#ବ୍ରହ୍ମପୁର ସହରସହ ରେଳପଥ ସଂଯୋଗର ୧୨୫
ବର୍ଷ ପୂର୍ତ୍ତୀ ୨୦୨୧ରେ ପଡୁଛି । ‘ଇଷ୍ଟକୋଷ୍ଟ ଷ୍ଟେଟ ରେଳୱେ’ ଆନୁକୂଲ୍ୟରେ ବିଜୟୱାଡାଠାରୁ କଟକ ମଧ୍ୟରେ ୧,୨୮୭ କିଲୋମିଟର
ବା ୮୦୦ ମାଇଲ ରେଳପଥ ୧୮୯୩ରୁ ୧୮୯୬ ମଧ୍ୟରେ ସଂପୂର୍ଣ୍ଣ ହୋଇ ରେଳ ଯାତାୟତ ନିମନ୍ତେ ଖୋଲିଥିଲା
। ସେହିକ୍ରମରେ ବ୍ରହ୍ମପୁର ରେଳଷ୍ଟେସନ ଦେଇ ୧୮୯୬ରେ ମାଲଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା ।
୧୮୯୬ରୁ ୨୦୨୧ ସମୟ ଅବଧି ‘ଏକ ଶତ ପଞ୍ଚବିଂଶ ବର୍ଷ’ ପୂର୍ତ୍ତୀ ସୂଚ଼ିତ କରିଥାଏ ।
ଐତିହାସିକ ଦଲିଲ ଅନୁଯାୟୀ ଊନବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ଭାରତର ବିଭିନ୍ନ ପ୍ରାନ୍ତରେ ଲଗାତାର ଦୁର୍ଭିକ୍ଷଜନିତ ପରିସ୍ଥିତି ମୁକାବିଲା କରିବା ନିମନ୍ତେ ଦେଶର ଗୋଟିଏ ଅଞ୍ଚଳରୁ ଅନ୍ୟତ୍ର ଖାଦ୍ୟଶସ୍ୟ ପରିବହନ ଉଦ୍ଦେଶ୍ୟରେ ସଡ଼କ, ଜଳ ଓ ରେଳପଥ ବିକାଶ ନିମନ୍ତେ ଇଂଲିଶ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିଲେ । ବ୍ରହ୍ମପୁର ସମେତ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ୧୮୬୬ରେ ଅନାବୃଷ୍ଟି ହେତୁ ସୃଷ୍ଟ ନ’ଅଙ୍କ ଦୁର୍ଭିକ୍ଷରେ ଜନସଂଖ୍ୟାର ଏକ ତୃତୀୟାଂଶଙ୍କ ପ୍ରାଣହାନୀ ଘଟିଥିଲା । ପଡ଼ୋଶୀ ଅଞ୍ଚଳଗୁଡ଼ିକରୁ ଖାଦ୍ୟଶସ୍ୟ ଆମଦାନୀ ହୋଇପାରିଥିଲେ ବହୁ ଜୀବନ ରକ୍ଷା କରାଯାଇପାରିଥାନ୍ତା । କିନ୍ତୁ ଦୁର୍ଭିକ୍ଷର ମୁକାବିଲା କରିବା ନିମନ୍ତେ ଉଦ୍ୟମ ଆରମ୍ଭ ବେଳକୁ ବର୍ଷାଋତୁ ଉପନୀତ ହେବା ଫଳରେ ନଦନଦୀରେ ପୋଲସେତୁ ଓ ରାସ୍ତାଘାଟ ଅଭାବ କାରଣରୁ ଖାଦ୍ୟଶସ୍ୟ ପରିବହନ ସଂଭବପର ହୋଇ ପାରିନଥିଲା । ‘ଇଣ୍ଡିଆନ ଫେମିନ କମିସନ’ ୧୮୮୧ରେ ଦେଶରେ ଆଠ ହଜାର କିଲୋମିଟର ରେଳପଥ ନିର୍ମାଣ ନିମନ୍ତେ ପରାମର୍ଶ ଦେଇଥିଲେ ।
ମାଡ୍ରାସ ସରକାରଙ୍କ ପକ୍ଷରୁ ୧୮୮୯ରେ ବିଜୟୱାଡ଼ାଠାରୁ କଟକ ରେଳପଥ ସଂଯୋଗ ନିମନ୍ତେ ସର୍ଭେ ଆରମ୍ଭ ହୋଇ ୧୮୯୦ରେ ନିର୍ମାଣ ଯୋଜନା ମଞ୍ଜୁରିପ୍ରାପ୍ତ ହୋଇଥିଲା । ସେହିପରି କଟକଠାରୁ କୋଲକତା ରେଳ ସଂଯୋଗ କାମ ମଧ୍ୟ ଚାଲିଲା । ମାତ୍ର ଛଅ ବର୍ଷ ମଧ୍ୟରେ ୧୮୯୬ ଜୁଲାଇ ୨୦ ତାରିଖ ଦିନ ଖୋର୍ଦ୍ଧା ରୋଡ଼ଠାରୁ ଭୁବନେଶ୍ୱର ଯାଏଁ ପ୍ରଥମ ରେଳ ଗଡ଼ିଥିଲା । ତତ୍ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଦେଇ ମାଲବାହୀ ରେଳ ଚଳାଚଳର ସୂଚନା ମିଳିଥାଏ ।
ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର ସଂଲଗ୍ନ ରେଳପଥ ବିକାଶ ‘ଇଷ୍ଟକୋଷ୍ଟ ଷ୍ଟେଟ ରେଳୱେ’ ଦ୍ୱାରା ହୋଇଥିଲା । ୧୮୯୦ରେ ପ୍ରତିଷ୍ଠିତ ଏହି ସଂସ୍ଥା ସ୍ୱଳ୍ପ କାଳ ତିଷ୍ଠି ଥିଲା । ଏହାର ପରିଚାଳନାଧୀନ ଅଞ୍ଚଳ ଦୁଇଭାଗରେ ବିଭକ୍ତ ହୋଇଗଲା । ଦକ୍ଷିଣାଞ୍ଚଳରେ ୱାଲଟିଅର ବା ବିଶାଖପାଟଣାଠାରୁ ବିଜୟୱାଡା ରେଳପଥକୁ ‘ମାଡ୍ରାସ ରେଳୱେ’ ୧୯୦୧ରେ ଅଧିଗ୍ରହଣ କରିଥିବା ସ୍ଥଳେ ୱାଲଟିଅରରୁ କୋଲକତା ରେଳପଥ ‘ବେଙ୍ଗାଲ ନାଗପୁର ରେଳୱେ’ ସହ ୧୯୦୨ରେ ମିଶ୍ରଣ ଘଟିଥିଲା । ଅତଏବ ବ୍ରହ୍ମପୁର ‘ବେଙ୍ଗାଲ ନାଗପୁର ରେଳୱେ’ର କର୍ତ୍ତୃତ୍ୱଧୀନ ରହିଲା ।
ପୂର୍ବ ଓ ମଧ୍ୟଭାରତରେ ରେଳପଥ ବିକାଶ ନିମନ୍ତେ ‘ବେଙ୍ଗାଲ ନାଗପୁର ରେଳୱେ’ ୧୮୮୭ରେ ପ୍ରତିଷ୍ଠିତ । ଏହି ସଂସ୍ଥା ୧୯୪୪ରେ ଜାତୀୟକରଣ ହୋଇ ୧୯୫୨ରେ ବନ୍ଦ ହୋଇଯାଇଥିଲା । ଏହାର ପରିଚାଳନାଧୀନ ରେଳପଥ ‘ଇଷ୍ଟର୍ଣ୍ଣ ରେଳୱେ’ ଓ ‘ସାଉଥ ଇଷ୍ଟର୍ଣ୍ଣ ରେଳୱେ’ରେ ବିଭକ୍ତ । ବ୍ରହ୍ମପୁର ୧୯୯୬ରେ ‘ଇଷ୍ଟକୋଷ୍ଟ ରେଳୱେ’ରେ ସାମିଲ ହେବା ପୂର୍ବରୁ ଦୀର୍ଘକାଳ ‘ସାଉଥ ଇଷ୍ଟର୍ଣ୍ଣ ରେଳୱେ’ରେ ଅଧୀନରେ ରହିଆସିଥିଲା ।
ବ୍ରହ୍ମପୁର ଷ୍ଟେସନ ୧୯୦୨ ‘ବେଙ୍ଗାଲ ନାଗପୁର ରେଳୱେ’ ପରିସରଭୁକ୍ତ ହେବା ତିନିବର୍ଷ ପୂର୍ବରୁ ୧୮୯୯ ଜାନୁୟାରୀ ପହିଲାରେ ସଂପୃକ୍ତ ରେଳପଥ ପକ୍ଷରୁ ଖଡ଼ଗପୁରରୁ କଟକ ରେଳ ଚଳାଚଳ ଆରମ୍ଭ ହୋଇ ସାରିଥିଲା । ତେଣୁ ବ୍ରହ୍ମପୁର ସାମିଲ ହେବା ସଙ୍ଗେ ସଙ୍ଗେ ଯାତ୍ରୀବାହୀ ରେଳ ସେବାର ସୁଯୋଗ ଉପଲବ୍ଧ ହୋଇଥିବା ଅନୁମାନ କରାଯାଇପାରେ । ଏସଂପର୍କରେ ବିଧିବଦ୍ଧ ଗବେଷଣା କରାଗଲେ ପୂର୍ଣ୍ଣ ତଥ୍ୟ ସର୍ବସାଧାରଣରେ ପ୍ରକାଶିତ ହୋଇପାରିବ । ଭୁବନେଶ୍ୱର ରାଜ୍ୟ ଅଭିଲେଖାଗାରରେ ସେହି ସମୟରେ ନିୟମିତ ପ୍ରକାଶ ପାଉଥିବା ସାପ୍ତାହିକ ‘ଉତ୍କଳ ଦୀପିକା’ ଗଚ୍ଛିତ ରହିଛି । ୧୮୯୬ରୁ ୧୯୦୨ ମଧ୍ୟରେ ପୁରୁଣା ସଂଖ୍ୟାଗୁଡ଼ିକୁ ଦେଖିଲେ ତତ୍ କାଳୀନ ବ୍ରହ୍ମପୁର ସହର ସଂପର୍କରେ ବହୁ କଥା ଲୋକଲୋଚନକୁ ଆସିପାରନ୍ତା ।
