ସ୍ୱାଧୀନ ଭାରତ
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ #ବ୍ରହ୍ମପୁର
ସହରରୁ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ପ୍ରତିନିଧିତ୍ୱ ରହିଛି ।
ଏତଦ୍ ବ୍ୟତୀତ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ପଦବୀରେ ମଧ୍ୟ ବ୍ରହ୍ମପୁରବାସୀ ଅଧିଷ୍ଠିତ ।
ବ୍ରହ୍ମପୁର ଜନ୍ମିତ ବରାହ ଗିରି ଭେଙ୍କଟ ଗିରି ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ
କେନ୍ଦ୍ରମନ୍ତ୍ରୀ ପଦବୀ ହାସଲ କରିଥିଲେ । ତେବେ ବ୍ରହ୍ମପୁର ଲୋକସଭା ଆସନରୁ ସେ କେବେ
ନିର୍ବାଚିତ ହୋଇନଥିଲେ । ଭି.ଭି.ଗିରିଙ୍କ ପରିବାର ଖ୍ରୀଷ୍ଟିଆନ ହସପିଟାଲ ପଛପଟ ହିଲପାଟଣା ତଥା
ବର୍ତ୍ତମାନର ଗିରିରୋଡ଼ରେ ବସବାସ କରୁଥିଲେ । ସରକାରୀ ବାଳିକା ବିଦ୍ୟାଳୟ ଓ ତତ୍ ସଂଲଗ୍ନ କୋଠା
ସେମାନଙ୍କ ଆବାସ ଥିଲା । ନିଜସ୍ୱ ବାସଭବନରୁ ଏକାଂଶ ବାଳିକା ବିଦ୍ୟାଳୟ ସ୍ଥାପନ ନିମନ୍ତେ ଦାନ
କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଗିରିଙ୍କ ବନ୍ଧୁବାନ୍ଧବ ସଂଲଗ୍ନ କୋଠାରେ ବସବାସ କରନ୍ତି ।
ଭି.ଭି. ଗିରିଙ୍କ ପିତା, ଜେଜେ ବାପା ଓ ଅଜା ଆଇନଜୀବୀ ଥିଲେ । ଗିରି ନିଜ ଘର ପାଖ ବାପିଷ୍ଟ ଚର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋସାଣି ନୂଆଗାଁସ୍ଥିତ ଖଲ୍ଲିକୋଟ କଲେଜିଏଟ ହାଇସ୍କୁଲ ଓ ଖଲ୍ଲିକୋଟ କଲେଜରେ ଅଧ୍ୟୟନ ସାରି ମାଡ୍ରାସ ଓ ଆୟରଲ୍ୟାଣ୍ଡ ଯାତ୍ରା କରିଥିଲେ । ସେ ୧୯୧୬ରେ ବ୍ରହ୍ମପୁର ଫେରିବା ପରେ ମୁନସିଫ ଭାବେ ନିଯୁକ୍ତ ହୋଇଥିଲେ । କିନ୍ତୁ ଚାକିରୀ ଛାଡ଼ି ସ୍ୱାଧୀନଭାବେ ଆଇନ ବ୍ୟବସାୟ ସାଙ୍ଗକୁ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗିରି ୧୯୩୫ରେ ବିଶାଖାପାଟଣା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ମାନ୍ଦ୍ରାଜ କେନ୍ଦ୍ରୀୟ ବିଧାନସଭାକୁ ନିର୍ବାଚିତ ହୋଇ ବ୍ୟବସ୍ଥାପକ ଜୀବନ ଆରମ୍ଭ କରିଥିଲେ । ୧୯୫୨ରେ ଅନୁଷ୍ଠିତ ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଲୋକସଭା ଆସନରୁ ଜୟଯୁକ୍ତ ହୋଇ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ଗିରି ୧୯୬୭ରେ ଉପ-ରାଷ୍ଟ୍ରପତି ଓ ୧୯୬୯ରେ ରାଷ୍ଟ୍ରପତି ପଦବୀ ଅଳଂକୃତ କରିଥିଲେ ।
ରାଜକୋଣ୍ଡା ଜଗନ୍ନାଥ ରାଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୯୬୭ରୁ କ୍ରମାଗତ ଭାବେ ପାଞ୍ଚ ଥର ୧୯୮୪ ଯାଏଁ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଅବସ୍ଥାପିତ ହୋଇଥିଲେ । ସାଧାରଣରେ ଜଗନ୍ନାଥ ରାଓ ଦିଲ୍ଲୀ ବାସିନ୍ଦା ଥିଲେ ଏବଂ ବ୍ରହ୍ମପୁର ପରିଦର୍ଶନ କରି ରାଜନୀତିକ ସଂପର୍କ ରଖୁଥିଲେ । ତେବେ ୧୯୭୭, ୧୯୮୦ ଓ ୧୯୯୧ରେ ବ୍ରହ୍ମପୁର ବାସିନ୍ଦା ରାମଚନ୍ଦ୍ର ରଥ ବ୍ରହ୍ମପୁର ବାସିନ୍ଦା ହୋଇଥିଲେହେଁ ଆସିକା ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ରାଷ୍ଟ୍ରମନ୍ତ୍ରୀ ପଦବୀ ଗ୍ରହଣ କରିଥିଲେ । ରାମଚନ୍ଦ୍ର ରଥଙ୍କ ରାଜନୀତିକ ବିରୋଧି ଭାବେ ପରିଗଣିତ ପି.