ବ୍ରହ୍ମପୁରରେ
ଦୁର୍ଗାପୂଜା ମଣ୍ଡପ ବିଷୟରେ ଆଲୋଚ଼ନା କଲାବେଳେ କୋଲକତାର ସଂପୃକ୍ତି ମନେପଡ଼ିଥାଏ । ବିଂଶ
ଶତାଦ୍ଦୀର ପ୍ରାକକାଳରେ ରେଳପଥ ସହ #ବ୍ରହ୍ମପୁର ଯୋଡ଼ି
ହେବା ପରେ ତତ୍କାଳୀନ ବେଙ୍ଗାଲ-ନାଗପୁର-ରେଳୱେରେ କାର୍ଯ୍ୟରତ ବଙ୍ଗ କର୍ମଚାରୀମାନେ ସ୍ଥାନୀୟ
ରେଳଷ୍ଟେସନରେ ଅବସ୍ଥାପିତ ହୋଇଥିଲେ । ସେମାନଙ୍କ ଉଦ୍ୟମରେ ସହରରେ ପ୍ରଥମ ଥର ପାଇଁ ୧୯୩୪ରେ
ସାର୍ବଜନୀନ ଦୂର୍ଗାପୂଜା ଅନୁଷ୍ଠିତ ହୋଇଥିବା ଇତିହାସ କହେ ।
ପାଞ୍ଚବର୍ଷ ଧରି ଷ୍ଟେସନ ପ୍ରାଙ୍ଗଣସ୍ଥିତ ରେଳୱେ ଇନଷ୍ଟିଟିଉଟରେ ଆୟୋଜିତ ପୂଜାତ୍ସୋବ ନିମନ୍ତେ ମୃଣ୍ମୟ ଦୂର୍ଗାମୂର୍ତ୍ତି ଟ୍ରେନ ଯୋଗେ କୋଲକତାରୁ ଅଣାଯାଉଥିଲା । ସେହି ସମୟଠାରୁ ବଙ୍ଗଭାଷୀଙ୍କ ଦ୍ୱାରା ସାର୍ବଜନୀନ ଦୂର୍ଗାପୂଜା କ୍ରମାଗତଭାବେ ପାଳିତ ହୋଇ ଆସୁଛି । ବର୍ତ୍ତମାନ ‘ଆଦି ଦୁର୍ଗାପୂଜା ସମିତି’ ଜରିଆରେ ପୁରୁଣା ବସଷ୍ଟାଣ୍ଡ ପାର୍ଶ୍ୱସ୍ଥ ଚ଼ାଟର୍ଜୀ ଲେନରେ ସ୍ଥାପିତ ପୂଜାମଣ୍ଡପରେ ବଙ୍ଗୀୟ ପଦ୍ଧତିରେ ପୂଜାତ୍ସୋବ ପାଳିତ ହୋଇଥାଏ ।
ସ୍ଥାନୀୟ ସହରବାସୀଙ୍କ ଉଦ୍ୟମରେ ସାନ ବଜାର-ହନୁମାନ ବଜାର ଛକରେ ୧୯୫୬ରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ବିଗତ ଛଅ ଦଶନ୍ଧି ମଧ୍ୟରେ ସହରରେ ଦୁର୍ଗା ମଣ୍ଡପ ସଂଖ୍ୟା ବୃଦ୍ଧି ପାଇ ୨୦୧୯ରେ ପ୍ରାୟ ୪୦ରେ ପହଞ୍ଚିଥିଲା । ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପରକୁ ସାମୂହିକ ଉଦ୍ୟମରେ ଆୟୋଜିତ ପୂଜାତ୍ସୋବରେ ଦୁର୍ଗାପୂଜା ପ୍ରାଧାନ୍ୟ ଦାବୀ କରେ ।
