ଚଳିତ ବର୍ଷ ଗଣେଶ ପୂଜା ଅବସରରେ
ବ୍ରହ୍ମପୁରରେ ଉତ୍ସାବାନୁଷ୍ଠାନ ଜମିବନି । ଏକପକ୍ଷରେ ସ୍କୁଲ କଲେଜ ବନ୍ଦ ରହିଥିବା ସ୍ଥଳେ
ଅପରପକ୍ଷେ ବିଭିନ୍ନ ସାହୀରେ ସାର୍ବଜନୀନ ଗଣେଶ ପୂଜା ମଣ୍ଡପ ଆୟୋଜନ ମଧ୍ୟ ସଂଭବ ହୋଇପାରୁ ନାହିଁ
। ‘କୋଭିଡ଼-୧୯’ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଜନଗହଳି ନିୟନ୍ତ୍ରଣ କରାଯାଉଛି । ମଣ୍ଡପ ଆୟୋଜନରେ
ବହୁବ୍ୟକ୍ତି ସଂପୃକ୍ତ ହେବା ତଥା ପୂଜାର୍ଚ୍ଚନାରେ ବହୁବ୍ୟକ୍ତିଙ୍କ ସମାଗମ ପ୍ରଥା ହେତୁ
ସଂକ୍ରମଣ ବ୍ୟାପିବା ଆଶଙ୍କାରେ ନିଷେଧାଦେଶ ଲାଗୁ ହୋଇଛି ।
ଦୋଳପୂର୍ଣ୍ଣିମା ଓ ହୋଲି ପରେ ପରେ ମହାମାରୀଜନିତ କଟକଣା ଆରମ୍ଭ ହେବା ପରଠୁ ସହରରେ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ, ରଥଯାତ୍ରା, ଗହ୍ମା ପର୍ବ ପରକୁ ଏବର୍ଷ ଗଣେଶ ପୂଜା କେବଳ ବିଧିବିଧାନରେ ସୀମିତ ରହିବ । ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ଗାପୂଜା (୨୫ ଅକ୍ଟୋବର), କୁମାର ପୂର୍ଣ୍ଣିମା (୩୧ ଅକ୍ଟୋବର), ଦୀପାବଳୀ (୧୪ ନଭେମ୍ୱର) ଉତ୍ସବ ମହାମାରୀଜନିତ ଦୃଢ଼ କଟକଣା ଥାଉ କିମ୍ୱା ନଥାଉ ପୂର୍ବବର୍ଷମାନଙ୍କ ଭଳି ସ୍ୱାଭାବିକ ରୀତିରେ ପାଳନ ସଂଭବପର ନହେବା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି ।
ଗଣେଶ ପୂଜାରୁ ଓଡ଼ିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳି ଯାଏଁ ଲମ୍ୱି ଥାଏ । ପଡ଼ୋଶୀ ପଶ୍ଚିମ ବଙ୍ଗରେ ମଧ୍ୟ ସେହି ଏକା ପରମ୍ପରା । କୋଲକତାରେ ସାର୍ବଜନୀନ ଦୂର୍ଗାପୂଜାକୁ ସର୍ବାପେକ୍ଷା ପ୍ରାଧାନ୍ୟ ଦିଆଯାଏ । ମହାମାରୀରେ ପଶ୍ଚିମ ବଙ୍ଗ ସମଦଶା ଭୋଗୁଥିବା ହେତୁ ଦୁର୍ଗାମେଢ଼ କିପରି ଆୟୋଜନ ହେବ ସେ ସଂପର୍କରେ ବ୍ୟପକ ବିଚାର ବିମର୍ଷ ଚାଲିଛି ।
