#ବ୍ରହ୍ମପୁର ସହରବାସୀଙ୍କ
ଚର୍ଚ୍ଚାରେ ବିଗତ ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗୋପାଳପୁର ‘ପାମ ବିଚ଼ ହୋଟେଲ’ ଏକ ସଂଭ୍ରାନ୍ତ ଠିକଣା ।
ପୁରାତନ ଗୋପାଳପୁର ସାମୁଦ୍ରିକ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ଅବସରରେ ପ୍ରଥମ
ବିଶ୍ୱଯୁଦ୍ଧ କାଳରେ ‘ପାମ ବିଚ଼ ହୋଟେଲ’ ଆରମ୍ଭ ହୋଇଥିଲା । ମୁଖ୍ୟତଃ
ରେଙ୍ଗୁନ ଯାତ୍ରୀ ଓ ରେଙ୍ଗୁନରୁ ରପ୍ତାନୀ ଓ ଆମଦାନୀରେ ସଂପୃକ୍ତ ବ୍ୟବସାୟୀଙ୍କ ସାମୟିକ ରହଣୀ ସ୍ଥଳୀ
ପାଲଟିଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ନିଗ୍ନୋର ମାଗଲିଓନି ନାମକ ଜଣେ ଇଟାଲୀ ନାଗରିକ ‘ପାମ ବିଚ଼ ହୋଟେଲ’ ନିର୍ମାଣ ଓ ପରିଚାଳନା
କରୁଥିଲେ । କୁହାଯାଏ ଓଡ଼ିଶାରେ ଏହା ସର୍ବପୁରାତନ ହୋଟେଲ ଏବଂ ସାରା ଦେଶରେ ପ୍ରଥମ ବିଚ଼
ରିସୋର୍ଟ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରେଙ୍ଗୁନରେ ରାଜନୀତିକ ଅସ୍ଥିରତା କାରଣରୁ ଆମଦାନୀ-ରପ୍ତାନୀ ତଥା ଦେଶାନ୍ତର ଶ୍ରମିକ ପ୍ରଥା ବାଧାପ୍ରାପ୍ତ ହେବା ପରେ ଜାହାଜ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଫଳରେ ଗୋପାଳପୁର ବନ୍ଦର ଶୂନଶାନ ହୋଇ ପଡ଼ିଲା । ‘ପାମ ବିଚ଼ ହୋଟେଲ’କୁ ମାଲିକ ବିକ୍ରୀ କରିଦେବା ନିମନ୍ତେ ମନସ୍ଥ ହୋଇଥିଲେ । ସିମଲା ଓ କୋଲକତାରେ ହୋଟେଲ ଚଳାଉଥିବା ‘ଇଷ୍ଟ ଇଣ୍ଡିଆ ହୋଟେଲସ’ର ମାଲିକ ଏମ୍.ଏସ୍. ଓବରାଇ ତିନି ଲକ୍ଷ ଟଙ୍କାରେ ୧୯୪୭ରେ ସିଗ୍ନୋର ମାଗଲିଓନିଙ୍କଠାରୁ କିଣି ନେଲେ । ଓବରାଇଙ୍କ ମାଲିକାନାରେ ‘ପାମ ବିଚ଼ ହୋଟେଲ’ର ପ୍ରତିପତ୍ତି ବଢ଼ିଥିଲା । କୋଲକତାର ସଂଭ୍ରାନ୍ତ ପରିବାରବର୍ଗ, ମୁଖ୍ୟତଃ ନବବିବାହିତମାନେ ମଧୁଚ଼ନ୍ଦ୍ରିକା ଯାପନ ନିମନ୍ତେ ହୋଟେଲର ଅତିଥି ହେବାକୁ ଲାଗିଲେ । ସୋଭିଏତ ୟୁନିୟନ ବିଭାଜିତ ହେବା ପୂର୍ବରୁ ବହୁ ଋଷୀୟ ପର୍ଯ୍ୟଟକ ମଧ୍ୟ ଆସୁଥିଲେ । ତେବେ ୧୯୯୯ର ମହାବାତ୍ୟାରେ ସମୁଦ୍ରତଟ ହୋଟେଲଟିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଓବରାଇ ଗୃପ ୨୦୦୨ରୁ ପାମବିଚ଼ ହୋଟେଲ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ଦିନ କେତେ ହୋଟେଲ ଲିଜରେ ଚଳାଇବା ନିମନ୍ତେ ଉଦ୍ୟମ ହୋଇଥିଲା, କିନ୍ତୁ ତାହା ସଫଳ ହେଲା ନାହିଁ । ଶେଷରେ ୨୦୧୧ରେ ଓଡ଼ିଶାର ଅନ୍ୟତମ ବୃହତ ହୋଟେଲ ବର୍ଗ ‘ମେ-ଫେୟାର ଗୃପ’ ଦଶ କୋଟି ଟଙ୍କାରେ ଇଷ୍ଟ ଇଣ୍ଡିଆ ହୋଟେଲଠାରୁ କିଣି ନେଇଥିଲେ ।
