କୁହାଯାଏ ମହାମାରୀ, ପ୍ରାକୃତିକ
ବିପର୍ଯ୍ୟୟ, ଯୁଦ୍ଧ ଭଳି ପ୍ରତିକୂଳ ଅବସ୍ଥାରେ ସମାଜର ରୀତିନୀତି ବଦଳି ଯାଏ । ‘କୋଭିଡ଼-୧୯’ ମହାମାରୀ ଆରମ୍ଭ ହେବା ବର୍ଷକ ମଧ୍ୟରେ ବିଶ୍ୱବ୍ୟାପୀ ଜନସାଧାରଣଙ୍କ ଆଚାରବିଚାରରେ
ଅନେକ ପରିବର୍ତ୍ତନ ଘଟିଛି । ଏହି ପ୍ରକ୍ରିୟାରେ #ବ୍ରହ୍ମପୁର ସହରବାସୀ
ମଧ୍ୟ ସାମିଲ ହେବା ସ୍ୱାଭାବିକ ।
ଖ୍ୟାତନାମା ଇନଫରମେସନ ଟେକନୋଲଜି ପ୍ରତିଷ୍ଠାନ ‘ଏସେଞ୍ଚର’ ପକ୍ଷରୁ ଆନ୍ତର୍ଜାତିକସ୍ତରରେ ୧୯ ଗୋଟି ରାଷ୍ଟ୍ରର ପ୍ରାୟ ଦଶ ହଜାର ବ୍ୟକ୍ତିଙ୍କ ଗହଣରେ ମହାମାରୀଜନିତ ଜୀବନଶୈଳୀ ପରିବର୍ତ୍ତନ ଅନୁଧ୍ୟାନ ପାଇଁ ଏକ ଅନଲାଇନ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଏଥିରେ ପାଞ୍ଚଶହ ଜଣ ଭାରତୀୟ ଯୋଗ ଦେଇଥିଲେ । ମେ’ ୨୦୨୧ରେ ପ୍ରକାଶିତ ବିବରଣୀରେ କୁହାଯାଇଛି ଯେ ମହାମାରୀ କାଳରେ ୯୮ ପ୍ରତିଶତ ଲୋକ ନିଜ ଜୀବନଚର୍ଯ୍ୟା ‘ଲାଇଫ ଷ୍ଟାଇଲ’ରେ ଅନ୍ତତଃପକ୍ଷେ ଗୋଟିଏ ପ୍ରଭାବଶୀଳୀ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ବିଷୟ ଏଭଳି ପରିବର୍ତ୍ତନ ସେମାନଙ୍କ ଜୀବନଯାତ୍ରାରେ ଦୀର୍ଘସ୍ଥାୟୀ, ଅର୍ଥାତ ବହୁତ ଦିନ ଧରି ବଳବତ୍ତର ରହିବ ବୋଲି ବିଚାର କରୁଛନ୍ତି ।
ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର । ରାଜ୍ୟର ଦକ୍ଷିଣାଞ୍ଚଳର ପ୍ରତ୍ୟେକ ଜିଲ୍ଲାରୁ ପରିବାରବର୍ଗ ଏଠାରେ ସ୍ଥାୟୀଭାବେ ବସବାସ କରିଥାନ୍ତି । ସହରରୁ ବାହାରକୁ ଯିବାଆସିବା ଲାଗି ରହିଥାଏ । ମହାମାରୀ ଓ ଲକଡ଼ାଉନଜନିତ ପରିବେଶରେ ଜନସାଧାରଣଙ୍କ ଆତଯାତରେ ବଡ଼ଧରଣର ହ୍ରାସ ତ ଯୁକ୍ତିଯୁକ୍ତ; ତେବେ ମହାମାରୀ-ପର ଅବସ୍ଥାରେ ମଧ୍ୟ ଗମନା-ଗମନ ଧାରା ବଦଳିଯିବା ଆଶାଙ୍କା କରାଯାଉଛି । ‘ଏସେଞ୍ଚର’ ବିବରଣୀରେ ଉଲ୍ଲେଖ ରହିଛି ଯେ ୫୭ ପ୍ରତିଶତ ମହାମାରୀ-ପର ଅବସ୍ଥାରେ ବ୍ୟାବସାୟିକ ଭ୍ରମଣ ‘ବିଜିନେସ ଟ୍ରାଭଲ’ ଅନ୍ତତଃପକ୍ଷେ ଅର୍ଦ୍ଧେକ ହ୍ରାସ ପାଇବା ଅନୁମାନ କରୁଛନ୍ତି ।
ବ୍ରିଟେନର ‘ୟୁ-ଗଭ’ ନାମକ ବାଣିଜ୍ୟ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଭାରତର ସହରାଞ୍ଚଳ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନରେ ମହାମାରୀର ପ୍ରଭାବ ଆକଳନ ନିମନ୍ତେ ମଧ୍ୟ ଅନ୍ୟ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେଥିରୁ ଜଣାଯାଇଛି ଯେ ଶିକ୍ଷିତ ଓ ସ୍ୱଚ୍ଛଳବର୍ଗ ମଧ୍ୟରେ ପନିପରିବା ଖାଦ୍ୟାଭ୍ୟାସ ୬୬ ପ୍ରତିଶତ, ଦୁଗ୍ଧ ଜାତୀୟ ଖାଦ୍ୟ ୫୩ ପ୍ରତିଶତ ଓ ମଦ୍ୟପାନ ୨୯ ପ୍ରତିଶତ ବୃଦ୍ଧି ପ୍ରାପ୍ତ ହୋଇଛି । ଭାରତରେ ଅର୍ଦ୍ଧେକ ପରିବାର ଅନଲାଇନରେ କିଣାବିକା କରୁଛନ୍ତି । ଚ଼ୀନରେ ଏହି ସଂଖ୍ୟା ୫୯ ପ୍ରତିଶତ ଥିବା ସ୍ଥଳେ ବ୍ରିଟେନରେ ୩୪ ପ୍ରତିଶତରେ ସୀମିତ । ପ୍ରତି ଦଶଜଣ ସହରାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ତିନିଜଣ ମଦ୍ୟପାନ କରୁଥିବା ଅନ୍ୟତମ ଚାଞ୍ଚଲ୍ୟକାରୀ ତଥ୍ୟ ।
