#ବ୍ରହ୍ମପୁର ନିକଟବର୍ତ୍ତୀ
ଚ଼ିଲିକା ହ୍ରଦରେ ପ୍ରତିବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପକ୍ଷୀଗଣନା କାର୍ଯ୍ୟକ୍ରମ
ସରକାରୀସ୍ତରରେ ଆୟୋଜିତ ହୁଏ । ଚଳିତ ୨୦୨୪ର ବାର୍ଷିକ ପକ୍ଷୀଗଣନା ୪ ଜାନୁୟାରୀରେ ସମ୍ପନ୍ନ
ହୋଇଥିଲା । ଏଥିଲାଗି ୨୧ ଗୋଟି ଦଳରେ ୧୩୦ ଜଣ ଗଣନାକାରୀଙ୍କୁ ସାମିଲ କରାଯାଇଥିଲା । ବଡ଼ି ସକାଳ
୬ରୁ ମଧ୍ୟାହ୍ନ ୧୨ ଯାଏଁ ପରିବ୍ୟାପ୍ତ ପକ୍ଷୀଗଣନାରେ ପ୍ରାୟ ୧୧ ଲକ୍ଷ ୩୮ ହଜାର ପକ୍ଷୀଙ୍କୁ ଠାବ
କରାଯାଇଥିଲା । ଏମାନଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦା ଓ ବିଦେଶାଗତ ପକ୍ଷୀ ସାମିଲ ।
ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ଥାନୀୟ ବାସିନ୍ଦା ପକ୍ଷୀଙ୍କ ସଂଖ୍ୟା ୭୯ ପ୍ରଜାତିର ପ୍ରାୟ ୩୯
ହଜାର ଥିବା ସ୍ଥଳେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୧୦୮ ପ୍ରଜାତିର ପ୍ରାୟ ଏଗାର ଲକ୍ଷ । ଶୀତ
ଋତୁରେ ଚିଲିକାକୁ ସୁଦୂର ସାଇବେରିଆ, କାଜଗିସ୍ଥାନ, ବୈକାଲ ହ୍ରଦ, କାସ୍ପିଆନ ସାଗର, ଉତ୍ତର
ୟୁରୋସିଆ ତଥା ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରୁ ଦେଶାନ୍ତରୀ ପକ୍ଷୀ ଚିଲିକା ଆସିଥାନ୍ତି । କୁହାଯାଏ
ଯେ ଉତ୍ତର ଗୋଲାର୍ଦ୍ଧରେ ପ୍ରବଳ ଶୀତ ଓ ଆହାର ଅଭାବରୁ ପକ୍ଷୀମାନେ ହଜାର ହଜାର କିଲୋମିଟର
ଅତିକ୍ରମ କରି ଅପେକ୍ଷାକୃତ ଉଷ୍ମ ଓ ମତ୍ସ୍ୟ ସମ୍ପଦ ଭରପୁର ଚିଲିକା ହ୍ରଦରେ ଋତୁଭିତ୍ତିକ ଅତିଥି
ସାଜିଥାନ୍ତି ।
ଚିଲିକାରେ ଏକ, ଦୁଇ, ତିନି ହିସାବ କରି ପକ୍ଷୀ ଗଣନା ହୁଏନି । ସ୍ୱତନ୍ତ୍ର ଦୂରବୀକ୍ଷଣ ଯନ୍ତ୍ର ‘ବାଇନାକୂଲର’ ଭଳି ଯନ୍ତ୍ରର ପରିଧିରେ ଯେତିକି ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳନ୍ତି ତାହାର ଗଣନା ସଂପ୍ରସାରିତ ଅଞ୍ଚଳ ହିସାବକୁ ନେଇ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ । ଏହା ପକ୍ଷୀ ସଂଖ୍ୟା ଆକଳନ ନିମନ୍ତେ ସ୍ୱୀକୃତି ପ୍ରାପ୍ତ ବୈଜ୍ଞାନିକ ଧାରା । ଏହି ଯନ୍ତ୍ର ବ୍ୟବହାର ସଂପର୍କରେ ପକ୍ଷୀଗଣନାକାରୀଙ୍କୁ ପୂର୍ବରୁ ତାଲିମ ପ୍ରଦାନ କରାଯାଏ ।
ଚିଲିକା ପକ୍ଷୀ ଗଣନାରେ ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ପାଞ୍ଚ ହଜାର ୮୦୦ ବଢ଼ିଥିବା ଜଣାଯାଇଛି । ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବିଗତ କିଛି ବର୍ଷ ଧରି ବିଦେଶାଗତ ପକ୍ଷୀମାନେ ଅତୀତ ତୁଳନାରେ ସଅଳ ଆସି ଚିଲିକାରେ ପହଞ୍ଚୁଛନ୍ତି । ଉଦାହରଣରେ ୭ ଅକ୍ଟୋବର ୨୦୨୩ରେ ଚିଲିକାର ନଳବଣ ଅଞ୍ଚଳରେ ପ୍ରାୟ ୫୦ ଗୋଟି ଦେଶାନ୍ତରୀ ପକ୍ଷୀ ଠାବ କରାଯାଇଥିଲା । ପୂର୍ବ ବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବିଦେଶୀ ପକ୍ଷୀ ଆସିଥିଲେ । ବିଶେଷଜ୍ଞମାନେ ଏହି ପରିବର୍ତ୍ତନ ପଛରେ ଉତ୍ତର ଗୋଲାର୍ଦ୍ଧରେ ସଅଳ ଶୀତ ପଡୁଥିବା, ଖାଦ୍ୟ ଅଭାବ ଦେଖାଦେଉଥିବା ତଥା ଚଳିତ ବର୍ଷ ଉତ୍ତରାଖଣ୍ଡ ଓ ସିକିମରେ ବନ୍ୟା ବିତ୍ପାତ ଭଳି କାରଣକୁ ଦାୟୀ କରିଥାନ୍ତି । ଆଶ୍ଚର୍ଯ୍ୟର ବିଷୟ ଦେଶାନ୍ତରୀ ପକ୍ଷୀଙ୍କ ପ୍ରଥମ ଦଳ ଚିଲିକା ପହଞ୍ଚିଲା ବେଳକୁ ଏଠାକାର ତାପମାତ୍ରା ୩୩ରୁ ୩୫ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ ମାପ କରାଯାଉଥିଲା । ସାଧାରଣରେ ମାର୍ଚ୍ଚ ମାସ ସୁଦ୍ଧା ହ୍ରଦର ତାପମାତ୍ରା ୪୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ରେ ଛୁଇଁବା ବେଳକୁ ଦେଶାନ୍ତରୀ ପକ୍ଷୀମାନେ ଚିଲିକାରୁ ନିଜ ବାସସ୍ଥଳ ଅଭିମୁଖେ ଫେରିଯାଇଥାନ୍ତି । ବିଦେଶାଗତ ପକ୍ଷୀ ଗରମ ସହି ପାରନ୍ତି ନାହିଁ ।
ଶୀତଋତୁରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟରୁ ପଲେ ଦି ପଲ ଋଷିକୂଲ୍ୟା ମୁହାଣ, ସୁରଳ, ସୁମାଣ୍ଡି ଓ ସୋନପୁର ବେଳାଭୂମିରେ ପହଞ୍ଚନ୍ତି । ଚଳିତ ବର୍ଷ ୧୦ ଜାନୁୟାରୀ ୨୦୨୪ରୁ ତିନି ଦିନ ବ୍ୟାପୀ ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଗଣନା କରାଯିବ ।
ଚିଲିକା ହ୍ରଦରେ ଅକ୍ଟୋବରରୁ ମାର୍ଚ୍ଚ ଯାଏଁ ଛଅ ମାସ ପ୍ରାୟ ଏଗାର ଲକ୍ଷ ବିଦେଶାଗତ ପକ୍ଷୀ ଅବସ୍ଥାନ କରୁଥିବା ଘଟଣାକ୍ରମକୁ ଏକ ଲୋଭନୀୟ ପର୍ଯ୍ୟଟନ ବିଭବ ଭାବେ ଗ୍ରହଣ କରାଯାଇପାରେ । ତେବେ ତଦ୍ଅନୁରୂପ ପର୍ଯ୍ୟଟକଙ୍କ ଭିଡ଼ ଜମି ପାରୁନଥିବା କ୍ଷୋଭର ବିଷୟ । ହୁଏତ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂପର୍କରେ ଆବଶ୍ୟକୀୟ ପ୍ରଚାରପ୍ରସାର ହୋଇପାରୁନାହିଁ, ପର୍ଯ୍ୟଟନ ବିକାଶଲାଗି ସମକାଳରେ ଆଦୃତ ପନ୍ଥା ପ୍ରଯୋଜନା କରାଯାଇପାରୁ ନାହିଁ କିମ୍ୱା ପର୍ଯ୍ୟଟନର ଉନ୍ନତି ଲାଗି ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ଉଚ଼ିତ ଭାଗିଦାରୀ ଆୟୋଜନ କରାଯାଇ ପାରୁନାହିଁ । ପ୍ରାୟ ଏଗାର ଶହ ବର୍ଗ କିଲୋମିଟର ପ୍ରସାରିତ ଚିଲିକା ହ୍ରଦ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅଂଶବିଶେଷ । ତେବେ ପୁରୀ ଓ ଭୁବନେଶ୍ୱର ବାଦେ ବ୍ରହ୍ମପୁର ନିକଟତମ ବଡ଼ ସହର ହୋଇଥିବା ହେତୁ ଚିଲିକା ପର୍ଯ୍ୟଟନରେ ବ୍ରହ୍ମପୁରର ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

Image by Bishnu Sarangi from Pixabay
No comments:
Post a Comment