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଜନଗହଳି ଏଡ଼ାଇବା ପାଇଁ ସେଠାକାର ତିନିଗୋଟି ପ୍ରସିଦ୍ଧ ମଣ୍ଡପର ପୂଜା କମିଟୀ ଦର୍ଶକମାନଙ୍କ ନିମନ୍ତେ ‘ଡ୍ରାଇଭ-ଇନ ଦର୍ଶନ’ ପଦ୍ଧତି ପ୍ରଚଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣ କୋଲକତାର ବାଦାମତଲା, ୬୬ ପଲ୍ଲୀ ଓ ନେପାଳ ଭଟ୍ଟାଚାର୍ଯ୍ୟ ଷ୍ଟ୍ରୀଟରେ ଜାକଜମକରେ ମଣ୍ଡପ ସାଜସଜ୍ଜା କରାଯାଇଥାଏ ଏବଂ ବହୁ ସଂଖ୍ୟକ ଦର୍ଶକ ସମବେତ ହୋଇଥାନ୍ତି । ଏହି ତିନିଗୋଟି ପୂଜାମଣ୍ଡପ ଦେଖିବା ନିମନ୍ତେ ଚଳିତ ବର୍ଷ ଦର୍ଶକମାନଙ୍କୁ କେବଳ କାରରେ ବସି ଦେବୀ ଦର୍ଶନ ଓ ସାଜସଜ୍ଜା ଉପଭୋଗ କରିବା ନମନ୍ତେ ପ୍ରାବଧାନ ପ୍ରସ୍ତାବ ବିଚାର କରାଯାଉଛି ।
କୌଣସି ପୂଜା ମଣ୍ଡପରେ କୌଣସି ମଟରଗାଡ଼ି ଅଟକିବ ନାହିଁ କିମ୍ୱା ଦର୍ଶକ ଗାଡ଼ିରୁ ଓହ୍ଲାଇ ପାରିବେ ନାହିଁ । ଏକ କିଲୋମିଟର ବ୍ୟାପୀ ଅଞ୍ଚଳରେ ଦର୍ଶକ ଗୋଟିଏ ପରେ ଗୋଟିଏ ମଣ୍ଡପ ଉପଭୋଗ କରିବା ନିମନ୍ତେ ରାସ୍ତାର ନକ୍ସା ପ୍ରସ୍ତୁତ ହେବ । ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସଠାରେ ଅବସ୍ଥାପିତ ଜଣେ ବଙ୍ଗ ଭଦ୍ରବ୍ୟକ୍ତି ମହାମାରୀ କାଳରେ ବିନା ଭିଡ଼ରେ ପୂଜାତ୍ସୋବ ଆୟୋଜନ ଲାଗି ଏହି ପରାମର୍ଶ ଦେଇଥିବା ଜଣାଯାଏ ।
କୋଲକତା ପୂଜା ମଣ୍ଡପଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ସାଜସଜ୍ଜା ସାଙ୍ଗକୁ ମଣ୍ଡପ ପାର୍ଶ୍ୱରେ ବିଷୟଭିତ୍ତିକ ସାଜସଜ୍ଜା ନିମନ୍ତେ ଖ୍ୟାତ । ଚଳିତ ବର୍ଷ ପ୍ରସିଦ୍ଧ ବଙ୍ଗଳା ଚଳଚ଼ିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ଜନ୍ମ ଶତବର୍ଷକୀ ପଡୁଥିବା ହେତୁ ଆଲୋଚ୍ୟ ତିନିଗୋଟି ମଣ୍ଡପରେ ରାୟଙ୍କ ତିନିଗୋଟି ଅଭୁଲା ଚଳଚ଼ିତ୍ର ‘ପଥେର ପଞ୍ଚୋଲି’, ‘ଅପରାଜିତ’ ଓ ‘ଅପୁର ସଂସାର’ ବିଷୟବସ୍ତୁକୁ ନେଇ ସାଜସଜ୍ଜା ଆୟୋଜନ କରାଯିବ ।