ଚଳିତବର୍ଷ ୨୦୨୦ରେ ମହାମାରୀ ପ୍ରାଦୁର୍ଭାବ ହେତୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଦୁର୍ଗାପୂଜା ଆୟୋଜନ ନିମନ୍ତେ କଟକଣା ଜାରୀ କରାଯାଇଛି । କିନ୍ତୁ ପଶ୍ଚିମବଙ୍ଗରେ ପ୍ରାୟ ୩୭୦୦ ପୂଜା ମଣ୍ଡପରେ ଦୂର୍ଗାପୂଜା ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦକ୍ଷିଣ କୋଲକତାର ଚ଼େଲଟା ଅଗ୍ରଣୀ କ୍ଳବର ଦୂର୍ଗାପୂଜା ସମେତ ଅନ୍ୟାନ୍ୟ ମଣ୍ଡପ ଉଦଘାଟିତ ହୋଇଥିଲା ।
ଅଗ୍ରଣୀ କ୍ଳବର ଦୁର୍ଗାପୂଜା ମଣ୍ଡପର ଭିଡ଼ିଓ ୟୁ-ଟ୍ୟୁବରେ ଉପଲବ୍ଧ । ଖୁବ କମ ଆୟତନରେ ତିନି ଦିଗ ଉନ୍ମୁକ୍ତ ପକ୍ଷୀ ଆକୃତିର ସୁରମ୍ୟ ମଣ୍ଡପ ଦର୍ଶନାର୍ଥୀମାନେ କିପରି ଶାରୀରିକ ଦୂରତ୍ୱ ବଜାୟ ରଖି ଦୂରରୁ ଦେବୀ ପ୍ରତିମା ଦର୍ଶନ କରିପାରିବେ ତାହାର ବ୍ୟବସ୍ଥା ହୋଇଛି । ସାଜସଜ୍ଜା ଓ ଆଲୋକ ସମ୍ପାତର ସୀମିତ ସୁଯୋଗ ସତ୍ତ୍ୱେ ଚାଋକଳାର ଉତ୍କର୍ଷ ମନମୁଗ୍ଧକର । କୋଲକତା ହାଇକୋର୍ଟର ନିର୍ଦ୍ଦେଶକ୍ରମେ ଚ଼ତୁର୍ଥୀରୁ ଛୋଟ ମଣ୍ଡପରେ ପାଞ୍ଚମିଟର ଓ ବଡ଼ ମଣ୍ଡପରେ ଦଶ ମିଟର ଯାଏଁ ସମ୍ମୁଖ ଅଞ୍ଚଳ ଅବରୋଧ କରାଯାଇ ଦର୍ଶକଙ୍କ ପ୍ରବେଶ ବାରଣ କରାଯାଇଛି । ଫଳରେ ମଣ୍ଡପରେ ପୂଜାର୍ଚ୍ଚନା ଓ ପାର୍ଶ୍ୱ ସାଜସଜ୍ଜା ଭିଡ଼ିଓ ଓ ଲାଇଭ ଷ୍ଟ୍ରୀମିଂ ଯୋଗେ ଜନସାଧାରଣଙ୍କ ନିକଟରେ ପହଞ୍ଚୁଛି ।
ଚଳିତବର୍ଷ ଭାରତର ବିଭିନ୍ନ ସହରର ବଙ୍ଗୀୟ ଦୁର୍ଗାପୂଜା ମଧ୍ୟ ଭର୍ଚୁଆଲ ପରିବେଶରେ ସାମାହିତ ହେଉଛି । ଦିଲ୍ଲୀର ବଙ୍ଗଭାଷୀ ବହୁଳ ଚିତ୍ତରଞ୍ଜନ ପାର୍କ ଅଞ୍ଚଳରେ ପ୍ରତିବର୍ଷ ୧୦ ଗୋଟି ପୂଜାମଣ୍ଡପ ଆୟୋଜିତ ହେଉଥିବା ସ୍ଥଳେ ଏ ଥରକ କାଳୀମନ୍ଦିର ପ୍ରାଙ୍ଗଣରେ ମାତ୍ର ଗୋଟିଏ ନିମନ୍ତେ ଅନୁମତି ମିଳିଛି । ପୂଜା ଅବସରରେ ସେଠାରେ ଦୈନିକ ଦୁଇ ଲକ୍ଷ ଦର୍ଶନାର୍ଥୀ ଠୁଳ ହେଉଥିବା ସ୍ଥଳେ ଚଳିତ ବର୍ଷ ସକାଳର ପୂଜା ଓ ସନ୍ଧ୍ୟାର ଆଳତି ସ୍ଥାନୀୟ କେବଲ ଟେଲିଭିଜନ, ଡ଼ିଟିଏଚ୍ ଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଂର ବ୍ୟବସ୍ଥା କରାଯାଇଛି ।
