#ବ୍ରହ୍ମପୁର ପୌରପାଳିକା ୧୮୬୭ ଖ୍ରୀଷ୍ଟାଦ୍ଦରେ ଗଠିତ ହୋଇଥିଲା
। ୧୯୩୬ ଖ୍ରୀଷ୍ଟାଦ୍ଦରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଗଞ୍ଜାମ ଜିଲ୍ଲା ସମେତ
ଦକ୍ଷିଣ ଓଡ଼ିଶା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ବ୍ରିଟିଶ ଶାସନାଧୀନ ରହିଥିଲା । ପୌରପାଳିକା
ଗଠନ ପରବର୍ତ୍ତୀ ଜନଗଣନା ୧୮୭୧ରେ ସହରର ଜନସଂଖ୍ୟା ୨୨ ହଜାର ହିସାବ କରାଯାଇଥିଲା । ମାଡ୍ରାସ
ପ୍ରେସିଡ଼େନସିରେ ବ୍ରହ୍ମପୁର ଏକ ପୁରାତନ ପୌରପାଳିକା ।
ବ୍ରହ୍ମପୁର ପାରମ୍ପରିକଭାବେ ଏକ ସ୍ୱଚ୍ଛ ସହରରୂପେ ପରିଗଣିତ ହେଉଥିଲା । କେତେକ ଦାକ୍ଷିଣାତ୍ୟ ପରିବ୍ରାଜକଙ୍କ ଭ୍ରମଣ ବୃତ୍ତାନ୍ତରୁ ଏହାର ପ୍ରମାଣ ମିଳେ । ତେବେ ପୁରୀ ରଥଯାତ୍ରା ଫେରନ୍ତା ବ୍ରହ୍ମପୁର ଓ ଆଖପାଖ ଗ୍ରାମାଞ୍ଚଳର ତୀର୍ଥଯାତ୍ରୀଙ୍କ ଦ୍ୱାରା ପ୍ରାୟତଃ ପ୍ରତିବର୍ଷ ହଇଜା ସଂକ୍ରମଣ ଦେଖା ଦେଉଥାଏ । ସହରର ଇତିହାସ ସଂପର୍କରେ ସର୍ବପ୍ରାଚ଼ୀନ ପ୍ରାମାଣିକ ଗ୍ରନ୍ଥ ‘ଗଞ୍ଜାମ ଡିଷ୍ଟ୍ରିକ୍ଟ ମାନୁଆଲ’ର ପ୍ରଣେତା ଟି.ଜେ. ମାଲଟବୀଙ୍କ ବିବରଣୀରେ ଏହା ଉଲ୍ଲେଖ ରହିଛି । ପରିମଳ ରକ୍ଷା ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ନାଳ ନର୍ଦ୍ଦମା ନିର୍ମାଣ ନିମନ୍ତେ ଊନବିଂଶ ଶତାଦ୍ଦୀ ମଧ୍ୟଭାଗରୁ ସରକାର ଗୁରୁତ୍ୱ ଦେଇଥିଲେ । ମାଲଟବୀ ଲେଖିଛନ୍ତି ଯେ ଭାପୁର ଅଞ୍ଚଳର ମିଲଟାରୀ ଲାଇନ୍ସ ରାସ୍ତାର ଦୁଇ କଡ଼ରେ ପଥର ନିର୍ମିତ ଇଂଲିଶ ଅକ୍ଷର ‘ଭି’ ଆକୃତିର ନର୍ଦ୍ଦମା ଆଦର୍ଶ ‘ମଡ଼େଲ’ ସାଜିଥିଲା । ଏହି ଧରଣର ଖୋଲା ନର୍ଦ୍ଦମା ସହରର ଅନ୍ୟତ୍ର ମଧ୍ୟ ନିର୍ମିତ ହୋଇଥିଲା ।
ବର୍ତ୍ତମାନ ସୁଦ୍ଧା ମିଲଟାରୀ ଲାଇନ୍ସର ପ୍ରଶସ୍ତ ରାସ୍ତା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଗଠିତ ଦ୍ୱିତୀୟ ଲାଇନର ତତସମ ରାସ୍ତା ସାଙ୍ଗକୁ ଧାଡ଼ିଏ ଘର ପରେ ଦଶ ଫୁଟର ସ୍କାଭେଞ୍ଜର ଲେନ ଓ ନର୍ଦ୍ଦମା ଦୃଷ୍ଟି ଆକର୍ଷଣ କରିଥାଏ । ମିଲଟାରୀ ଲାଇନ୍ସ ଓ ଆସିକା ରୋଡ଼ ମଧ୍ୟରେ ପଶୁ ଚ଼ିକିତ୍ସାଳୟ ସାମ୍ନାରେ ଭୀମାରାଓ ପେଟା ୧୯୩୦ରେ ଗଢ଼ି ଉଠିଥିଲା । ଭୀମାରାଓ ପଟ୍ଟନାୟକ ନାମକ ଜଣେ ଓକିଲ ଏହି ବସତିରେ ପାଞ୍ଚଗୋଟି ଦୁଇ ବଖରିଆ ବାସଗୃହ ମୁଖ୍ୟତଃ ଓକିଲ ଗୁମସ୍ତାମାନଙ୍କ ପାଇଁ ନିର୍ମାଣ କରିଥିଲେ ।
ଭୀମାରାଓ ପେଟା ଲେ-ଆଉଟରେ ଆଠ ଯୋଡା ବାସଗୃହ ଧାଡ଼ି ଏକ ପ୍ରଶସ୍ତ ଖୋଲା ପଡ଼ିଆକୁ ଘେରି ରହିଥିଲା । ଦୁଇ ଧାଡ଼ି ଘର ମଧ୍ୟରେ ଆଠ ଫୁଟର ସ୍କେଭେଞ୍ଜର ଲେନ ଓ ମଧ୍ୟଭାଗର ଖୋଲା ପଡ଼ିଆ ସହ ଛଅ ଗୋଟି ଯୋଗସୂତ୍ରକାରୀ ରାସ୍ତାର ସୁବିଧା ଥିଲା । ମୂଳ ସାହୀର ରାସ୍ତା କଡ଼େ ମିଲଟାରୀ ଲାଇନ୍ସରୁ ପୋଲିସ ଲାଇନ୍ସ ଦେଇ ଆସିକା ରୋଡ଼ ଯାଏଁ ଲମ୍ୱିଥିବା ଏକ ବଡ଼ ନର୍ଦ୍ଦମା ସାଙ୍ଗକୁ ଧାଡ଼ି ଧାଡ଼ି ଘର ପଛପଟେ ସ୍କେଭେଞ୍ଜର ଲେନଗୁଡ଼ିକର ଦୁଇ ପାର୍ଶ୍ୱରେ ଛୋଟ ନର୍ଦ୍ଦମାର ବ୍ୟବସ୍ଥା ରହିଥିଲା । ପୌରପାଳିକା ପକ୍ଷରୁ ମୁଖ୍ୟରାସ୍ତା ଓ ସ୍କେଭେଞ୍ଜର ଲେନ ଉଭୟ ରାସ୍ତାଘାଟ ଓ ନର୍ଦ୍ଦମା ପ୍ରତିଦିନ ସଫେଇ ହେଉଥିଲା ।
କାଳକ୍ରମେ ସହରର ପରିସୀମା ବୃଦ୍ଧି ଏବଂ ବିଂଶ ଶତାଦ୍ଦୀର ଅଷ୍ଟମ, ନବମ ଦଶକ ବେଳକୁ ଆର୍ଥିକ ଅନାଟନ ହେତୁ ରାଜ୍ୟ ସରକାରଙ୍କ ଅନୁଦାନ ହ୍ରାସ କାରଣରୁ ପୌରପାଳିକାରେ ସଫେଇ କର୍ମଚାରୀ ଅଭାବ ଫଳରେ ସ୍କେଭେଞ୍ଜର ଲେନଗୁଡ଼ିକର ଦୈନନ୍ଦିନ ସଫେଇ କାର୍ଯ୍ୟ ବନ୍ଦ କରିଦିଆଗଲା । ନାଳନର୍ଦ୍ଦମା ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯିବା ଅବସ୍ଥାରେ ପହଞ୍ଚିବା ପରେ ୧୯୯୩ରେ ମିଲଟାରୀ ଲାଇନ୍ସ ଓ ଭୀମାରାଓ ପେଟା ମୁଖ୍ୟ ରାସ୍ତାର ସ୍କେଭେଞ୍ଜର ଲେନର ଦୁଇ ନର୍ଦ୍ଦମା ଭାଙ୍ଗି ଗୋଟିଏ ଲେଖା ନର୍ଦ୍ଦମା ନିର୍ମାଣ କରାଗଲା । ପୌରପାଳିକାର ଏହି ଅପରିଣାମଦର୍ଶୀ ମନୋଭାବ ସ୍ୱଚ୍ଛାତାଲାଗି ଚର୍ଚ୍ଚିତ ଦୁଇ ସାହୀର ସ୍କେଭେଞ୍ଜର ଲେନକୁ ଅଳିଆ ଗଦାରେ ପରିଣତ କରିଦେଲା । ବର୍ଷକରେ ଥରେ ଅଧେ ସଫା ହେବା ଯୋଗୁଁ ମଶା, ବିଚ୍ଛା, ସରୀସୃପଙ୍କ ଚରାଭୂଇଁ ପାଲଟିଲା ।
ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ଅଞ୍ଚଳରେ ପରିମଳ ସଜାଡ଼ିବା ସଂଭବପର ହେଲା ନାହିଁ । ପୌରପାଳିକା ପ୍ରଶାସନରେ ଦୁର୍ବଳ ନେତୃତ୍ୱ ଏଥି ପ୍ରତି ଦୃଷ୍ଟି ଦେଲେ ନାହିଁ । ଦୀର୍ଘଦିନ ପରେ ମିଲଟାରୀ ଲାଇନ୍ସ ସ୍କେଭେଞ୍ଜର ଲେନରେ ପୂର୍ବବତ୍ ଦୁଇ ଧାଡ଼ି ଗୃହର ଉଦ୍ ବୃତ୍ତ ଜଳ ନିଷ୍କାସନ ପାଇଁ ଦୁଇଗୋଟି ନର୍ଦ୍ଦମା ସହ ପକ୍କା ରାସ୍ତା ନିର୍ମିତ ହୋଇଛି । ତେବେ କ୍ଷୋଭର ବିଷୟ ଭୀମାରାଓ ପେଟା ମୁଖ୍ୟ ରାସ୍ତା ସ୍କେଭେଞ୍ଜର ଲେନରେ ପୂର୍ବବତ ଗୋଟିଏ ନର୍ଦ୍ଦମାର ପୁନଃ-ନିର୍ମାଣ କାମ ୨୦୨୧ ଡ଼ିସେମ୍ୱରରେ ହାତକୁ ନିଆଯାଇଛି । ମିଲଟାରୀ ଲାଇନ୍ସ ଓ ଭୀମାରାଓ ପେଟା ସ୍କାଭେଞ୍ଜର ଲେନରେ ଦୁଇ ବଦଳରେ ଗୋଟିଏ ନର୍ଦ୍ଦମାର ତିକ୍ତ ଅଭିଜ୍ଞତାକୁ ବିଚାରକୁ ନିଆଯାଇନାହିଁ ।
ସହରରେ ପରିମଳ ରକ୍ଷା ନିମନ୍ତେ ସ୍ଥାନୀୟ ଅବସ୍ଥା ବିଚାରକୁ ନେଇ ଯୋଜନା ପ୍ରଣୟନ ଅପରିହାର୍ଯ୍ୟ । କିନ୍ତୁ ଦୀର୍ଘ ପରୀକ୍ଷିତ ‘ବ୍ରହ୍ମପୁର ମଡ଼େଲ’କୁ ଅଣଦେଖା କରି ଆମେ ପଡ଼ୋଶୀ ରାଜ୍ୟର ମଡ଼େଲ କଥା ଚ଼ିନ୍ତା କରିବା ଉଦବେଗର କାରଣ । ରାସ୍ତାର ଦୁଇ କଡ଼ରେ ନର୍ଦ୍ଦମା ନିର୍ମାଣ ଓ ନିୟମିତ ସଫେଇ ପରିମଳ ରକ୍ଷାର ମୂଳତତ୍ତ୍ୱ । ସହରରେ ସ୍ୱେରେଜ ବ୍ୟବସ୍ଥା ନାହିଁ । ସ୍ୱେରେଜ ବ୍ୟବସ୍ଥାର ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ନିବେଶ ଯୋଗାଡ଼ ସମ୍ଭବ ହେବା ଯାଏଁ ଖୋଲା ନର୍ଦ୍ଦମା କିପରି ରୀତିମତ ସଫା ହୋଇପାରିବ, ବିଭିନ୍ନ ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥା ଓ ଉପକରଣ ସଫେଇ କାମରେ ଉପଯୋଗ କରାଯାଇ ପାରିବ ଏବଂ ବାର୍ଷିକଭିତ୍ତିରେ ପ୍ରତ୍ୟେକ ନାଳନର୍ଦ୍ଦମାର ରକ୍ଷାଣବେକ୍ଷଣ କରାଯାଇପାରିବ ତାହା ଆମର ଲକ୍ଷ୍ୟ ହେଲେ ଯାଇ ବ୍ରହ୍ମପୁର ସହର ‘ସତରେ ସ୍ୱଚ୍ଛ’ ହୋଇପାରିବ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ଡ଼ିସେମ୍ୱର ୨୦୨୧ / ପୃଷ୍ଠା : ୮)
No comments:
Post a Comment