ସ୍ୱାଧୀନୋତ୍ତର #ବ୍ରହ୍ମପୁର ସହରରେ ଗତ ଶତାଦ୍ଦୀର ଅଷ୍ଟମ, ନବମ ଓ
ଶେଷ ଦଶକ, ପ୍ରାୟ ୩୦ ବର୍ଷ ଧରି ପ୍ରତି ଡ଼ିସେମ୍ୱର-ଜାନୁୟାରୀ ଦୁଇ ମାସ ଗ୍ରୀଟିଂ, କ୍ୟାଲେଣ୍ଡର
ଓ ଡ଼ାଏରୀ ବ୍ୟବସାୟ ଜୋର ଧରୁଥିଲା । ଖ୍ରୀଷ୍ଟମାସ ଅବସରରେ ଦୂରଦୂରାନ୍ତରେ ଅବସ୍ଥାପିତ ପରିଚ଼ିତ
ବର୍ଗଙ୍କ ମଧ୍ୟରେ ଗ୍ରୀଟିଂ ଆଦାନପ୍ରଦାନ ଖ୍ରୀଷ୍ଟିୟାନ ସମାଜ ମଧ୍ୟରେ ତଥା ନବବର୍ଷ ଅଭିନନ୍ଦନ
ବଡ଼ ସହରଗୁଡ଼ିକ ସୀମିତ ଥିବା ସ୍ଥଳେ ସପ୍ତମ ଦଶକ ବେଳକୁ ବ୍ରହ୍ମପୁରରରେ ଲୋକପ୍ରିୟତା ହାସଲ
କରିଥିଲା । ଗତ ଶତାଦ୍ଦୀର ଶେଷ ଆଡ଼କୁ ଫୋନ ଓ ମୋବାଇଲ ଫୋନର ବ୍ୟବହାର ଆରମ୍ଭ ଯାଏଁ ନବବର୍ଷ
ଅଭିନନ୍ଦନ ଜ୍ଞାପନ ଲାଗି ମୁଦ୍ରିତ କାର୍ଡ଼ ହିଁ ବ୍ୟବହୃତ ହେଉଥିଲା ।
ବ୍ୟକ୍ତିଗତ, ପାରିବାରିକ ଓ ଆନୁଷ୍ଠାନିକ ବିଭିନ୍ନସ୍ତରରେ ବ୍ୟବହାର ଲାଗି ରଙ୍ଗବେରଙ୍ଗୀ ଚ଼ିତ୍ରିତ ଗ୍ରୀଟିଂ କାର୍ଡ଼ ବ୍ରହ୍ମପୁରରେ ସର୍ବେପ୍ରଥମେ କେତେଗୋଟି ମନୋହରୀ ତଥା ବାରାକ୍ସର ପୁସ୍ତକ ବିକ୍ରେତାଙ୍କ ଦୋକାନରେ ଉପଲବ୍ଧ ହେଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବିକ୍ରୀ ବୃଦ୍ଧି ପାଇବାରୁ ବାରାକ୍ସ ଅଞ୍ଚଳର ଫୁଟପାଥରେ ଅସ୍ଥାୟୀ ଦୋକାନମାନ ଖୋଲିଲା । କ୍ରମଶଃ ସହରର ବହୁ ମୁଖ୍ୟ ରାସ୍ତାକଡ଼କୁ ବ୍ୟାପିଥିଲା । ରାକ୍ଷୀ ପରି ଗ୍ରୀଟିଂ ଏକ ଋତୁକାଳୀନ ବ୍ୟବସାୟରେ ପରିଣତ ହୋଇଥିଲା । ବିଭିନ୍ନ ବୟସବର୍ଗ ଓ ବିଭିନ୍ନ ଅର୍ଥନୀତିକ ଶ୍ରେଣୀର ପରିବାର ମଧ୍ୟରେ ଏହି ସଂସ୍କୃତି କ୍ରମଶଃ ବ୍ୟାପିଥିଲା । ତେବେ ଶେଷ ଦଶକ ଆରମ୍ଭରୁ ଟେଲିଫୋନର ପ୍ରସାରପରେ ଗ୍ରୀଟିଂ ବଦଳରେ ଡ଼ିସେମ୍ୱର ୩୧ ରାତି କିମ୍ୱା ଜାନୁୟାରୀ ପହିଲାରେ ଟେଲିଫୋନ ଯୋଗେ ବାର୍ତ୍ତାଳାପରେ ଅଭିନନ୍ଦନ ଜଣାଇବା ଧାରା ଆରମ୍ଭ ହେଲା । ସବସ୍କ୍ରାଇବର ଟ୍ରଙ୍କ ଡ଼ାଏଲିଂ ବା ‘ଏସଟିଡ଼ି’ ସୁବିଧା ବ୍ୟବହାରରେ ବିଭିନ୍ନ ଭୌଗଳିକ ପରିବେଶରେ ଅବସ୍ଥିତି ଆଳାପଆଲୋଚ଼ନା ପାଇଁ ବାଧକ ସାଜିଲା ନାହିଁ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ମୋବାଇଲ ଫୋନ ବ୍ୟବହାର ବୃଦ୍ଧି ଏହି ସୁବିଧା ସୁଯୋଗକୁ ଆହୁରି ଆକର୍ଷଣୀୟ କରିଥିଲା । ମହାମାରୀ ଆଗ ପଛ ସମୟ ସୀମାରେ ଭିଡିଓ କଲର ବ୍ୟାପ୍ତି ଯୋଗାଯୋଗର ସବୁ ଗଣିତକୁ ଓଲଟପାଲଟ କରିବସିଲା ।
ନବବର୍ଷ ଗ୍ରୀଟିଂ ଡ଼ାକଯୋଗେ ପ୍ରେରିତ ହେଉଥିଲା । ଗ୍ରୀଟିଂ ଋତୁରେ ଡ଼ାକଘରେ କାର୍ଯ୍ୟଚାପ ବଢ଼ିଯାଉଥିଲା । ବ୍ରହ୍ମପୁର ବଡ଼ ଡ଼ାକଘରେ ଗ୍ରୀଟିଂ ପୋଷ୍ଟ କରିବା ନିମନ୍ତେ ସ୍ୱତନ୍ତ୍ର ଡ଼ାକବକ୍ସ ସ୍ଥାପିତ ହେଉଥିଲା । ସ୍କୁଲପିଲାଏ ଗ୍ରୀଟିଂ କାର୍ଡ ନିଜେ ବନାଇ ପରସ୍ପର ମଧ୍ୟରେ ବାଣ୍ଟୁ ଥିଲେ । ବ୍ରହ୍ମପୁରର ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ଗୃହଦ୍ୱାରରେ ଝୋଟି ଦିଆଯାଏ । ମୁଖ୍ୟତଃ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଯାଏଁ ରଂଗ ବେରଙ୍ଗୀ ଚ଼ିତା ଅଙ୍କନର ପରମ୍ପରା ରହି ଆସିଥିଲା । ନୂଆବର୍ଷ ଏହି ସମୟ ସୀମାରେ ପଡୁଥିବା ହେତୁ ଝୋଟିରେ ନବବର୍ଷକୁ ମଧ୍ୟ ସ୍ୱାଗତ କରାଯାଉଥିଲା ।
ମୋବାଇଲ ଫୋନ ପହଞ୍ଚିବା ପୂର୍ବରୁ ଘଣ୍ଟା ଓ କ୍ୟାଲେଣ୍ଡର ଢ଼େର ବ୍ୟବହାର ଥିଲା । ପ୍ରତ୍ୟେକ ପରିବାର ହିନ୍ଦୁତିଥି, ପର୍ବପର୍ବାଣୀ ଓ ସରକାରୀ ଛୁଟି ଦିନ ସଂବଳିତ କାନ୍ଥ ଟଙ୍ଗା ପାଞ୍ଜି କ୍ୟାଲେଣ୍ଡର ଲୋଡୁଥିଲେ । କଟକରେ ଓଡ଼ିଆ ପାଞ୍ଜି ମୁଦ୍ରିତ ହେଉଥିବା ବେଳେ ବ୍ରହ୍ମପୁର ସ୍ୱାଧୀନତା ପୂର୍ବରୁ ପାଞ୍ଜି କ୍ୟାଲେଣ୍ଡର ମୁଦ୍ରଣର ପେଣ୍ଠସ୍ଥଳୀ ରୂପେ ବିବେଚିତ ହେଉଥିଲା । ବ୍ରହ୍ମପୁରର କେତେକ ମୁଦ୍ରଣାଳୟ ବର୍ଷରେ ଛଅ ମାସ କେବଳ ପାଞ୍ଜି କ୍ୟାଲେଣ୍ଡର ପ୍ରସ୍ତୁତିରେ ନିୟୋଜିତ ରହୁଥିଲେ । ତେବେ କ୍ରମଶଃ ଦୈନିକ ସମ୍ୱାଦପତ୍ରଗୁଡ଼ିକ ଗ୍ରାହକମାନଙ୍କୁ ମାଗଣାରେ ପାଞ୍ଜି କ୍ୟାଲେଣ୍ଡର ବାଣ୍ଟିବା ଆରମ୍ଭ କରିବା ତଥା ସ୍ମାର୍ଟଫୋନର ପ୍ରଚଳନ ପରେ ଲୋକଙ୍କ ଅଭ୍ୟାସରେ ପରିବର୍ତ୍ତନ ଆସିଲା ।
ସେହିପରି ଡ଼ାଏରୀ ବିକ୍ରୀ ଓ ଉପହାର ପ୍ରଥା ମଧ୍ୟ ଧୀମେଇ ଯାଇଛି । ସ୍ମାର୍ଟଫୋନରେ ନୋଟ ଲେଖିବା ତଥା ଦୈନିକଭିତ୍ତିରେ ଡ଼ାଏରୀ ଲେଖିବା ନିମନ୍ତେ ସ୍ମାର୍ଟଫୋନ ଆପ୍ଲିକେସନ୍ସ ‘ଆପ’ ଉପଲବ୍ଧ ଥିଲେ ହେଁ ପ୍ରାୟତଃ ଏଯାଏଁ ବ୍ରହ୍ମପୁରରେ ଲୋକପ୍ରିୟ ହୋଇପାରି ନାହିଁ । କାଁ ଭାଁ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ମୋବାଇଲ, ଟେବଲେଟରେ ଡ଼ାଏରୀ ଲେଖନ୍ତି । ତେବେ ପରିବର୍ତ୍ତନର ସ୍ରୋତ ପ୍ରଖର । ଇଣ୍ଟରନେଟ କନେକ୍ଟିଭିଟିରେ ୫ଜି ବୈଷୟିକ କୌଶଳ ପ୍ରୟୋଗ ଏବଂ ‘ଫେସବୁକ’ ଭଳି ସୋସିଆଲ ମିଡ଼ିଆ ମଞ୍ଚ ‘ମେଟାଭର୍ସ’ ପରିବେଶକୁ ଉନ୍ନୀତ ହେଉଥିବା ଅବସରରେ ଯୋଗାଯୋଗ କ୍ଷେତ୍ରରେ ଅଡ଼ିଓ ଓ ଭିଡ଼ିଓର ବ୍ୟାପକ ପ୍ରସାର ଆକଳନ କରାଯାଏ । ଏହି କ୍ରମବିକାଶ ଭବିଷ୍ୟତରେ ଗ୍ରୀଟିଂ, କ୍ୟାଲେଣ୍ଡର ଓ ଡ଼ାଏରୀ ପରମ୍ପରାକୁ ମଧ୍ୟ ପ୍ରଭାବିତ କରିବା ସୁନିଶ୍ଚିତ !

( ‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୮ ଡ଼ିସେମ୍ୱର ୨୦୨୧ / ପୃଷ୍ଠା : ୮)
Photo by Kostiantyn Li on Unsplash
No comments:
Post a Comment