#ବ୍ରହ୍ମପୁର ବଜାରରେ ଲିଚୁ ପସରା ବିଗତ ତିନି
ଦଶନ୍ଧିର ପରମ୍ପରା । ପଚାଶ ବର୍ଷ ପୂର୍ବେ ଏଠାରେ ଲିଚୁ ବିକ୍ରୀ ହେଉନଥିଲା । ବିଂଶ ଶତାଦ୍ଦୀ
ସପ୍ତମ ଦଶକ ଆରମ୍ଭରେ କାଁ ଭାଁ କୋଲକତା ଫେରନ୍ତା ଟ୍ରେନ ଯାତ୍ରୀ ହାୱାଡ଼ା ରେଳଷ୍ଟେସନରେ
ବିକ୍ରୀ ହେଉଥିବା ଲିଚୁ କୋଳି ନେଇ ବ୍ରହ୍ମପୁର ପହଞ୍ଚୁଥିଲେ । ପୂର୍ବରୁ ଠିକ ସେହିପରି ତୃତୀୟ ଦଶକରେ
ଟମାଟୋ ଫଳ କୋଲକତା ଦେଇ ହିଁ ଏଠାରେ ପହଞ୍ଚିଥିଲା । ଲିଚୁ ବ୍ରହ୍ମପୁର ଆଖପାଖ ଅଞ୍ଚଳରେ ଚାଷ
ହେଉନଥିବା ହେତୁ ଏଠାରେ ପ୍ରଚଳନ ନଥିଲା । ବିଗତ ତିନି ଦଶନ୍ଧି ଧରି ବ୍ରହ୍ମପୁରକୁ କୋଲକତା ଲିଚୁ
କୋଳି ଆମଦାନୀ ଅବ୍ୟାହତ ରହିଛି ।
ଗ୍ରୀଷ୍ମ ଋତୁ ମେ-ଜୁନ ମାସରେ ପାଚ଼ିଲା ଲିଚୁ କୋଳି ଅମଳ କରାଯାଏ । ଭାରତରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟଗୁଡ଼ିକରେ ଦୀର୍ଘ କାଳରୁ ଲିଚୁ ଚାଷ ହୋଇଆସୁଛି । ବିଗତ କିଛି ବର୍ଷ ଧରି ୧୯ ଗୋଟି ରାଜ୍ୟକୁ ସରକାରୀ ପ୍ରୋତ୍ସାହନରେ ଲିଚୁ ଚାଷ ସଂପ୍ରସାରିତ ହୋଇଥିବା ଜଣାଯାଏ । ଦେଶରେ ପ୍ରାୟ ୯୮ ହଜାର ହେକ୍ଟର ଜମିରେ ବିସ୍ତୃତ ଲିଚୁ ବଗିଚାରୁ ବାର୍ଷିକ ସାତ ଲକ୍ଷ ଟନ ଲିଚୁ ଫଳେ । ଓଡ଼ିଶାର ସମ୍ୱଲପୁର ଓ ପଶ୍ଚିମ ଓଡ଼ିଶାର ଅନ୍ୟ କେତେକ ସ୍ଥାନରେ ଲିଚୁ ଅମଳ ହେଉଥିଲେ ହେଁ ବ୍ରହ୍ମପୁର ବଜାରକୁ ସେଠାକାର ଲିଚୁ ପ୍ରାୟ ଆସେ ନାହିଁ ।
ଆଜିକାଲି ବ୍ରହ୍ମପୁରରେ ଲିଚୁ ଡାଳପତ୍ର ସହ କିଲୋଗ୍ରାମ ଦର ୨୦୦ ଟଙ୍କାରୁ ଆରମ୍ଭ ହୋଇ ୧୫୦ ଟଙ୍କାକୁ ହ୍ରାସ ପାଏ । ସାବିତ୍ରୀ ଅମବାସ୍ୟା ଯାଏଁ ଚଢ଼ା ଦର ରହୁଥିବା ସ୍ଥଳେ ସାବିତ୍ରୀ ଅମବାସ୍ୟା-ପର ଅବସ୍ଥାରେ ଦର କମିଥାଏ । ପଶ୍ଚିମବଙ୍ଗର ମୁର୍ଶିଦାବାଦ, ନଦିଆ, ୨୪-ପ୍ରଗଣା ଓ ହୁଗୁଳି ଜିଲ୍ଲାରେ ଲିଚୁ ବଗିଚା ରହିଛି । ଲିଚୁ ଗଛଗୁଡ଼ିକ ଜାମୁକୋଳି ଗଛ ଭଳି ବୃହତ ଆକାର । ଗୋଟିଏ ହୃଷ୍ଟପୃଷ୍ଟ ଫଳନ୍ତି ଲିଚୁ ଗଛରୁ ବର୍ଷରେ ୨୦୦ କିଲୋଗ୍ରାମ ଯାଏଁ ଲିଚୁ ଫଳେ । ଲିଚୁ ଚାଷୀମାନେ ମଧ୍ୟସ୍ଥି ବ୍ୟବସାୟୀଙ୍କୁ ଲିଚୁ ଗଛରୁ ଅମଳ ନିମନ୍ତେ ବର୍ଷକ ପାଇଁ ଠିକା ଦିଅନ୍ତି । ଗଛ ପ୍ରତି ସାତରୁ ଆଠ ହଜାର ଟଙ୍କା ଠିକା ଦର ନିର୍ଦ୍ଧାରିତ ହୁଏ । ଫଳରେ ଚାଷୀ କିଲୋଗ୍ରାମ ପିଛା ୩୫ ରୁ ୪୦ ଟଙ୍କା ପାଏ । ଚାଷୀଠାରୁ (୧) ମଧ୍ୟସ୍ଥି, (୨) ପଶ୍ଚିମବଙ୍ଗ ପାଇକାରୀ ବେପାରୀ, (୩) ପଶ୍ଚିମବଙ୍ଗରୁ ବ୍ରହ୍ମପୁର ପରିବହନ ଖର୍ଚ୍ଚ, (୪) ବ୍ରହ୍ମପୁରରେ ପାଇକାରୀ ବେପାରୀ, (୫) ସ୍ଥାନୀୟ ଖୁଚୁରା ବେପାରୀ, (୬) ଆନୁସଙ୍ଗିକ ଖର୍ଚ୍ଚ ଓ (୭) ନଷ୍ଟ ହୋଇଯାଇଥିବା କୋଳି ହିସାବ ମଧ୍ୟ ଦେଇ ଖାଉଟୀ ପାଖରେ ପାଞ୍ଚଗୁଣ ଦାମରେ ଲିଚୁ କୋଳି ପହଞ୍ଚେ !
ବିହାର ରାଜଧାନୀ ପାଟଣାଠାରୁ ୭୫ କିଲୋମିଟର ଦୂରରେ ଅବସ୍ଥିତ ମୁଜାଫରପୁର ଜିଲ୍ଲାର ‘ସାହୀ ଲିଚୁ’ କୋଳି ଜି.ଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ମାନ୍ୟତା ପାଇଛି । ‘ସାହୀ ଲିଚୁ’ର ସ୍ୱାଦ ମିଠା, ସୁଗନ୍ଧିତ, ଅଧିକ ଫଳ ଓ ମଞ୍ଜି ଛୋଟ । ‘ସାହୀ ଲିଚୁ’ର ଆଦର ଅଧିକ । ଏତଦ୍ ବ୍ୟତୀତ ଚାଇନା, ଲାଲିମା, ସମ୍ପଦ ଓ ଯୋଗିତା ନାମରେ ଅନ୍ୟାନ୍ୟ କିମସର ଲିଚୁ ଚାଷ କରାଯାଏ । ଆନ୍ତର୍ଜାତିକସ୍ତରରେ ଲିଚୁ ଚାଷରେ ଚୀନ ଅଗ୍ରଣୀ ଏବଂ ଥାଇଲ୍ୟାଣ୍ଡ, ଭିଏତନାମରେ ମଧ୍ୟ ଲିଚୁ ଚାଷ ହୁଏ । ଏପ୍ରିଲ ୨୦୨୪ରେ ପ୍ରବଳ ଗ୍ରୀଷ୍ମ ଲହରି ହେତୁ ଲିଚୁ କୋଳି କଞ୍ଚା ଅବସ୍ଥାରେ ବିହାରରେ ଝଡ଼ି ଯାଇଥିଲା ଏବଂ ଏହାଫଳରେ ୫୦ ପ୍ରତିଶତ ଯାଏଁ କମ ଉତ୍ପାଦନ ହେବା ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ବ୍ରହ୍ମପୁର ରାଜରାସ୍ତା କଡ଼େ ବିଛୁରିତ ଉଠା ଫଳ ଦୋକାନଗୁଡ଼ିକ ସମେତ ଅନ୍ନପୂର୍ଣ୍ଣା ବଜାର, ସତ୍ୟନାରାୟଣ ମନ୍ଦିର ରୋଡ଼ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଆଖପାଖ ଅଞ୍ଚଳରେ ଟ୍ରଲି ରିକ୍ସାରେ ଲିଚୁ ବିକ୍ରୀ ହୁଏ । ଅପରାହ୍ନ ବଜାର ଗହଳିରେ ଲିଚୁ ପସରାଗୁଡ଼ିକରେ ବାରମ୍ୱାର ପାଣି ଛଟା ଯାଏ । ପ୍ରତୀୟମାନେ ହୁଏ ସତେ ଯେପରି ଲିଚୁ ସଦ୍ୟ ଗଛ ତୋଳା ଏବଂ ଗ୍ରୀଷ୍ମ ପ୍ରବାହରେ ସତେଜ ରଖିବା ନିମନ୍ତେ ଜଳ ସିଞ୍ଚନ କରାଯାଉଛି । କିନ୍ତୁ ପ୍ରକୃତପକ୍ଷେ ସୁଦୂର ପଶ୍ଚିମବଙ୍ଗରରେ ଲିଚୁ ଗଛରୁ କୋଳି ତୋଳା ଯିବା ପ୍ରାୟ ସପ୍ତାହକ ପରେ ବ୍ରହ୍ମପୁର ବଜାରରେ ପହଞ୍ଚିଥାଏ । ଲିଚୁ ଚାଷୀମାନେ ଦୁଇ ସପ୍ତାହର ସତେଜତା (ସେଲଫ-ଲାଇଫ)କୁ ଚାରି ସପ୍ତାହ ଯାଏଁ ବୃଦ୍ଧି ସକାଶେ ବୈଷୟିକ କୌଶଳ ପ୍ରୟୋଗ ସୁବିଧା ସୁଯୋଗ ଲାଗି ସରକାରଙ୍କଠାରେ ଦାବୀ କରୁଛନ୍ତି । ଚଢ଼ା ଦରରେ ବ୍ରହ୍ମପୁରରେ ବିକ୍ରୀ ହେଉଥିବା ଲିଚୁ ସ୍ଥାନୀୟ ବାସିନ୍ଦାଙ୍କ ବଦଳରେ ଆଖପାଖ ଅଞ୍ଚଳରୁ ବ୍ରହ୍ମପୁର ପରିଦର୍ଶନରେ ଆସିଥିବା ଆଗନ୍ତୁକ ଅଧିକ କିଣନ୍ତି ବୋଲି ଲିଚୁ ବିକ୍ରେତାମାନେ କହନ୍ତି । ଅର୍ଥାତ, ଆମ ଅଞ୍ଚଳରେ ଲିଚୁ ଏକ ‘ଅଜଣା ଫଳ’ର ମାନ୍ୟତା ଏ ଯାଏଁ ବଳବତ୍ତର ରହିଛି !

Image by Xuan Duong from Pixabay
No comments:
Post a Comment