ପାରମ୍ପରିକଭାବେ
ଦଶହରାରୁ କୁମାର ପୂର୍ଣ୍ଣିମା ସପ୍ତାହକ #ବ୍ରହ୍ମପୁର ସହରବାସୀଙ୍କ ପାଇଁ ଅବସର ବେଳ
। ସହରଟି ଏକ ବ୍ୟାବସାୟିକ ପେଣ୍ଠଭାବେ ଗଢ଼ି ଉଠିଥିବା ହେତୁ ଏଠାରେ ବ୍ୟବସାୟୀ ପରିବାରଙ୍କ
ଆଧିପତ୍ୟ । ଦଶହରାରେ ଛୋଟବଡ଼ ସବୁ ଦୋକାନ ଘର ସଜାଡ଼ିବା, ଚୂନ ଢଉଳା, ଆସବାବପତ୍ର ରଙ୍ଗ ମାରିବା
ଇତ୍ୟାଦି ବାର୍ଷିକ କାର୍ଯ୍ୟସୂଚ଼ୀରେ ଅନ୍ତର୍ଭୁକ୍ତ । ମହାଳୟା ଶ୍ରାଦ୍ଧ ପରେ ବିଭିନ୍ନ
ମାଙ୍ଗଳିକ ଉତ୍ସବାନୁଷ୍ଠାନଲାଗି କିଣାବିକା ଆରମ୍ଭ ହୋଇଯାଉଥିବା କାରଣରୁ ଦଶହରାକୁ ବାଣିଜ୍ୟିକ
ନୂଆବର୍ଷର ମାନ୍ୟତା ମିଳିଥାଏ । ଦଶହରା ପୂର୍ବରୁ ପୋଷାକ ପରିଚ୍ଛେଦ ଇତ୍ୟାଦି ପୁରୁଣା ଷ୍ଟକ
ରିହାତି ଦରରେ ବିକ୍ରୀ ସରିଥାଏ । ଦଶହରାରୁ କିସମ କିସମର ନୂଆ ଷ୍ଟକ ଯୋଗେ ଗ୍ରାହକଙ୍କୁ ଆକର୍ଷିତ
କରିବା ଉଦ୍ୟମ ଆରମ୍ଭ ହୁଏ ।
ଦଶହରା ପୂର୍ବଦିନ ଯାଏଁ ଦୋକାନବଜାର ସରଗରମ ହୋଇ ଉଠୁଥିବା ସ୍ଥଳେ ଦଶହରାରୁ କୁମାର ପୂର୍ଣ୍ଣିମା ସମୟ ସୀମାରେ ହଠାତ କିଣାବିକା ସାମୟିକଭାବେ ମାନ୍ଦା ପଡ଼ିଥାଏ । ବାଣିଜ୍ୟ ବ୍ୟବସାୟ ସହ ସଂପୃକ୍ତଙ୍କୁ ବାଦ ଦେଲେ ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ରୂପେ ବିଗତ ଶତାଦ୍ଦୀରେ ଗ୍ରାମାଞ୍ଚଳରୁ ସହରରେ ସ୍ଥାୟୀଭାବେ ବସବାସ କରିବା ପାଇଁ ପହଞ୍ଚିଥିବା ପରିବାରବର୍ଗଙ୍କୁ ବୁଝାଏ। ଗଞ୍ଜାମର ଗାଁଗହଳରେ ଖରିଫ ଫସଲଲାଗି ଦଶହରା ସୁଦ୍ଧା ବିଲବାଡ଼ କାମ ପ୍ରାୟ ସରିଆସିଥାଏ । ଚ଼ାଷୀ ମାର୍ଗଶୀରର ଅମଳ ପାଇଁ ଅପେକ୍ଷାରେ ରହେ । ତେଣୁ ଦଶହରା ଆଗ ପଛ କିଛି ଦିନ ଚ଼ାଷୀ ପ୍ରାୟ ଆଳସ୍ୟରେ କଟାଇଥାଏ । ଗ୍ରାମାଞ୍ଚଳରେ ଅନୁଭୂତି ସହରରେ ବସବାସ କରୁଥିବା ପରିବାରବର୍ଗଙ୍କଠାରେ ପ୍ରତିବିମ୍ୱିତ ହୁଏ ।
ବ୍ରହ୍ମପୁରର ତୃତୀୟ ବୃହତ୍ତମ ବର୍ଗ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛୁଟୀ ହେତୁ ଦଶହରାରୁ କୁମାର ପୂର୍ଣ୍ଣିମା ଫୁରସତରେ କଟାନ୍ତି । ସହର ବାହାରେ ଅବସ୍ଥାପିତ ଯୁବବର୍ଗ ଦଶହରାରେ ଘରକୁ ଫେରୁଥିବାରୁ ପୁରୁଣାବନ୍ଧୁଙ୍କ ଆସର ଜମେ । ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରୁ ମୋବାଇଲ ଫୋନ ଓ ଦ୍ୱିତୀୟ ଦଶକରୁ ସୋସିଆଲ ମିଡ଼ିଆର ପ୍ରସାର ଘଟିବା ପରଠୁ ଭର୍ଚୁଆଲ ପରିବେଶ ବ୍ୟକ୍ତିଗତସ୍ତରରେ ଦେଖାସାକ୍ଷାତର ଗୁରୁତ୍ୱ କମାଇ ଦେଇଛି । ପୁଣି କୋଭିଡ଼-୧୯ ମହାମାରୀ ଦୂରବସ୍ଥାନକୁ ବାଧ୍ୟବାଧକତାରେ ପରିଣତ କରିଛି । କିନ୍ତୁ ତା’ପୂର୍ବରୁ ବନ୍ଧୁମିଳନଲାଗି ଦଶହରା, ମକର ସଂକ୍ରାନ୍ତି ଓ ଠାକୁରାଣୀ ଯାତ୍ରା ଭଳି ପର୍ବ-ପାର୍ବଣହିଁ ବ୍ରହ୍ମପୁରରେ ଅନୁକୂଳ ପରିବେଶ ସୃଷ୍ଟି କରିଆସିଥିଲା ।
ସ୍ୱାଧୀନୋତ୍ତର ଅବସ୍ଥାରୁ ବିଂଶ ଶତାଦ୍ଦୀର ଶେଷ ଯାଏଁ ସିନେମା ବ୍ରହ୍ମପୁରବାସୀଙ୍କ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଥିଲା । ଷଷ୍ଠ ଓ ସପ୍ତମ ଦଶକରେ ଦଶହରାରୁ କୁମାରପୂର୍ଣ୍ଣିମା ମଧ୍ୟରେ ନୂଆ ଚଳଚ଼ିତ୍ର ତ ଖେଳୁଥିଲା, ତା’ସାଙ୍ଗକୁ ମର୍ଣ୍ଣିଂ ସୋ’, ନୁନ ସୋ’ରେ ଲୋକପ୍ରିୟ ହିନ୍ଦି ଚଳଚ଼ିତ୍ରଗୁଡ଼ିକ ପୁନଃପ୍ରଦର୍ଶିତ ହେବା ପ୍ରଥା ପ୍ରଚଳିତ ଥିଲା । ବେଳେ ବେଳେ ବଙ୍ଗଳା ଚଳଚ଼ିତ୍ର ମଧ୍ୟ ପ୍ରଦର୍ଶିତ ହେଉଥିଲା । ଚଳଚ଼ିତ୍ରପ୍ରେମୀ ଭୁଲି ଆସୁଥିବା ବିଗତ ଦିନର ଚଳଚ଼ିତ୍ର ପୁନଃ ଉପଭୋଗର ସୁଯୋଗ ପାଉଥିଲେ । ତତ୍ ପରବର୍ତ୍ତୀ ପର୍ଯ୍ୟାୟରେ ଟେଲିଭିଜନ, ଭିଡ଼ିଓ ଓ ଓଟିଟି ପ୍ଲାଟଫର୍ମ ବିକଶିତ ହେବା ପରେ ପୁରୁଣା ଚଳଚ଼ିତ୍ର ଦର୍ଶକ ମହଲରେ ଲୋକପ୍ରିୟତା ବଜାୟ ରଖିଛି ।
ଦଶହରାରୁ କୁମାର ପୂର୍ଣ୍ଣିମା ବ୍ରହ୍ମପୁର ସହରରେ ତାସ ଖେଳର ଆସର ଜମେ । ଗୋପାଳପୁର ବନ୍ଦର, ବ୍ରହ୍ମପୁର ରେଳଷ୍ଟେସନ ଉପରେ ଦକ୍ଷିଣ ଓଡ଼ିଶାର ଶ୍ରମିକ ଦେଶାନ୍ତର ଯାତ୍ରା ନିମନ୍ତେ ନିର୍ଭରଶୀଳ । ଊନବିଂଶ ଶତାଦ୍ଦୀ ଶେଷଭାଗରୁ ବ୍ରହ୍ମପୁର ଶ୍ରମିକ ଚାଲାଣ କେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଆସିଥିଲା । ଯାତ୍ରା ପୂର୍ବରୁ ଓ ଯାତ୍ରା ପରେ ବହୁ ସଂଖ୍ୟକ ଆଗନ୍ତୁକ ସହରରେ ପହଞ୍ଚୁଥିବା ତଥା ଏଠାକାର ବଜାର ପଡ଼ୋଶୀ ଅଞ୍ଚଳର ବ୍ୟବସାୟୀ ଓ ଉପଭୋକ୍ତାଙ୍କୁ ଆକର୍ଷିତ କରୁଥିବା ହେତୁ ଏଠାରେ ଦୀର୍ଘ ଅତୀତରୁ ପ୍ରାୟୋଜିତ ଜୁଆ ‘ଅର୍ଗାନାଇଜଡ଼ ଗେମ୍ୱଲିଂ’ର ଇତିହାସ ରହିଆସିଛି । ଯଦିଓ ସ୍ଥାନୀୟ ବାସିନ୍ଦାଙ୍କ ଜୁଆ ଖେଳରେ ଅଂଶଗ୍ରହଣ ନଗଣ୍ୟ, ତେବେ ଅପବାଦ ସହରବାସୀଙ୍କୁ ମୁଣ୍ଡାଇବାକୁ ପଡ଼ିଥାଏ ।
ଦଶହରାରୁ କୁମାର ପୂର୍ଣ୍ଣିମା ମଧ୍ୟରେ ଲଘୁଚାପଜନିତ ଭୟ ନରହିଲେ ପାଣିପାଗ ଶାନ୍ତ, ସ୍ନିଗ୍ଧ ଓ ଆମୋଦଦାୟକ । ସାଧାରଣତଃ କୁମାର ପୂର୍ଣ୍ଣିମା ସନ୍ଧ୍ୟାରୁ ସହରରେ ଶୀତର ପ୍ରଥମ ସ୍ପର୍ଶ ମିଳିଥାଏ । ତେବେ ଲଘୁଚାପ କାରଣରୁ ବର୍ଷା ହେଲେ ଶୀତ ଆଗୁଆ ଚାଲିଆସେ ।

(Photo by Ganapathy Kumar on Unsplash)
No comments:
Post a Comment