#ବ୍ରହ୍ମପୁର ସମେତ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ
ଅଞ୍ଚଳରେ ବର୍ଷରେ ଆଠମାସ ଇନଫ୍ଳୁଏଞ୍ଜାର ପ୍ରାଦୁର୍ଭାବ ଲାଗି ରହେ । ମୌସୁମୀ ବର୍ଷା ଆଗମନରେ
ଜୁଲାଇ ମାସରୁ ଶୀତ ଶେଷ ଫେବୃୟାରୀ ମାସ ଯାଏଁ ଏକାଧିକ ଲହରରେ ଜନସାଧାରଣ ଜ୍ୱରକାଶରେ ସଂକ୍ରମିତ
ହୋଇଥାନ୍ତି । କେବଳ ଗ୍ରୀଷ୍ମଋତୁରେ ଚାରିମାସ ଇନଫ୍ଳୁଏଞ୍ଜା ଦେଖା ଦେଲେ ହେଁ ଅପେକ୍ଷାକୃତଭାବେ
କମ ପ୍ରଭାବଶାଳୀ ଅନୁଭୂତ ହୁଏ । ଜ୍ୱରକାଶରେ ଶିଶୁଙ୍କଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟଗ୍ରସ୍ତଙ୍କ
ଯାଏଁ ସମସ୍ତେ ଆକ୍ରାନ୍ତ ହୁଅନ୍ତି । ଏଥିରୁ ସହଜରେ ନିସ୍ତାର ମିଳେ ନାହିଁ । କମ ରୋଗ
ପ୍ରତିରୋଧକ ଶକ୍ତି ସମ୍ପନ୍ନ ବ୍ୟକ୍ତିବିଶେଷ ବର୍ଷକ ମଧ୍ୟରେ ବାରମ୍ୱାର ପୀଡ଼ିତ ହୋଇଥାନ୍ତି ।
ଇନଫ୍ଳୁଏଞ୍ଜା ଭୂତାଣୁ କ୍ରମାଗତଭାବେ ରୂପାନ୍ତରିତ ‘ମ୍ୟୁଟେସନ’ ହୋଇଥାଏ । ତେଣୁ ରୋଗର ଲକ୍ଷଣ ସମୟାନ୍ତେ ଭିନ୍ନ ଦେଖାଯାଏ । ଓଡ଼ିଶା ବିଶେଷଜ୍ଞମାନଙ୍କ ମତରେ ୨୦୨୩ରେ ଇନଫ୍ଳୁଏଞ୍ଜା ଏ ଓ ବି ଭୂତାଣୁରେ ପରିବର୍ତ୍ତନ ଆସିଛି । ଫଳରେ ଜ୍ୱର ଛାଡ଼ି ଯିବା ପରେ କାଶ ଦୀର୍ଘ ଦିନ ଧରି ଲାଗି ରହୁଛି । କୁହାଯାଉଛି ଯେ କେତେକ ବ୍ୟକ୍ତି ଭାଇରସ ଆକ୍ରାନ୍ତ ହେବାପରେ ବ୍ୟାକ୍ଟେରିଆ ସଂକ୍ରମିତ ହୋଇଥାନ୍ତି । ସେମାନଙ୍କ କ୍ଷେତ୍ରରେ ଦୀର୍ଘକାଳୀନ ପ୍ରଭାବ ଲକ୍ଷ୍ୟ କରାଯାଇଥାଏ ।
ଇନଫ୍ଳୁଏଞ୍ଜା ସଂକ୍ରମଣ ଶହେ ବର୍ଷର ପୁରାତନ ଜଣାଶୁଣା ରୋଗ । ଏହାର ଉପଚାର ଲାଗି ଔଷଧ ସାଙ୍ଗକୁ ପ୍ରତିଷେଧକ ଟୀକା ମଧ୍ୟ ଉପଲବ୍ଧ । ତେବେ ଆମ ବ୍ରହ୍ମପୁରରେ ଇନଫ୍ଳୁଏଞ୍ଜା ଭାକସିନ ଜନାଦୃତି ଲାଭ କରିପାରି ନାହିଁ । ବିକଶିତ ରାଷ୍ଟ୍ରଗୁଡିକରେ କୋଭିଡ଼ ମହାମାରୀ ପୂର୍ବରୁ ଇନଫ୍ଳୁଏଞ୍ଜା ଭାକସିନ ମୁଖ୍ୟତଃ ଚ଼ିକିତ୍ସକ, ଚିକିତ୍ସାକର୍ମୀ ଓ ବାର୍ଦ୍ଧକ୍ୟଗ୍ରସ୍ତ ଗ୍ରହଣ କରୁଥିଲେ । ମହାମାରୀ-ପର ଅବସ୍ଥାରେ ଭାରତର ବଡ଼ ସହରଗୁଡ଼ିକରେ ଇନଫ୍ଳୁଏଞ୍ଜା ଭାକସିନର ଆଦର ବଢ଼ିଛି । କୁହାଯାଉଛି ଯେ ମହାମାରୀପରେ ଜ୍ୱରକାଶ ପ୍ରତି ଜନସାଧାରଣରେ ଭୟ ସୃଷ୍ଟି ହୋଇଛି, ଇନଫ୍ଳୁଏଞ୍ଜା ସଂପର୍କରେ ସଚ଼େତନ ହୋଇଛନ୍ତି ଓ ଭାକସିନ ଗ୍ରହଣକୁ ସ୍ୱାସ୍ଥ୍ୟରକ୍ଷାର ଏକ ଅଙ୍ଗ ରୂପେ ଗ୍ରହଣ କରିନେଇଛନ୍ତି । ପୂର୍ବରୁ ବିଭିନ୍ନ ପ୍ରତିଷେଧକ ଟୀକାର କାର୍ଯ୍ୟକାରିତା ଓ ପାର୍ଶ୍ୱ–ପ୍ରତିକ୍ରିୟା ସଂପର୍କରେ ପ୍ରଶ୍ନ ଉଠୁଥିଲା, କିନ୍ତୁ କ୍ରମଶଃ ସକାରାତ୍ମକ ମନୋଭାବ ପ୍ରସାରିତ ହୋଇଛି ।
ଇନଫ୍ଳୁଏଞ୍ଜା ଭାକସିନ ବର୍ଷକରେ ଥରେ ନେବାକୁ ପଡ଼େ । ଇନଫ୍ଳୁଏଞ୍ଜା ଭାକସିନ ସହ ନିମୋନିଆ ଭାକସିନ ମଧ୍ୟ ଲୋକପ୍ରିୟ । ନିମୋନିଆ ଭାକସିନ ପାଞ୍ଚ ବର୍ଷରେ ଥରେ ନିଆଯାଏ । ଓଡ଼ିଶାରେ ୨୦୨୩ ବର୍ଷରେ ଇନଫ୍ଳୁଏଞ୍ଜା ବ୍ୟାପିଥିଲେ ହେଁ ନିମୋନିଆ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ବୋଲି ଚ଼ିକିତ୍ସକମାନେ କହନ୍ତି । ଆମ ଦେଶରେ ଶିଶୁ ରୋଗ ପ୍ରତିଷେଧକ ବ୍ୟବସ୍ଥା କଡ଼ାକଡ଼ି ପାଳନ କରାଯାଉଥିଲେହେଁ ପ୍ରାପ୍ତ ବୟସ୍କଙ୍କ ପ୍ରତିଷେଧକ ବ୍ୟବସ୍ଥା ପ୍ରସାର ଲାଭ କରିପାରି ନାହିଁ ।
ମହାମାରୀ-ପର ଅବସ୍ଥାରେ ବଡ଼ ସହରଗୁଡ଼ିକରେ ଇନଫ୍ଳୁଏଞ୍ଜା, ନିମୋନିଆ ସାଙ୍ଗକୁ ହେପାଟାଇଟିସ ଓ ଟାଇଫଏଡ଼ ଭାକସିନ ପ୍ରତି ସ୍ୱଚ୍ଛଳ ପରିବାରବର୍ଗରେ ଆଗ୍ରହ ବଢୁଥିବା ପରିଲକ୍ଷିତ । ପ୍ରଥମେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ଜଟିଳ ରୋଗାକ୍ରାନ୍ତଙ୍କ ଭାକସିନ ପ୍ରଦାନ କରାଯାଉଥିବା ସ୍ଥଳେ କ୍ରମଶଃ ସୁସ୍ଥ ଓ ଯୁବବର୍ଗ ଭାକସିନ ନେବା ନିମନ୍ତେ ଆଗେଇ ଆସୁଛନ୍ତି । ଏଣିକି ସୁଧୀମଣ୍ଡଳୀରେ ଜ୍ୱରକାଶ ଆକ୍ରାନ୍ତଙ୍କ ଚଳପ୍ରଚଳ ଶିଷ୍ଟାଚାର ବିରୋଧୀ ରୂପେ ପରିଗଣିତ । ଥରେ ଇନଫ୍ଳୁଏଞ୍ଜା ଆକ୍ରାନ୍ତ ହେଲେ ଅନ୍ତତଃପକ୍ଷେ ସପ୍ତାହେ କାର୍ଯ୍ୟକ୍ଷେତ୍ରରେ ସ୍ୱାଭାବିକ ଅଂଶଗ୍ରହଣ କରିପାରୁନଥିବା ହେତୁ ବର୍ଷରେ ଇନଫ୍ଳୁଏଞ୍ଜା ପାଇଁ ସପ୍ତାହେ-ଦୁଇ ସପ୍ତାହ ସ୍ୱାଭାବିକ ଜନଜୀବନରୁ ଦୂରେଇ ରହିବା ଲାଗି ଅଧିକାଂଶ ଅମଙ୍ଗ । ଏହି କାରଣରୁ ପ୍ରତିଷେଧକ ବ୍ୟବସ୍ଥା ଗୁରୁତ୍ୱ ଲାଭ କରୁଛି । କୋଲକତାର ଚ଼ିକିତ୍ସକମାନେ କହୁଛନ୍ତି ଡ଼େଙ୍ଗୁ ଜ୍ୱରର ଭାକସିନ ସଂପର୍କରେ ବହୁ ବ୍ୟକ୍ତି ପଚରାଉଚୁରା କରୁଛନ୍ତି । କିନ୍ତୁ ଡ଼େଙ୍ଗୁ ପ୍ରତିଷେଧକ ଏଯାଏଁ ପ୍ରସ୍ତୁତ ହୋଇପାରିନାହିଁ । ବଡ଼ ସହରର ଭାକସିନ ଧାରା କ୍ରମଶଃ ବ୍ରହ୍ମପୁରରେ ମଧ୍ୟ ପ୍ରତିଫଳିତ ହେବା ସ୍ୱାଭାବିକ ବିଚାର କରାଯାଇପାରେ ।

Image by MasterTux from Pixabay
No comments:
Post a Comment