ଚ଼େନ୍ନାଇ, ହାଇଦରାବାଦ ଓ ବିଶାଖପାଟଣାରେ ମଧ୍ୟ ଅନୁରୂପ ପଦ୍ଧତି ଅବଲମ୍ୱନ ହେଉଛି । ଚ଼େନ୍ନାଇ, ବିଶାଖପାଟଣାରେ ଭୋଗ ପ୍ୟାକେଟ ଆକାରରେ ଭକ୍ତଙ୍କ ଘରେ ପହୁଞ୍ଚାଇ ଦିଆ ଯାଉଛି । ଓଡ଼ିଶାରେ ପ୍ରଶାସନ ପକ୍ଷରୁ ଆବଦ୍ଧ ମଣ୍ଡପରେ ମାତ୍ର ସାତଜଣଙ୍କ ଉପସ୍ଥିତିରେ ଦୁର୍ଗାପୂଜା ନୀତିକାନ୍ତି ପାଳନ ନିମନ୍ତେ ନିର୍ଦ୍ଦେଶ ଥିବା ହେତୁ ଭୁବନେଶ୍ୱର ନୂଆପଲ୍ଲୀ, ବମିଖାଲ ପ୍ରଭୃତି ଦୁର୍ଗାପୂଜା ଆୟୋଜନ ସମିତିଗୁଡ଼ିକ ପକ୍ଷରୁ ମଣ୍ଡପରେ ପୂଜାର ଦୃଶ୍ୟାବଳୀ ଫେସବୁକ, ଟୁଇଟର, ୟୁ-ଟ୍ୟୁବ ଭଲି ସୋସିଆଲ ମିଡ଼ିଆ ପ୍ଲାଟଫରମଗୁଡ଼ିକରେ ସିଧା ପ୍ରସାରଣର ବ୍ୟବସ୍ଥା କରିଛନ୍ତି । ବୈଷୟିକ କଳାକୌଶଳ ହାତପାଆନ୍ତାରେ ଉପଲବ୍ଧ ଥିବା ତଥା ସହରାଞ୍ଚଳର ତିନିଚ଼ତୁର୍ଥାଂଶ ଭିଡ଼ିଓ ଆହରଣରେ ଅଭ୍ୟସ୍ତ ଥିବା ହେତୁ ଉତ୍ସବାନୁଭୂତିରେ ଏକ ନୂତନ ସମୀକରଣ ସୃଷ୍ଟି ହେବାକୁ ଯାଉଛି ।
ଦୁର୍ଦ୍ଦିନରେ ବାଧ୍ୟବାଧକତାରେ ସାମାଜିକ ରୀତିନୀତିର ପରିବର୍ତ୍ତନ ଘଟିଥାଏ । କେତେକ ଦୂରଦ୍ରଷ୍ଟାଙ୍କ ସଦ୍ୟତମ ଆକଳନ ଅନୁଯାୟୀ ମହାମାରୀର ପ୍ରଭାବ ଯଦି ଆନ୍ତର୍ଜାତିକସ୍ତରରେ ୨୦୨୪ ଯାଏଁ ଲାଗି ରହେ, ଶାରିରୀକ ଦୂରତ୍ୱ ପାଳନରେ ଦୀର୍ଘକାଳ ବ୍ୟାପୀ ଧାର୍ମୀକ, ସାଂସ୍କୃତିକ ଓ ରାଜନୀତିକ ସମାବେଶଗୁଡ଼ିକ ପ୍ରାୟତଃ ଭର୍ଚୁଆଲ ପରିବେଶକୁ ସ୍ଥାନାନ୍ତରିତ ହେବା ନିଶ୍ଚିତ । ଫଳରେ ମହାମାରୀ-ପର ସମୟରେ ଏହି ଭଳି ପରିବର୍ତ୍ତନଗୁଡ଼ିକ ନବ୍ୟ-ସାଧାରଣ ‘ନିଉ-ନରମାଲ’ ପାଲଟିଯାଇପାରେ !

Photo by : bdgamer is licensed under CC BY-NC-SA 2.0
No comments:
Post a Comment