‘ବେଙ୍ଗାଲ ନାଗପୁର ରେଳୱେ’ର ମୁଖ୍ୟକାର୍ଯ୍ୟାଳୟ କୋଲକତାରେ ସ୍ଥାପିତ ହୋଇଥାଏ । ଅପରପକ୍ଷେ ବ୍ରହ୍ମପୁର ରେଳପଥ ୱାଲଟିଅର ଡିଭିଜନ ଅଧୀନରେ କାର୍ଯ୍ୟ କରୁଥାଏ । ଫଳତଃ ରେଳ ଯୋଗାଯୋଗ କ୍ଷେତ୍ରରେ ଏଠାରେ ତେଲୁଗୁ ଓ ବଙ୍ଗାଳୀ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଥାଏ । ବ୍ରହ୍ମପୁର ରେଳଷ୍ଟସନରେ ବହୁ ସଂଖ୍ୟକ ବଙ୍ଗାଳୀ କର୍ମଚାରୀ ନିଯୁକ୍ତ ଥିବା ହେତୁ ବଙ୍ଗର ସାର୍ବଜନୀନ ଦୂର୍ଗାପୂଜା ୧୯୩୪ରୁ ପାଞ୍ଚ ବର୍ଷ ପାଇଁ ଷ୍ଟେସନ ପରିସରର ‘ରେଳୱେ ଇନଷ୍ଟିଟଉଟ’ରେ ପାଳିତ ହୋଇଥିଲା । ବ୍ରହ୍ମପୁରରେ ଏହାହିଁ ସର୍ବପ୍ରଥମ ସାର୍ବଜନୀନ ଦୂର୍ଗାପୂଜା ଏବଂ ବଙ୍ଗଭାଷାଭାଷୀଙ୍କ ଦ୍ୱାରା ପରିଚାଳିତ ଏହି ପୂଜାଉତ୍ସବ ବର୍ତ୍ତମାନ ସୁଦ୍ଧା ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଚାଟର୍ଜୀ ଲେନରେ ଆୟୋଜିତ ହୋଇଆସୁଛି । ସେହିପରି ରେଳଗାଡ଼ି ଚାଳକ ତଥା ଅନ୍ୟାନ୍ୟ ପଦବୀରେ ବହୁ ସଂଖ୍ୟକ ଏଙ୍ଗ୍ଳୋ-ଇଣ୍ଡିଆନ ସଂପ୍ରଦାୟର କର୍ମଚାରୀ ନିଯୁକ୍ତ ହୋଇଥିଲେ । ସେମାନେ ଖୋର୍ଦ୍ଧାରୋଡ଼ରେ ଅବସ୍ଥାପିତ ହୋଇଥିବା ସ୍ଥଳେ ଅବସର ଜୀବନ ବିତାଇବା ନିମନ୍ତେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବବର୍ତ୍ତୀ ଅବସ୍ଥାରେ ଗୋପାଳପୁରକୁ ବାଛି ନେଇଥିଲେ । ବନ୍ଦର କାରବାର ବନ୍ଦ ହୋଇଯିବାପରେ ‘ବେଙ୍ଗାଲ ନାଗପୁର ରେଳୱେ’ର ଅବସରପ୍ରାପ୍ତ କର୍ମଚାରୀଙ୍କ ବସତି ରୂପେ ଦିନ କେତେ ଗୋପାଳପୁର ପ୍ରସିଦ୍ଧି ଲାଭ କରିଥିଲା ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୯ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)
Photo by : "Eye Line" by Eustaquio Santimano is licensed under CC BY-NC-SA 2.0
No comments:
Post a Comment