ମାର୍କିନ ଗବେଷଣା ପ୍ରତିଷ୍ଠାନ ‘ପିଉ ରିସର୍ଚ୍ଚ ସେଣ୍ଟର’ର ମାନାଙ୍କରେ ଭାରତୀୟ ମୁଦ୍ରାରେ ମାସିକ ୨୧ ହଜାରରୁ ୪୨ ହଜାର ଟଙ୍କା ରୋଜଗାର କରୁଥିବା ପରିବାର ମଧ୍ୟବିତ୍ତ ଏବଂ ୪୨ ହଜାରରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ରୋଜଗାର କରୁଥିବା ପରିବାର ଉଚ୍ଚ-ମଧ୍ୟବିତ୍ତ ବର୍ଗରେ ଚ଼ିହ୍ନିତ କରାଯାଇଥାଏ । ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ପ୍ରାୟ ଅଢ଼େଇ ଶହ କୋଟି ଲୋକ ମହାମାରୀ ପୂର୍ବରୁ ମଧ୍ୟବିତ୍ତ ଓ ଉଚ୍ଚ-ମଧ୍ୟବିତ୍ତ ବର୍ଗରେ ଅନ୍ତର୍ଭୁକ୍ତ ରହିଥିଲେ । ତେବେ ମହାମାରୀର ବର୍ଷକ ମଧ୍ୟରେ ସେମାନଙ୍କ ମଧ୍ୟରୁ ୧୫ କୋଟି ପରିବାର ରୋଜଗାର ଅଭାବରୁ ଗରିବଶ୍ରେଣୀରେ ପହଞ୍ଚିଛନ୍ତି । ଆନ୍ତର୍ଜାତିକସ୍ତରରେ ବିଂଶ ଶତାଦ୍ଦୀର ଶେଷ ଦଶକରେ ଜଗତୀକରଣ ଓ ଆର୍ଥିକ ଉଦାରୀକରଣ ନୀତି ଲାଗୁପରେ ୨୦୨୦ରେ ସର୍ବାଧିକ ଦାରିଦ୍ର୍ୟ ବୃଦ୍ଧି ପାଇଛି ।
ବ୍ରହ୍ମପୁର ସହରଭିତ୍ତିକ ମହାମାରୀଜନିତ ସ୍ଥାନୀୟବାସିନ୍ଦାଙ୍କ ଜୀବନଚ଼ର୍ଯ୍ୟା ସଂପର୍କରେ ତଥ୍ୟ ଅଭାବ ପରିବେଶରେ ଆନ୍ତର୍ଜାତିକ ଓ ରାଷ୍ଟ୍ରୀୟସ୍ତରରେ ଗବେଷଣାଲବ୍ଧ ତଥ୍ୟକୁ ଭିତ୍ତିରୂପେ ଗ୍ରହଣ କରାଯାଇପାରେ । ମଧ୍ୟବିତ୍ତଙ୍କ ରୋଜଗାର ହ୍ରାସ ସହରର ବାଣିଜ୍ୟ, ବ୍ୟବସାୟ ଓ ପରିବହନ ଉପରେ ତତ୍ କ୍ଷଣାତ ପ୍ରଭାବ ପକାଇଥିବା ଲକ୍ଷ୍ୟ କରାଯାଏ । ସ୍ଥାନୀୟ ବ୍ୟବସାୟୀମାନେ ମହାମାରୀ-ପୂର୍ବ ବ୍ୟବସାୟର ୪୦ ପ୍ରତିଶତ ହରାଇଥିବା ଅଭିଯୋଗ କରୁଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ବୃତ୍ତି ଓ ବ୍ୟବସାୟ ଏକାବାରକେ ବନ୍ଦ ହୋଇଯାଇଛି । ଏହି ପରିବର୍ତ୍ତନଗୁଡ଼ିକ ସହରର ଜନଜୀବନକୁ ଯେ ଗଭୀର ପ୍ରଭାବିତ କରିବାରେ ଲାଗିଛି ଏଥିରେ ସନ୍ଦେହ ନାହିଁ । ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ବିକଳ୍ପ ବ୍ୟବସ୍ଥା, ଯଥା: ବୃତ୍ତିଗତ ନୂତନ କାରିଗରୀକୌଶଳ ଉପଯୋଗ, ସେବା ପ୍ରଦାନ କ୍ଷେତ୍ର ସଂପ୍ରସାରଣ ଓ ଡିଜିଟାଲ ବ୍ୟବସାୟ ମଞ୍ଚରେ ସାମିଲ ହେବା ଇତ୍ୟାଦି ଗୁରୁତ୍ୱ ବହନ କରିଥାଏ । କିନ୍ତୁ ବ୍ରହ୍ମପୁର ସହରର ପାରମ୍ପରିକ ପରିବେଶରେ ପରିବର୍ତ୍ତନର ସ୍ରୋତ ପ୍ରଖର ନଥିବା ପ୍ରତୀୟମାନ ହୁଏ ।

Photo by Ibrahim Boran on Unsplash
No comments:
Post a Comment