ପିଣ୍ଡା
ବା ବାରଣ୍ଡା ପାରମ୍ପରିକଭାବେ #ବ୍ରହ୍ମପୁର ବାସଗୃହ
ନିର୍ମାଣ ଶୈଳୀ ‘ଆର୍କିଟ୍ରେକଚ଼ର’ରେ
ଅବିଚ୍ଛେଦ୍ୟ ଅଙ୍ଗ ପରିଗଣିତ ହେଉଥିଲା । ବଖୁରିଏ ଘର ତିଆରି ବେଳେ ମଧ୍ୟ ଦାଣ୍ଡ ଓ ବାରି ପଟେ
ଦୁଇଗୋଟି ବାରଣ୍ଡାର ନକ୍ସା ଅଙ୍କା ଯାଉଥିଲା । ଦାଣ୍ଡପଟ ବାରଣ୍ଡାରେ ଦିନସାରା ଘର ଓ ବାହାର
ଲୋକଙ୍କ ବସାଉଠା ଲାଗିରହୁଥିବା ବେଳେ ବାରିପଟ ବାରଣ୍ଡାରେ ଚୁଲି ପକାଇ ରନ୍ଧାବଢ଼ାର ସୁବିଧା
ମିଳୁଥିଲା ।
ସ୍ୱଚ୍ଛଳବର୍ଗଙ୍କ ବହୁ କଠୋରୀ ବିଶିଷ୍ଟ ବାସଗୃହ ନିର୍ମାଣ ଅବସରରେ ଦାଣ୍ଡ ଓ ବାରି ବାରଣ୍ଡା ବ୍ୟତୀତ ମଧ୍ୟଭାଗରେ ଅଗଣା ଓ ଖୋଲା ଛାତର ବ୍ୟବସ୍ଥା ରହୁଥିଲା । ଦାଣ୍ଡଘର ଆଧୁନିକ ‘ଡ୍ରଇଁ ରୁମ’ର ସ୍ଥାନ ଗ୍ରହଣ କରୁଥିଲେ ହେଁ ମୁଖ୍ୟତଃ ବାହ୍ୟ-ଅତିଥିଙ୍କ ଆଗମନ ସମୟତକ ବୈଠକଖାନା ରୂପେ ବ୍ୟବହୃତ ହେଉଥିଲା । ପରିବାରବର୍ଗ ଅଗଣାରେ ଦିନର ଅଧିକାଂଶ ସମୟ କାଟୁଥିଲେ । ପିଲାଙ୍କ ଖେଳଠାରୁ ଆରମ୍ଭ କରି ଗୃହିଣୀଙ୍କ ପରିବା କଟା, ଘୋରା ବଟା ଭଳି ଦୈନନ୍ଦିନ କାର୍ଯ୍ୟ ସାଙ୍ଗକୁ ବରିଷ୍ଠଙ୍କ ହାଲକା ପଢ଼ାଲେଖାର ସ୍ଥାନରୂପେ ମଝି ଅଗଣା ପରିଗଣିତ ହେଉଥିଲା ।
ବ୍ରହ୍ମପୁର ସହରର ଜନ୍ମକାଳରେ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ବୁଣାକାର ସଂପ୍ରଦାୟ, ତତ୍ ପରବର୍ତ୍ତୀ ଅବସ୍ଥାରେ ତେଲେଙ୍ଗନା ହାଇଦାରାବାଦ ନିଜାମଙ୍କ ଅମଳରେ କାଡାପ୍ପା ଭଳି ଅଞ୍ଚଳରୁ ଗୁତାଦାର ଜମିଦାର ତଥା ସେମାନଙ୍କ କର୍ମଚାରୀବର୍ଗ ଏବଂ ଇଂଲିଶ ଶାସନ ସମୟରେ ତାମିଲନାଡୁରୁ ରାଜକର୍ମଚାରୀଙ୍କ ଆଗମନ ହୋଇଥିଲା । ସେମାନେ ଦାକ୍ଷିଣାତ୍ୟ ଗ୍ରୀଷ୍ମପ୍ରଧାନ ଜଳବାୟୁକୁ ମୁକାବିଲା କରିବା