂସ୍ଥା ଦାୟିତ୍ୱ ନେଇଛି । ତେବେ ୧୯ ବର୍ଷ ଧରି ପ୍ରକଳ୍ପଟି ନିର୍ମାଣାଧୀନ ଅବସ୍ଥାରେ ରହିଥିବା ହେତୁ ସମାଲୋଚ଼ନାର ପ୍ରସଙ୍ଗ ପାଲଟିଛି । କୁହାଯାଏ ଯେ ଓଡ଼ିଶାର ପ୍ରଥମ ପ୍ଳାନେଟାରିୟମ ଭୁବନେଶ୍ୱରଠାରେ ୧୯୮୦ରେ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ୨୦୧୭ରେ ସମ୍ୱଲପୁରଠାରେ ରାଜ୍ୟର ଦ୍ୱିତୀୟ ପ୍ଳାନେଟାରିୟମ ଉଦଘାଟିତ ହୋଇସାରିଛି । ଗୋପାଳପୁର ପ୍ଳାନେଟାରିୟମ ପରିସରରେ ଛଅ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ସାଇନ୍ସ ପାର୍କ ନିର୍ମାଣ ନିମନ୍ତେ ମଧ୍ୟ ଘୋଷଣା କରାଯାଇଛି । ତେବେ ଏସବୁ କାମ ସରିବାକୁ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ତାହା ସ୍ପଷ୍ଟ ହୋଇପାରୁନାହିଁ !

Image by rajta from Pixabay
No comments:
Post a Comment