ଓଡ଼ିଶାରେ କଟକର ଦୁର୍ଗାମେଢ଼ ପ୍ରସିଦ୍ଧ । ସେଠି ମୃଣ୍ମୟ ମୂର୍ତ୍ତି ନିର୍ମାଣ ଲାଗି ନଦୀପଠାରୁ ମାଟି ଆଣିବା ଶୁଭଦେବା ନିମନ୍ତେ ପ୍ରଶାସନିକ ଅନୁମତି ଦିଆଯାଇଥିଲା । ଅର୍ଥାତ ମୂର୍ତ୍ତିଗଠନ କାର୍ଯ୍ୟ ଜାରୀ ରହିଛି । ମଣ୍ଡପ ଆୟୋଜନ ଓ ପ୍ରଦର୍ଶନ ପଦ୍ଧତି ସଂପର୍କରେ ସ୍ଥାନୀୟ ତଥା ରାଜ୍ୟର ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ନିଷ୍ପତ୍ତି ଗ୍ରହଣ ସମ୍ଭବପର । କେତେକ ଗାଣିତିକ ମଡ଼େଲ ଅନୁଯାୟୀ ଦେଶ ତଥା ରାଜ୍ୟରେ ସେପ୍ଟେମ୍ୱର ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ହାର ବୃଦ୍ଧି ଶୀର୍ଷରେ ପହଞ୍ଚି ଅକ୍ଟୋବର ମଧ୍ୟଭାଗ ବେଳକୁ ସୁଧାର ଆସିବା ଆକଳନ କରାଯାଉଥିବା ସ୍ଥଳେ ଅକ୍ଟୋବର ତୃତୀୟ ସପ୍ତାହରେ ଦୁର୍ଗାପୂଜା ଆୟୋଜନର ଭବିଷ୍ୟତ ଅସ୍ପଷ୍ଟ ।
ବ୍ରହ୍ମପୁରରେ ସାର୍ବଜନୀନ ଗଣେଶ ପୂଜା, ଦୁର୍ଗାପୂଜା ଓ କାଳୀ ପୂଜା ନିମନ୍ତେ ମୃଣ୍ମୟ ମୂର୍ତ୍ତି ଗଠନରେ ସ୍ଥାନୀୟ ଶିଳ୍ପୀଙ୍କ ସହ କଟକରୁ ଆସୁଥିବା ଶିଳ୍ପୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । କାରିଗରମାନଙ୍କ ସୃଜନ ଗଣେଶ ପୂଜାଠାରୁ କାଳୀପୂଜା ମଧ୍ୟରେ ସୀମିତ ରହିଥାଏ । ତେବେ ଚଳିତ ବର୍ଷ ପ୍ରତିକୂଳ ପରିବେଶରେ କାର୍ଯ୍ୟଭାର ଯଥେଷ୍ଟ କମିଯିବା ସ୍ୱାଭାବିକ । ଆନ୍ତର୍ଜାତିକସ୍ତରରେ ‘କୋଭିଡ଼-୧୯’ ଗତ ଆଠମାସର ଅଭିଜ୍ଞତା ଅନୁଧ୍ୟାନ କଲେ ସଂକ୍ରମଣରେ ତରଙ୍ଗ ପରେ ତରଙ୍ଗର ଆଶଙ୍କା ଶହେ ବର୍ଷ ତଳର ଦୁଇ ବର୍ଷିଆ ‘ସ୍ପାନିସ ଫ୍ଳୁ’ର ଇତିହାସର ପୁନରାବୃତ୍ତି ଆଡ଼କୁ ବିଶ୍ୱାସ ଢଳୁଛି । ଅର୍ଥାତ ଫିକା ପାର୍ବଣ ଋତୁର ଅଶଙ୍କା କେବଳ ଚଳିତ ବର୍ଷ କାହିଁକି ଆସନ୍ତା ବର୍ଷକୁ ମଧ୍ୟ ସଂପ୍ରସାରିତ ହେବା ଭୟ ଏଡ଼ାଇ ଦେଇ ହେଉ ନାହିଁ ।

(‘ଅନୁପମ ଭାରତ’ / ୨୨ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)
Photo by Kogulanath
Ayappan on Unsplash
No comments:
Post a Comment