ଅନିଶ୍ଚିତତା
ମଧ୍ୟରେ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୧ ପାଳିତ ହେଲା ।
ସହରର ପୁରାତନ ବାସିନ୍ଦାଗଣ ସାମୂହିକ ମନୋରଞ୍ଜନରେ ଭରପୁର ଦ୍ୱି-ବାର୍ଷିକ ଯାତ୍ରା ପାଳନକୁ
ଦୀର୍ଘ ଦିନରୁ ଅପେକ୍ଷାରେ ରହିଥାନ୍ତି । ‘କୋଭିଡ଼-୧୯’ ମହାମାରୀ ଭୟ ୨୦୨୦ ମାର୍ଚ୍ଚ ମଧ୍ୟଭାଗରୁ ଅନୁଭୂତ ହେବା ପୂର୍ବବର୍ଷ ୨୦୧୯ରେ
ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସହରବାସୀ ଭାବିଥିଲେ ମହାମାରୀ ମାସେ ଦୁଇମାସ, ଅତି
ବେଶୀରେ ଛଅମାସରେ ସରିଯିବ । ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କଟକଣା ପାଳନ କରି ତିନି ମାସ
କଟାଇବା ପରେ ଜୁଲାଇରେ ମହାମାରୀ ପ୍ରକୋପ ଶୀର୍ଷରେ ପହଞ୍ଚିଥିଲା । ଅଗଷ୍ଟରୁ-ଡ଼ିସେମ୍ୱର ଯାଏଁ
ସଂକ୍ରମଣ ନିମ୍ନମୁଖୀ ହୋଇ ନବବର୍ଷ ଜାନୁୟାରୀରୁ ସହର ଜନଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା
। ସରକାରୀ କଟକଣା ହଟିଥିଲା । ସହରବାସୀ ଠିକ କରିନେଇଥିଲେ ଏପ୍ରିଲରେ ଠାକୁରାଣୀ ଯାତ୍ରା
ପୂର୍ବବତ ସ୍ୱାଭାବିକ ନହେଲେ ସୁଦ୍ଧା ଅନ୍ତତଃପକ୍ଷେ କିଛିଟା ଉତ୍ସବ ଆୟୋଜନର ମାହୋଲ ସୃଷ୍ଟି
କରିବ ।
ଅବଶ୍ୟ ଯାତ୍ରା କହିଲେ ଭିଡ଼, ଭିଡ଼ର ଅର୍ଥ ସଂକ୍ରମଣ ବୃଦ୍ଧି ଏବଂ ଟିକାକରଣ ଦ୍ୱାରା ସାମୂହିକ ପ୍ରତିରୋଧକ ଶକ୍ତି ସୃଷ୍ଟି ଯାଏଁ ଭୂତାଣୁ ସଂକ୍ରମଣ ଭୟକୁ ଯେ ଏଡ଼ାଇ ଦେଇ ହେବ ନାହିଁ, ଏକଥା ତଥ୍ୟାଭିଜ୍ଞମାନେ ବୁଝିଥିଲେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭିଡ଼ର ପରିଭାଷା । ଯାତ୍ରା ପାଳନର ଶେଷ ସପ୍ତାହକ ପ୍ରତ୍ୟେହ ସନ୍ଧ୍ୟାରୁ ଗଭୀର ରାତି ଯାଏଁ ବଡ଼ବଜାର ଓ ସଂଲଗ୍ନ ଇଲାକାରେ ସହର ଓ ସହରତଳି ଅଞ୍ଚଳରୁ ପଚାଶ ହଜାରରୁ ଲକ୍ଷେ ଲୋକ ସମବେତ ହୁଅନ୍ତି । ଦେବୀ ଦର୍ଶନ ସହ ରଥ-କଳାକୁଞ୍ଜ-ଆଲୋକସଜ୍ଜା ବନ୍ଧୁପରିଜନଙ୍କସହ ଉପଭୋଗ କରନ୍ତି । ଭଳିକି ଭଳି ଖାଦ୍ୟ ଚାଖନ୍ତି, ପ୍ରଦର୍ଶନୀ-ସର୍କସ-ସିନେମା ହଲରେ ପହଞ୍ଚନ୍ତି । ଦିନସାରା ଛୋଡ଼-ଗାଜିଆ ଠାରୁ ବାଘନାଚ଼ ଯାଏଁ ବେଶଧାରୀଙ୍କ ଗହଳଚହଳ ସହରସାରା ଗଳିକନ୍ଦିରେ ଲାଗି ରହିଥାଏ । ବାପଘରକୁ ବିବାହିତା ଝିଅ ସପରିବାରେ ଫେରେ, ଆଖପାଖ ଗ୍ରାମାଞ୍ଚଳରୁ ସଂପର୍କୀୟ ଯାତ୍ରା ଦେଖିବା ପାଇଁ କୁଣିଆ ହୁଅନ୍ତି । କିନ୍ତୁ ସମ୍ଭାବ୍ୟ ମହାମାରୀ-ପର ଅବସ୍ଥାରେ ଏହି ରୀତିନୀତି କେତେଦୂର ପାଳନୀୟ ହେବ ତାହା ଅସ୍ପଷ୍ଟ ରହିଥିଲା ।
ମହାମାରୀର ଗତିପ୍ରକୃତି ଅନିଶ୍ଚିତ । ‘କୋଭିଡ଼-୧୯’ ସୃଷ୍ଟିକାରୀ ‘ସାର୍ସ-କୋଭ-୨’ ଭୂତାଣୁ ନୂତନ ପ୍ରଜାତିର ହୋଇଥିବା ହେତୁ ବିଶ୍ୱବ୍ୟାପୀ ବୈଜ୍ଞାନିକ ଓ ଚ଼ିକିତ୍ସକମାନେ ଅନଭିଜ୍ଞ ଥିଲେ ଏବଂ ପର୍ଯ୍ୟାୟକ୍ରମେ ରୋଗର ପ୍ରଭାବ ସଂପର୍କରେ ନୂଆ ନୂଆ ତଥ୍ୟ ଉଦ୍ଭାବନ କରି ଚାଲିଛନ୍ତି । ଜନସ୍ୱାସ୍ଥ୍ୟ ଓ ପରିସଂଖ୍ୟାନ ବିଶେଷଜ୍ଞମାନଙ୍କ ମହାମାରୀର ସମ୍ଭାବ୍ୟ ରୂପରେଖ ଗୋଟିଏ ସହ ଅନ୍ୟଟିର ମେଳ ଖାଏନି । ଏତାଦୃଶ ସଂକ୍ରମଣ କ୍ରମବର୍ଦ୍ଧମାନ ବିଜ୍ଞାନ ‘ଇଭଲଭିଂ ସାଇନ୍ସ’ ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ଏହାର ମୁକାବିଲା ନିମନ୍ତେ ଅବସ୍ଥାକୁ ଦେଖି ବ୍ୟବସ୍ଥା ପ୍ରସ୍ତୁତ ହୋଇ ଚାଲିଛି ।
ମହାମାରୀ କାଳରେ ସର୍ବସାଧାରଣରେ ନବେ ପ୍ରତିଶତ ଗୁଜବ ତ ଉଡିବୁଲେ, ତେବେ ଦଶ ପ୍ରତିଶତ ନିର୍ଭରଯୋଗ୍ୟ ତଥ୍ୟ ମଧ୍ୟ ସର୍ବୋତ୍ତଭାବେ ଗ୍ରହଣଯୋଗ୍ୟ ହୋଇପାରେନା । ମାଧ୍ୟମିକ ଶ୍ରେଣୀରେ ବୀଜଗଣିତରେ ‘ମନେକର ଏକ୍ସର ଭେଲ୍ୱୁ ଜିରୋ ହେଲା ତ ୱାଇର ଭେଲ୍ୱୁ କ’ଣ’ ନୀତିରେ ସଂକ୍ରମଣକୁ ସାମ୍ନା କରିବାକୁ ପଡ଼େ । ମହାରାଷ୍ଟ୍ର, କେରଳ ଓ ଦିଲ୍ଲୀ ସାଙ୍ଗକୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ୟୁରେପୀୟ ରାଷ୍ଟ୍ରପୁଞ୍ଜରେ ‘କୋଭିଡ଼-୧୯’ର ପ୍ରାଦୁର୍ଭାବ ଜାରୀ ରହିଥିବା ସତ୍ତ୍ୱେ ବିଗତ କିଛି ମାସରୁ ବ୍ରହ୍ମପୁରରେ ସଂକ୍ରମଣର ଖବର ଗୁରୁତ୍ୱ ଲାଭ ନକରିବା କାରଣରୁ ଏଠାରେ ପ୍ରାକୃତିକ ସାମୂହିକ ପ୍ରତିରୋଧକ ଶକ୍ତି ‘ହେର୍ଡ ଇମ୍ୟୁନିଟି’ ସୃଷ୍ଟି ହୋଇସାରିଲାଣି ବୋଲି ଏକରକମ ଧାରଣା ସହରବାସୀଙ୍କ ମନରେ ବସାବାନ୍ଧି ସାରିଥିଲା ।