ଇଟାଲୀର ସିସିଲି ଅଧିବାସୀ ସିଗ୍ନୋର ମାଗଲିଓନି ଗୋପାଳପୁରଠାରେ ‘ପାମ ବିଚ ହୋଟେଲ’ ସ୍ଥାପନ କରିଥିବା ସ୍ଥଳେ କିଛି ବର୍ଷ ପୂର୍ବରୁ ଦୁଇଜଣ ଇଟାଲୀ ହୋଟେଲ ବ୍ୟବସାୟୀ ସିମଲାରେ ‘ସିସିଲ’ ଓ ‘ଗ୍ରାଣ୍ଡ’ ନାମରେ ଦୁଇଗୋଟି ହୋଟେଲ ଆରମ୍ଭ କରିଥିଲେ । ଓବରାଇ ସିମଲା ଓ କୋଲକତା ପରେ ଗୋପାଳପୁରରେ ହୋଟେଲ କିଣିଥିଲେ । ପାମବିଚ଼ ହୋଟେଲ ୧୨ ଏକର ପରିମିତ ଜମିରେ ଅବସ୍ଥିତ । ଏହାର ମୌଳିକ ସ୍ଥାପତ୍ୟ ଭୂ-ମଧ୍ୟସାଗରୀୟ ଛାପ ବହନ କରେ । ଅତୀତରେ ‘ପାମ ବିଚ଼ ହୋଟେଲ’ର ପରିବେଶ, ଧଳା ଆସବାବପତ୍ର, ଶାନ୍ତ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ ବିଦେଶର ଭ୍ରମ ସୃଷ୍ଟି କରୁଥିଲା । ହୋଟେଲର ମାଲିକନା ଦୁଇ ଥର ପରିବର୍ତ୍ତିତ ହୋଇଥିଲେହେଁ ମୌଳିକ ଆଙ୍ଗିକକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ୟମ କରାଯାଇଥିବା କୁହାଯାଏ ।
‘ପାମ ବିଚ଼ ହୋଟେଲ’ ମେ-ଫେୟାର ପାମ ବିଚ଼ ରିସର୍ଟରେ ପରିବର୍ତ୍ତିତ ହେବା ପରେ ବ୍ୟାପକ ସଂପ୍ରସାରଣ ସଂଭବ ହୋଇଛି । ମୋଟ ୧୪୧ ଗୋଟି କଠୋରୀ ବିଶିଷ୍ଟ ହୋଟେଲରେ ପର୍ଯ୍ୟଟନ ଋତୁରେ ଭଡ଼ା ହାରାହାରି ଦୈନିକ ୧୨ରୁ ୧୬ ହଜାର ହିସାବ କରାଯାଏ । ପର୍ଯ୍ୟଟନ ଅଭିବୃଦ୍ଧିରେ ହୋଟେଲ କଠୋରୀ ସଂଖ୍ୟା ବୃଦ୍ଧି ମୁଖ୍ୟ ଭିତ୍ତିଭୂମି । କଠୋରୀ ନିର୍ମିତ ହେବାପରେ ପର୍ଯ୍ୟଟକ ଖୋଜାରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଏ । ପାରିପାର୍ଶ୍ୱିକ ପରିବେଶ ପର୍ଯ୍ୟଟନ ଉପଯୋଗୀ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଯତ୍ନ ନିଆଯାଏ । ଗୋପାଳପୁରକୁ ଉଚ୍ଚବର୍ଗର ପର୍ଯ୍ୟଟକ ଆଗମନରେ ଗୋପାଳପୁର ସମେତ ବ୍ରହ୍ମପୁରରେ ବ୍ୟାବସାୟିକ ଉନ୍ନତି ଆଶା କରାଯାଇପାରେ । ଗୋପାଳପୁର ବନ୍ଦର ସହରରୁ ପର୍ଯ୍ୟଟନ ସହର ରୂପାନ୍ତରଣରେ ‘ପାମ ବିଚ଼ ହୋଟେଲ’ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।

Image by Quang Nguyen vinh from Pixabay
No comments:
Post a Comment