#ବ୍ରହ୍ମପୁର ପୌର ନିଗମ ସୀମା ନିର୍ଦ୍ଧାରଣ ୨୦୦୮ରେ ନିଗମ ଘୋଷଣା
ପରଠାରୁ ବିବାଦରେ ଛନ୍ଦି ହୋଇଆସିଛି । ରାଜ୍ୟ ସରକାରଙ୍କ ଦ୍ୱାରା ୩୦ ଡ଼ିସେମ୍ୱର ୨୦୦୮
ପ୍ରକାଶିତ ବିଜ୍ଞପ୍ତି ଆଧାରରେ ବ୍ରହ୍ମପୁର ପୌର ପରିଷଦ ପୌର ନିଗମରେ ପରିଣତ ହୋଇଥିଲା । ନଗର
ଉନ୍ନୟନ ବିଭାଗ କମିଶନର ତଥା ସଚ଼ିବ ଡ଼କ୍ଟର ଅରୁଣ ପଣ୍ଡା ରାଜ୍ୟପାଳଙ୍କ ଆଦେଶ ମୁତାବକ ଓଡ଼ିଶା
ମ୍ୟୁନିସିପାଲ କର୍ପୋରେସନ ଆଇନ ୨୦୦୩ ଉପଧାରା (୨) ଧାରା ୩ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ
କରାଯାଇଥିବା ସୂଚ଼ିତ କରିଥିଲେ ।
ଡ଼କ୍ଟର ଅରୁଣ ପଣ୍ଡା ନଗର ଉନ୍ନୟନ ସଚ଼ିବ ପଦରେ ଅଧିଷ୍ଠିତ ହେବା ଆଗରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ବ୍ରହ୍ମପୁରରେ କିଛି କାଳ କାର୍ଯ୍ୟ କରିଥିଲେ । ପୌର ନିଗମ ଘୋଷଣା ବେଳକୁ ଶିବ ଶଙ୍କର ଦାସ ପୌର ପରିଷଦ ଅଧ୍ୟକ୍ଷ ଓ ଭୀମ ମାନସେଠ ପୌର ନିର୍ବାହୀ ଅଧିକାରୀଭାବେ ଦାୟିତ୍ୱ ତୁଲାଉଥିଲେ । ସେହିପରି ଡ଼ାକ୍ତର ରମେଶ ଚ଼ନ୍ଦ୍ର ଚ୍ୟାଉପଟ୍ଟନାୟକ ବ୍ରହ୍ମପୁର ବିଧାୟକ, ଭି. କାର୍ତ୍ତିକେୟ ପାଣ୍ଡିୟାନ ଗଞ୍ଜାମ ଜିଲ୍ଲାପାଳ ଏବଂ ବିଡ଼ିଏ ଅଧ୍ୟକ୍ଷ ଭାବେ ଶରତ ପଟ୍ଟନାୟକ ଅଧିଷ୍ଠିତ ଥିଲେ ।
ବିଜ୍ଞପ୍ତି ଅନୁଯାୟୀ ମହାନଗର ସୀମାରେ ୧୫ ଗୋଟି ପଞ୍ଚାୟତର ୨୪ ଗୋଟି ଗ୍ରାମ ଥିବା କୁହାଯାଇଥିଲା । ଉତ୍ତରରେ ଆମ୍ୱପୁଆ, ରତ୍ନପୁର, ଜଗଦଳପୁର, ନିମଖଣ୍ଡି, ଲୋଚାପଡ଼ା, ଭାବିନୀପୁର, ବଡ଼ଗୁମୁଳା, ପଲ୍ଲୀଗୁମୁଳା, ସାନ କୁଶସ୍ଥଳୀ ଓ ନରେନ୍ଦ୍ରପୁର; ଦକ୍ଷିଣରେ ଆରୁଆପଲ୍ଲୀ, ଗଉଞ୍ଜୁ, ବ୍ରହ୍ମାପଲ୍ଲୀ, ଖଜୁରିଆ, ଫୁଲଟା ଓ ହଳଦିଆପଦର; ପୂର୍ବରେ ରଘୁନାଥପୁର, ପଥରା, ଡୁରା, ମାଣ୍ଡିଆପଲ୍ଲୀ ଓ ଆରୁଆପଲ୍ଲୀ ଏବଂ ପଶ୍ଚିମ ଦିଗରେ ଦେନ୍ଦାଳିଆ, ଲାଠି, ସୁକୁଣ୍ଡା, ଚନ୍ଦନିଆ ପାହାଡ଼ ଓ ଆମ୍ୱଗଡ଼ ଇତ୍ୟାଦି ଥିବା ସୂଚ଼ିତ ହୋଇଥିଲା ।
ବିଜ୍ଞପ୍ତି ପ୍ରକାଶପରେ ଏହି ସବୁ ଗ୍ରାମଗୁଡ଼ିକ ପ୍ରଥମେ ଅନ୍ତଃସୀମା ବୋଲି ଧରି ନିଆଯାଇଥିଲା । କିନ୍ତୁ ତୁରନ୍ତ ତାହା ବର୍ହିସୀମା ବୋଲି ସ୍ପଷ୍ଟୀକରଣ ମିଳିଥିଲା । ଏହି ସଂପର୍କରେ ‘ଅନୁପମ ଭାରତ’ ୨୦୦୯ ଜାନୁୟାରୀ ପହିଲା ସଂସ୍କରଣରେ ନିମ୍ନମତେ ସମ୍ୱାଦ ପ୍ରକାଶ ପାଇଥିଲା :