ନିମନ୍ତେ କଠୋରୀଗୁଡ଼ିକୁ, ମୁଖ୍ୟତଃ ଶୟନକକ୍ଷକୁ ଶୀତଳ ରଖିବା ନିମନ୍ତେ ଦୁଇପଟୁ ବାରଣ୍ଡାର ପ୍ରାବଧାନକୁ ଗୁରୁତ୍ୱ ଦେଉଥିଲେ । ବ୍ରହ୍ମପୁରର ଉପକୂଳ ଜଳବାୟୁରେ ବର୍ଷର ଆଠମାସ ଗରମ ଓ ଗୁଳଗୁଳିରେ ବାରଣ୍ଡାଯୁକ୍ତ ଗୃହ ନିର୍ମାଣ ଶୈଳୀ ପ୍ରକୃଷ୍ଟ ପ୍ରମାଣିତ ହୋଇଥିଲା ।
ପାରମ୍ପରିକଭାବେ ଗଞ୍ଜାମର ଗ୍ରାମାଞ୍ଚଳରେ ଖଣି, ପିଣ୍ଡା ଓ ଦାଣ୍ଡଘର ସାଙ୍ଗକୁ ଅଗଣା, ବାରିଘର ଓ ଗୁହାଳ ବ୍ୟବହାରରେ ଅଭ୍ୟସ୍ତ ସହରାଗତମାନେ ଘଞ୍ଚଜନବସତିରେ ଜମିର ଅଭାବ ହେତୁ ବ୍ରହ୍ମପୁରରେ ଦାଣ୍ଡ ଓ ବାରି ବାରଣ୍ଡାର ଆକାର ସୀମିତ ରଖିବାକୁ ବାଧ୍ୟ ହୋଇଥିଲେ । ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ସହରରେ ବହିର୍ଗତଙ୍କ ସଂଖ୍ୟାବୃଦ୍ଧି ଓ ସଂକୁଚିତ ଆୟତନରେ ଗୃହନିର୍ମାଣ ଅବସରରେ ଅନେକ କ୍ଷେତ୍ରରେ କ୍ରମଶଃ ବାରଣ୍ଡାକୁ ଭୁଲିଗଲେ । ପରମ୍ପରା କିମ୍ୱା ସ୍ଥପତିଙ୍କୁ ଏଡ଼ାଇ ନିର୍ମାଣ ଶ୍ରମିକଙ୍କ ପରାମର୍ଶରେ ଘରବାଡ଼ି ଗଢ଼ି ଉଠିବା ହେତୁ ବିଂଶ ଶତାଦ୍ଦୀ ଶେଷ ବେଳକୁ ପାଞ୍ଚ ଦଶନ୍ଧିରେ ବ୍ରହ୍ମପୁର ଏକ କଦାକାର ମାନଚ଼ିତ୍ରରେ ଅଣନିଶ୍ୱାସୀ ହୋଇ ଉଠିଲା ।
ବାରଣ୍ଡାର ଉପାଦେୟତା ଦୀର୍ଘକାଳ ଚର୍ଚ୍ଚାର ପରିସରରୁ ଦୂରେଇ ଯିବା ପରେ ମହାମାରୀ ଅବସରରେ ପୁଣିଥରେ ଫେରିଛି । ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ନିମନ୍ତେ ଶାରିରୀକ ଦୂରତ୍ୱକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଥିବା ସ୍ଥଳେ ବାସଗୃହରେ ବାରଣ୍ଡାର ବ୍ୟବହାର ଗୁରୁତ୍ୱ ବହନ କରେ । ବାରଣ୍ଡାରେ ଖୋଲା ବାୟୁ ଚଳାଚଳ ହେତୁ ପରିବାର ସଦସ୍ୟଗଣଙ୍କ ଚଳପ୍ରଚଳ ଲାଗି ଗୃହ ଭିତର ତୁଳନାରେ ବାରଣ୍ଡା ଅପେକ୍ଷାକୃତ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟିରେ ସହାୟକ ହୋଇଥାଏ । ସେହିପରି ପରିବାର ବାହାର ବ୍ୟକ୍ତି ଗୃହମଧ୍ୟକୁ ପ୍ରବେଶ ନକରି ବାରଣ୍ଡାରେ ସଂକ୍ଷିପ୍ତ ଆଳାପଆଲୋଚନା ଉଭୟ ପକ୍ଷଙ୍କୁ ସଂକ୍ରମଣ ଭୟରୁ କିଛି ମାତ୍ରାରେ ମୁକ୍ତ ରଖି ପାରିବା ବିଶ୍ୱାସ କରାଯାଇପାରେ ।
ପିଣ୍ଡା ବା ବାରଣ୍ଡା ଘର ନୁହଁ କି ବାହାର ନୁହଁ । ଏଠି ଘର-ବାହାର ଉଭୟ ସୁବିଧା ମିଳେ । ଅତୀତରେ ବିଭିନ୍ନ ପ୍ରତିଷେଧକ ଭେକସିନ ଉଦ୍ଭାବନ ଓ ବ୍ୟବହାର ପୂର୍ବରୁ ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଘରେ ଓ ବାହାରେ ଜନସାଧାରଣଙ୍କ ଆଚ଼ରଣ ନିୟନ୍ତ୍ରଣ ନିମନ୍ତେ ଯଥେଷ୍ଟ ଧ୍ୟାନ ଦିଆଯାଉଥିଲା । ବାହାର ଲୋକେ ସାଧାରଣରେ ଘର ଭିତରକୁ ପ୍ରବେଶ ବାରଣ ଥିଲା । ଏପରିକି ବାହାରକୁ ଯିବା ସମୟରେ ପିନ୍ଧା ଲୁଗା ଘର ଭିତରକୁ ଅଣାଯାଉନଥିଲା । ବାହାର ଲୁଗା ବାରଣ୍ଡା ଅଲଗୁଣି (ଲୁଗାପଟା ରଖିବା ପାଇଁ କାଠ ବା ବାଉଁଶ ଝୁଲା)ରେ ଓହଳା ଯାଉଥିଲା । ବାହାରରୁ ଆସିଲେ ଗୋଡ଼ହାତ ଧୋଇ ଘରେ ପ୍ରବେଶ ଅଭ୍ୟାସ ପ୍ରଚଳିତ ଥିଲା । ଏହି କ୍ଷେତ୍ରରେ ନିଷ୍ଠା ପାରିବାରିକ ସଂସ୍କୃତିର ପ୍ରତିଫଳନ ରୂପେ ମାନ୍ୟତା ପାଉଥିଲା । ବାସଗୃହ ହେଉ ବା ସାର୍ବଜନୀନ ଅନୁଷ୍ଠାନ, ସବୁଠି ସବୁ କାଳରେ ବାରଣ୍ଡାର ମହତ୍ତ୍ୱ ବଳବତ୍ତର ରହିଆସିଛି । ବାରଣ୍ଡାକୁ ବୁଲା କୁକୁର ଓ ଅନିମନ୍ତ୍ରିତଙ୍କ କବଳରୁ ରକ୍ଷା କରିବା ନିମନ୍ତେ କାଠ ଜାଫରି ବା ଲୁହା ରେଲିଂର ବ୍ୟବସ୍ଥା ବ୍ରହ୍ମପୁର ସହରର ସ୍ୱାତନ୍ତ୍ର୍ୟ !

No comments:
Post a Comment