ଭି.ନରସିଂହ ରାଓ ୧୯୯୧ରେ ପ୍ରଧାନମନ୍ତ୍ରୀ ପଦାସୀନ ହେବାପରେ ଉପନିର୍ବାଚନରେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପି.ଭି.ନରସିଂହ ରାଓଙ୍କ ବ୍ରହ୍ମପୁର ରାଜନୀତିକ କାର୍ଯ୍ୟକ୍ରମରେ ପ୍ରାୟତଃ କୌଣସି ସଂପର୍କ ରହୁନଥିଲା । ତେବେ ଏହି ଅଞ୍ଚଳର ଦରଖାସ୍ତଗୁଡ଼ିକୁ ସେ ବିଚାରକୁ ନେଉଥିଲେ । ସ୍ଥାନୀୟ ଏକ ସାମାଜିକ ସଂଗଠନ ‘ଓଡ଼ିଶା ଇଣ୍ଟରନେସନାଲ ସୋସାଇଟି’ ପକ୍ଷରୁ ‘ବ୍ରହ୍ମପୁର’ ସହରର ଇଂଲିଶ ବନାନ ସରକାରୀ ନଥିପତ୍ରରେ ‘ବେରହମପୁର’ ଚଳି ଆସୁଥିବା ହେତୁ ସଂଶୋଧନ ଲାଗି ଏକ ନିବେଦନ ପତ୍ର ନରସିଂହ ରାଓଙ୍କ ଠାରେ ପେଶ କରାଯାଇଥିଲା । ସେହି ସମୟରେ ଜାଫର ସରିଫ କେନ୍ଦ୍ର ରେଳମନ୍ତ୍ରୀ ଥିଲେ ଏବଂ ସେ ଲଣ୍ଡନରେ ଚିକିତ୍ସିତ ହେଉଥିବା ହେତୁ ରେଳ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥାଏ । ରେଳ ବିଭାଗ ନଥିପତ୍ରରେ ‘ବେରହମପୁର’ ବଦଳରେ ‘ବ୍ରହ୍ମପୁର’ ସଂଶୋଧନ ନିମନ୍ତେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହିଭଳି ସଂଶୋଧନ ନିମନ୍ତେ ରାଜ୍ୟ ସରକାର, ଡ଼ାକ ବିଭାଗ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଦରଖାସ୍ତର ନକଲ ପ୍ରଦାନ କରାଯାଇଥିଲେହେଁ କେହି ଉଚ଼ିତ ପଦକ୍ଷେପ ଗ୍ରହଣ କରିନଥିଲେ ।
ଦୀର୍ଘ ସମୟ ଅନ୍ତରରେ ୨୦୦୪ରେ ମନମୋହନ ସିଂଙ୍କ କଂଗ୍ରେସ ମନ୍ତ୍ରୀମଣ୍ଡଳରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କେନ୍ଦ୍ର ଗ୍ରାମ ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବ୍ରହ୍ମପୁର ସହର ସହ ସଂଶ୍ଳିଷ୍ଟ ରାଜନୀତିକ ନେତୃବର୍ଗଙ୍କ ପ୍ରତିନିଧିତ୍ୱ ରହିଆସିଥିଲେ ହେଁ ବ୍ରହ୍ମପୁରରେ କୌଣସି ଉଲ୍ଲେଖଯୋଗ୍ୟ ଅବଦାନ ଲକ୍ଷ୍ୟ କରିହୁଏ ନାହିଁ । ଆର.ଜଗନ୍ନାଥ ରାଓ ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ବ୍ରହ୍ମପୁର ବଡ଼ ଡ଼ାକଘର କୋଠା ନିର୍ମିତ ହୋଇଥିଲା । ସହରରେ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ସେହି ଗୋଟିଏ ହିଁ ବଡ଼ କୋଠା ଥିଲା । ପରେ ଆୟକର ଭବନ ଓ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମିତ ହୋଇଥିଲା । ମୌଳିକ ଭାବେ ଏକ ବାଣିଜ୍ୟ ପେଣ୍ଠ ଭାବେ ଗଢି ଉଠିଥିବା ବ୍ରହ୍ମପୁର ନିଜସ୍ୱ ଶୈଳୀରେ ବିକଶିତ ହୋଇଚାଲିଛି । ୨୦୨୪ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରକୁ ଏକ ‘ବାଣିଜ୍ୟ ପେଣ୍ଠ’ ଭାବେ ହିଁ ସଂବୋଧିତ କରିଥିଲେ ।

Image by Vicki Hamilton from Pixabay
No comments:
Post a Comment