“ଏହି ବିବାଦୀୟ ପରିସ୍ଥିତି ସଂପର୍କରେ ବିଧାୟକ ଡ଼ାକ୍ତର ରମେଶ ଚ଼ନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବର୍ତ୍ତମାନ କେବଳ ବ୍ରହ୍ମପୁର ପୌରାଞ୍ଚଳକୁ ନେଇ ମହାନଗର ନିଗମ ଗଠିତ ହୋଇଛି ବୋଲି ସେ କହିଥିଲେ । ଏହା ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ବିଜ୍ଞପ୍ତିରେ ଯେଉଁ ନୂତନ ଗ୍ରାମଗୁଡ଼ିକ ଉଲ୍ଲେଖ କରାଯାଇଛି ତାହା ମିଶ୍ରିତ ଗ୍ରାମ ନୁହେଁ ବରଂ ମହାନଗର ନିଗମର ଚ଼ତୁଃପାର୍ଶ୍ୱ ସୀମା ବୋଲି ଡ଼ାକ୍ତର ପଟ୍ଟନାୟକ କହିଛନ୍ତି ।”
ବ୍ରହ୍ମପୁର ସହରର ଜନସଂଖ୍ୟା ୨୦୦୧ ଜନଗଣନା ଅନୁଯାୟୀ ୩ ଲକ୍ଷ ୭ ହଜାର ୭୯୨ ହିସାବ କରାଯାଇଥିଲା । ଓଡ଼ିଶା ମ୍ୟୁନସିପାଲ କର୍ପୋରେସନ ଆଇନ ୨୦୦୩ ଉପଧାରା (୧) ଧାରା ୩ ଅନୁଯାୟୀ ଯେକୌଣସି ସହରର ଜନସଂଖ୍ୟା ତିନି ଲକ୍ଷରୁ ଅଧିକ ହେଲେ ତାହାକୁ ମହାନଗର ନିଗମ ଭାବେ ଘୋଷଣା କରାଯିବା ପ୍ରାବଧାନ ରହିଲା । ଏଥିପୂର୍ବରୁ ୨୦୦୧ ପୌର ପରିଷଦ ବୈଠକରେ ବ୍ରହ୍ମପୁରକୁ ପୌର ନିଗମରେ ରୂପାନ୍ତରିତ କରିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯାଇଥିବା ‘ଅନୁପମ ଭାରତ’ ତା ୧୫.୦୨.୨୦୦୫ ସଂସ୍କରଣରେ ପ୍ରକାଶ ପାଇଥିଲା ।
ବ୍ରହ୍ମପୁର ପୌର ନିଗମ ଗଠନ ବେଳକୁ ସହରର ୱାର୍ଡ଼ ସଂଖ୍ୟା ୩୭ ଥିଲା । ସାଧାରଣତଃ ପୌର ନିର୍ବାଚନ ପୂର୍ବରୁ ୱାର୍ଡ଼ଗୁଡ଼ିକର ଭୋଟର ସଂଖ୍ୟା ବିଚାରକୁ ନେଇ ସୀମା ପୁନଃନିର୍ଦ୍ଧାରଣ କରାଯାଇଥାଏ । ୨୦୨୨ରେ ପ୍ରସ୍ତାବିତ ପୌର ନିର୍ବାଚନ ପୂର୍ବରୁ ଏଥିନେଇ ପୂର୍ବପ୍ରସ୍ତୁତିରେ ୱାର୍ଡ଼ ସଂଖ୍ୟା ୨୦୧୩ ନିର୍ବାଚନ ବେଳେ ନିର୍ଦ୍ଧାରିତ ୪୦ରୁ ଦୁଇ ବଢ଼ି ମାତ୍ର ୪୨ରେ ସୀମାବଦ୍ଧ ରହିବା ସ୍ପଷ୍ଟ ହୋଇଥିବା ୨୦୨୧ ନଭେମ୍ୱର ଶେଷ ସୁଦ୍ଧା ସୂଚ଼ନା ମିଳିଥିଲା ।
୨୦୧୧ର ଜନଗଣନା ଅନୁଯାୟୀ ବ୍ରହ୍ମପୁରରେ ଭୋଟରସଂଖ୍ୟା ୩ ଲକ୍ଷ ୫୬ ହଜାର ୫୯୮ ରହିଥିଲା । ଅର୍ଥାତ ୨୦୦୧ରୁ ୨୦୧୧ ଦଶ ବର୍ଷ ମଧ୍ୟରେ ସହରର ଭୋଟର ସଂଖ୍ୟା ମାତ୍ର ୫୦ ହଜାର ବଢ଼ିଥିଲା । ୨୦୨୧ରେ ତ ଜନଗଣନା ମହାମାରୀ ହେତୁ ସଂଭବ ହୋଇପାରିନାହିଁ । ଏହି ଦଶ ବର୍ଷ ମଧ୍ୟରେ ଯଦି ଆଉ ୫୦ରୁ ୭୦ ହଜାର ବଢ଼ିଥାଏ, ତେବେ ବ୍ରହ୍ମପୁରର ମୋଟ ଭୋଟର ସଂଖ୍ୟା ଚାରି ଲକ୍ଷରୁ କିଛି ଅଧିକ ହୋଇଥିବା ଆକଳନ କରାଯାଇପାରେ । କିନ୍ତୁ ପୌର ନିଗମର ସୀମା ଯଦି ବଢ଼ି ସହରତଳି ଅଞ୍ଚଳ ସାମିଲ ହୋଇଥାନ୍ତା, ତେବେ ଭୋଟର ସଂଖ୍ୟା ଆଉ ଲକ୍ଷେରୁ ଦୁଇ ଲକ୍ଷ ବଢ଼ିବା ସଂଭବ ହୋଇପାରନ୍ତା ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୭ ନଭେମ୍ୱର ୨୦୨୧ / ପୃଷ୍ଠା : ୮)
Photo by Benjamin Davies on Unsplash
No comments:
Post a Comment