#ବ୍ରହ୍ମପୁର ସମେତ ସମଗ୍ର
ମହୁରି ରାଜ୍ୟ ଶାସନ ଭାର ୧୮୫୦ରେ ଇଂଲିଶ ସରକାରଙ୍କ ହାତକୁ ଯିବା ପରେ ସ୍ଥାୟୀ ସରକାରୀ ସୈନ୍ୟ
ଛାଉଣୀକୁ ତତ୍କାଳୀନ ସହର ଉପକଣ୍ଠରେ ଏକ ବାରାକ୍ସ ସ୍ଥାପନ କରାଯାଇ ଥାଇଥାନ କରାଯାଇଥିଲା ।
ମିଲଟାରୀ ଲାଇନରେ ସୈନ୍ୟମାନେ ବସବାସ କରୁଥିଲେ ଏବଂ ଅନତିଦୂର ବାରାକ୍ସ ଗ୍ରାଉଣ୍ଡରେ ଅଭ୍ୟାସ
କରୁଥିଲେ । ମିଲଟାରୀ ଲାଇନକୁ ବାରାକ୍ସ ଯୋଡୁଥିବା ରାସ୍ତାକୁ କ୍ୟାଣ୍ଟନମେଣ୍ଟ ରୋଡ଼ କୁହାଯାଉଥିଲା
। ବ୍ରହ୍ମପୁର ପୌରପାଳିକା ୧୮୬୭ରେ ସ୍ଥାପନ ପରେ କ୍ୟାଣ୍ଟନମେଣ୍ଟ ରୋଡ଼ର ପଶ୍ଚିମ ପାର୍ଶ୍ୱରେ
ଭାପୁର ବଜାର ନିର୍ମାଣ କରିଥିଲେ । ଏହି ଅଞ୍ଚଳରେ ମୁସଲମାନ ବସ୍ତି ଖାଜା ସାହି ନିଜାମ ଶାସନ
ଅମଳରୁ ଗଢ଼ି ଉଠିଥିଲା । ବାରାକ୍ସକୁ ଲାଗି ରୋମାନ କ୍ୟାଥଲିକ ଓ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ଏବଂ
ବର୍ତ୍ତମାନ ସିଟି ହସପିଟାଲ ଚାଲୁଥିବା କୋଠାବାଡ଼ିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସକ୍ରିୟ
ଥିଲା । ବାରାକ୍ସ ସଂଲଗ୍ନ ବିସ୍ତୃତ ପଡ଼ିଆରେ ଡ଼ାକଘର ଓ ଅଗ୍ନିଶମ କେନ୍ଦ୍ର ତଥା ସ୍ୱାଧୀନୋତ୍ତର
ଅବସ୍ଥାରେ ବସଷ୍ଟାଣ୍ଡ ସ୍ଥାପିତ ହୋଇଥିଲା । ମିଲଟାରୀ ଲାଇନ ଓ ବାରାକ୍ସ ମଧ୍ୟରେ ମହୁରି ରାଜ୍ୟ
ସେନାବାହିନୀର ଅଂଶବିଶେଷ ଦଳପତିମାନଙ୍କ ବସ୍ତି ମଧ୍ୟ ଗଢ଼ି ଉଠିଥିଲା ।
ବ୍ରହ୍ମପୁର ଷ୍ଟାଡ଼ିୟମ ବାରାକ୍ସ ଗ୍ରାଉଣ୍ଡରେ ନିର୍ମାଣ ଏକ ଭୂଲ ନିଷ୍ପତ୍ତି । ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏକ ବିସ୍ତୃତ ପ୍ରାଙ୍ଗଣକୁ ଖୋଲାରେ ଛାଡ଼ି ଦେବା କିମ୍ୱା ବୃକ୍ଷ ରୋପଣ କରି ପାର୍କ ସ୍ଥାପନ ଉଚ଼ିତ ହୋଇଥାନ୍ତା । ସେହିପରି ଷ୍ଟାଡ଼ିୟମ ନିର୍ମାଣ କାଳରେ ଦୁଇ ପାର୍ଶ୍ୱରେ ଥିବା ଦଶ ଫୁଟର ପୌରପାଳିକା ରାସ୍ତା ଯାଏଁ କମ୍ପାଉଣ୍ଡ ମାଡ଼ି ଯିବାରୁ ଷ୍ଟାଡ଼ିୟମ ଅଞ୍ଚଳରେ ଯାନବାହନ ଚଳାଚଳ ଓ ପାର୍କିଂ ବ୍ୟବସ୍ଥା ଷ୍ଟାଡ଼ିୟମରେ ଉତ୍ସବାନୁଷ୍ଠାନ କାଳରେ ବିପର୍ଯ୍ୟସ୍ତ ହୋଇପଡ଼େ । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବାରାକ୍ସ ଗ୍ରାଉଣ୍ଡ ପିଲାଙ୍କ ଖେଳକୁଦ ଓ ବୟସ୍କଙ୍କ ବ୍ୟାୟାମ ପାଇଁ ସକାଳେ ସଞ୍ଜରେ ବ୍ୟବହୃତ ହେଉଥିଲା । ସେହି ଅଞ୍ଚଳକୁ ପ୍ରାଚ଼ୀର ଦ୍ୱାରା ଅବଦ୍ଧ କରି ବିଭିନ୍ନ ପ୍ରଶାସନିକ କାରଣ ଦର୍ଶାଇ ସର୍ବସାଧାରଣଙ୍କ ପ୍ରବେଶ ବାରଣ କରିବା ସହରବାସୀଙ୍କ ସ୍ୱାର୍ଥର ପରିପନ୍ଥୀ । ଷ୍ଟାଡ଼ିୟମ ନିର୍ମାଣ ଦିନୁ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଦାବୀକୁ ଅଣଦେଖା କରାଯାଇ ଆସିଛି ।
ବ୍ରହ୍ମପୁର ଷ୍ଟାଡ଼ିୟମ ଉନ୍ନତିକରଣ ନିମନ୍ତେ ବାରମ୍ୱାର ବନ୍ଦ ରହୁଛି । ଗତ ୨୦୧୯ରୁ ୩୮ କୋଟି ଟଙ୍କା ବ୍ୟୟରେ ସଦ୍ୟତମ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ଫଳରେ ପ୍ରାୟ ପାଞ୍ଚ ବର୍ଷ ଧରି ଷ୍ଟାଡ଼ିୟମ ଫାଟକ ଖେଳାଳି ଓ ସର୍ବସାଧାରଣ, ଉଭୟଙ୍କ ପାଇଁ ବାରଣ । ପୁନଃନିର୍ମାଣ କାର୍ଯ୍ୟ ୨୦୧୯ ସେପ୍ଟେମ୍ୱରରେ ଆରମ୍ଭ ହୋଇ ୨୦୨୧ ଜାନୁୟାରୀରେ ସରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତିନି ବର୍ଷ ବିଳମ୍ୱ ହେଲାଣି । କୁହାଯାଉଛି ଯେ କୋଭିଡ଼ ମହାମାରୀ ଓ ନିର୍ମାଣ ନକ୍ସା ବାରମ୍ୱାର ପରିବର୍ତ୍ତନ ହେଉଥିବା ହେତୁ ନିର୍ମାଣ କାର୍ଯ୍ୟ ସରିପାରୁ ନାହିଁ । କ୍ରୀଡ଼ାବିତମାନେ ଅଭିଯୋଗ କରୁଛନ୍ତି ଷ୍ଟାଡ଼ିୟମରେ ଦର୍ଶକ ବସିବା କ୍ଷମତା ବୃଦ୍ଧି କିମ୍ୱା ଫ୍ଳଡ଼ ଲାଇଟ ବ୍ୟବସ୍ଥା କରାଯାଇନାହିଁ । ଅର୍ଥାତ, ନିକଟ ଭବିଷ୍ୟତରେ ବ୍ରହ୍ମପୁର ଷ୍ଟାଡ଼ିୟମ ଖୋଲିବା ପରେ ପୁଣି ଥରେ ରୂପାନ୍ତରଣ ଲାଗି ବନ୍ଦ ରହିପାରେ !

Image by Michal Jarmoluk from Pixabay
No comments:
Post a Comment