#ବ୍ରହ୍ମପୁର ସହରବାସୀ
ବିମାନଯାତ୍ରା ଲାଗି ମୁଖ୍ୟତଃ ଭୁବନେଶ୍ୱର ଓ ବିଶାଖାପଟଣା ବିମାନ ବନ୍ଦର ଉପରେ ନିର୍ଭରଶୀଳ ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ
ବିବରଣୀ ଅନୁଯାୟୀ ଡ଼ିସେମ୍ୱର ୨୦୨୩ରେ ଚାରି ଲକ୍ଷ ଯାତ୍ରୀ ହିସାବ କରାଯାଇଥିଲା । ଏଠାରୁ
ବର୍ଷକୁ ପ୍ରାୟ ୪୧ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି ଏବଂ ୩୦ ପ୍ରତିଶତ ହାରରେ ବିମାନଯାତ୍ରୀ
ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିମାନ ଯାତ୍ରୀମାନଙ୍କ ସ୍ୱଚ୍ଛନ୍ଦ ଯାତ୍ରା ଆୟୋଜନ ଲାଗି
ଭୁବନେଶ୍ୱର ବିମାନ ବନ୍ଦରରେ ମାର୍ଚ୍ଚ ୨୦୨୪ରୁ କେତେକ ସୁବିଧା ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ
ପଦକ୍ଷେପମାନ ଗ୍ରହଣ କରାଯାଇଥିବା ପ୍ରକାଶ ।
ଫେବୃୟାରୀ ୨୦୨୪ ପ୍ରଥମ ସପ୍ତାହରେ ଟର୍ମିନାଲ-୧ ଓ ଟର୍ମିନାଲ-୨ ସଂଯୋଗ ନିମନ୍ତେ ଏକ ଲିଙ୍କ ବିଲଡିଂ ଉଦଘାଟିତ ହୋଇଥିଲା । ଏଣିକି ଟର୍ମିନାଲ-୧ ଦେଶ ମଧ୍ୟରେ ବିଭିନ୍ନ ସହରକୁ ବିମାନ ଯାତ୍ରୀଙ୍କ ବ୍ୟବହାରରେ ଲାଗିବା ସ୍ଥଳେ ଟର୍ମିନାଲ-୨ ବିଦେଶ ଯାତ୍ରୀଙ୍କ ଲାଗି ସଂରକ୍ଷିତ ରହିବ । ଟର୍ମିନାଲ-୨ର ପ୍ରଶସ୍ତ ଭିତ୍ତିଭୂମିରେ ଥରକେ ୨୮୫ରୁ ୩୧୫ ଜଣ ଯାତ୍ରୀ ଅବତରଣ-ପର ପ୍ରକ୍ରିୟା ସାରିବାରେ ସମର୍ଥ ହେବେ ବୋଲି କୁହାଯାଉଛି । ମୋଟ ପ୍ରାୟ ଚାରି ହଜାର ବର୍ଗଫୁଟ କୋଠା ନିର୍ମାଣ ନିମନ୍ତେ ୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଦୁଇ ଗୋଟି ଲଗେଜ ବେଲଟ ଓ ୧୨ ଗୋଟି ଇମିଗ୍ରେସନ କାଉଣ୍ଟର ବ୍ୟବସ୍ଥା ରହିଛି । ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟ ୨୦୧୮ରୁ ଆରମ୍ଭ ହୋଇଥିଲା । କିନ୍ତୁ ଥରେ ନିର୍ମାଣଧୀନ ଅବସ୍ଥାରେ କୋଠାର କିଛି ଅଂଶ ଭୁଷୁଡ଼ି ପଡ଼ିବା ଓ କୋଭିଡ଼ ମହାମାରୀ କାରଣରୁ ନିର୍ମାଣ କାର୍ଯ୍ୟ ସାମୟିକ ବନ୍ଦ ରହିଥିଲା ।
ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୨୦୨୪ ସୁଦ୍ଧା ଯାତ୍ରୀମାନେ ତିନି ଗୋଟି ନୂଆ ପ୍ରବେଶ ପଥ ଓ ୧୮ ଗୋଟି ଚ଼େକିଂ ପଏଣ୍ଟର ସୁବିଧା ପାଇବେ । ତଦ୍ଅନୁଯାୟୀ ପାର୍କିଂ ବ୍ୟବସ୍ଥାର ମଧ୍ୟ ସଂପ୍ରସାରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଏ ।
ଭୁବନେଶ୍ୱର ବିମାନ ବନ୍ଦରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିମାନ ଉଡ଼ାଣ ଆରମ୍ଭ ତଥା କେତେକ ନିର୍ଦ୍ଦିଷ୍ଟ ଆନ୍ତର୍ଜାତିକ ରୁଟ ଖୋଲିବା ପରେ ଯାତ୍ରୀ ସଂଖ୍ୟା ବଢ଼ିବା ସ୍ୱାଭାବିକ । ତେବେ ଉଭୟ କ୍ଷେତ୍ର ବ୍ୟାବସାୟିକ ଦୃଷ୍ଟିରୁ ସ୍ୱାବଲମ୍ୱୀ ହୋଇପାରୁଛି କି, ତାହା ଏକ ବଡ଼ ପ୍ରଶ୍ନ । ସରକାରୀ ପ୍ରୋତ୍ସାହନରେ ଦୀର୍ଘକାଳ ରାଜ୍ୟ ମଧ୍ୟରେ କିମ୍ୱା ଆନ୍ତର୍ଜାତିକ ରୁଟରେ ବିମାନ ସେବା ଚଳାଇବା ସଂଭବ ନୁହେଁ । ରାଜ୍ୟ ମଧ୍ୟରେ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ବିମାନ ସେବା ଯାତ୍ରୀ ଅନୁକୂଳ ହେବା ଆବଶ୍ୟକ । ଉଦାହରଣରେ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାରୁ ସପ୍ତାହରେ ଦୁଇ ଦିନ ଭୁବନେଶ୍ୱର ବିମାନ ଯାତ୍ରା ଯାତ୍ରୀ ଅନୁକୂଳ ସାବ୍ୟସ୍ତ ହୋଇପାରୁ ନାହିଁ । ବିମାନ ଯାତ୍ରା ଭଡ଼ା ଏକ ହଜାର ଟଙ୍କାରେ ସୀମିତ ରହିଲେ ମଧ୍ୟ ଆଶାନୁରୂପ ଯାତ୍ରୀ ହୋଇପାରୁନାହାନ୍ତି । ବ୍ରହ୍ମପୁର ସହରରୁ ରଙ୍ଗେଇଲୁଣ୍ଡା ଟ୍ୟାକ୍ସି ଭଡ଼ା ୭୫୦ ଟଙ୍କା ଆଉ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସହର ମଧ୍ୟକୁ ଟ୍ୟାକ୍ସି ଭଡ଼ା ୨୫୦ ଟଙ୍କା – ଏହି ଦୁଇ ଭଡ଼ା ମଧ୍ୟ ବିମାନ ଯାତ୍ରୀକୁ ବହନ କରିବାକୁ ପଡ଼ିଥାଏ । ବିମାନ ଯାତ୍ରା ଲାଗି ତିନିରୁ ଚାରି ଦିନ ଅପେକ୍ଷା ଅନ୍ୟ ଏକ ପ୍ରତିବନ୍ଧକ । ସେହିପରି ଆନ୍ତର୍ଜାତିକ ରୁଟରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଗୁରୁତ୍ୱ ଦିଆଯାଏ । କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟରେ କିମ୍ୱା ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ ଫଳବତୀ ହୋଇପାରୁ ନଥିବା ଅନୁଭୂତ ହୁଏ । ଭୁବନେଶ୍ୱର ବିମାନ ବନ୍ଦରର ସଂପ୍ରସାରଣ ସହ ଏହି ସମସ୍ୟା ଗୁଡ଼ିକ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ମନେହୁଏ ।

Image by Gala Amarando from Pixabay
No comments:
Post a Comment