ଟିକାକୁ ନେଇ ଅନିଶ୍ଚିତତା ଡ଼ିସେମ୍ୱର ଶେଷ ସପ୍ତାହରେ ଦୂର ହୋଇଥିଲା । ଜାନୁୟାରୀ ମଧ୍ୟଭାଗରୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଓ ସୁରକ୍ଷାକର୍ମୀ, ମାର୍ଚ୍ଚ ପହିଲାରୁ ବୟଜ୍ୟୋଷ୍ଠ ଓ ଏପ୍ରିଲ ପହିଲାରୁ ୪୫ ବର୍ଷୋତ୍ତରଙ୍କ ଟିକାକରଣ ଭୂତାଣୁ ପ୍ରତିରୋଧର ଆଶା ସଞ୍ଚାର କଲା । ତେବେ ଦେଶବାସୀଙ୍କୁ ଟିକାକରଣ ସରିବା ନିମନ୍ତେ ୨୦୨୨ ଶେଷ ଯାଏଁ ଅପେକ୍ଷା ଏବଂ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ସାଙ୍ଗକୁ ମହାରାଷ୍ଟ୍ରର ତଥାକଥିତ ଡବଲ-ମ୍ୟୁଟେଣ୍ଟ ଭୂତାଣୁ ଭୟ ତଥା ଦେଶବ୍ୟାପୀ ଦ୍ୱିତୀୟ ତରଙ୍ଗର ବିବରଣୀ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଠାକୁରାଣୀଯାତ୍ରା ଆୟୋଜନକୁ ନେଇ ସଂଶୟ ସୃଷ୍ଟି ଦୂର କରିପାରିନଥିଲା ।
ଠାକୁରାଣୀ ଯାତ୍ରା ପାଳନବେଳକୁ ‘କୋଭିଡ଼-୧୯’ ମହାମାରୀ ବିପଦପୂର୍ଣ୍ଣ ଅବସ୍ଥା ‘କ୍ରିଟିକାଲ ପଏଣ୍ଟ’ରେ ପହଞ୍ଚିଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚ଼ିତ କରାଯାଇଥିଲା । ଦୈନିକ ବିଶ୍ୱବ୍ୟାପୀ ୪୪ ଲକ୍ଷ ନୂତନ ସଂକ୍ରମଣ ସାଙ୍ଗକୁ ଭାରତରେ ଦେଢ଼-ଲକ୍ଷରୁ ଦୁଇ ଲକ୍ଷ, ଓଡ଼ିଶାରେ ଦୁଇରୁ ତିନି ହଜାର, ବ୍ରହ୍ମପୁରରେ କୋଡ଼ିଏରୁ ପଚିଶି ସଂକ୍ରମଣ ତଥା ନାଇଟ କର୍ଫୁଜାରୀ ଏବଂ ସମ୍ଭାବ୍ୟ ଭୟାବହତା ବିଚାରକୁ ନେଇ ବିନା ଭିଡ଼ରେ ଯେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୧ ପାଳିତ ହେଲା ତାହା ସହରର ଇତିହାସରେ ଏକ ଉଲ୍ଲେଖନୀୟ ଫର୍ଦ୍ଦ ।

(‘ଅନୁପମ ଭାରତ’ ବ୍ରହ୍ମପୁର
ସଂସ୍କରଣ / ୧୭ ଏପ୍ରିଲ ୨୦୨୧/ ପୃଷ୍ଠା : ୮)
No comments:
Post a Comment